Bank Holidays: ମେ' ମାସରେ ଏତିକି ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ; ଦେଖନ୍ତୁ ଛୁଟିଦିନର ସମ୍ପୂର୍ଣ୍ଣ List

Bank Holidays List May 2021: କରୋନା ଦ୍ୱିତୀୟ ଲହର (Corona Second Wave) ଦେଶରେ ହଇଚଇ ସୃଷ୍ଟି କରୁଛି । ଚଳିତ ବର୍ଷ ମେ' ମାସ (May 2021) ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । ବିଶେଷଜ୍ଞଙ୍କ ଅନୁଯାୟୀ ମେ' ମାସ ମଧ୍ୟଭାଗ ପର୍ଯ୍ୟନ୍ତ କରୋନା ଏହାର ଶିଖରରେ ରହିବ । ଏଭଳି ପରିସ୍ଥିତିରେ ମେ' ମାସରେ ବ୍ୟାଙ୍କ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଘରୁ ବାହାରିବା ପୂର୍ବରୁ ଛୁଟିଦିନର ସମ୍ପୂର୍ଣ୍ଣ ଲିଷ୍ଟ ଯାଞ୍ଚ କରନ୍ତୁ ।

Bank Holidays: ମେ' ମାସରେ ଏତିକି ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ; ଦେଖନ୍ତୁ ଛୁଟିଦିନର ସମ୍ପୂର୍ଣ୍ଣ List
ମେ' ମାସରେ ଏତିକି ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ
  • News18 Odia
  • Last Updated: April 25, 2021, 9:59 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: କରୋନା ଦ୍ୱିତୀୟ ଲହର (Corona Second Wave) ଦେଶରେ ହଇଚଇ ସୃଷ୍ଟି କରୁଛି । ଚଳିତ ବର୍ଷ ମେ' ମାସ (May 2021) ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । ବିଶେଷଜ୍ଞଙ୍କ ଅନୁଯାୟୀ ମେ' ମାସ ମଧ୍ୟଭାଗ ପର୍ଯ୍ୟନ୍ତ କରୋନା ଏହାର ଶିଖରରେ ରହିବ । ଏଭଳି ପରିସ୍ଥିତିରେ ସାରା ଦେଶରେ କରୋନା ପ୍ରୋଟୋକଲକୁ କଡାକଡି ଭାବେ ପାଳନ କରାଯିବ । ଏହି ସମୟରେ ବ୍ୟାଙ୍କଗୁଡିକର କାର୍ଯ୍ୟକାରିତା ହ୍ରାସ କରିବାକୁ ମଧ୍ୟ ଆଲୋଚନା ହେଉଛି । ବ୍ୟାଙ୍କଗୁଡିକର ଏକ ସଂସ୍ଥା SLBS, ବ୍ୟାଙ୍କଗୁଡିକର କାର୍ଯ୍ୟକାରିତାକୁ ୪ ଘଣ୍ଟା ହ୍ରାସ କରିବାକୁ ଅନେକ ରାଜ୍ୟକୁ ନିବେଦନ କରିଛି । ଏସବୁ ମଧ୍ୟରେ ଯଦି ଆପଣଙ୍କର ମେ' ମାସରେ ବ୍ୟାଙ୍କଗୁଡିକ ସମ୍ବନ୍ଧୀୟ ଆବଶ୍ୟକୀୟ କାର୍ଯ୍ୟ ଅଛି । ତେବେ ଆପଣ ବ୍ୟାଙ୍କଗୁଡିକର ଛୁଟିଦିନ (RBI Bank Holidays List) ଅନୁଯାୟୀ ଘରୁ ବାହାରକୁ ଯାଇ ଆପଣଙ୍କର କାର୍ଯ୍ୟ ପରିଚାଳନା କରିବା ଉଚିତ୍ । ବ୍ୟାଙ୍କ ଛୁଟି ଲିଷ୍ଟକୁ ଦେଖି ଆପଣ ଆପଣଙ୍କ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ସମାପ୍ତ କରିପାରିବ । ମେ' ମାସରେ ଇଦ୍, ଅକ୍ଷୟ ତୃତୀୟା ଓ ବୁଦ୍ଧ ପୂର୍ଣ୍ଣିମା ସମେତ ଅନେକ ପର୍ବ ଅଛି । ଏହି ଦିନ ମାନଙ୍କରେ ବ୍ୟାଙ୍କଗୁଡିକ ଅନେକ ରାଜ୍ୟରେ ବନ୍ଦ ରହିବ ।

ସମସ୍ତ ରାଜ୍ୟ ପାଇଁ ଭିନ୍ନ ନିୟମ
ଆରବିଆଇ ୱେବସାଇଟ୍ ଅନୁଯାୟୀ, ମେ' ମାସରେ ବ୍ୟାଙ୍କ ମୋଟ ୫ ଦିନ ପାଇଁ ବନ୍ଦ (Bank Holidays List May 2021) ରହିବ । ଅବଶ୍ୟ ଆରବିଆଇ ୱେବସାଇଟରେ ଦିଆଯାଇଥିବା ଛୁଟି ତାଲିକାରେ କିଛି ଛୁଟି ଅଛି ଯାହା କେବଳ ସ୍ଥାନୀୟ ରାଜ୍ୟ ସ୍ତରରେ ପ୍ରଭାବଶାଳୀ ଅଟେ । ସମସ୍ତ ରାଜ୍ୟରେ ୫ ଦିନିଆ ଛୁଟି ରହିବ ନାହିଁ କାରଣ ସମଗ୍ର ରାଜ୍ୟରେ କିଛି ପର୍ବ କିମ୍ବା ଉତ୍ସବ ଏକାଠି ପାଳନ କରାଯାଇ ନ ଥାଏ ।

ଏଠାରେ ଦେଖନ୍ତୁ ବ୍ୟାଙ୍କ ଛୁଟିଦିନର ସମ୍ପୂର୍ଣ୍ଣ ଲିଷ୍ଟ

>> ୧ ମେ' ୨୦୨୧ ହେଉଛି ମହାରାଷ୍ଟ୍ର ଦିବସ / ମେ' ଦିନ । ଏହି ଦିନ ଶ୍ରମ ଦିବସ ପାଳନ କରାଯାଏ । ଏହି ଦିନ କେତେକ ରାଜ୍ୟର ବ୍ୟାଙ୍କ ବନ୍ଦ ରହିବ । ଯେପରିକି କୋଲକାତା, କୋଚି, ମୁମ୍ବାଇ, ନାଗପୁର, ପାନଜୀ, ପାଟନା, ଚେନ୍ନାଇ, ଥିରୁବନନ୍ତପୁରମ୍, ହାଇଦ୍ରାବାଦ, ଗୁଆହାଟି, ଇମ୍ଫାଲ, ବେଙ୍ଗାଲୁରୁ ଓ ବେଲାପୁର ।

>> ୭ ମେ' 2021 ରେ Jumat-ul-Vida ଅବସରରେ ବ୍ୟାଙ୍କଗୁଡିକ ବନ୍ଦ ରହିବ । ଏହି ଦିନ ଶୁକ୍ରବାର । ରମଜାନର ଶେଷ ଜୁମ୍ମା ନମାଜ ଦିଆଯିବ । ଏହି ଅବସରରେ କେବଳ ଜମ୍ମୁ ଓ ଶ୍ରୀନଗରର ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ ।

>> ୧୩ ମେ' ୨୦୨୧ ରେ ଇଦ-ଉଲ୍-ଫିତର ପଡୁଛି । ଏଭଳି ପରିସ୍ଥିତିରେ ଏହି ଦିନ ବେଲାପୁର, ଜମ୍ମୁ, କୋଚି, ମୁମ୍ବାଇ, ନାଗପୁର, ଶ୍ରୀନଗର ଓ ତିରୁବନନ୍ତପୁରମରେ ବ୍ୟାଙ୍କ ବନ୍ଦ ରହିବ ।

>> ୧୪ ମେ' ୨୦୨୧ ରେ ଭଗବାନ ଶ୍ରୀ ପର୍ଶୁରାମ ଜୟନ୍ତୀ / ରମଜାନ-ଇଦ୍ (Eid-UI-Fitra /Basava ) ଓ ଅକ୍ଷୟ ତୃତୀୟା । ଏହି ଦିନ ଶୁକ୍ରବାର ଦିନ ପଡୁଛି । ଅନେକ ସହରରେ ବ୍ୟାଙ୍କଗୁଡିକରେ କୌଣସି କାମ କାର୍ଯ୍ୟ ହେବ ନାହିଁ ।

- ୨୬ ମେ' ୨୦୨୧ ରେ ବୁଦ୍ଧ ପୂର୍ଣ୍ଣିମା ପଡୁଛି । ଏହି ଦିନ ଅଗରତାଲା, ବେଲାପୁର, ଭୋପାଳ, ଚଣ୍ଡିଗଡ଼, ଦେହରାଡୁନ୍, ଜମ୍ମୁ, କାନପୁର, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ, ନାଗପୁର, ନୂଆଦିଲ୍ଲୀ, ରାୟପୁର, ରାଞ୍ଚି, ଶିମଲା ଓ ଶ୍ରୀନଗରରେ ବ୍ୟାଙ୍କ ବନ୍ଦ ରହିବ ।

ଏପରିକି ଏହି ଦିନ କାମ ହେବ ନାହିଁ
ବ୍ୟାଙ୍କ ଛୁଟି ବ୍ୟତୀତ ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାର ୮ ଓ ୨୨ ମେ'ରେ ପଡୁଛି । ଏହି ଦିନ ବ୍ୟାଙ୍କଗୁଡ଼ିକରେ କୌଣସି କାମ ହେବ ନାହିଁ । ଏହା ବ୍ୟତୀତ ୨, ୯, ୧୬, ୨୩ ଓ ୩୦ ମେ' ରେ ରବିବାର ଛୁଟି ଅଛି ।

NOTE - Bank Holidays ର ଏହି ଲିଷ୍ଟ RBI ୱେବସାଇଟରୁ ନିଆଯାଇଛି ।
Published by: Jagdish Barik
First published: April 25, 2021, 9:59 AM IST