ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଭୁବନେଶ୍ୱରରେ ବାଂଲାଦେଶୀ କଲ୍ ଗର୍ଲ ରାକେଟର ଗୁମର ଖୋଲୁଛି; STF ଟାଗେର୍ଟରେ ରାଣୀ ମହୁମାଛିର ସମ୍ପତ୍ତି

ଭୁବନେଶ୍ୱରରେ ବାଂଲାଦେଶୀ କଲ୍ ଗର୍ଲ ରାକେଟର ଗୁମର ଖୋଲୁଛି; STF ଟାଗେର୍ଟରେ ରାଣୀ ମହୁମାଛିର ସମ୍ପତ୍ତି

ନା ଭିସା, ନା ପାସପୋର୍ଟ୍ । ବାଂଲାଦେଶରୁ ଭାରତକୁ ବେଆଇନଭାବେ ପ୍ରବେଶ କରି ଓଡ଼ିଶାରେ କେବଳ ଜାଲି ଆଧାର କାର୍ଡ଼ ବଳରେ ରହୁଥିଲେ ଏଇ ବାଂଲାଦେଶୀ ଯୁବତୀମାନେ l ଭୁବନେଶ୍ୱର ସମେତ ଆଖପାଖର ଛୋଟ ସହରକୁ ବନେଇଥିଲେ ହାଇପ୍ରୋଫାଇଲ୍ ସେକ୍ସ କାରବାରର ପେଣ୍ଠସ୍ଥଳୀ l ନ୍ୟୁଜ 18 ଓଡ଼ିଆ ଡିଜିଟାଲର ଦୁଇଟି ଅନୁସନ୍ଧାନମୂଳକ ଖବର ପରେ ଚ଼େତିଥିଲା ପୋଲିସ ।

ଭୁବନେଶ୍ୱରରେ ବାଂଲାଦେଶୀ କଲ୍ ଗର୍ଲ ରାକେଟର ଗୁମର ଖୋଲୁଛି; STF ଟାଗେର୍ଟରେ ରାଣୀ ମହୁମାଛିର ସମ୍ପତ୍ତି
ଗିରଫ ହେବା ପରେ ଜଣେ ବାଂଲାଦେଶୀ ଯୁବତୀ
  • News18 Odia
  • Last Updated: January 23, 2020, 6:12 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ବାଂଲାଦେଶରୁ ଓଡ଼ିଶାକୁ ଲମ୍ବିଥିବା ହାଇପ୍ରୋଫାଇଲ୍‌ ସେକ୍ସ କାରବାରର ମାଷ୍ଟରମାଇଣ୍ଡ ଇବ୍ରାହିମ ଖାନ ଏବଂ ତା’ ବାଂଲାଦେଶୀ ପତ୍ନୀ ଅଞ୍ଜଳି ଗିରଫ ହେବା ପରେ ଭୁବନେଶ୍ୱର ଓ ପିପିଲି ଅଞ୍ଚଳରେ ବ୍ୟାପିଥିବା ସେକ୍ସ ରାକେଟର ଗୁମର ଖୋଲୁଛି । ଅଞ୍ଜଳି, ତା’ ଭଉଣୀ ଓ ଇବ୍ରାହିମର ଲମ୍ବା ନେଟୱର୍କ ମାଧ୍ୟମରେ ବାଂଲାଦେଶରୁ ଭୁବନେଶ୍ବରକୁ ଆସୁଥିଲେ ଯୁବତୀମାନେ ।

ପିପିଲି ନିବାସୀ ଇବ୍ରାହିମର ସ୍ତ୍ରୀ ଅଞ୍ଜଳିର ମ୍ୟାନେଜର ରାଜୁ ଦାସକୁ ବୁଧବାର ଗିରଫ କରିଛି କମିଶନରେଟ ପୋଲିସର ସ୍ପେସାଲ ସ୍କ୍ବାଡ୍‌ । ଲକ୍ଷ୍ମୀସାଗର ଥାନା ପୋଲିସ ଦ୍ବାରା ଜଣେ ଦଲାଲ ମଧ୍ୟ ଗିରଫ ହୋଇଛି । ରାଜ୍ୟ କ୍ରାଇମ୍‌ ବ୍ରାଞ୍ଚର ସ୍ପେଶାଲ୍‌ ଟାସ୍କ ଫୋର୍ସ (STF) ପିପିଲିରେ ଓ ଭୁବନେଶ୍ୱରରେ ମଙ୍ଗଳବାର ରେଡ୍‌ କରି ଗିରଫ କରିଥିଲା ଛଅ ଜଣ ବାଂଲାଦେଶୀ ଦେହଜୀବୀ ଯୁବତୀଙ୍କୁ l ସେମାନଙ୍କ ବିରୋଧରେ Prevention of Immoral Trafficking Act ଓ IPCର ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଛି ।

ଜାଲି ଆଧାର କାର୍ଡ଼ ବଳରେ ଭୁବନେଶ୍ବରରେ ରହି ସେକ୍ସ କାରବାର କରୁଥିବା ଛଅ ଜଣ ଯୁବତୀଙ୍କୁ ମଙ୍ଗଳବାର ଗିରଫ କରିବା ପରେ ଫର୍ଦ୍ଦ ଫର୍ଦ୍ଦ ହୋଇ ଖୋଲି ଚ଼ାଲିଛି ‘‘ଦିଦି’’ ନାଁରେ ପ୍ରସିଦ୍ଧ ଅଞ୍ଜଳିର କଳା କାରବାର ।

ନା ଭିସା, ନା ପାସପୋର୍ଟ୍‌ । ବାଂଲାଦେଶରୁ ଭାରତକୁ ବେଆଇନଭାବେ ପ୍ରବେଶ କରି ଓଡ଼ିଶାରେ କେବଳ ଜାଲି ଆଧାର କାର୍ଡ଼ ବଳରେ ରହୁଥିଲେ ଏଇ ବାଂଲାଦେଶୀ ଯୁବତୀମାନେ l ଭୁବନେଶ୍ୱର ସମେତ ଆଖପାଖର କିଛି ଛୋଟ ସହରକୁ ବନେଇଥିଲେ ହାଇପ୍ରୋଫାଇଲ୍‌ ସେକ୍ସ କାରବାରର ପେଣ୍ଠସ୍ଥଳୀ l

ନ୍ୟୁଜ୍‌ ୧୮ ଓଡ଼ିଆ ଡିଜିଟାଲ ଏ ସମ୍ପର୍କରେ ଗତ ଡିସେମ୍ବର ୨୬ ଓ ଡିସେମ୍ବର ୭ରେ ଦୁଇଟି ଅନୁସନ୍ଧାନମୂଳକ ଖବର ପ୍ରକାଶ କରିଥିଲା ।

ନ୍ୟୁଜ 18 ଓଡ଼ିଆ ଡିଜିଟାଲ ଗତ ମାସ ପ୍ରକାଶିତ କରିଥିବା ଦୁଇଟି ଅନୁସନ୍ଧାନମୂଳକ ଖବରର ଶୀର୍ଷକ


ଛଅ ଜଣ ବାଂଲାଦେଶୀ ଦେହଜୀବୀ ଯୁବତୀଙ୍କୁ ଗିରଫ କରି ଗାଡ଼ିରେ ନେଉଛି ପୋଲିସ ।


ନ୍ୟୁଜ 18 ଓଡ଼ିଆ ଡିଜିଟାଲର ଅନୁସନ୍ଧାନରୁ ଜଣାପଡିଛି ଯେ ଇବ୍ରାହିମ ପ୍ରଥମେ ଅଟୋ ଡାଇଭର ଥିଲା ଆଉ ଅଞ୍ଜଳି ସେକ୍ସ କାରବାରର କୁଖ୍ୟାତ ସୌଦାଗର ସୁନିଲ ମେହେର ପାଇଁ କାମ କରୁଥିଲା l ସୁନିଲ ମେହେର ପାଇଁ ଗ୍ରାହକ ଏବଂ ଯୁବତୀଙ୍କୁ ଅଟୋରେ ନେବା ଆଣିବା କରୁଥିଲା ଇବ୍ରାହିମ l ଏହି ସମୟରେ ଉଭୟଙ୍କ ମଧ୍ୟରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ  ଓ ଦୁହେଁ ବିବାହ କରିଥିଲେ । ତା’ପରେ ସୁନିଲ ମେହେରଠାରୁ ଅଲଗା ହେଇଯାଇଥିଲା ଅଞ୍ଜଳି l

‘‘ଅଞ୍ଜଳିର ଘର ବାଲାଂଦେଶରେ l ବାଲାଂଦେଶ ସୀମା ଦେଇ ଯୁବତୀଙ୍କୁ ଅତି ଚତୁରତାର ସହ ପଶ୍ଚିମବଙ୍ଗକୁ ଚାଲାଣ କରେ ଅଞ୍ଜଳି । ଏହି କାମରେ ଅଞ୍ଜଳିର ଦୁଇ ଭଉଣୀ ସାହାଯ୍ୟ କରନ୍ତି l ପଶ୍ଚିମବଙ୍ଗରେ ଯୁବତୀମାନଙ୍କ ରହିବା ଏବଂ ସେମାନଙ୍କୁ ଭୁବନେଶ୍ଵର ପର୍ଯ୍ୟନ୍ତ ଚାଲାଣ କରିଥାଏ ଇବ୍ରାହିମ ଷଢୁ,’’ କହିଛନ୍ତି ଏ ସମଗ୍ର ମାମଲାର ଅନୁସନ୍ଧାନକୁ ତଦାରଖ କରୁଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ ।

ଗିରଫ ହେଇଥିବା ଛଅ ଜଣ ବାଂଲାଦେଶୀ ଯୁବତୀଙ୍କ ମଧ୍ୟରୁ ଜଣେ


ଭୁବନେଶ୍ବରରେ ପହଞ୍ଚିବା ପରେ ଏଇ ବାଲାଂଦେଶୀ ଯୁବତୀମାନଙ୍କ ପାଇଁ ପଶ୍ଚିମ ବଙ୍ଗର ମିଛ ଠିକଣା ଥିବା ଜାଲି ଆଧାର କାର୍ଡ ପିପିଲିରେ ତିଆରି ହେଉଥିଲା ବୋଲି କ୍ରାଇମ୍‌ ବ୍ରାଞ୍ଚର ସ୍ପେଶାଲ ଟିମ୍‌ ଜାଣି ପାରିଛି । ନ୍ୟୁଜ 18 ଓଡ଼ିଆ ଡିଜିଟାଲ ଗତ ଡିସେମ୍ବରରେ ଏ ସମ୍ପର୍କରେ ଅନୁସନ୍ଧାନମୂଳକ ଖବର ପ୍ରକାଶିତ କରିବା ପରେ ପୋଲିସର ନଜର ରାଜଧାନୀ ଓ ନିକଟବର୍ତ୍ତୀ ଅଞ୍ଚଳରେ ବ୍ୟାପ୍ତ ବାଂଲାଦେଶୀ ଯୁବତୀମାନଙ୍କ ସେକ୍ସ ନେଟୱର୍କ ଉପରେ କେନ୍ଦ୍ରୀଭୂତ ହୋଇଥିଲା ।

‘‘ନାରୀ ଦେହର ହାଇପ୍ରୋଫାଇଲ୍‌ ବଜାରରେ ‘ଦିଦି’ ଅଞ୍ଜଳିର ଅନ୍ୟତମ ସହଯୋଗୀ ଥିଲା ଅଭି l ବାଂଲାଦେଶୀ କଲ୍‌ ଗର୍ଲମାନଙ୍କ ପାଇଁ ଗ୍ରାହକ ଯୋଗାଡ଼ କରିବା ଠାରୁ ଆରମ୍ଭ କରି ହୋଟେଲ ବୁକ୍ କରିବା ଆଦି କାମ କରୁଥିଲା ଅଞ୍ଜଳିର ମ୍ୟାନେଜର ରାଜୁ ଦାସ । ରାଜୁ ଯୁବତୀମାନଙ୍କୁ ଅଟୋରେ ହୋଟେଲକୁ ନେବା ଆଣିବା କରୁଥିଲା,’’ କହିଛନ୍ତି ଅନୁସନ୍ଧାନ ସହ ଜଡ଼ିତ ଜଣେ ପୋଲିସ ଅଧିକାରୀ l

ଅଞ୍ଜଳି ଗିରଫ ହେବା ପରେ STFର ଟାଗେର୍ଟରେ ଏବେ ତା’ର ସମ୍ପତ୍ତି । ଅଞ୍ଜଳି ନାଁରେ ପିପିଲିରେ ଘର ଏବଂ ଫାର୍ମହାଉସ ଥିବା ସନ୍ଧାନ ପାଇଛି ଏସଟିଏଫ୍ । ଅଧିକ ତଦନ୍ତ ପାଇଁ ଅଞ୍ଜଳି ଓ ଇବ୍ରାହିମକୁ ଖୁବ୍‌ ଶୀଘ୍ର ରିମାଣ୍ଡରେ ନେଇ ପଚ଼ରାଉଚ଼ରା କରିବ STF ।

ଓଡ଼ିଶାରେ ବାଲାଂଦେଶୀ ସେକ୍ସ କାରବାରର ଏହି ତାଜା ପ୍ରକରଣର ପର୍ଦାଫାଶ ହେବା ପରେ ଏ ସମ୍ପର୍କରେ ପୂର୍ବରୁ କମିଶନରେଟ୍ ପୋଲିସ ପାଖରେ ଅନେକ ତଥ୍ୟ ଥିବା ସତ୍ୱେ କାର୍ଯ୍ୟାନୁଷ୍ଠାନ ନ ନେଇ କାହିଁକି ଚୁପ୍ ବସିଥିଲା ପୋଲିସ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ଡିସେମ୍ବର ୨୪ ତାରିଖ ଦିନ ଜଣେ ବାଲାଂଦେଶୀ ଯୁବତୀଙ୍କୁ ଗିରଫ କରିଥିଲା ଲକ୍ଷ୍ମୀସାଗର ପୋଲିସ । ସେତେବେଳେ ପୋଲିସକୁ ଅନ୍ୟ ବାଲାଂଦେଶୀ ଯୁବତୀ ଓ ଏହି ’’ଦିଦି’’ଙ୍କ ବିଷୟରେ ତଥ୍ୟ ମିଳିଥିଲା ବୋଲି ଜଣା ପଡ଼ିଛି ।
First published: January 22, 2020, 7:44 PM IST