News18 Odia Digital
ଭୁବନେଶ୍ୱର: ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ବ୍ଲକ୍ ବର ଗାଁ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ବ୍ରାଞ୍ଚ ମ୍ୟାନେଜର ଅଜତ୍ କୁମାର ପଧାନଙ୍କୁ ନିଲମ୍ବିତ କରାଯାଇଛି । ଜଣେ ଶତାୟୁ ବୃଦ୍ଧାଙ୍କୁ ଭତ୍ତା ଟଙ୍କା ଉଠାଣ ପାଇଁ ବ୍ୟକ୍ତିଗତ ଭାବେ ବ୍ୟାଙ୍କରେ ହାଜର ହେବା ପାଇଁ ବ୍ୟାଙ୍କ୍ ଶାଖା ପକ୍ଷରୁ କୁହାଯିବା ପରେ ବୃଦ୍ଧାଙ୍କ ଭିନ୍ନକ୍ଷମ ଝିଅ ତାଙ୍କୁ ଏକ ଦଉଡ଼ିଆ ଖଟିଆରେ ଘୋଷାଡ଼ି ଘୋଷାଡ଼ି ନେବା ଘଟଣା ଦୃଷ୍ଟିକୁ ଆସିଥିଲା । ତା’ ପରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି ।
ଏହି ଦୁର୍ଭାଗ୍ୟଜନକ ଘଟଣାକୁ ରାଜ୍ୟ ସରକାର ଅତ୍ୟନ୍ତ ଗୁରୁତ୍ୱର ସହ ଗ୍ରହଣ କରି ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ଅଧ୍ୟକ୍ଷଙ୍କୁ ରବିବାର ଦିନ ଘଟଣାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ କରିଥିଲେ । ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଦ୍ୱାରା ଅନୁସନ୍ଧାନ ପରେ ବ୍ରାଞ୍ଚ ମ୍ୟାନେଜର ଅଜିତ ପଧାନଙ୍କୁ ନିଲମ୍ବନ କରାଯାଇଛି ଓ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଶତାୟୁ ମହିଳା ଲଭେ ବଘେଲଙ୍କୁ ତାଙ୍କ ୬୦-ବର୍ଷୀୟା ଭିନ୍ନକ୍ଷମ ଝିଅ ଗୁଞ୍ଜିମତୀ ଶିଖା ପାଖାପାଖି ଅଧ କିଲୋମିଟର୍ ବାଟ ଖଟିଆରେ ଶୁଆଇ ଟାଣି ଟାଣି ନେଇ ବ୍ୟାଙ୍କ୍ ବ୍ରାଞ୍ଚରେ ପହଞ୍ଚାଇଥିଲେ । ବ୍ୟାଙ୍କରୁ ଟଙ୍କା ଉଠାଇବା ପାଇଁ ବୃଦ୍ଧା ଜଣଙ୍କୁ ଟଣା ହେଉଥିବାର ଏହି ହୃଦୟବିଦାରକ ଘଟଣା ନେଇ ସାରା ଦେଶରେ ପ୍ରଶ୍ନ ଉଠିଥିଲା ।

ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ନୂଆପଡ଼ା ବର ଗାଁ ବ୍ରାଞ୍ଚ
ନୂଆପଡ଼ା ଜିଲ୍ଲା ବରର୍ଗାଁର ଲଭେ ବାଘେଲଙ୍କ ଜନଧନ ଯୋଜନାର ଖାତାକୁ ତିନି ମାସରେ ଭତ୍ତା ରୂପେ ୧,୫୦୦ ଟଙ୍କା ଆସିଥିଲା । ସେହି ଟଙ୍କା ଉଠାଇବା ପାଇଁ ତାଙ୍କ ଝିଅ ସ୍ଥାନୀୟ ଉକ୍ରଳ ଗ୍ରାମ୍ୟ ବ୍ୟାଙ୍କ ଶାଖାକୁ ଯାଇଥିଲେ । ବ୍ୟାଙ୍କ କର୍ମଚାରୀ କହିଲେ ମା’ ନ ଆସିଲେ ଟଙ୍କା ମିଳିବ ନାହିଁ ।
‘‘ଗାଡ଼ିଘୋଡ଼ା କରିବାକୁ ଟଙ୍କା ନ ଥିଲା । ଆଉ ମା’କୁ ବ୍ୟାଙ୍କ ନ ପହଞ୍ଚାଇଲେ ଟଙ୍କା ମିଳିବ ନାହିଁ । ବାଧ୍ୟ ହୋଇ ମୁଁ ମା’କୁ ଦଉଡ଼ିଆ ଖଟିଆରେ ଟାଣି ଟାଣି ପ୍ରାୟ ଅଧା କିଲୋମିଟର ରାସ୍ତା ପାର୍ କରି ବ୍ୟାଙ୍କ୍ ଯାଏ ନେଇଥିଲି,’’ କହିଛନ୍ତି ତାଙ୍କ ଝିଅ ଗୁଞ୍ଜିମତୀ ଶିଖା ।
ମୁଖ୍ୟ ଶାସନ ସଚିବ ସମସ୍ତ ସରକାରୀ, ବେସରକାରୀ ଓ ଗ୍ରାମୀଣ ବ୍ୟାଙ୍କର ମୁଖ୍ୟମାନଙ୍କୁ ଚିଠି ଲେଖି ବୟସ୍କ ଲୋକଙ୍କ ଦ୍ଵାରକୁ ବ୍ୟାଙ୍କ ସେବା ପହଞ୍ଚାଇବା ପାଇଁ କହିଥିଲେ । ତା’ ସତ୍ତ୍ୱେ ବୟସାଧିକ୍ୟ କାରଣରୁ ଚାଲି ବୁଲି ପାରୁ ନ ଥିବା ଲୋକଙ୍କୁ ବି ବ୍ୟାଙ୍କ ଯିବାକୁ ବାଧ୍ୟ କରାଯାଉଛି । କରୋନା ଭାଇରସ୍ ମହାମାରୀ ବେଳେ ମଣିଷ କେତେ ଅସହାୟ ହୋଇଯାଏ ଓ ଦାରିଦ୍ର୍ୟ ମଣିଷକୁ ମେମିତି ଦୁଃଖ ଦେଇପାରେ ନୂଆପଡ଼ାରୁ ଆସିଥିବା ଏହି ଚିତ୍ର ତାହା ବୟାନ କରିଥିଲା । ସ୍ଥାନୀୟ ବିଧାୟକ ଅଧିରାଜ ପାଣିଗ୍ରାହୀ ଏହି ଘଟଣାର ତଦନ୍ତ ଦାବି କରିଥିଲେ ।
ଏହା ବି ପଢ଼ନ୍ତୁ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେକାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତିଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲାସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛିହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେକରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେକରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲାPublished by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।