ଅଲୋଡ଼ା ଜିନିଷରୁ ଆକର୍ଷକ କଳାକୃତି ବନାଇ ଅସୁମାରୀ ପ୍ରଶଂସା ସାଉଁଟୁଛନ୍ତି ବରଗଡ଼ର ଛାତ୍ରୀ ସୃଷ୍ଟି

ନିଜ ନିଆରା କଳାକୃତି ଯୋଗୁଁ ଜଣେ ଉଦୀୟମାନ ଚିତ୍ରଶିଳ୍ପୀ ଭାବେ ବରଗଡ଼ ଜିଲ୍ଳାରେ ଚର୍ଚ୍ଚାକୁ ଆସିଛନ୍ତି ଫାର୍ମାସି କଲେଜର ଛାତ୍ରୀ ସୃଷ୍ଟି ପୁରୋହିତ । ‘‘ବାସ୍ତବରେ କୌଣସି ଜିନିଷ ଅଲୋଡ଼ା ନୁହେଁ,’’ ସେ କହିଛନ୍ତି ।

ଅଲୋଡ଼ା ଜିନିଷରୁ ଆକର୍ଷକ କଳାକୃତି ବନାଇ ଅସୁମାରୀ ପ୍ରଶଂସା ସାଉଁଟୁଛନ୍ତି ବରଗଡ଼ର ଛାତ୍ରୀ ସୃଷ୍ଟି
ରଙ୍ଗ ତୂଳୀରେ ଅଦରକାରୀ ବର୍ଜ୍ୟ ବସ୍ତୁକୁ ନୂଆ ରୂପ ଦେଉଛନ୍ତି ସୃଷ୍ଟି ପୁରୋହିତ ।
  • Share this:
  • Byline Facebook
  • Byline Twitter
  • Byline Linkedin
ରଞ୍ଜନ କୁମାର ଦେବତା | News18 Odia Digital

ବରଗଡ଼: କରୋନା ସଂକ୍ରମଣ ଯୋଗୁଁ ସ୍କୁଲ୍‌ ଓ କଲେଜ୍‌ ସବୁ ବନ୍ଦ ଥିବାରୁ ଅନେକ ଯୁବକଯୁବତୀ ଅଯଥା ସମୟ ନଷ୍ଟ କରୁଥିବା ବେଳେ ଜଣେ ଛାତ୍ରୀ ଘରେ ବସି ନିଜ ସୃଜନଶୀଳତାର ସୁବ୍ୟବହାର କରି ସ୍ବାବଳମ୍ବୀ ଓ ରୋଜଗାରକ୍ଷମ ହୋଇଛନ୍ତି । ନିଜ ନିଆରା କଳାକୃତି ଯୋଗୁଁ ଜଣେ ଉଦୀୟମାନ ଚିତ୍ରଶିଳ୍ପୀ ଭାବେ ବରଗଡ଼ ଜିଲ୍ଳାରେ ଏବେ ଚର୍ଚ୍ଚାରେ ଅଛନ୍ତି ୨୦ ବର୍ଷୀୟା ଛାତ୍ରୀ ସୃଷ୍ଟି ପୁରୋହିତ ।

ଘରେ ପଡ଼ିଥିବା ଅଦରକାରୀ ଘରକରଣା ସାମଗ୍ରୀ ଓ ବାହାରେ ଫିଙ୍ଗା ହୋଇଥିବା ବର୍ଜ୍ୟ ବସ୍ତୁକୁ ସଂଗ୍ରହ କରି ସେଗୁଡ଼ିକୁ ପେଣ୍ଟିଂ କରି ନୂଆ ରୂପ ଦେଇଛନ୍ତି ବିଜେପୁର ବ୍ଲକ୍ ଅନ୍ତର୍ଗତ ପହଣ୍ଡି ଗାଁର ସୃଷ୍ଟି । ଫାର୍ମାସି କଲେଜରେ ପଢ଼ୁଥିବା ବେଳେ ଗତ ବର୍ଷ କରୋନା ମହାମାରୀ ଯୋଗୁଁ କଲେଜ ବନ୍ଦ ହୋଇଯିବା ପରେ ଘରେ ବସି କ’ଣ କରିବେ ବୋଲି ଭାବୁଥିବା ବେଳେ ୟୁଟ୍ୟୁବ୍‌ ତାଙ୍କୁ ନୂଆ ବାଟ ଦେଖାଇଥିଲା ।

ଏହା ବି ପଢ଼ନ୍ତୁ | Bengal Polls 2021: ଖେଲା ହୋବେ! ବିଜୟ ଖୁସିରେ ବେଙ୍ଗଲରେ ୫୦,୦୦୦ ଫୁଟବଲ୍ ବାଣ୍ଟିବେ ମମତା ବାନାର୍ଜୀ

ଏକ କଳାକୃତିରେ ନିମଗ୍ନା ସୃଷ୍ଟି


ଛାତ୍ର ଜୀବନରୁ ଚିତ୍ରକଳାରେ ରୁଚି ରଖୁଥିବା ସୃଷ୍ଟି ୟୁଟ୍ୟୁବରୁ ଅଦରକାରୀ ସାମଗ୍ରୀରୁ କଳାକୃତି ତିଆରି କରିବାର କୌଶଳ ଶିଖିଥିଲେ ଓ ଅନେକ ମନୋହର କଳାକୃତି ତିଆରି କରିଥିଲେ । କରୋନା ସଚେତନତା, ସ୍ବାସ୍ଥ୍ୟ ଓ ପରିବେଶ ସହିତ ମାଁ ସମଲେଇ, ଜଗନ୍ନାଥଙ୍କ ନନ୍ଦିଘୋଷ ରଥଯାତ୍ରା, ଗଣେଶ ଓ ଶିବ ଲିଙ୍ଗ ପରି ଭଳିକି ଭଳି ଚିତ୍ର ତିଆରି କରି ସମସ୍ତଙ୍କ ଧ୍ୟାନ ଆକର୍ଷିତ କରିଛନ୍ତି ସେ ।

ଏହା ବି ପଢ଼ନ୍ତୁ | Bengal Polls: ରାହୁଳ ଗାନ୍ଧି ଯେଉଁ ଯେଉଁ ଆସନ ପାଇଁ ପ୍ରଚାର କରିଥିଲେ ସେଠି କଂଗ୍ରେସ ଜମାନତ ହରାଇଛି

‘‘ମୁଁ ଭାରି ଖୁସି ଯେ ଲକଡାଉନରେ ମୋ’ ସମୟ ସୃଜନଶୀଳ କାମରେ ବିତିଛି । ୟୁଟ୍ୟୁବର ସହାୟତା ନେଇ ଘରେ ଥିବା ଅଦରକାରୀ ଘରୋଇକରଣ ସାମଗ୍ରୀ ଓ ବର୍ଜ୍ୟବସ୍ତୁରୁ ମୁଁ ଅନେକ କଳାକୃତି ତିଆରି କରିବାରେ ସଫଳ ହୋଇଛି । ବଜାରରେ ସେଗୁଡ଼ିକର ଚାହିଦା ଅଛି ବୋଲି ଜାଣି ଖୁବ୍‌ ଖୁସି ଲାଗୁଛି,’’ କହିଛନ୍ତି ସୃଷ୍ଟି ।

ସୃଷ୍ଟିଙ୍କ କଳା ସମ୍ଭାରରୁ କିଛି


ସେ କହିଛନ୍ତି ଯେ ଏହି କଳାକୃତିଗୁଡ଼ିକୁ ତିଆରି କରିବାରେ ଶ୍ରମ ଓ ସମୟ ବ୍ୟତୀତ ତାଙ୍କୁ ବେଶୀ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ୁନାହିଁ । ‘‘ବାପା ମୋତେ ଦେଉଥିବା ପକେଟ ମନିକୁ ଖର୍ଚ୍ଚ କରି ମୁଁ ରଙ୍ଗ, ତୂଳୀ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ କିଣିଆଣେ । ପ୍ରତି କଳାକୃତି ତିଆରି କରିବା ପରେ ସବୁଠୁ ଭଲ ଲାଗେ ଯେତେବେଳେ ଭାବେ ଯେ ଯେଉଁ ଜିନିଷଟି ଦିନେ ବାହାରେ ଫିଙ୍ଗା ହୋଇଥିଲା ସେଇଟା ଏବେ ଘରେ ସମ୍ମାନଜନକ ଢଙ୍ଗରେ ପ୍ରଦର୍ଶିତ ହେବାକୁ ଯାଉଛି । ବାସ୍ତବରେ କୌଣସି ଜିନିଷ ଅଲୋଡ଼ା ନୁହେଁ,’’ କହିଛନ୍ତି ସୃଷ୍ଟି ।

ଏହା ବି ପଢ଼ନ୍ତୁ | କର୍ଫ୍ୟୁ ବେଳେ ଗର୍ଲଫ୍ରେଣ୍ଡକୁ ଭେଟିବାକୁ ମୁମ୍ବାଇ ପୋଲିସକୁ ଅନୁରୋଧ କଲା ଯୁବକ; ମିଳିଲା ଏହି ଜବାବ

ତାଙ୍କ ବାପା ସରୋଜ କୁମାର ପୁରୋହିତ କହିଛନ୍ତି ଯେ ସୃଷ୍ଟିଙ୍କ କଳାକୃତିଗୁଡ଼ିକ ଆକର୍ଷଣୀୟ ହେବା ସହ ସଚେତନତାର ବାର୍ତ୍ତା ବହନ କରୁଥିବାରୁ ଅନେକ ପ୍ରଶଂସାର ପାତ୍ର ହୋଇଛନ୍ତି ।



‘‘ପିଲାଟି ଦିନରୁ ସେ ଚିତ୍ର ଆଙ୍କିବାରେ ପ୍ରବୀଣା ଥିଲା । ସ୍କୁଲ୍‌ କଲେଜରେ ପାଠ ପଢ଼ିବା ବେଳେ ଚିତ୍ର ଆଙ୍କି ପୁରସ୍କୃତ ହୋଇଛି । ଅଦରକାରୀ ସାମଗ୍ରୀ ଓ ବର୍ଜ୍ୟବସ୍ତୁରୁ ଏବେ ସେ ତିଆରି କରୁଥିବା ପେଣ୍ଟିଂଗୁଡ଼ିକୁ ଅନେକ ପ୍ରଶଂସା ମିଳୁଛି । ଝିଅକୁ ନେଇ ଆମେ ଗର୍ବିତ ଅନୁଭବ କରୁଛୁ,’’ ସେ କହିଛନ୍ତି ।
Published by: Anand ST Das
First published: May 3, 2021, 11:28 PM IST