ଶାଳିଆ ବାଉଁଶ ମଞ୍ଜିର ପିଠା ରୋକିବ ହାତୀ-ମଣିଷ ଲଢ଼େଇ! ରାଜ୍ୟରେ ଆରମ୍ଭ ହେଲା ପ୍ରକଳ୍ପ

Bamboo seeds project to save elephants in Odisha | ଓଡ଼ିଶାରେ ହାତୀ-ମଣିଷ ଲଢେ଼ଇରେ ପ୍ରତି ବର୍ଷ ପ୍ରାୟ ୧୦୦ ମଣିଷଙ୍କ ଜୀବନ ଯାଉଛି । ମଣିଷର ପାଲଟା ଆକ୍ରମଣରେ ପ୍ରତି ବର୍ଷ ପ୍ରାୟ ୯୦ରୁ ଅଧିକ ହାତୀଙ୍କର ମୃତ୍ୟୁ ଘଟୁଛି । ଏବେ ଏହି ପ୍ରକଳ୍ପ ଦ୍ୱାରା ସ୍ଥିତି ସୁଧୁରିବ ବୋଲି ଆଶା କରାଯାଉଛି ।

ଶାଳିଆ ବାଉଁଶ ମଞ୍ଜିର ପିଠା ରୋକିବ ହାତୀ-ମଣିଷ ଲଢ଼େଇ! ରାଜ୍ୟରେ ଆରମ୍ଭ ହେଲା ପ୍ରକଳ୍ପ
ପିଠା ଆକାରରେ ପ୍ରସ୍ତୁତ ମାଟି ପିଣ୍ଡୁଳା ଭିତରେ ବାଉଁଶ ମଞ୍ଜି ରଖାଯାଉଛି ।
  • News18 Odia
  • Last Updated: August 22, 2020, 12:00 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ବର୍ଷକ ତଳେ ଆଠଗଡ଼ ବନଖଣ୍ଡ ଅଞ୍ଚଳରେ ଆରମ୍ଭ ହୋଇଥିବା ଏକ ସ୍ବତନ୍ତ୍ର, ପରୀକ୍ଷାମୂଳକ ପ୍ରକଳ୍ପର ନାଁ ଥିଲା ‘ଶାଳିଆ ବାମ୍ବୋ ସିଡବଲ ପ୍ରୋଜେକ୍ଟ’ ।  ହାତୀ କରିଡ଼ରରେ ଶାଳିଆ ବାଉଁଶର ଜଙ୍ଗଲ ସୃଷ୍ଠି ଦ୍ୱାରା ଖାଦ୍ୟ ପାଇଁ ହାତୀ ଆଉ ଗାଁ ମୁହାଁ ହେବ ନାହିଁ ଓ ହାତୀ-ମଣିଷ ଲଢ଼େଇ କମିବ ବୋଲି ଲକ୍ଷ୍ୟ ରଖାଯାଇଥିଲା । ଏହା ଥିଲା ରାଜ୍ୟରେ ପ୍ରଥମ ପରୀକ୍ଷାମୂଳକ ଉଦ୍ୟମ ଓ ଏହା ସଫଳ ହୋଇଥିଲା । ପ୍ରଥମ ଉଦ୍ୟମର ସଫଳତା ପରେ ଚଳିତ ବର୍ଷ ଏହି କାର୍ଯ୍ୟକ୍ରମକୁ ବ୍ୟାପକ ଆକାରରେ ଆରମ୍ଭ କରିଛନ୍ତି ବନଖଣ୍ଡ ଅଧିକାରୀ ।

ପ୍ରାୟ ୩୦୦  ହେକ୍ଟର ପରିମିତ ଜଙ୍ଗଲରେ ଏଥର ଶାଳିଆ ବାଉଁଶର ଜଙ୍ଗଲ ତିଆରି ପାଇଁ ବ୍ୟବହାର ହେବ ଏକ କ୍ୱିଣ୍ଟାଲ ବାଉଁଶ ମଞ୍ଜି । ରାଜ୍ୟରେ ଏହି ସୁଦୂରପ୍ରସାରୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି ।

ସରକାରୀ ସୂଚନା ଅନୁସାରେ ରାଜ୍ୟରେ ପ୍ରତି ବର୍ଷ ବଢ଼ିବାରେ ଲାଗିଛି ହାତୀ ମଣିଷ ଲଢ଼େଇ। ଖାଦ୍ୟ ଅନ୍ୱେଷଣରେ କେତେବେଳେ ଗାଁ ମୁହାଁ ହେଉଛି ହାତୀ ତ ଆଉ କେତେବେଳେ ହାତୀଙ୍କ ଅଞ୍ଚଳକୁ ପଶିଯାଉଛନ୍ତି ମଣିଷ । ଫଳରେ ଉଭୟଙ୍କ ଭିତରେ ସଂଘର୍ଷ ହେବା ସହିତ ଉଭୟ ପଟରୁ ଜୀବନ ହାନି ହେଉଛି। ତଥ୍ୟ ଅନୁସାରେ ଓଡ଼ିଶାରେ ହାତୀ-ମଣିଷ ଲଢେ଼ଇରେ ପ୍ରତି ବର୍ଷ ପ୍ରାୟ ୧୦୦ ମଣିଷଙ୍କ ଜୀବନ ଯାଉଛି । ଅର୍ଥାତ ପ୍ରତି ଦୁଇ ଦିନରେ ହାତୀ-ମଣିଷ ମୁହାଁମୁହିଁ ହେଉଥିବା ବେଳେ ପ୍ରତି ୩ ଦିନରେ ହାତୀ ଆକ୍ରମଣରେ ଜଣେ ଲୋକର ମୃତ୍ୟୁ ଘଟୁଛି ।

ଜଙ୍ଗଲରେ ବନ କର୍ମଚାରୀମାନେ ହାତୀଙ୍କ ଉପରେ ନଜର ରଖୁଛନ୍ତି ।


ମଣିଷର ପାଲଟା ଆକ୍ରମଣରେ ପ୍ରତି ବର୍ଷ ପ୍ରାୟ ୯୦ରୁ ଅଧିକ ହାତୀଙ୍କର ମୃତ୍ୟୁ ଘଟୁଛି । ହାତୀଙ୍କର ଏହି ମୃତ୍ୟୁ ପଛରେ ଅଛି ବିଦ୍ୟୁତ ଆଘାତ, ସଡ଼କ ଦୁର୍ଘଟଣା ଓ ଶିକାରୀଙ୍କ ଦ୍ୱାରା ଉଦ୍ଦେଶ୍ୟମୂଳକ ହତ୍ୟା ଉଦ୍ୟମ ।

ବଢୁଥିବା ଏହି ସମସ୍ୟା ଲମ୍ବା ସମୟ ଧରି ଚାଲୁ ଆସୁଥିବା ବେଳେ ଏହାକୁ ରୋକିବା ଲକ୍ଷ୍ୟରେ ବର୍ଷକ ତଳେ ଆଠଗଡ଼ ବନଖଣ୍ଡ ଅଞ୍ଚଳରେ ଆରମ୍ଭ ହୋଇଥିଲା ଏହି ସ୍ବତନ୍ତ୍ର ପରୀକ୍ଷାମୂଳକ ପ୍ରକଳ୍ପ । ‘ଶାଳିଆ ବମ୍ବୋ ସିଡ ବଲ ପ୍ରୋଜେକ୍ଟ’ ପ୍ରକଳ୍ପ ଜରିଆରେ ଜଙ୍ଗଲ ଭିତରେ ଶାଳିଆ ବାଉଁଶର ସ୍ୱତନ୍ତ୍ର ବଣ ତିଆରି  କରାଯାଇଥିଲା । ତାହା କେବଳ ହାତୀଙ୍କ ପାଇଁ ଉର୍ଦିଷ୍ଟ ଥିଲା ।

‘‘ଏହି ପଦ୍ଧତିରେ ପିଠା ଆକାରରେ ପ୍ରସ୍ତୁତ ମାଟି ପିଣ୍ଡୁଳା ଭିତରେ ବାଉଁଶ ମଞ୍ଜି ରଖାଯାଇ ତାକୁ ବିକ୍ଷିପ୍ତ ଭାବେ ଜଙ୍ଗଲ ଭିତରେ ଫିଙ୍ଗି ଦିଆଯାଏ । ଚାରି ମାସ ପରେ ଏହା ବୁଦା ଆକାରରେ ଆତ୍ମପ୍ରକାଶ କରେ । ସାତ-ଆଠ ମାସ ଭିତରେ ଏହା ହାତୀଙ୍କ ଖାଦ୍ୟ ଉପଯୋଗୀ ହୋଇଯାଏ । ପୂରା ବଡ଼ ବୁଦା ହେବାକୁ ଚାରି-ପାଞ୍ଚ ବର୍ଷ ଲାଗିଯାଏ । ପ୍ରଥମ ଉଦ୍ୟମର ସଫଳତା ପରେ ଏ ବର୍ଷ ଏହି କାର୍ଯ୍ୟକ୍ରମକୁ ବ୍ୟାପକ ଆକାରରେ ଆରମ୍ଭ କରିଛୁ।  ପ୍ରାୟ ୩୦୦  ହେକ୍ଟର ପରିମିତ ଜଙ୍ଗଲରେ ଏଥର ଶାଳିଆ ବାଉଁଶର ଜଙ୍ଗଲ ତିଆରି ପାଇଁ ବ୍ୟବହାର ହେଉଛି ପ୍ରାୟ ଏକ କ୍ୱିଣ୍ଟାଲ ଓଜନର ବାଉଁଶ ମଞ୍ଜି । ସାଧାରଣ ଭାବେ ଜୁଲାଇ ଓ ଅଗଷ୍ଟ ମାସରେ ଏହି କାମ ଆରମ୍ଭ ହୋଇଥାଏ ଓ ଚଳିତବର୍ଷ ମଧ୍ୟ ଏହା ଆରମ୍ଭ ହୋଇଛି,’’ କହିଛନ୍ତି ଆଠଗଡ଼ ବନଖଣ୍ଡ ଅଧିକାରୀ ସସ୍ମିତା ଲେଙ୍କା ।

ଏହା ବି ପଢ଼ନ୍ତୁ | ଅନଲାଇନ୍ ଠକେଇ ପାଇଁ ଅନ୍ତର୍ଜାତୀୟ ଗ୍ୟାଙ୍ଗ୍ ଏହି ମହିଳାଙ୍କ ଠାରୁ ଭଡ଼ାରେ ନେଉଥିଲେ ଆକାଉଣ୍ଟ୍

ଏହା ବି ପଢ଼ନ୍ତୁ | COVID-19 ମଧ୍ୟରେ ଚାକିରୀ ହରାଇଥିବା ଯୁବକମାନଙ୍କୁ ରୋଜଗାର ଦେବେ ମନୋଜ ବାଜପେୟୀ; ଆରମ୍ଭ କଲେ 'ଶ୍ରମିକ ସହଯୋଗ' ପ୍ରକଳ୍ପ

ଏହି ଉଦ୍ୟମକୁ ଓଡିଶା ପରିବେଶ ସମିତି ସ୍ୱାଗତ କରିଛି । ‘‘ଜଙ୍ଗଲରେ ହାତୀଙ୍କୁ ଖାଦ୍ୟ ମିଳୁ ନ ଥିବା କାରଣରୁ ସେମାନେ ଗାଁ ମୁହାଁ ହେଉଛନ୍ତି । ଫସଲ ନଷ୍ଟ କରିବା ସହିତ ଲୋକଙ୍କୁ ଆକ୍ରମଣ କରୁଛନ୍ତି।  ସାରା ପୂର୍ବ ଭାରତର ଏହା ଏକ ନିୟମିତ ସମସ୍ୟା ପାଲଟିଛି । ଆଠଗଡ଼ ବନଖଣ୍ଡ ଅଞ୍ଚଳରେ ଏହି ସମସ୍ୟା ଦିନକୁ ଦିନ ଉତ୍କଟ ହେଉଛି। ତେଣୁ  ଏଭଳି ଉଦ୍ୟମର ପରିକଳ୍ପନା ଯଥାର୍ଥ,’’ କହିଛନ୍ତି ଓଡ଼ିଶା ପରିବେଶ ସମିତି ସମ୍ପାଦକ ଡଃ ଜୟକୃଷ୍ଣ ପାଣିଗ୍ରାହୀ।



ପୂର୍ବତନ ପିସିସିଏଫ ବିଜୟ କେତନ ପଟ୍ଟନାୟକ କହିଛନ୍ତି, ‘‘କେବଳ ବାଉଁଶ ଜଙ୍ଗଲ ସୃଷ୍ଠି କଲେ ହେବ ନାହିଁ । ଚାରି-ପାଞ୍ଚ ବର୍ଷ ଧରି ଏହାର ଯତ୍ନ ନେବାର ଆବଶ୍ୟକତା ଅଛି । ଆଗକୁ ଅଧିକ ଅଞ୍ଚଳରେ ଏଭଳି ଯୋଜନା କାର୍ଯ୍ୟକାରୀ କଲେ ଭଲ ।’’
Published by: Anand Shankar Thankur Das
First published: August 22, 2020, 12:00 PM IST
corona virus btn
corona virus btn
Loading