News18 Odia Digital
ବରଗଡ଼: ବରଗଡ଼ ଜିଲ୍ଲା ବିଜେପୁର ବିଡିଓ ପଦ୍ମନାଭ ସାମନ୍ତରାୟଙ୍କୁ ଦୁର୍ନୀତି ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ ବିଭାଗ। ସେ ଏକ ଭଡ଼ା ଗାଡ଼ିରେ ସାଢ଼େ ତିନି ଲକ୍ଷ ଟଙ୍କାରୁ ଅଧିକ ନେଇ ଭୁବନେଶ୍ବର ଯାଉଥିବା ବେଳେ ଗିରଫ ହୋଇଛନ୍ତି ।
ଭିଜିଲାନ୍ସ ବିଭାଗ ଅଧିକାରୀମାନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସାମନ୍ତରାୟଙ୍କୁ ସୁବର୍ଣ୍ଣପୁର ଜିଲ୍ଲାର ବିନିକା ମହାନଦୀ ଛକରେ ଧରାଯାଇଥିଲା । ପୂର୍ବରୁ ମିଳିଥିବା ଗୁପ୍ତ ସୂଚନା ଅନୁସାରେ କାର୍ଯ୍ୟ କରି ଭିଜିଲାନ୍ସ ବିଭାଗ ଏହି ସଫଳତା ପାଇଥିବା ଜଣାପଡ଼ିଛି । ବିନିକାରେ ସାମନ୍ତରାୟଙ୍କ ଗାଡ଼ି ପହଞ୍ଚିବା ବେଳେ ତାକୁ ଘେରିଯାଇଥିଲେ ଭିଜିଲାନ୍ସ ବିଭାଗ ଅଧିକାରୀମାନେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଭିଡିଓ | Dehradun Bridge Collapse: ଦେହରାଡୁନରେ ବର୍ଷା ଯୋଗୁଁ ମଝିରୁ ଭାଙ୍ଗିଗଲା ପୋଲ; ଦେଖନ୍ତୁ VIDEO‘‘ବିଡିଓ ପଦ୍ମନାଭ ସାମନ୍ତରାୟଙ୍କ ଗାଡି଼ର ତଲାସି ନିଆଯାଇଥିଲା । ସେହି ଗାଡ଼ିରୁ ନଗଦ ୩ ଲକ୍ଷ ୫୧ ହଜାର ଟଙ୍କା ଜବତ କରାଯାଇଥିଲା । ସେ ବିଜେପୁରରୁ ଏକ ଭଡ଼ା କାରରେ ଭୁବନେଶ୍ବର ଟଙ୍କା ନେଇ ଯାଉଥିବା ନେଇ ସୋନପୁର ଭିଜିଲାନ୍ସକୁ ବିଶ୍ବସ୍ତ ସୂତ୍ରରୁ ଖବର ମିଳିଥିଲା,’’ କହିଛନ୍ତି ଜଣେ ଭିଜିଲାନ୍ସ ବିଭାଗ ଅଧିକାରୀ ।

ବିଡିଓ ପଦ୍ମନାଭ ସାମନ୍ତରାୟଙ୍କ ଘରେ ରେଡ଼ କରୁଛି ଏକ ଭିଜିଲାନ୍ସ ଟିମ୍ ।
ଏହା ବି ପଢ଼ନ୍ତୁ | ‘‘ଆତଙ୍କବାଦୀମାନଙ୍କୁ ଖୋଜି ଖୋଜି ମାରିବୁ’’: କାବୁଲରେ ବିସ୍ଫୋରଣ ପରେ କହିଲେ ଜୋ ବାଇଡେନ୍ଏହି ଟଙ୍କା ସାମନ୍ତରାୟ କେଉଁଠୁ ଆଣିଲେ ଓ ତାକୁ ଭୁବନେଶ୍ବର କାହିଁକି ନେଇ ଯାଉଛନ୍ତି ସେ ନେଇ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିବା ଜଣାପଡ଼ିଛି । ଏ ନେଇ ଭିଜିଲାନ୍ସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି । ମାତ୍ର ଏହି ଘଟଣା ପରେ ସାମନ୍ତରାୟଙ୍କ ଭୁବନେଶ୍ବର କଳିଙ୍ଗ ବିହାର ବାସଭବନ, ପୁରୀ ଓ ବରଗଡ଼ ସରକାରୀ କାର୍ଯ୍ୟାଳୟରେ ପହଞ୍ଚି ତିନୋଟି ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲେ ।

ଗିରଫ ହେବା ପରେ ବିଡିଓ ପଦ୍ମନାଭ ସାମନ୍ତରାୟ
ଏହା ବି ପଢ଼ନ୍ତୁ | ‘‘ଆମେ ଚିତ୍କାର କଲୁ, କେହି ଶୁଣିଲେନି…’’: ପାକିସ୍ତାନରେ କାରଖାନାରେ ନିଆଁ ଲାଗିଲା; ୧୫ ଜଣ ଶ୍ରମିକ ମଲେବିଡିଓ ପଦ୍ମନାଭ ସାମନ୍ତରାୟଙ୍କ ବିଜେପୁର ସରକାରୀ ବାସଭବନରୁ ନଗଦ ୪୫ ହଜାର ଟଙ୍କା ସହ ବିଭିନ୍ନ କାଗଜପତ୍ର ଜବତ କରାଯାଇଥବା କହିଛନ୍ତି ଜଣେ ଭିଜିଲାନ୍ସ ଅଧିକାରୀ । ଏ ପର୍ଯ୍ୟନ୍ତ ତାଙ୍କର ଅନେକ ଆୟ ବହିର୍ଭୁତ ସମ୍ପତ୍ତି ଠାବ କରାଯାଇଥିବା କୁହାଯାଉଛି ।
ଏହା ବି ପଢ଼ନ୍ତୁ | ପତ୍ନୀଙ୍କ ଇଚ୍ଛା ବିରୋଧରେ ସ୍ୱାମୀ ତାଙ୍କ ସହ Sex କରିବା ବଳାତ୍କାର ନୁହେଁ: ଛତିଶଗଡ଼ ହାଇ କୋର୍ଟସାମନ୍ତରାୟଙ୍କର ମୋ’ଟ ସମ୍ପତ୍ତିର ମୂଲ୍ୟ ଓ କ’ଣ କ’ଣ ସାମନାକୁ ଆସିଛି ସେ ବିଷୟରେ ପୂରା ଆକଳନ ହେବା ପରେ ସୂଚନା ଦିଆଯିବ ବୋଲି କହିଛନ୍ତି ଭିଜିଲାନ୍ସ ଅଧିକାରୀମାନେ ।
ସୂତ୍ରରୁ ପ୍ରକାଶ ଯେ ପଦ୍ମନାଭ ସାମନ୍ତରାୟଙ୍କ ବିରୁଦ୍ଧରେ ଦୁର୍ନୀତିର ଅନେକ ଅଭିଯୋଗ ବରିଷ୍ଠ ଅଧିକାରୀମାନଙ୍କୁ ଗତ କିଛି ବର୍ଷ ଧରି ମିଳିଚାଲିଥିଲା । ବର୍ତ୍ତମାନର ଟଙ୍କା ଜବତ ବିଷୟରେ ମିଡ଼ିଆକୁ କିଛି କହିବାକୁ ମନା କରିଦେଇଥିଲେ ସାମନ୍ତରାୟ ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।