ଆପଣ ଜାଣିଛନ୍ତି କି ଏକ ଓଡିଆ ଚଳଚ୍ଚିତ୍ର ପାଇଁ ବାପି ଲାହିରୀ ଦେଇଛନ୍ତି ସଂଗୀତ ନିର୍ଦ୍ଦେଶନା

  • Share this:
ଭୁବନେଶ୍ୱର: ସଂଗୀତ ରଚନା ତଥା ଗାୟକ ବାପି ଲାହିରି ବୁଧବାର ମୁମ୍ବାଇର ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ୬୯ ବର୍ଷ ହୋଇଥିଲା। ୮୦ ଏବଂ ୯୦ ଦଶକରେ ଭାରତରେ ଡିସ୍କୋ ମ୍ୟୁଜିକ୍ ଲୋକପ୍ରିୟ କରିଥିବା ବାପିଦା ୧୯୮୯ ରେ ମୁକ୍ତିଲାଭ କରିଥିବା ଏକ ଓଡିଆ ଚଳଚ୍ଚିତ୍ର ପାଇଁ ସଙ୍ଗୀତ ରଚନା ମଧ୍ୟ କରିଛନ୍ତି।

ଦ୍ୱିଭାଷୀ ଓଡିଆ-ବଙ୍ଗାଳୀ ଚଳଚ୍ଚିତ୍ର ‘ମିଛ ମାୟା ସଂସାର'ର ପାଞ୍ଚଟି ଗୀତ ଥିଲା।

ଏହି ଷ୍ଟାର କାଷ୍ଟରେ ପ୍ରଦିପ କୁମାର, ବିନା, ପପିଆ ଅଧିକାରୀ, ଉତ୍ତମ୍ ମହାନ୍ତି, ବିଜୟ ମହାନ୍ତି, ଦୁଖିରାମ ସ୍ବାଇଁ, ବିଶ୍ୱଜିତ, ଦେବୁ ବୋଷ, ଶ୍ୟାମାଲେନ୍ଦୁ, ସୁଜତା ଆନନ୍ଦ, ଅପରାଜିତା, ଗାୟତ୍ରୀ ଚାନ୍ଦ, ଅଭି ଅନ୍ତର୍ଭୁକ୍ତ ଥିଲେ। ଏହି ଚଳଚ୍ଚିତ୍ରଟି ନରେଶ ମଲହୋତ୍ରାଙ୍କ ଦ୍ୱାରା ନିର୍ମିତ ହୋଇଥିବାବେଳେ ଉଦୟ ଶଙ୍କର ପାଣି ନିର୍ଦ୍ଦେଶନା ଦେଇଥିଲେ ।
First published: