• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ଜଲ୍ଦି ସାରି ଦିଅନ୍ତୁ ବ୍ୟାଙ୍କ ସହିତ ଜଡିତ ସମସ୍ତ କାମ; ୨୭ ମାର୍ଚ୍ଚରୁ ୪ ଏପ୍ରିଲ ପର୍ଯ୍ୟନ୍ତ ୭ ଦିନ ବନ୍ଦ ରହିବ ବ୍ୟାଙ୍କ

ଜଲ୍ଦି ସାରି ଦିଅନ୍ତୁ ବ୍ୟାଙ୍କ ସହିତ ଜଡିତ ସମସ୍ତ କାମ; ୨୭ ମାର୍ଚ୍ଚରୁ ୪ ଏପ୍ରିଲ ପର୍ଯ୍ୟନ୍ତ ୭ ଦିନ ବନ୍ଦ ରହିବ ବ୍ୟାଙ୍କ

ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡିତ କୌଣସି କାମ ବାକି ଅଛି ତେବେ ତୁରନ୍ତ ଏହାକୁ ଶେଷ କରି ଦିଅନ୍ତୁ । କାରଣ ମାର୍ଚ୍ଚ ୨୭ ରୁ ଏପ୍ରିଲ ୪ ମଧ୍ୟରେ ବ୍ୟାଙ୍କ କେବଳ ଦୁଇ ଦିନ ଖୋଲା ରହିବ ।

୭ ଦିନ ବନ୍ଦ ରହିବ ବ୍ୟାଙ୍କ

୭ ଦିନ ବନ୍ଦ ରହିବ ବ୍ୟାଙ୍କ

  • Share this:
News18 Odia Digital
ନୂଆ ଦିଲ୍ଲୀ: ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡିତ କୌଣସି କାମ ବାକି ଅଛି ତେବେ ତୁରନ୍ତ ଏହାକୁ ଶେଷ କରି ଦିଅନ୍ତୁ । କାରଣ ମାର୍ଚ୍ଚ ୨୭ ରୁ ଏପ୍ରିଲ ୪ ମଧ୍ୟରେ ବ୍ୟାଙ୍କ କେବଳ ଦୁଇ ଦିନ ଖୋଲା ରହିବ । ମାର୍ଚ୍ଚ ୨୭ ରେ ମାସର ଚତୁର୍ଥ ଶନିବାର ଯୋଗୁଁ ବ୍ୟାଙ୍କଗୁଡିକ ବନ୍ଦ ରହିବ । ଏହା ପରେ ରବିବାର ହେଉଛି ବ୍ୟାଙ୍କ ଛୁଟିଦିନ । ଏଥି ସହିତ ସୋମବାର ଦିନ ହୋଲି ଯୋଗୁଁ ଏହା ବନ୍ଦ ରହିବ । ଏପରି ପରିସ୍ଥିତିରେ ଆପଣଙ୍କୁ ଆରବିଆଇ ବ୍ୟାଙ୍କ ଛୁଟି ତାଲିକା ଅନୁଯାୟୀ ଆପଣଙ୍କ ବ୍ୟାଙ୍କ ସହ ଜଡିତ କାର୍ଯ୍ୟ ପରିଚାଳନା କରିବାକୁ ପଡିବ । ଜାଣନ୍ତୁ କେବେ ଓ କେଉଁଠାରେ ବ୍ୟାଙ୍କଗୁଡିକ ବନ୍ଦ ରହିବ ...

୭ ଦିନରେ ଏହି ଦୁଇ ଦିନ ରହିବ ଖୋଲା
ବ୍ୟାଙ୍କ କେବଳ ମାର୍ଚ୍ଚ ୩୦ ଓ ଏପ୍ରିଲ ୩ ରେ କାର୍ଯ୍ୟ କରିବ । ମାର୍ଚ୍ଚ ୩୧ ରେ ବ୍ୟାଙ୍କରେ କୌଣସି ଛୁଟି ନାହିଁ କିନ୍ତୁ କାମ ହେବ ନାହିଁ । ଆର୍ଥିକ ବର୍ଷର ଶେଷ ଦିନ ଯୋଗୁଁ ଗ୍ରାହକଙ୍କ ସହ ଜଡିତ କାମ ହୋଇପାରେ ନାହିଁ ।

ସମ୍ପୂର୍ଣ୍ଣ ତାଲିକା ଦେଖନ୍ତୁ
>> ୨୭ ମାର୍ଚ୍ଚ - ମାସର ଶେଷ ଶନିବାର ଥିବାରୁ ବ୍ୟାଙ୍କଗୁଡିକ ବନ୍ଦ ରହିବ
>> ୨୮ ମାର୍ଚ୍ଚ - ରବିବାର
>> ୨୯ ମାର୍ଚ୍ଚ - ହୋଲି ଛୁଟି
>> ୩୦ ମାର୍ଚ୍ଚ - ପାଟନାରେ ବ୍ୟାଙ୍କଗୁଡିକ ବନ୍ଦ ରହିବ
>> ୩୧ ମାର୍ଚ୍ଚ - ଆର୍ଥିକ ବର୍ଷର ଶେଷ ଦିନ
>> ୧ ଏପ୍ରିଲ୍ - ଏପ୍ରିଲ୍ ୧ ହେଉଛି ବ୍ୟାଙ୍କର ବାର୍ଷିକ ଖାତାର ଶେଷ ଦିନ
>> ୨ ଏପ୍ରିଲ୍ - ୨ ଏପ୍ରିଲ୍ ହେଉଛି ଶୁକ୍ରବାରର ଛୁଟିଦିନ
>> ୩ ଏପ୍ରିଲ୍ - ଏପ୍ରିଲ୍ ୩ ଏକ ଶନିବାର । କିନ୍ତୁ ଏହା ପ୍ରଥମ ଶନିବାର, ତେଣୁ ବ୍ୟାଙ୍କଗୁଡିକ ଖୋଲା ରହିବ ।
>> ୪ ଏପ୍ରିଲ୍ - ଏପ୍ରିଲ୍ ୪ ରେ ରବିବାର ପଡୁଛି । ତେଣୁ ବ୍ୟାଙ୍କଗୁଡିକ ବନ୍ଦ ରହିବ ।

ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ବ୍ୟାଙ୍କ କ୍ୟାଲେଣ୍ଡର ପ୍ରକାଶ କରିଛି ଯେଉଁଥିରେ କେଉଁ ବ୍ୟାଙ୍କଗୁଡିକ କାମ କରିବ ନାହିଁ ସେ ବିଷୟରେ ଉଲ୍ଲେଖ କରାଯାଇଛି । ବ୍ୟାଙ୍କ ଗ୍ରାହକ ମାନେ ଧ୍ୟାନ ଦେବା ଆବଶ୍ୟକ ଯେ ଆସନ୍ତା ମାର୍ଚ୍ଚ ଓ ଏପ୍ରିଲ ସପ୍ତାହରେ ଛୁଟିଦିନ ୧୧ ଦିନ ପାଳନ କରାଯିବ ।
Published by:Jagdish Barik
First published: