Bank Holidays: ମାର୍ଚ୍ଚରେ ୧୧ ଦିନ ବନ୍ଦ ରହିବ ବ୍ୟାଙ୍କ; ଲିଷ୍ଟ ଚେକ୍ କରି ସାରି ଦିଅନ୍ତୁ ସମସ୍ତ ଗୁରୁତ୍ୱପୂର୍ଣ୍ଣ କାମ

ସାଧାରଣତଃ ମାସର ପ୍ରତ୍ୟେକ ରବିବାର ଓ ଦ୍ୱିତୀୟ ଶନିବାରରେ ବ୍ୟାଙ୍କଗୁଡିକ ବନ୍ଦ ରହିଥାଏ । ଏହା ବ୍ୟତୀତ ମାର୍ଚ୍ଚ ମାସରେ ପଡୁଥିବା ଏହି ପର୍ବ ଅନୁଯାୟୀ ଦେଶର ବିଭିନ୍ନ ଅଞ୍ଚଳରେ ବ୍ୟାଙ୍କ ବନ୍ଦ ରହିବ ।

Bank Holidays: ମାର୍ଚ୍ଚରେ ୧୧ ଦିନ ବନ୍ଦ ରହିବ ବ୍ୟାଙ୍କ; ଲିଷ୍ଟ ଚେକ୍ କରି ସାରି ଦିଅନ୍ତୁ ସମସ୍ତ ଗୁରୁତ୍ୱପୂର୍ଣ୍ଣ କାମ
ମାର୍ଚ୍ଚ ମାସରେ ୧୧ ଦିନ ବନ୍ଦ ରହିବ ବ୍ୟାଙ୍କ
  • News18 Odia
  • Last Updated: February 24, 2021, 11:52 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ମାର୍ଚ୍ଚ ମାସ ହେଉଛି ଆର୍ଥିକ ବର୍ଷର ଶେଷ ମାସ । ଏହି ମାସରେ ବ୍ୟାଙ୍କଗୁଡିକ ସହିତ ଜଡିତ କାର୍ଯ୍ୟ ସାଧାରଣତ ଟିକେ ବୃଦ୍ଧି ପାଇଥାଏ । ମାର୍ଚ୍ଚ ମାସରେ ବ୍ୟାଙ୍କ ଗୁଡି଼କ ୧୧ ଦିନ ପାଇଁ ବନ୍ଦ ରହିବ । ଏପରି ପରିସ୍ଥିତିରେ ଯଦି ଆପଣଙ୍କୁ ବ୍ୟାଙ୍କ ଶାଖାକୁ ଯାଇ କୌଣସି ବ୍ୟାଙ୍କିଙ୍ଗ୍ କାର୍ଯ୍ୟ ସାରିବାକୁ ଥାଏ । ତେବେ ଏହା ନିଶ୍ଚିତ ଭାବରେ ଜାଣିବା ଦରକାର ଯେ ସେହି ଦିନ ବ୍ୟାଙ୍କ ଖୋଲା ଅଛି କି ନାହିଁ । ଆରବିଆଇ ଗାଇଡଲାଇନ ଅନୁଯାୟୀ ଦେଶରେ କାର୍ଯ୍ୟ କରୁଥିବା ବ୍ୟାଙ୍କଗୁଡିକ ରବିବାର ବ୍ୟତୀତ ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାର ଦିନ ବନ୍ଦ ରହିଥାଏ । ମାର୍ଚ୍ଚରେ କିଛି ଅତିରିକ୍ତ ଛୁଟି ଓ କିଛି ଆଞ୍ଚଳିକ ପର୍ବ ରହିଛି । ଏହି ପର୍ବଗୁଡ଼ିକରେ ଦେଶର କେତେକ ରାଜ୍ୟରେ ବ୍ୟାଙ୍କଗୁଡ଼ିକ ଛୁଟିଦିନ ପାଇବେ ।

ଜାଣନ୍ତୁ ମାର୍ଚ୍ଚ ମାସରେ କେଉଁ ତାରିଖରେ ବ୍ୟାଙ୍କଗୁଡିକ ବନ୍ଦ ହେବାକୁ ଯାଉଛି ...

ମାର୍ଚ୍ଚ ୫: ମାର୍ଚ୍ଚରେ Chapchar Kut ପଡୁଛି । ଏହି ଦିନ Aizawl ସମସ୍ତ ବ୍ୟାଙ୍କ ( ଆଇଜାୱଲ୍ - ମିଜୋରାମର ରାଜଧାନୀ) ବନ୍ଦ ରହିବ ।
ମାର୍ଚ୍ଚ ୧୧: ମହାଶିବରାତ୍ରି (Mahashivratri) ୧୧ ମାର୍ଚ୍ଚରେ ପଡୁଛି । ଏହି ଦିନ ଦେଶର ଅନେକ ରାଜ୍ୟରେ ବ୍ୟାଙ୍କଗୁଡିକରେ କାର୍ଯ୍ୟ ବନ୍ଦ ରହିବ ।
ମାର୍ଚ୍ଚ ୧୩: ମାସର ଦ୍ୱିତୀୟ ଶନିବାର ହୋଇଥିବାରୁ ବ୍ୟାଙ୍କ ବନ୍ଦ ରହିବ ।
ମାର୍ଚ୍ଚ ୧୪: ରବିବାର ଯୋଗୁଁ ବ୍ୟାଙ୍କଗୁଡିକ ସାପ୍ତାହିକ ଛୁଟି ପାଇବେ ।
ମାର୍ଚ୍ଚ ୧୫: ସୋମବାର ମାର୍ଚ୍ଚ ୧୫ ରେ କିଛି ବ୍ୟାଙ୍କ ୟୁନିଅନ ଧର୍ମଘଟ ଘୋଷଣା କରିଛନ୍ତି
ମାର୍ଚ୍ଚ ୨୧: ରବିବାର ଯୋଗୁଁ ବ୍ୟାଙ୍କଗୁଡିକ ସାପ୍ତାହିକ ଛୁଟି ପାଇବେ ।
ମାର୍ଚ୍ଚ ୨୨: ମାର୍ଚ୍ଚ ୨୨ ହେଉଛି ବିହାର ଦିବସ । ଏଭଳି ପରିସ୍ଥିତିରେ ବିହାର ରାଜ୍ୟରେ ଲଗାତାର ୨ ଦିନ ବ୍ୟାଙ୍କ ବନ୍ଦ ରହିବ ।
ମାର୍ଚ୍ଚ ୨୭: ମାର୍ଚ୍ଚ ୨୭ ରେ ଚତୁର୍ଥ ଶନିବାର ହେତୁ ସମଗ୍ର ଦେଶରେ ବ୍ୟାଙ୍କ ବନ୍ଦ ରହିବ ।
ମାର୍ଚ୍ଚ ୨୮: ମାର୍ଚ୍ଚ ୨୮ ରବିବାର ଅଟେ । ତେଣୁ ଦେଶର କେତେକ ରାଜ୍ୟରେ ଲଗାତାର ୪ ଦିନ ବ୍ୟାଙ୍କ ବନ୍ଦ ରହିବ ।
୨୯ ଓ ୩୦ ମାର୍ଚ୍ଚ: ୨୯ ଓ ୩୦ ମାର୍ଚ୍ଚରେ ହୋଲି ପର୍ବ ଯୋଗୁଁ ବ୍ୟାଙ୍କଗୁଡିକ ଛୁଟିଦିନ ପାଇବେ ।
Published by: Jagdish Barik
First published: February 24, 2021, 11:52 AM IST