ବିରୋଧୀଙ୍କ ସହ ଆମର ଲଢ଼େଇ ନୁହେଁ, ସମସ୍ତଙ୍କ ବିକାଶ ଚାହେଁ: ବନ୍ଦିତା ପାଲ
News18 Odia Digital
ଭୁବନେଶ୍ୱର: ସାମୁହିକ ବିକାଶ, ମୌଳିକ ସମସ୍ୟାର ସୁଚାରୁ ସମାଧାନ ଓ ଭାଇଚାରାକୁ ଦୃଢ଼ କରିବା ଲକ୍ଷ୍ୟରେ ରାଜନୈତିକ ମଇଦାନକୁ ଓହ୍ଲାଇଛନ୍ତି ୩୭ ନମ୍ବର ୱାର୍ଡର ବାସିନ୍ଦା ଅର୍ଜୁନ ବେହେରାଙ୍କ ସହଧର୍ମିଣୀ ବନ୍ଦିତା ପାଲ। ଏହି ୱାର୍ଡ଼ରୁ ବନ୍ଦିତା ସ୍ୱାଧୀନ ଭାବେ ପ୍ରାର୍ଥୀ ହୋଇଛନ୍ତି।
ଘରକୁ ଘର ବୁଲି ସ୍ୱାମୀ ଅର୍ଜୁନ ବେହେରାଙ୍କ ସହିତ ଭୋଟ ଭିକ୍ଷା କରୁଛନ୍ତି। ତାଙ୍କ କହିବା କଥା ହେଲା ଆମେ କୌଣସି ରାଜନୈତିକ ଦଳ ସହିତ ପ୍ରତିଯ଼ୋଗିତା କରୁନାହୁଁ। ଲଢ଼େଇରେ କାହାର ବାଜିମାତ ହେବ ସେନେଇ ମଧ୍ୟ ଆମେ ଚିନ୍ତିତ ନାହୁଁ। ରାଜନୈତିକ ମଇଦାନରେ ଆମେ ଆମ ସହ ଲଢ଼େଇ ଜାରି ରଖିଛୁ। ରାଜନୀତିରୁ ଊର୍ଦ୍ଧ୍ୱରେ ରହି ୱାର୍ଡ ବାସିନ୍ଦାଙ୍କ ସାମୁହିକ ବିକାଶ କରିବା ଆମର ଲକ୍ଷ୍ୟ ବୋଲି ସେ କହିଛନ୍ତି।
ସେହିପରି ବେହେରା କିଛନ୍ତି, ‘‘ଆମେ ଏଠାରେ ସ୍ଥାୟୀ ବାସିନ୍ଦା। ଗ୍ରାମର ବିକାଶ ଆମର ମୂଳ ଲକ୍ଷ୍ୟ। କୌଣସି ରାଜନୈତିକ ଦଳ ସହିତ ଆମର ଲଢ଼େଇ ନାହିଁ। କେବଳ ଆମର ବିକାଶ ପାଇଁ ମୁଁ ନିଜ ସହ ନିଜେ ଲଢୁଛି। ରାଜଧାନୀର ଛାତି ଉପରେ ଥିବା ଏହି ୱାର୍ଡ ଏକ ପ୍ରମୁଖ ଅଙ୍ଗ। ଦୀର୍ଘ ବର୍ଷ ଧରି ସମସ୍ୟାର ସମାଧାନ ଦାବି ହୋଇ ଆସୁଛି। ରାଜନୀତିରୁ ଉର୍ଦ୍ଧ୍ୱରେ ରହି ବିକାଶ କରିବାକୁ ପ୍ରୟାସ କରି ଆସିଛୁ। ଏହା ବର୍ତ୍ତମାନ ମଧ୍ୟ ଜାରି ରହିଛି। କିନ୍ତୁ ବର୍ତ୍ତମାନ ସ୍ଥିତିରେ ଆମେ ୱାର୍ଡ ବାସୀଙ୍କ ଆଶିର୍ବାଦ ଭିକ୍ଷା କରୁଛୁ। ଆଶା ଏହି ନିର୍ବାଚନ ମଇଦାନରେ ଆମକୁ ୱାର୍ଡ଼ବାସୀ ଆଶିର୍ବାଦ କରିବେ।’’
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।