News18 Odia Digital
ଢେଙ୍କାନାଳ: ଏକ ବଡ଼ ଧରଣର ଲୁଟ୍ ଉଦ୍ୟମକୁ ପଣ୍ଡ କରିବାରେ ଢେଙ୍କାନାଳ ପୋଲିସକୁ ବଡ଼ ସଫଳତା ମିଳିଛି। ଏକ ଟଙ୍କା ଭର୍ତ୍ତି ବ୍ୟାଙ୍କ୍ ଗାଡି଼କୁ ଲୁଟିନେଉଥିବା ବେଳେ ଧରାପଡ଼ିଛନ୍ତି ଦୁର୍ବୁତ୍ତ । ଲୁଟ୍ ହୋଇଥିବା ଟଙ୍କା ମଧ୍ୟରୁ କୋଟିଏ ଟଙ୍କାରୁ ଅଧିକ ବି ଜବତ କରିଛି ପୋଲିସ ।
ଏହି ଘଟଣାରେ ସାମିଲ୍ ଥିବା ତିନି ଜଣ ଦୁର୍ବୃତ୍ତ ଧରା ପଡ଼ିଥିବା ବେଳେ ଜଣେ ଫେରାର୍ ହୋଇଯାଇଛି । ଦୁର୍ବୃତ୍ତମାନେ ନେଇ ଆସିଥିବା କାର୍ ସହ ଚାରିଟି ବନ୍ଧୁକ ଓ ଅନ୍ୟ ମାରଣାସ୍ତ୍ର ବି ଜବତ କରିଛି ପୋଲିସ । ସୋମବାର ଅପରାହ୍ଣ ୨ଟା ବେଳେ ଆଠଗଡ଼ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଏସ୍.ବି.ଆଇ.) ବ୍ରାଞ୍ଚରୁ ଟଙ୍କା ଭର୍ତ୍ତି ଗାଡି଼ ନେଇ ଡ୍ରାଇଭର୍ ଓ ସିକ୍ୟୁରିଟି ଗାର୍ଡ଼ ତିଗିରିଆ ଅଭିମୁଖେ ବାହାରିବା ପରେ ଗାଡ଼ିରୁ ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ୍ତମାନେ ।
ଏହା ବି ପଢ଼ନ୍ତୁ | ଲାଲୁ ଯାଦବଙ୍କ ପରିବାରରେ ଫାଟ ଦିଶିଲା; ବଡ଼ ପୁ୍ଅ ତେଜ ପ୍ରତାପ ଯାଦବ ପାର୍ଟିରୁ ବାହାରିଗଲେପୋଲିସଠାରୁ ମିଳିଥିବା ସୂଚନା ଅନୁସାରେ ଖୁଣ୍ଟୁକଟା ନିକଟରେ ଡ୍ରାଇଭର୍ ଓ ସିକ୍ୟୁରିଟି ଗାର୍ଡ଼ ଗାଡ଼ି ରଖି ଖାଉଥିବା ବେଳେ ଦୁର୍ବୃତ୍ତମାନେ ଦୁହିଁଙ୍କ ଉପରେ ମରାଣନ୍ତକ ଆକ୍ରମଣ କରିଥିଲେ ଓ ବ୍ୟାଙ୍କ୍ ଗାଡ଼ିକୁ ନେଇଯାଇଥିଲେ । ଖବର ପାଇ ଆଠଗଡ଼ ପୋଲିସ ଲୁଟ୍ ହୋଇଥିବା ଗାଡ଼ିର ପିଛା କରିଥିଲା । ଏହାପରେ

ଏହି କାରରେ ଦୁର୍ବୃତ୍ତମାନେ ଟଙ୍କା ନେଇ ଚାଲିଯାଉଥିଲେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | Lionfish Power: ୟାକୁ ଛୁଇଁବା ମାତ୍ରେ ମୃତ୍ୟୁ ହୁଏ; ମାତ୍ର ୬ ଇଞ୍ଚର ଏହି ମାଛ ସାକ୍ଷାତ ଯମ ଦୂତଚାଲାକି ଦେଖାଇ ଦୁର୍ବୃତ୍ତମାନେ ବାଟରେ ବ୍ୟାଙ୍କ୍ ଗାଡ଼ିକୁ ଛାଡ଼ି ଟଙ୍କା ଭର୍ତ୍ତି ବ୍ୟାଗକୁ ନେଇ ଆଉ ଏକ କାରରେ ସ୍ଥାନୀୟ ଶଙ୍କରପୁର ଦେଇ ଢେଙ୍କାନାଳ ଯାଇଥିଲେ । ହେଲେ ଢେଙ୍କାନାଳ ସଦର ଥାନା ପୋଲିସ ଖବର ପାଇ ଦୁର୍ବୃତ୍ତଙ୍କ କାରକୁ ପିଛା କରିଥିଲା । ହେଲେ ଭୋଜଦେଇପୁର ନିକଟରେ ଢେଙ୍କାନାଳ ଓ ଆଠଗଡ଼ ପୋଲିସ ମିଶି ସେହି କାରକୁ ଅଟକାଇଥିଲେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଅଭିନେତ୍ରୀ ସୋଫି ଚୌଧୁରୀ ମାଳଦ୍ୱୀପରୁ ଶେୟାର୍ କଲେ ଫଟୋ; ବଢ଼ାଇଲେ ଇଣ୍ଟରନେଟର ଉତ୍ତାପଦୁଇ ଥାନାର ପୋଲିସର ମିଳିତ ଚଢ଼ାଉରେ ତିନି ଜଣ ଲୁଟେରା ଧରା ପଡ଼ିଯାଇଥିଲେ, ହେଲେ ଜଣେ ଫେରାର୍ ହେବାରେ ସଫଳ ହୋଇଥିଲା । ବ୍ୟାଙ୍କ୍ ଗାଡ଼ିରେ ଥିବା ବ୍ୟାଗ୍ରେ ୧ କୋଟି ୨୯ ଲକ୍ଷ ଟଙ୍କା ଥିଲା । ସେଥିରୁ ଏକ କୋଟି ୫ ଲକ୍ଷ ଟଙ୍କା ଜବତ ହୋଇଛି ବୋଲି କହିଛନ୍ତି କେନ୍ଦ୍ରାଞ୍ଚଳ ପୋଲିସ ଆଇ.ଜି. ନରସିଂହ ଭୋଳ ।
ଏହା ବି ପଢ଼ନ୍ତୁ | ପୁରୁଷମାନଙ୍କର ଏହି ସମସ୍ୟା ଯୋଗୁଁ ମହିଳାମାନଙ୍କର ବାରମ୍ବାର ଗର୍ଭପାତ ହୁଏ: ଗବେଷଣାରୁ ଜଣାପଡ଼ିଲାଗିରଫ ଲୁଟେରାମାନେ ଆଠଗଡ଼, କନ୍ଧମାଳ ଓ ନୟାଗଡ଼ ଆଦି ଅଞ୍ଚଳର ତିନି ଜଣ କୁଖ୍ୟାତ ଅପରାଧୀ ଭାବେ ଜଣାଶୁଣା ବୋଲି ପୋଲିସ କହିଛି । ପୋଲିସର ଏହି ଅପରେସନ୍ ବେଳେ ସ୍ଥାନୀୟ ଲୋକେ ବି ପୋଲିସକୁ ସହଯୋଗ କରିଥିଲେ । ଡିଜିପି ଅଭୟ ଢେଙ୍କାନାଳ ଓ କଟକ ଜିଲ୍ଲା ପୋଲିସର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।