ଭୁବନେଶ୍ୱରରେ ବ୍ୟାଙ୍କ୍ ଲୁଟ୍ ବିଫଳ ହେଲା; ‘‘ଆମେ ଝରକା ବାଟେ 'ଚୋର ଚୋର' ବୋଲି ଚିତ୍କାର କଲୁ’’
ଗୋଟିଏ ଖେଳନା ବନ୍ଧୁକ ଦେଖାଇ ବ୍ୟାଙ୍କ କର୍ମଚାରୀମାନଙ୍କୁ ଭୟଭୀତ କରିବା ପରେ ବ୍ୟାଙ୍କରୁ ୮ ଲକ୍ଷ ୬୩ ହଜାର ଟଙ୍କା ଓ ସୁନା ନେଇ ପଳାଉଥିଲା ଯୁବକ । ହେଲେ ସେ ଖସି ଯିବାରେ ସଫଳ ହୋଇ ନ ଥିଲା ।
ବିଫଳ ଲୁଟେରା ଉମାଶଙ୍କର ପରିଡ଼ା; (ଡାହାଣ) ବିଲରେ ତାକୁ କାବୁ କରିବା ବେଳର ଏକ ଦୃଶ୍ୟ
- News18 Odia
- Last Updated: September 1, 2021, 11:55 PM IST
ଭୁବନେଶ୍ୱର: ରାଜ୍ୟ ରାଜଧାନୀ ଉପକଣ୍ଠରେ ବାଲିଅନ୍ତାରେ ଥିବା ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆର ଅଟଳା ଶାଖାରୁ ଜଣେ ଦୁର୍ବୃତ୍ତ ନକଲି ବନ୍ଧୁକ ଦେଖାଇ ୮ ଲକ୍ଷ ଟଙ୍କା ଓ ସୁନା ଗହଣା ଲୁଟି ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ତାକୁ କାବୁ କରିଥିଲେ ସ୍ଥାନୀୟ କିଛି ଯୁବକ । ତା’ ପରେ ବାଲିଅନ୍ତା ପୋଲିସ ସହାୟତାରେ ଯୁବକ ଜଣକୁ ପୋଲିସ ଗିରଫ କରିଛି ।
ଗିରଫ ଯୁବକ ବାଲିଅନ୍ତା ଥାନା ପାଟଣା ଗ୍ରାମର ଉମାଶଙ୍କର ପରିଡ଼ା (୨୯)। ତା’ ପାଖରୁ ଲୁଟ ହୋଇଥିବା ଟଙ୍କା ଓ ସୁନାକୁ ଜବତ କରି ବ୍ୟାଙ୍କ କତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଛି ପୋଲିସ । ବ୍ୟାଙ୍କ କର୍ମଚାରୀଙ୍କୁ ଭୟଭୀତ କରିବାରେ ବ୍ୟବହୃତ ନକଲି ବନ୍ଧୁକ ବି ପୋଲିସ ଜବତ କରିଛି । ପରେ ଜଣା ପଡି଼ଥିଲା ଯେ ତାହା ଏକ ନକଲି ବନ୍ଧୁକ ।
ଏହା ବି ପଢ଼ନ୍ତୁ | ଖାଦ୍ୟ ଅର୍ଡ଼ରରେ ବିଳମ୍ବ ହେବାରୁ ହୋଟେଲ୍ ମାଲିକଙ୍କୁ ହତ୍ୟା କଲା ସ୍ୱିଗି ଡେଲିଭରି ବୟ; ୩ ଗିରଫ

ଏହି ଖେଳନା ବନ୍ଧୁକ ବ୍ୟବହାର କରିଥିଲା ଉମାଶଙ୍କର ପରିଡ଼ା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ନୋଏଡ଼଼ାରେ ଭଙ୍ଗାଯିବ ୪୦ ମହଲା ବିଶିଷ୍ଟ ଟ୍ବିନ୍ ଟାୱାର୍; ନିର୍ଦ୍ଦେଶ ଦେଲେ ସୁପ୍ରିମ୍ କୋର୍ଟ୍
ଏହି ଲୁଟ୍ ପ୍ରୟାସ ବେଳେ ଉମାଶଙ୍କର ଏକ କଳା ରଙ୍ଗର ବ୍ୟାଗ ଧରିଥିଲା ଓ ମୁଣ୍ଡରେ କଳା ରଙ୍ଗର ଟୋପି ସାଙ୍ଗକୁ ମାସ୍କ୍ ପିନ୍ଧିଥିଲା । ପ୍ରାୟ ୪୦ ମିନିଟ୍ ଧରି ବ୍ୟାଙ୍କର ବିଭିନ୍ନ ଅଧିକାରୀଙ୍କ ସହ କଥା ହୋଇଥିଲା ସେ । ଏହାରି ଭିତରେ ବ୍ୟାଙ୍କ୍ ବନ୍ଦ ହେବାକୁ ସେ ଅପେକ୍ଷା କରିଥିଲା । ତା’ର ପୂରା କାର୍ଯ୍ୟକଳାପ ବ୍ୟାଙ୍କ୍ ଭିତରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି ।
ଏହା ବି ପଢ଼ନ୍ତୁ | କ୍ରିକେଟର୍ ଶୋଏବ୍ ଅଖତରଙ୍କୁ ଅପମାନିତ କରୁଥିଲେ ଦୁଇ ଜଣ ମହିଳା; ସେ କହିଲେ, ‘‘ତାଙ୍କ କଥା ଶୁଣି…’’
‘‘ଲୁଟେରା ଯୁବକ ଜଣକ ଆମ ଆଖି ଆଗରେ ଲକରରୁ ଟଙ୍କା ଓ ଗ୍ରାହକ ବନ୍ଧକ ରଖିଥିବା ସୁନାକୁ ସେ ସାଙ୍ଗରେ ଆଣିଥିବା ବ୍ୟାଗରେ ଭର୍ତ୍ତି କରୁଥିଲା । ଆମକୁ ବାରମ୍ବାର ଚିତ୍କାର ନ କରିବାକୁ ତାଗିଦ୍ କରୁଥିଲା । ତା’ ପରେ ୮ ଲକ୍ଷ ୬୩ ହଜାର ଟଙ୍କା ଓ ସୁନା ନେଇ ପଳାଇଥିଲା । ଏହି ସମୟରେ ଆମେ ଝରକା ବାଟେ 'ଚୋର ଚୋର' ବୋଲି ଚିତ୍କାର କରିଥିଲୁ,’’ କହିଛନ୍ତି ବ୍ରାଞ୍ଚ୍ ମ୍ୟାନେଜର ଶ୍ରୀମତୀ ନାୟକ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଡ୍ରଗ୍ସ କାରବାର ମାମଲାରେ ଗିରଫ ହେଲେ ବିଗ୍ ବସ୍ ଫେମ୍ ବଲିଉଡ ଅଭିନେତା ଅରମାନ କୋହଲି
ବ୍ୟାଙ୍କ କର୍ମଚାରୀଙ୍କ ଚିତ୍କାର ଶୁଣି ପାଖରେ କ୍ରିକେଟ୍ ଖେଳୁଥିବା କିଛି ଯୁବକ ଲୁଟେରା ଉମାଶଙ୍କରକୁ କାବୁ କରିବାକୁ ଉଦ୍ୟମ କରିଥିଲେ । ଫଳରେ ବାଇକ୍ ଛାଡ଼ି ସେ ବିଲ ମଝିକୁ ପଶି ବୁଦା ଭିତରେ ଲୁଚି ଯାଇଥିଲା । ଏହି ସମୟରେ ଖବର ପାଇ ବାଲିଅନ୍ତା ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା ।

ଡିସିପି ଉମାଶଙ୍କର ଦାଶ ଲୁଟେରାକୁ କାବୁ କରିଥିବା ପାଞ୍ଚ ଜଣ ଯୁବକଙ୍କୁ ସମ୍ମାନିତ କରିଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଭିଡିଓ | VIDEO: ଆଦିବାସୀ ଯୁବକଙ୍କୁ ବାଡ଼ିରେ ପିଟିଲେ, ଚଳନ୍ତା ଟ୍ରକ୍ ପଛରେ ବାନ୍ଧି ଘୋଷାଡ଼ିଲେ; ମୃତ୍ୟୁ ହେଲା
‘‘ଲୁଟେରାକୁ ଧରିବା ପାଇଁ ଆମେ ବିଲ ମଝିକୁ ପଶିଥିଲୁ, ହେଲେ ବିଲରେ କାଦୁଅ ପଙ୍କ ଓ ବୁଦା ଥିବାରୁ ସେ କେଉଁଠି ଲୁଚିଛି ଜଣା ପଡୁ ନ ଥିଲା । ଏହି ସମୟ ଭିତରେ ଲୁଟେରା ଜଣକ ନିଜ ଦେହରୁ ଡ୍ରେସ୍ ଖୋଲି ଦେଇଥିଲା । ପରେ ସେ ବିଲ ମଝିରେ ଦୌଡ଼ିବାକୁ ଉଦ୍ୟମ କରିବା ସମୟରେ ଆମେ ତାକୁ ମାଡି଼ ବସିଥିଲୁ,’’ କହିଛନ୍ତି ଲୁଟେରାକୁ କାବୁ କରିଥିବା ଯୁବକମାନଙ୍କ ମଧ୍ୟରେ ଥିବା ମାନସ ନାମକ ଜଣେ ଯୁବକ ।
ଏହା ବି ପଢ଼ନ୍ତୁ | ଆମେରିକା କ’ଣ ଆଫଗାନିସ୍ତାନରେ ତାଲିବାନର ଶାସନକୁ ମାନ୍ୟତା ଦେବାକୁ ରାଜି ହୋଇଗଲା?
ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି ଯେ ଲୁଟେରା ଯୁବକଠାରୁ ଲୁଟ୍ ସାମଗ୍ରୀ ଜବତ କରିବା ପରେ ବ୍ୟାଙ୍କ କତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି । ‘‘ଉମାର ପୂର୍ବ ରେକର୍ଡ଼ ମଧ୍ୟ ଯାଞ୍ଚ କରାଯାଉଛି । ପୂର୍ବରୁ ସେ କିଛି ଅପରାଧରେ ସମ୍ପୃକ୍ତ ରହିଛି କି ନାହିଁ ତା’ର ତଦନ୍ତ ଚାଲିଛି । ସେ ଏକୁଟିଆ ନା ଆଉ କିଏ ତା ସହ ରହିଥିଲା ସେ ଦିଗରେ ମଧ୍ୟ ତଦନ୍ତ ଚାଲିଛି,’’ କହିଛନ୍ତି ଦାଶ ।
ବିଲ ମଝିରୁ ବ୍ୟାଙ୍କ ଲୁଟେରାକୁ କାବୁ କରିଥିବା ପାଞ୍ଚ ଜଣ ଯୁବକଙ୍କୁ ଏବେ ସବୁ ମହଲରୁ ପ୍ରସଂଶାର ସୁଅ ଛୁଟୁଛି । କମିସନରେଟ ପୋଲିସ ପକ୍ଷରୁ ସେମାନଙ୍କୁ ସମ୍ମାନିତ କରିଛନ୍ତି ଭୁବନେଶ୍ୱର ଡିସିପି ।






