ଲଗାଣ ବର୍ଷାରେ ବେହାଲ ମାଲକାନଗିରିର ବଣ୍ଡା ଘାଟି; ସହାୟତା ପାଇଁ ହନ୍ତସନ୍ତ ଆଦିମ ଜନଜାତି

ବଣ୍ଡା ଘାଟିକୁ କୌଣସି ବସ୍ ଚାଲୁ ନ ଥିବାରୁ ୧୫ରୁ ୨୦ କିମି ଚାଲି ଚାଲି ସେଠାରୁ ଲୋକେ ଖଇରପୁଟ ତହସିଲ ଅଫିସକୁ ଆସୁଛନ୍ତି ପଲିଥିନ ଓ ସରକାରୀ ସହାୟତା ପାଇଁ । କିଛି ଲୋକଙ୍କୁ ମିଳିଛି ଆଉ କିଛି ଲୋକଙ୍କୁ ଏ ଯାଏଁ ଏହି ସୁବିଧା ମିଳିନାହିଁ ।

ଲଗାଣ ବର୍ଷାରେ ବେହାଲ ମାଲକାନଗିରିର ବଣ୍ଡା ଘାଟି; ସହାୟତା ପାଇଁ ହନ୍ତସନ୍ତ ଆଦିମ ଜନଜାତି
ବଣ୍ଡା ଆଦିବାସୀମାନେ ଗୋଟିଏ ସପ୍ତାହ ଧରି ଚାଲି ଚାଲି ଆସି ତହସିଲ ଅଫିସରେ ପହଞ୍ଚିଛନ୍ତି ।
  • News18 Odia
  • Last Updated: August 30, 2020, 10:00 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ମହେନ୍ଦ୍ର ପାଣିଗ୍ରାହୀ | News18 Odia Digital

ମାଲକାନଗିରି: ଜିଲ୍ଲାରେ ଥିବା ଆଦିମ ଜନଜାତିଙ୍କ ନିବାସ ସ୍ଥଳୀ ବଣ୍ଡା ଘାଟି ବନ୍ୟା ଯୋଗୁଁ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଲଗାଣ ବର୍ଷା କାରଣରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ଥିତି ଦୁଃସହ ହୋଇପଡ଼ିଥିବା ବେଳେ ବଣ୍ଡା ଘାଟି ବିଶେଷ ଭାବେ ପ୍ରଭାବିତ ହୋଇଛି ।

ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକର ମୁଦୁଲିପଡ଼ା ଓ ଅଣ୍ଡରାହାଲକୁ ନେଇ ବଣ୍ଡା ଘାଟି । ସେଠାରେ ରୁହନ୍ତି ଆଦିମ ଜନଜାତିର ଲୋକେ । ରାଜ୍ୟ ସରକାରଙ୍କ ପ୍ରାଇମ ଫୋକସରେ ରହିଥିବା ଏହି ସ୍ଥାନ ଏବେ ବି ଅବହେଳିତ ହୋଇ ରହିଛି । ଗତ କିଛି ଦିନ ଧରି ହେଉଥିବା ଲଗାଣ ବର୍ଷା ଯୋଗୁଁ ଜନଜାତିର ଲୋକଙ୍କ ସ୍ଥିତି ଦୟନୀୟ ହୋଇପଡ଼ିଛି ।

ବଣ୍ଡା ଘାଟିର ଅନେକ ଘରର ଛପର ଉଡ଼ିଯାଉଥିବାରୁ ପଲିଥିନ ପାଇଁ ତହସିଲ ଅଫିସ ଧାଇଁ ଧାଇଁ ନୟାନ୍ତ ହୋଇଛନ୍ତି ଅନେକ ଆଦିମ ଆଦିବାସୀ । ବଣ୍ଡା ଘାଟିରେ ଏବେ ବି ଅଧାରୁ ଅଧିକ ଲୋକଙ୍କୁ ଆବାସ ଯୋଜନାରେ ଘର ମିଳି ନାହିଁ । ସେମାନେ ମାଟି କାଦୁଅରେ ନିର୍ମାଣ ହୋଇଥିବା ଘରେ ରୁହନ୍ତି । ସାମାନ୍ୟ ବର୍ଷାରେ ଅସ୍ତବ୍ୟସ୍ତ ହୋଇପଡ଼େ ସେମାନଙ୍କ ନିବାସ ସ୍ଥଳୀ ।

ଲଗାଣ ବର୍ଷା ଯୋଗୁଁ କିଛି ଘରର କାନ୍ଥ ପଡ଼ିଯିବା ସାଙ୍ଗକୁ କିଛି ଲୋକଙ୍କ ଛପର ଉଡ଼ିଯାଇଛି । ସେମାନଙ୍କ ପାଖରେ ସରକାରୀ ସହାୟତା ପହଞ୍ଚିବାରେ ବିଳମ୍ବ ହେଉଥିବାରୁ ଅସନ୍ତୋଷ ବଢ଼ୁଛି ।

‘‘ଆମ ଘରଗୁଡ଼ିକ ଭାଙ୍ଗିଯାଇଛି । ଅନେକ ଘରର ଛପର ଉଡ଼ିଯାଇଛି । ହେଲେ କେହି ଆମକୁ ସାହାଯ୍ୟ ପାଇଁ ହାତ ବଢ଼ାଉନାହାନ୍ତି,’’ କହିଛନ୍ତି ଜଣେ ବଣ୍ଡା ଆଦିବାସୀ ।

ଏହା ବି ପଢ଼ନ୍ତୁ | ଐତିହାସିକ! ଦିଲ୍ଲୀରେ ଲଗାତାର ୬ ବର୍ଷ ଧରି ବିଦ୍ୟୁତ୍ ଶୁଳ୍କ ବଢ଼ିନାହିଁ; ୨୪ ଘଣ୍ଟା ବିଜୁଳି ମିଳୁଛି

ଏହା ବି ପଢ଼ନ୍ତୁ | ସେପ୍ଟେମ୍ବର ୧ରୁ ବଦଳିଯିବ ଏହି ସବୁ ନିୟମ; ଆପଣଙ୍କ ପର୍ସ ଉପରେ ପଡ଼ିପାରେ ପ୍ରଭାବ

ବଣ୍ଡା ଘାଟିକୁ କୌଣସି ବସ୍‌ ଚାଲୁ ନ ଥିବାରୁ ୧୫ରୁ ୨୦ କିମି ଚାଲି ଚାଲି ସେଠାରୁ ଲୋକେ ଖଇରପୁଟ ତହସିଲ ଅଫିସକୁ ଆସୁଛନ୍ତି ପଲିଥିନ ଓ ସରକାରୀ ସହାୟତା ପାଇଁ । କିଛି ଲୋକଙ୍କୁ ମିଳିଛି ଆଉ କିଛି ଲୋକଙ୍କୁ ଏ ଯାଏଁ ଏହି ସୁବିଧା ମିଳିନାହିଁ । କେତେକ ବଣ୍ଡା ଆଦିବାସୀ ଗୋଟିଏ ସପ୍ତାହ ଧରି ଚାଲି ଚାଲି ଆସି ତହସିଲ ଅଫିସ ଆଗରେ ବସି ସହାୟତା ମାଗୁଛନ୍ତି ।



‘‘କିଛି ଲୋକଙ୍କୁ ତହସିଲଦାର ବଣ୍ଡାଘାଟି ଯାଇ ପଲିଥିନ ଦେଇଛନ୍ତି । ଆଉ କେତେକ ଲୋକଙ୍କୁ ଦିଆଯିବ ତାହା ଆକଳନ କରି ସେମାନଙ୍କୁ ସହାୟତା ଦିଆଯିବାର ବ୍ୟବସ୍ଥା କରାଯାଉଛି । ଘର ବି ଆବଶ୍ୟକ ସ୍ଥଳେ ଦିଆଯିବ,’’ କହିଛନ୍ତି ଖଇରପୁଟ ବିଡିଓ ହୃଦାନନ୍ଦ ସାହୁ ।
Published by: Anand Shankar Thankur Das
First published: August 30, 2020, 10:00 PM IST
corona virus btn
corona virus btn
Loading