News18 Odia Digital
ଭୁବନେଶ୍ବର: ବଢୁଛି ବଞ୍ଜାରାଙ୍କ ସଂଖ୍ୟା l ଭୁବନେଶ୍ୱରରେ ରହିବାକୁ ମିଳୁଛି ସ୍ଥାୟୀ ପ୍ରମାଣ ପତ୍ର, ହେଲେ କିଏ କେଉଁଠି ବେଆଇନ ଭାବେ ସରକାରୀ ଜାଗାରେ ରହୁଛନ୍ତି l ସେପଟେ ବେଆଇନ ଘର ନିର୍ମାଣ ପାଇଁ ବିଏମସି, ବିଡିଏ ଟିମ୍ ଜବରଦଖଲ ଉଚ୍ଛେଦ ପାଇଁ ଯାଇଥିଲେ, ଶେଷରେ ଖାଲି ହାତରେ ଫେରିଛନ୍ତି।
ହାତରେ ଅଛି ଆଧାର କାର୍ଡ। କେଉଁ ବସ୍ତିର ବାସିନ୍ଦା ତାହା ମଧ୍ୟ ପ୍ରମାଣ ପତ୍ରରେ ଉଲ୍ଲେଖ। ସ୍ଥାୟୀ ଘର ନାହିଁ ହେଲେ ଅଛି ସ୍ଥାୟୀ ପ୍ରଣାମପତ୍ର ଅଛି l ଗୋଟିଏ ବସ୍ତିର ପ୍ରମାଣ ପତ୍ର, ମେଳି ବାନ୍ଧି ରହୁଛନ୍ତି ଅନ୍ୟ ସ୍ଥାନରେ। ତେବେ ଏଠି ପ୍ରଶ୍ନ ଉଠୁଛି ଏମାନଙ୍କୁ ପ୍ରମାଣ ପତ୍ର କେଉଁ ଆଧାରରେ ମିଳୁଚି ? କାହା ବଳରେ ବଳିୟାନ ବଞ୍ଜାରା ? ଏମାନଙ୍କ ପଛରେ କିଏ ? ସ୍ଥାୟୀ ଠିକଣା ନ ଥାଇ କିଏ ଦେଲା ଏମାନଙ୍କୁ ଭୁବନେଶ୍ୱର ବାସିନ୍ଦାର ପରିଚୟ ? ଆଧାର କାର୍ଡ, ରାସନ କାର୍ଡ ପଛରେ କାହାର ହାତ ? ଗୋଟିଏ ଠିକଣା ନୁହେଁ ବରଂ କେତେକଙ୍କ ଗୋଟିଏରୁ ଅଧିକ ଠିକଣା l ହେଲେ ଠିକଣା ସ୍ଥାନରେ ନ ରହି, ସରକାରୀ ଜାଗାରେ ଜବରଦଖଲ କରି ଅଛନ୍ତି ଏହି ବଞ୍ଜାରା l ଯାହାକୁ ଉଚ୍ଛେଦ କରିବାକୁ ଯାଇ ବିଫଳ ହୋଇଛନ୍ତି ବିଡିଏ, ବିଏମସିର ଏନଫୋର୍ସ ମେଣ୍ଟ ଟିମ୍ l
ରସୁଲଗଡ ଛକ ରାସ୍ତାକୁ ଲାଗିକି ରହିଛି ବନଦୁର୍ଗା ବସ୍ତି ଯେଉଁଠି ରହୁଛନ୍ତି ଅନେକ ବଞ୍ଜାରା l ଏହି ବସ୍ତିରେ ଜବରଦଖଲ ଉଚ୍ଛେଦ ପାଇଁ ଆଜି ଏନ୍ଫୋର୍ସମେଣ୍ଟ ଟିମ ଯାଇଥିଲେ, ହେଲେ ଅଦୃଶ୍ୟ ଶକ୍ତିର ଚାପ ଯୋଗୁଁ ସେଠାରୁ ଫେରିଥିଲେ ଏନ୍ଫୋର୍ସମେଣ୍ଟ ଟିମ l ଏହା ସହ ଉଚ୍ଛେଦ ପାଇଁ ୩ ଦିନ ସମୟ ଦେଇଛନ୍ତି ଏନ୍ଫୋର୍ସମେଣ୍ଟ ଟିମ। ଆମ ସହ ଅନ୍ୟାୟ କରନ୍ତୁ ନାହିଁ ବୋଲି କହିଛନ୍ତି ବନଜାରା।
ଅନ୍ୟପଟେ ଏନ୍ଫୋର୍ସମେଣ୍ଟ ଇନିସପେକ୍ଟରଙ୍କ କହିବାନୁସାରେ ଏମାନଙ୍କ ପାଇଁ ବଢୁଛି ଅନୈତିକ କାର୍ଯ୍ୟ ଓ ଅପରାଧ l ବାହାର ରାଜ୍ୟରୁ ଆସି ଏମାନେ ସରକାରୀ ଜାଗାକୁ କବଳିତ କରି ରଖିଛନ୍ତି l ଯାହାକୁ ଉଚ୍ଛେଦ କରିବା ପାଇଁ ନିର୍ଦେଶ ଆସିଛି l ବାହାରୁ ଆସି ରାଜଧାନୀରେ ସ୍ଥାୟୀ ବାସିନ୍ଦା ହେବାକୁ, ଏମାନଙ୍କୁ ସାହାଯ୍ୟ କରୁଛି କିଏ ? ଆବାସ ଯୋଜନାରେ ସେମାଙ୍କୁ ଘର ଯୋଗାଇବା ପାଇଁ କିଏ ସହଯୋଗ କରୁଛି ? ବାହାର ରାଜ୍ୟରୁ ଓଡିଶାକୁ ଆସି ରହୁଥିବା ଲୋକଙ୍କ ପାଇଁ ଯେଉଁ ନିୟମାବଳୀ ରହିଛି ତାହା ସଠିକ ଭାବରେ ପାଳନ ହେଉଛି ତ ?
ସେପଟେ ଯଦି ବିଏମସି ପାଖରେ ତଥ୍ୟ ଥିଲା ଆଗକୁ କାହିଁକି ହୋଇପାରୁନଥିଲା କାର୍ଯ୍ୟାନୁଷ୍ଠାନ ବୋଲି ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି l କେବଳ ବନଦୁର୍ଗା ବସ୍ତି କଥା ନୁହେଁ ବରଂ ଭୁବନେଶ୍ୱରର ଅନେକ ଜାଗାରେ ଏଭଳି ବଞ୍ଜାରା ମାନେ ବେଆଇନ ଘର କରି ନକଲି ଠିକଣାର ପ୍ରମାଣପତ୍ର ତିଆରି କରି ବିଏମସିକୁ ବା ପ୍ରଶାସନକୁ ଭୁଆଁ ବୁଲାଉ ଅଛନ୍ତି। ଏନେଇ ମୁହଁ ଖୋଲିଛନ୍ତି ସ୍ଥାନୀୟ କର୍ପୋରେଟର। ବଞ୍ଜାରାଙ୍କ ପାଇଁ କ୍ରାଇମ ବଢୁଛି l ୩ ଦିନ ସମୟ ଦିଆଯାଇଛି, ଯେଉଁମାନେ ରହଣି ସହିତ ଉପଯୁକ୍ତ ପ୍ରମାଣ ପତ୍ର ଦେବେ ତେବେ ସେମାନଙ୍କୁ ଟ୍ରାଞ୍ଜିଟ ଭାବରେ ରଖାଯିବ। ନଚେତ୍ ଅନ୍ୟ ସମସ୍ତଙ୍କ ଘର ମାଟିରେ ମିଶିବ। ହକି ପୂର୍ବରୁ ସେମାନଙ୍କୁ ହଟାଇବା ସହିତ ଭିକାରୀ ମୁକ୍ତ କରିବାକୁ ଅଣ୍ଟା ଭିଡିଛି ବିଏମସି। ହେଲେ ଭୋଟ ରାଜନୀତିର ପଶା ପାଲିରେ ଗୋଟି ହୋଇ ଏପଟ ସେପଟ ହେଉଛନ୍ତି ବି ଏମ୍ ସି ଅଧିକାରୀ । ଯଦି ବଞ୍ଜାରା ରାଜଧାନୀ ପାଇଁ ବିପଦ, ତେବେ ତାଙ୍କ ଉପରେ ଏତେ ଦୟା କାହିଁକି ? ଯାହା ସମସ୍ତଙ୍କୁ ଚକିତ କରିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।