ବାରବାଟୀରେ ରବିବାରର ଯୁଦ୍ଧ ପୂର୍ବରୁ ନେଟ୍ସ୍‌ ପାଇଁ ପଡି଼ଆକୁ ଓହ୍ଲାଇବାକୁ ପ୍ରସ୍ତୁତ ଦୁଇ ଦଳ

ପୋଲିସ ଡିଜି ଅଭୟ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିବା ପରେ ବାରବାଟୀ ଷ୍ଟାଡିୟମ୍କୁ ନିଜ କବ୍‌ଜାକୁ ନେଇଛି ଓଡି଼ଶା ପୋଲିସ୍ । ସନ୍ଧାନୀ କୁକୁର ଓ ବମ୍ ଡିସ୍ପୋଜାଲ୍ ସ୍କ୍ୱାର୍ଡ଼ର ସଦସ୍ୟମାନେ ଷ୍ଟାଡିୟମ୍ ଯାଞ୍ଚ କାର୍ଯ୍ୟ ଆରମ୍ଭ କରିଛନ୍ତି । ଟିମ୍ ଇଣ୍ଡିଆ ଓ ୱେଷ୍ଟଇଣ୍ଡିଜ୍ ଖେଳାଳିମାନଙ୍କ ରିଫ୍ରେସ୍‌ମେଣ୍ଟ୍ ପାଇଁ ଷ୍ଟାଡିୟମ୍‌ରେ ହୋଇଛି ବ୍ୟାପକ ବ୍ୟବସ୍ଥା ।

ବାରବାଟୀରେ ରବିବାରର ଯୁଦ୍ଧ ପୂର୍ବରୁ ନେଟ୍ସ୍‌ ପାଇଁ ପଡି଼ଆକୁ ଓହ୍ଲାଇବାକୁ ପ୍ରସ୍ତୁତ ଦୁଇ ଦଳ
ମୁକାବିଲା ଜୋର୍‌ଦାର ହେବ ବୋଲି ସଭିଙ୍କ ଆଶା ।
  • News18 Odia
  • Last Updated: December 20, 2019, 4:33 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
କଟକ: ରବିବାର ଦିନ ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଭାରତ-ୱେଷ୍ଟ୍‌ଇଣ୍ଡିଜ୍‌ ଦିନିକିଆ ଦିବାରାତ୍ର ମ୍ୟାଚ୍‌ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଶନିବାର ସକାଳ ୯ଟା ବେଳେ ୱେଷ୍ଟ୍‌ଇଣ୍ଡିଜ୍‌ ଟିମ୍‌ ଓ ଅପରାହ୍ନ ୨ଟା ବେଳେ ଟିମ୍‌ ଇଣ୍ଡିଆର ଖେଳାଳିମାନେ ନେଟ୍ସ୍‌ ଅଭ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।

ଏହି ମ୍ୟାଚ୍‌ ପାଇଁ ସୁରକ୍ଷାର ବ୍ୟବସ୍ଥା କଡ଼ାକଡ଼ି ହେଉଛି । ୮୦ ପ୍ଲାଟୁନ ପୋଲିସ ଫୋର୍ସଙ୍କୁ ମୁତୟନ କରାଯାଇଛି ।

ଶୁକ୍ରବାର ଅପରାହ୍ନ ଠାରୁ ପୂରା ଷ୍ଟାଡିୟମକୁ ଦୁଇ ଦିନ ପାଇଁ ନିଜ କବଜାକୁ ନେଇଛି ପୋଲିସ । ଚ଼ାରିଟି ସନ୍ଧାନୀ କୁକୁର ଓ ବମ୍ ଡିସ୍ପୋଜାଲ୍‌ ଟିମ୍‌ର ସଦସ୍ୟମାନେ ଷ୍ଟାଡିୟମ୍‌ ଯାଞ୍ଚ କାର୍ଯ୍ୟ ମଧ୍ୟ ଆରମ୍ଭ କରିଛନ୍ତି । ପିଚ୍ ସହ ବାଉଣ୍ଡ୍ରି ଲାଇନ ଓ ନେଟ୍ସ୍‌ ପିଚ୍‌କୁ ମଧ୍ୟ ତନ୍ନତନ୍ନ କରି ଜାଞ୍ଚ କରାଯାଇଛି ।

ଶନିବାର ଦୁଇ ଦେଶର ଖେଳାଳି ନେଟ୍ସ ପାଇଁ ଆସୁଥିବାରୁ ଷ୍ଟାଡିୟମର ସୁରକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କରିଛନ୍ତି ଡିଜିପି । ଗୁଇନ୍ଦା ନିର୍ଦେଶକ, ଏଡିଜି ଅପରେସନ, ପୋଲିସ କମିଶନର ଅତିରିକ୍ତ କମିଶନର, କଟକ ଡିସିପି ଓ ଟ୍ରାଫିକ ଡିସିପିଙ୍କୁ ନେଇ ଏକ ବୈଠକ ମଧ୍ୟ କରିଥିଲେ ଡିଜିପି ଅଭୟ ।

‘‘ମ୍ୟାଚ୍‌ ସମୟରେ ଖେଳାଳି ଓ ଦର୍ଶକମାନଙ୍କ ସୁରକ୍ଷା ନେଇ ପୋଲିସ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି ଏବଂ ଏହାକୁ ନେଇ ମୁଁ ସନ୍ତୁଷ୍ଟ ଅଛି,” କହିଛନ୍ତି ଡିଜିପି ଅଭୟ ।

ସନ୍ଧାନୀ କୁକୁର ଓ ବମ୍ ଡିସ୍ପୋଜାଲ୍ ଟିମ୍‌ର ସଦସ୍ୟମାନେ ଷ୍ଟାଡିୟମ୍ ଯାଞ୍ଚ କାର୍ଯ୍ୟ ଆରମ୍ଭ କରିଛନ୍ତି ।


ସେପଟେ ମ୍ୟାଚ୍‌ ପାଇଁ ଷ୍ଟାଡିୟମ୍‌ ଏବଂ ଏହାର ଆଖପାଖ ଅଞ୍ଚଳରେ ଟ୍ରାଫିକ କଟକଣା ଜାରି କରିଛି କମିଶନରେଟ ପୋଲିସ । ରବିବାର ଦିନ ଷ୍ଟାଡିୟମ୍‌କୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ୍‌ କରାଯିବ ଏବଂ ଶନିବାର ଷ୍ଟାଡିୟମ୍‌କୁ ଖେଳାଳିଙ୍କ ପ୍ରବେଶ ଓ ପ୍ରସ୍ଥାନ ସମୟରେ ମଧ୍ୟ ଏହି ନିୟମ ପାଳନ କରାଯିବ ।

‘‘ନେଟ୍ସ ସମୟରେ ଷ୍ଟାଡିୟମର ମୁଖ୍ୟ ପ୍ରବେଶ ପଥକୁ ବନ୍ଦ କରାଯିବା ସହ ଆବଶ୍ୟକ ନ ଥିବା କୌଣସି ବ୍ୟକ୍ତିଙ୍କୁ ପଡିଆ ମଧ୍ୟକୁ ଛଡ଼ା ଯିବ ନାହିଁ,’’ କହିଛନ୍ତି କଟକ ଡିସିପି ଅଖିଳେଶ୍ବର ସିଂ ।

ଏହି ତୃତୀୟ ଦିବାରାତ୍ର ମ୍ୟାଚ୍‌ ପାଇଁ ଓସିଏ ନିଜର ଡ୍ରେସିଂ ରୁମ୍‌ର ନବନିର୍ମାଣ କରିଛି । ଏଠାରେ ବିଦେଶୀ ଷ୍ଟାଡିୟମ ଢାଞ୍ଚାରେ ଖେଳାଳିମାନଙ୍କ ପାଇଁ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ହୋଇଛି । ଏହା ସହ କ୍ଲବ୍‌ରେ ଥିବା ସୁଇମିଂ ପୁଲକୁ ମଧ୍ୟ ପ୍ରସ୍ତୁତ କରି ରଖାଯାଇଛି ।

ନେଟ୍‌ ପ୍ରାକ୍ଟିସ୍‌ ପାଇଁ ଷ୍ଟାଡିୟମ୍‌ ପ୍ରସ୍ତୁତ ।


‘‘ଦୁଇ ଦେଶର ଖେଳାଳିମାନଙ୍କ ଆମେ ଓସିଏ କ୍ଲବରେ ଥିବା ସ୍ବିଇମିଂ ପୁଲ୍‌, ବ୍ୟାଡ୍‌ମିଣ୍ଟନ କୋର୍ଟ୍‌, ଜିମ୍‌ ଓ ରେଷ୍ଟୋରାଣ୍ଟ୍‌କୁ ପ୍ରସ୍ତୁତ କରି ରଖିଛୁ,’’ କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।

ସେପଟେ ନେଟ୍ସ୍‌ ସମୟରେ ଖେଳାଳିମାନଙ୍କୁ ସ୍ପା, ମସାଜ, ହେଆର କଟ୍ ଓ ସେଭିଂ ଭଳି ସେବା ପ୍ରଦାନ ପାଇଁ ସ୍ପା କର୍ମଚ଼ାରୀମାନେ ମଧ୍ୟ ନିଜ ପ୍ରସ୍ତୁତି ଶେଷ କରିଛନ୍ତି ।

‘‘ପୂର୍ବରୁ ଅନେକ ଖେଳାଳିଙ୍କୁ ସେବା ପ୍ରଦାନ କରିବାର ଅଭିଜ୍ଞତା ରହିଥିବାରୁ ସେମାନଙ୍କ ପସନ୍ଦ ବିଷୟରେ ଆମେ ଅବଗତ ଅଛୁ,’’ କହିଛନ୍ତି ଓସିଏ ସ୍ପାର ପରିଚାଳିକା ଶୁଭଶ୍ରୀ ।
Published by: Anand Shankar Thankur Das
First published: December 20, 2019, 4:20 PM IST
corona virus btn
corona virus btn
Loading