ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»କମାଲ୍ କଲେ ବରଗଡ଼ର ଚାଷୀ ଝିଅ: ମହିଳାମାନଙ୍କ ପାଇଁ ତିଆରି କଲେ ଖଇ ଚୋପାଛଡ଼ା ଯନ୍ତ୍ର

କମାଲ୍ କଲେ ବରଗଡ଼ର ଚାଷୀ ଝିଅ: ମହିଳାମାନଙ୍କ ପାଇଁ ତିଆରି କଲେ ଖଇ ଚୋପାଛଡ଼ା ଯନ୍ତ୍ର

ବରଗଡ଼ ଜିଲ୍ଲାର ଜଣେ କ୍ଷୁଦ୍ର ଚାଷୀଙ୍କ ଝିଅ ତିତିକ୍ଷା ବେହେରା ବନେଇଥିବା ଖଇ ଚୋପାଛଡ଼ା ଯନ୍ତ୍ର ସର୍ବଭାରତୀୟ ସ୍ତରରେ ପ୍ରଶଂସିତ ହୋଇଛି । ଏହି ଯନ୍ତ୍ର ମହିଳାମାନଙ୍କ ସମୟ ବଞ୍ଚାଇବ ଓ ପରିଶ୍ରମ ବି କମ୍‌ କରିବ ।

କମାଲ୍ କଲେ ବରଗଡ଼ର ଚାଷୀ ଝିଅ: ମହିଳାମାନଙ୍କ ପାଇଁ ତିଆରି କଲେ ଖଇ ଚୋପାଛଡ଼ା ଯନ୍ତ୍ର
ରାଜ୍ୟ ଓ ଜିଲ୍ଲାସ୍ତରରେ ମିଳିଥିବା ଟ୍ରଫି ସହ ତିତିକ୍ଷା; (ଡାହାଣ) ସେ ଖଇ ଚୋପାଛଡ଼ା ଯନ୍ତ୍ରକୁ ନିରୀକ୍ଷଣ କରୁଛନ୍ତି ।
  • News18 Odia
  • Last Updated: September 21, 2021, 3:42 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
ରଞ୍ଜନ କୁମାର ଦେବତା | News18 Odia Digital

ବରଗଡ଼: ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ତିତିକ୍ଷା ବେହେରା ଏକ ନିଆରା ଯନ୍ତ୍ର ଉଦ୍ଭାବନ କରିଛନ୍ତି ଓ ସର୍ବଭାରତୀୟ ସ୍ତରରେ ପ୍ରଶଂସାର ପାତ୍ରୀ ହୋଇଛନ୍ତି । ଛଅ ମାସ ଧରି ଅକ୍ଲାନ୍ତ ପରିଶ୍ରମ କରିବା ପରେ ଏହି ଚାଷୀ ଘରର ଝିଅ ତିଆରି କରିଛନ୍ତି ମହିଳାମାନଙ୍କ ପାଇଁ ଖଇ ଚୋପାଛଡ଼ା ଯନ୍ତ୍ର । ବରଗଡ଼ ଜିଲ୍ଲାର ଏହି କୁନି ବୈଜ୍ଞାନିକ ନ୍ୟାଶନାଲ୍‌ ଲେଭେଲ୍‌ ଏଗ୍ଡିବିଶନ୍‌ ଆଣ୍ଡ୍‌ ପ୍ରୋଜେକ୍ଟ କମ୍ପିଟିସନରେ ଭାଗ ନେଇ ସେ ସର୍ବଭାରତୀୟ ସ୍ତରରେ କୃତୀତ୍ବ ହାସଲ କରିଛନ୍ତି ।

ଏଣିକି ମହିଳାମାନଙ୍କୁ ଖଇ ଚୋପା ଛଡ଼ାଇବା ପାଇଁ ସମୟ ନଷ୍ଟ କରିବାକୁ ପଡ଼ିବନି କି ବହୁ ସମୟ ଧରି ବାଉଁଶ ଡାଲାରେ ହାତକୁ ବାରମ୍ବାର ଘଷିବାକୁ ପଡ଼ିବନି । ଏଣିକି ଖୁବ୍‌ କମ୍‌ ସମୟ ଓ କମ୍‌ ପରିଶ୍ରମରେ ଖଇ ଚୋପା ଛଡ଼ା ଯନ୍ତ୍ରରେ ସେମାନେ ଏହି କାମ କରିପାରିବେ । ତିତିକ୍ଷାଙ୍କ ପିଲା ଦିନର ସ୍ବପ୍ନ ଥିଲା ଏହି ଯନ୍ତ୍ର ବନେଇବା । ଶେଷରେ ସେ ଏଥିରେ ସଫଳ ହୋଇ ନିଜ ସ୍ୱପ୍ନକୁ ସତ କରିବା ସହ ମହିଳାମାନଙ୍କ ପାଇଁ ଆଣିଛନ୍ତି ଏକ ଅତି ଉପଯୋଗୀ ଯନ୍ତ୍ର ।

ଏହା ବି ପଢ଼ନ୍ତୁ | ବ୍ୟାଙ୍କ ଖାତାକୁ ଆସିଗଲା .୬୦ ଲକ୍ଷ ଟଙ୍କା; ମୋଦି ପଠେଇଛନ୍ତି ଭାବି ଖର୍ଚ୍ଚ କରିଦେଲା; ଆଉ ଏବେ

ବରଗଡ଼ ଜିଲ୍ଳା ସୋହେଲା ବ୍ଳକ୍‌ ଅନ୍ତର୍ଗତ ଗ୍ରୀଞ୍ଜେଲ ଗାଁର ଚାଷୀ ଉମାଶଙ୍କର ବେହେରାଙ୍କ ବଡ଼ ଝିଅ ତିତିକ୍ଷା ବେହେରା ତିଆରି କରିଥିବା ଖଇ ଚୋପାଛଡ଼ା ଯନ୍ତ୍ର ନିକଟରେ ଦିଲ୍ଲୀରେ ଆୟୋଜିତ ସର୍ବଭାରତୀୟ ବିଜ୍ଞାନ ପ୍ରଦର୍ଶନୀ ମେଳାରେ ଭାଗ ନେଇ ଦେଶର ୧୩ ନମ୍ବର ଶ୍ରେଷ୍ଠ ଉଦ୍ଭାବନ ଭାବେ ପ୍ରଶଂସିତ ହୋଇଛି । ଖୁବ୍‌ ଶୀଘ୍ର ଏହି କୁନି ବୈଜ୍ଞାନିକ ଜାପାନର ସାକୁରା ସହରରେ ଆୟୋଜିତ ହେବାକୁ ଥିବା ବିଶ୍ବସ୍ତରୀୟ ପ୍ରତିଭା ବିନିମୟ କାର୍ଯ୍ୟକ୍ରମରେ ଭାଗ ନେବେ । ସେ ଜାପାନ ଗସ୍ତ କରି ସେଠାରେ ନିଜ ଯନ୍ତ୍ରର କୌଶଳ ପ୍ରଦର୍ଶନ କରିବେ ।

ତିତିକ୍ଷାଙ୍କୁ ତାଙ୍କ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମ୍ମାନିତ କରୁଛନ୍ତି ।


ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ବିରାଟ କୋହଲିଙ୍କ ପରି T-20 କ୍ୟାପଟେନ୍ ଖୋଜିଲେ ବି ମିଳିବେନି; ତାଙ୍କର ଏହି ୫ଟି ବଡ଼ ରେକର୍ଡ଼ ଅଛି

ଗ୍ରୀଞ୍ଜେଲ ଟି.ଓ.ୟୁ.ପି. ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିବା ତିତିକ୍ଷା ବେହେରାଙ୍କର ପିଲା ଦିନରୁ ବିଜ୍ଞାନ ପ୍ରତି ଆଗ୍ରହ ରହିଆସିଛି । ମୁଣ୍ଡ ଝାଳ ତୁଣ୍ଡରେ ମାରି ତାଙ୍କ ଗରିବ ବାପା ତାଙ୍କୁ ପାଠ ପଢ଼ାଇଉଛନ୍ତି । ଝିଅକୁ ବୈଜ୍ଞାନିକ କରିବାର ସ୍ୱପ୍ନ ନେଇ ସାରା ପରିବାର ତିତିକ୍ଷାଙ୍କୁ ଏହି ଯନ୍ତ୍ର ବନେଇବା ପାଇଁ ଉତ୍ସାହିତ କରିଥିଲେ । ଏବେ ତିତିକ୍ଷାଙ୍କ କୃତୀତ୍ୱ ଛତିଶଗଡ଼ ଓ ଓଡ଼ିଶାର ସୀମାରେ ଥିବା ଗ୍ରୀଞ୍ଜେଲ ଗାଁର କ୍ଷୁଦ୍ର ଚାଷୀ ଉମାଶଙ୍କର ବେହେରାଙ୍କ ପାଇଁ ଗର୍ବ ଓ ଗୌରବ ଆଣିଦେଇଛି । ତାଙ୍କ ପାଇଁ ତାଙ୍କ ଗାଁ ଓ ପୂରା ବରଗଡ଼ ଜିଲ୍ଲା ନିଜକୁ ଗୌରବନ୍ବିତ ମନେକରୁଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ନୋରା ଫତେହିଙ୍କ ପାଇଁ ସମସ୍ୟା ପାଲଟିଗଲା ଏହି ଡ୍ରେସ୍! କ୍ୟାମେରା ଆଗରେ ଡ୍ରେସ୍ ସଜାଡି଼ଲେ

‘‘ମୁଁ ପିଲା ଦିନରୁ ଏମିତି ଯନ୍ତ୍ରଟିଏ ବନେଇବି ବୋଲି ସ୍ବପ୍ନ ଦେଖୁଥିଲି । ଅନେକ ଚେଷ୍ଟା ପରେ ଏବେ ମୁଁ ସେଥିରେ ସଫଳ ହୋଇଛି । ରାଜ୍ୟ ସରକାର ମୋତେ ସହଯୋଗ ଦେଲେ ମୁଁ ଜାପାନର ସାକୁରା ସହରରେ ଆୟୋଜିତ ହେବାକୁ ଥିବା ବିଶ୍ବସ୍ତରୀୟ ପ୍ରତିଭା ବିନିମୟ କାର୍ଯ୍ୟକ୍ରମରେ ଭାଗ ନେବି । ଆଗକୁ ବୈଜ୍ଞାନିକ ହୋଇ ନୂଆ ନୂଆ ଯନ୍ତ୍ର ଉଦ୍ଭାବନ କରିବାକୁ ମୋ’ର ମନ,’’ କହିଛନ୍ତି ତିତିକ୍ଷା ବେହେରା ।

ଏହା ବି ପଢ଼ନ୍ତୁ | ଖରାପ ଖବର: ନଭେମ୍ବର ୧ରୁ ଏହି ୪୩ଟି ସ୍ମାର୍ଟଫୋନରେ ଆଉ ଚାଲିବ ନାହିଁ WhatsApp

ତାଙ୍କ ସ୍କୁଲର ସହକାରୀ ଶିକ୍ଷକ କ୍ଷୀରୋଦ ସାହୁ କହିଛନ୍ତି, ‘‘ପିଲା ଦିନରୁ ତିତିକ୍ଷା ଭଲ ପାଠ ପଢ଼ୁଛି । ତୃତୀୟ ଶ୍ରେଣୀ ଓ ପଞ୍ଚମ ଶ୍ରେଣୀରେ ସେ ମେଧାବୃତ୍ତି ପାଇଛି । ସେ ଏବେ ଜଣେ କୁନି ବୈଜ୍ଞାନିକ ଭାବେ ସର୍ବଭାରତୀୟ ସ୍ୱୀକୃତି ପାଉଥିବାରୁ ଆମେ ବହୁତ ଖୁସି ହେଉଛୁ ।’’

ଏହା ବି ପଢ଼ନ୍ତୁ ଦେଖନ୍ତୁ ଭିଡିଓ | Viral Video: ମଥା ଉପରେ ଚଢ଼ିଗଲା ଟ୍ରାକ୍ଟର୍ ଚକ; ହେଲମେଟ୍ ପିନ୍ଧିଥିଲା ବୋଲି ବଞ୍ଚିଗଲା ଲୋକଟି

‘‘ତିତିକ୍ଷାକୁ ଏହି ଖଇ ଚୋପାଛଡ଼ା ଯନ୍ତ୍ର ତିଆରି କରିବା ପାଇଁ ଦୀର୍ଘ ଛଅ ମାସ ଧରି ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡ଼ିଥିଲା । ତା’ର ନିଷ୍ଠା ଓ ଅଧ୍ୟବସାୟ ତାକୁ ସଫଳତା ଆଣି ଦେଇଛି । ଖଇ ଚୋପାଛଡ଼ା ଯନ୍ତ୍ର ତିଆରିରେ ଆମ ସ୍କୁଲର ଶିକ୍ଷକମାନେ ବି ତାକୁ ପ୍ରତ୍ୟକ୍ଷ ଭାବେ ସହଯୋଗ କରିଥିଲେ । ସରକାର ତିତିକ୍ଷାଙ୍କ ଜାପାନ ଗସ୍ତ ପାଇଁ ଆର୍ଥିକ ଓ ଆନୁସଙ୍ଗିକ ସହାୟତା ପ୍ରଦାନ କରିବାକୁ ଆମେ ଅନୁରୋଧ କରୁଛୁ,’’ କହିଛନ୍ତି ସ୍କୁଲର ବିଜ୍ଞାନ ଶିକ୍ଷକ ପ୍ରଦୀପ କୁମାର ବେହେରା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଟେନିସ୍ ତାରକା ମାର୍ଟିନା ଏଇଥି ପାଇଁ ପାକିସ୍ତାନ PM ଇମ୍ରାନ ଖାନଙ୍କୁ କହିଥିଲେତୁମକୁ ଲଜ୍ଜା ଲାଗିବା ଉଚିତ

ସୋହେଲା ବି.ଡି.ଓ. ବିଶ୍ବରଞ୍ଜନ କର ତିତିକ୍ଷାଙ୍କ ଉଦ୍ଭାବନକୁ ‘‘ବାସ୍ତବରେ ପ୍ରଂଶସନୀୟ’’ ବୋଲି କହିଛନ୍ତି । ‘‘ତିତିକ୍ଷାକୁ ନେଇ ଏବେ ଗ୍ରୀଞ୍ଜେଲ ଗାଁ ବେଶ୍‌ ଚର୍ଚ୍ଚାରେ । ବରଗଡ଼ ଜିଲ୍ଲା ଶିକ୍ଷାଧିକାରୀଙ୍କ ସହ ଆଲୋଚନା କରି ଏହି ଛାତ୍ରୀଙ୍କ ଜାପାନ ଗସ୍ତ ପାଇଁ କେମିତି ସବୁ ପ୍ରକାର ସରକାରୀ ସହାୟତା ମିଳିପାରିବ ସେ ନେଇ ବିହିତ ବ୍ୟବସ୍ଥା କରାଯିବ,’’ କହିଛନ୍ତି କର ।
Published by: Anand S.T. Das
First published: September 20, 2021, 11:58 PM IST