ନକଲି ଆଧାର କାର୍ଡ଼, ଅସଲି ଫଟୋ: ଭୁବନେଶ୍ୱରରେ ବାଂଲାଦେଶୀ କଲ୍ ଗର୍ଲମାନଙ୍କ ହାଇ-ଟେକ୍ ବେପାର ବଢ଼ୁଛି

ପୁରୀ ଜିଲ୍ଲାର ପିପିଲିରେ ଗୋଟିଏ ନିର୍ଦ୍ଦିଷ୍ଟ ଦୋକାନରେ ଏହି ବାଂଲାଦେଶୀ କଲ୍ ଗର୍ଲମାନଙ୍କ ପାଇଁ ତିଆରି ହେଉଛି ଜାଲି ଆଧାର କାର୍ଡ଼ । ସେମାନଙ୍କ ଅସଲି ଫଟୋକୁ ବ୍ୟବହାର କରି ପଶ୍ଚିମ ବଙ୍ଗର ବିଭିନ୍ନ ଠିକଣାରେ ଆଧାର କାର୍ଡ଼ ଓ ଅନ୍ୟ କିଛି ଫଟୋ ପରିଚ଼ୟ ପତ୍ର ତିଆରି କରାଯାଉଛି । ପଢ଼ନ୍ତୁ ନ୍ୟୁଜ୍୧୮ ଓଡ଼ିଆ ଡିଜିଟାଲ୍‌ର ସ୍ପେଶାଲ୍‌ ରିପୋର୍ଟ ।

ନକଲି ଆଧାର କାର୍ଡ଼, ଅସଲି ଫଟୋ: ଭୁବନେଶ୍ୱରରେ ବାଂଲାଦେଶୀ କଲ୍ ଗର୍ଲମାନଙ୍କ ହାଇ-ଟେକ୍ ବେପାର ବଢ଼ୁଛି
ନକଲି ଆଧାର କାର୍ଡ଼ ଓ ଅସଲି ଫଟୋ ଥିବା ଜଣେ ବାଂଲାଦେଶୀ କଲ୍ ଗର୍ଲ
  • News18 Odia
  • Last Updated: December 26, 2019, 6:35 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଭୁବନେଶ୍ୱର: ରାଜଧାନୀରେ ବଢ଼ି ଚ଼ାଲିଥିବା ସେକ୍ସ ରାକେଟ୍‌ଗୁଡ଼ିକରେ ଏବେ ଚ଼ିନ୍ତାଜନକ ମାତ୍ରାରେ ବାଂଲାଦେଶୀ ଯୁବତୀମାନଙ୍କ ପ୍ରବେଶ ଘ଼ଟିଛି । ଭାରତ-ବାଂଲାଦେଶ ସୀମାନ୍ତରୁ ଯୁବତୀମାନଙ୍କୁ ପଶ୍ଚିମବଙ୍ଗ ଦେଇ ଆଣିବା ପରେ ସେମାନଙ୍କୁ ଭୁବନେଶ୍ବରରେ ରଖି ସେମାନଙ୍କ ଅସଲି ଫଟୋ ସହିତ ନକଲି ଆଧାର କାର୍ଡ ପ୍ରସ୍ତୁତ କରୁଛି ଏକ ସୁବିସ୍ତୃତ ରାକେଟ୍‌ ।

ନ୍ୟୁଜ୍‌୧୮ ଓଡ଼ିଆ ଡିଜିଟାଲ୍‌ର ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଏହି ପୂରା ନେଟୱର୍କ ଚ଼ଳାଉଛନ୍ତି ଜଣେ ମହିଳା ଓ ତାଙ୍କୁ ସହଯୋଗ କରୁଛନ୍ତି କିଛି ଦେହ ଦଲାଲ୍‌ । ଗ୍ରାହକମାନଙ୍କ ପାଖକୁ ପର୍ଣ୍ଣ ସାଇଟ୍ରୁ ହ୍ବାଟ୍ସ୍‌ଆପ୍‌ରେ ଏହି ଯୁବତୀମାନଙ୍କ ଫଟୋ ପଠାଯାଉଛି । ଡିଲ୍ ଫାଇନାଲ୍‌ ହେବା ପରେ ସେମାନଙ୍କ ପାଖକୁ ପଠାଯାଉଛି ଯୁବତୀମାନଙ୍କୁ ।

ଜଣେ ବାଂଲାଦେଶୀ କଲ୍ ଗର୍ଲଙ୍କ ଅସଲି ଫଟୋ ଥିବା ନକଲି ଆଧାର କାର୍ଡ଼


ଏହି ବାଂଲାଦେଶୀ ଯୁବତୀମାନଙ୍କର ଚ଼ାହିଦା ଏତେ ଯେ ରାତିକୁ ୧୦ରୁ ୨୫ ହଜାର ଟଙ୍କା ଯାଏ ଖର୍ଚ୍ଚ କରିବାକୁ ପଛାଉ ନାହାନ୍ତି ଗ୍ରାହକ । ଏସ୍କର୍ଟ ସର୍ଭିସ୍ ପାଇଁ ମଧ୍ୟ ଏହି ଯୁବତୀମାନଙ୍କୁ ବୁକ୍ କରାଯାଉଥିବାର ଜଣାପଡ଼ିଛି ।

ହ୍ବାଟ୍ସ୍ଆପ୍‌ରେ ଗ୍ରାହକମାନଙ୍କ ପାଖକୁ ପଠାଯାଉଥିବା ଜଣେ ବାଂଲାଦେଶୀ କଲ୍ ଗର୍ଲଙ୍କ ଫଟୋ


ଜାଲି ଆଧାର କାର୍ଡ଼

ପୁରୀ ଜିଲ୍ଲାର ପିପିଲିରେ ଗୋଟିଏ ନିର୍ଦ୍ଦିଷ୍ଟ ଦୋକାନରେ ଏହି ବାଂଲାଦେଶୀ ଯୁବତୀମାନଙ୍କ ପାଇଁ ତିଆରି ହେଉଛି ଫେକ୍ ଆଧାର କାର୍ଡ଼ । ଯୁବତୀଙ୍କ ଅସଲି ଫଟୋକୁ ବ୍ୟବହାର କରି ପଶ୍ଚିମବଙ୍ଗର ବିଭିନ୍ନ ଠିକଣାରେ ଆଧାରକାର୍ଡ଼ ଓ ଅନ୍ୟ କିଛି ଫଟୋ ପରିଚ଼ୟପତ୍ର ତିଆରି କରାଯାଉଛି । ନ୍ୟୁଜ୍‌୧୮ ଓଡ଼ିଆ ଡିଜିଟାଲ୍‌ର ଅନୁସନ୍ଧାନ ପୂର୍ବରୁ ଏ ମାମଲାର ସାମାନ୍ୟ ବି ସୁରାକ୍ ପାଇନଥିଲା ପୋଲିସ । ରେଡ୍ ବେଳେ ଧରାପଡ଼ୁଥିବା ବାଂଲାଦେଶୀ କଲ୍ ଗର୍ଲମାନଙ୍କ ପାଖରୁ ଜବତ ହେଉଥିବା ଆଧାର କାର୍ଡର ବି ଯାଞ୍ଚ ହେଉ ନ ଥିଲା।

ଆଉ ଜଣେ ବାଂଲାଦେଶୀ କଲ୍ ଗର୍ଲଙ୍କ ଅସଲି ଫଟୋ ଥିବା ନକଲି ଆଧାର କାର୍ଡ଼


କାହିଁକି ବାଂଲାଦେଶୀ ଯୁବତୀ?

କିଛି ମାସ ପୂର୍ବରୁ ଭୁବନେଶ୍ବରର ଦେହ ବଜାରରେ ପଶ୍ଚିମବଙ୍ଗ ଯୁବତୀଙ୍କ ବେଶି ଚାହିଦା ଥିଲା । ପଶ୍ଚିମବଙ୍ଗରୁ ଲଗାତର ଯୁବତୀ ଆଣି ସେକ୍ସ କାରବାର ଚ଼ଳାଉଥିଲା ଦଲାଲ ସୁନିଲ ମେହେର । ମୁଖ୍ୟତଃ ହୋଟେଲ, ଗେଷ୍ଟ ହାଉସ, ବିୟୁଟି ପାର୍ଲର ଓ ସ୍ପାରେ ଚ଼ାଲୁଥିଲା ଦେହ ବେପାର । ପୋଲିସର ବାରମ୍ବାର ରେଡ୍ ଯୋଗୁଁ ବେପାରରେ ଘାଟା ପଡ଼ିବା ପରେ ସୁନିଲ ଥାଇଲାଣ୍ଡ ଓ କିର୍ଗିଜସ୍ତାନରୁ ଯୁବତୀ ମଗାଉ ଥିଲା । ବେଶ୍‌ କିଛି ମାସ ‘ଥାଇ ସ୍ପା’ ନାଁରେ ଚ଼ାଲିଥିଲା ସେକ୍ସ କାରବାର । ତା’ପରେ ଏବେ ବାଂଲାଦେଶୀ ଯୁବତୀଙ୍କ ଡିମାଣ୍ଡ ବଢ଼ିଛି ।

ଗିରଫ ହେବା ପରେ ପୁଲିସ ଘେରରେ ଜଣେ ବାଂଲାଦେଶୀ କଲ୍ ଗର୍ଲ (ଡାହାଣରୁ ଦ୍ୱିତୀୟ)


ବାଂଲାଦେଶ ପଡ଼ୋଶୀ ଦେଶ ହୋଇଥିବାରୁ ଓ ଓଡ଼ିଶାର ନିକଟବର୍ତ୍ତୀ ହୋଇଥିବାରୁ ସେଠାକାର ଯୁବତୀମାନଙ୍କୁ ଏ ରାଜ୍ୟରେ ଏଣ୍ଟ୍ରି ମାରିବା ସହଜ ହେଉଛି । ବର୍ଣ୍ଣ ଓ ଆଚ଼ାର ବ୍ୟବହାର ଦୃଷ୍ଟିରୁ ଭାରତୀୟ ଯୁବତୀଙ୍କ ସହ ମିଶିଯାଉଛନ୍ତି ସେମାନେ । ଫଳରେ ପୋଲିସର ସନ୍ଦେହ ଓ ଧରିବାକୁ ପ୍ରୟାସ ସତ୍ୱେ ଖସିଯିବାରେ ସଫଳ ହେଉଛନ୍ତି ସେମାନେ।

ଏକ୍ସକ୍ଲୁସିଭ୍‌ ଖବରର ପ୍ରଭାବ

ନ୍ୟୁଜ୍‌୧୮ ଓଡ଼ିଆ ଡିଜିଟାଲ୍‌ରେ ଡିସେମ୍ବର ୭ରେ ଭୁବନେଶ୍ୱରରେ ବଢ଼ୁଥିବା ସେକ୍ସ ରାକେଟ୍‌ଗୁଡ଼ିକ ବିଷୟରେ ପ୍ରକାଶିତ ଏକ ଏକ୍ସକ୍ଲୁସିଭ୍‌ ଖବରର ପ୍ରଭାବରେ ରାଜଧାନୀ ପୋଲିସ ତା’ର ଅନୁସନ୍ଧାନକୁ ତୀବ୍ର କରିଥିଲା । ଫଳରେ ଫେକ୍‌ ଆଧାର କାର୍ଡ଼ ବ୍ୟବହାର କରି ଦେହ ବ୍ୟବସାୟ କରୁଥିବା ଜଣେ ବାଂଲାଦେଶୀ ଯୁବତୀଙ୍କୁ କିଛି ଦିନ ତଳେ ଗିରଫ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ।

ଆଉ ଜଣେ ବାଂଲାଦେଶୀ କଲ୍ ଗର୍ଲଙ୍କ ଅସଲି ଫଟୋ ଥିବା ନକଲି ଆଧାର କାର୍ଡ଼


ତଦନ୍ତ ବେଳେ ଯୁବତୀଙ୍କ ପାଖରେ ନା ପାସ୍‌ପୋର୍ଟ ଥିଲା ନାଁ ଥିଲା କୌଣସି ପରିଚ଼ୟ ପତ୍ର । ବିନା ପାସ୍‌ପୋର୍ଟରେ ଯୁବତୀ ଜଣକ ଭୁବନେଶ୍ବର ଆସି ଦେହ ବ୍ୟବସାୟରେ ଲିପ୍ତ ଥିଲେ । ଗିରଫ ହୋଇଥିବା ଏହି ବାଂଲାଦେଶୀ ଯୁବତୀ କିଛି ଦିନ ତଳେ ପୁରୁଣା ଷ୍ଟେସନ ବଜାର ଅଞ୍ଚଳରେ ଏକ ହୋଟେଲରେ ତାଙ୍କୁ ଦୁର୍ବ୍ୟବହାର ନେଇ ପାଲଟା ଅଭିଯୋଗ ଆଣିଥିଲେ ।

ସ୍କାନର୍‌ରେ ବାଂଲାଦେଶୀ କଲ୍ ଗର୍ଲ

ଏବେ ପୋଲିସର ସ୍କାନରରେ ରାଜଧାନୀ ଓ ଆଖପାଖ ଅଞ୍ଚଳରେ କାମ କରୁଥିବା ବାଂଲାଦେଶୀ ରୂପଜୀବୀ ଅଛନ୍ତି। ଫେକ୍ ପରିଚ଼ୟ ପତ୍ରର ପ୍ରମାଣ ବି ପୋଲିସ ହାତରେ ଲାଗିଛି । ଖୁବ୍‌ ଶୀଘ୍ର ଆଉ କିଛି ବାଂଲାଦେଶୀ କଲ୍‌ ଗର୍ଲ ଗିରଫ ହେବେ ବୋଲି କମିଶନରେଟ୍ ପୋଲିସ ପକ୍ଷରୁ ସୂଚ଼ନା ମିଳିଛି ।
Published by: Anand Shankar Thankur Das
First published: December 26, 2019, 6:16 PM IST
corona virus btn
corona virus btn
Loading