ସଫଳ ହୋଇଛି ବାଲିଷ୍ଟିକ୍ ମିସାଇଲ୍ ‘ପ୍ରଳୟ’ର ପରୀକ୍ଷଣ

ସଫଳ ହୋଇଛି ବାଲିଷ୍ଟିକ୍ ମିସାଇଲ୍ ‘ପ୍ରଳୟ’ର ପରୀକ୍ଷଣ । ଭଦ୍ରକ ଧାମରା ସ୍ଥିତ ଅବଦୁଲ କଲାମ ଦ୍ୱୀପରୁ ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍ ମିସାଇଲ ‘ପ୍ରଳୟ’ ଉତକ୍ଷେପଣ ହୋଇଛି ।

ସଫଳ ହୋଇଛି ବାଲିଷ୍ଟିକ୍ ମିସାଇଲ୍ ‘ପ୍ରଳୟ’ର ପରୀକ୍ଷଣ (ପ୍ରତୀକାତ୍ମକ ଛବି)

ସଫଳ ହୋଇଛି ବାଲିଷ୍ଟିକ୍ ମିସାଇଲ୍ ‘ପ୍ରଳୟ’ର ପରୀକ୍ଷଣ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ବାଲେଶ୍ୱର: ସଫଳ ହୋଇଛି ବାଲିଷ୍ଟିକ୍‌ ମିସାଇଲ୍‌ ‘ପ୍ରଳୟ’ର ପରୀକ୍ଷଣ । ଭଦ୍ରକ ଧାମରା ସ୍ଥିତ ଅବଦୁଲ କଲାମ ଦ୍ୱୀପରୁ ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍‌ ମିସାଇଲ ‘ପ୍ରଳୟ’ ଉତକ୍ଷେପଣ ହୋଇଛି । ଭୃପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇଥିବା ପାରୁଥିବା ‘ପ୍ରଳୟ’ର ଲକ୍ଷ୍ୟଭେଦ କ୍ଷମତା ୧୫୦ କିଲୋମିଟରରୁ ୫ ଶହ କିଲୋମିଟର । ଏହି ମିସାଇଲ ୧ ହଜାର କିଲୋଗ୍ରାମ ପର୍ଯ୍ୟନ୍ତ ଉଭୟ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବହନ କରିପାରିବ । ଏହି କ୍ଷେପଣାସ୍ତ୍ରକୁ ମୋବାଇଲ ଲଞ୍ଚରରୁ ଉତକ୍ଷେପଣ କରାଯାଇପାରିବ ।

ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ବାଲାଷ୍ଟିକ ମିସାଇଲ ‘ପ୍ରଳୟ’ର ଓଜନ ୫ ଟନ୍‌ । ଏହା ଟାର୍ଗେଟକୁ ୧୦ ମିଟର ପରିଧି ମଧ୍ୟରେ ହିଟ୍‌ କରିବାର କ୍ଷମତା ରଖିଛି। ଏଥିରେ ଅତ୍ୟାଧୁନିକ ନାଭିଗେସନ ସିଷ୍ଟମ ଓ ସମନ୍ଵିତ ଆଭିଓନିକ୍ସ ରହିଛି ।

"ପ୍ରଳୟର ପରୀକ୍ଷା ନେଇ ପିଆଇବି ପକ୍ଷରୁ କୁହାଯାଇଛି ଡିଆରଡିଓ ଦ୍ୱାରା ସ୍ୱଦେଶୀ କୌଶଳରେ ବିକଶିତ ନୂତନ ପୀଢି କ୍ଷେପଣାସ୍ତ୍ର "ପ୍ରଳୟ”ର ପ୍ରଥମ ଉତକ୍ଷେପଣ ହୋଇଛି। ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ (ଡିଆରଡିଓ) ଡିସେମ୍ବର ୨୨, ୨୦୨୧ ରେ ଓଡ଼ିଶା ଉପକୂଳଳବର୍ତ୍ତୀ ଡକ୍ଟର ଏପିଜେ ଅବଦୁଲ କାଲାମ ଦ୍ୱୀପରୁ ସ୍ୱଦେଶୀ କୌଶଳରେ ବିକଶିତ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହେଉଥିବା କ୍ଷେପଣାସ୍ତ୍ର 'ପ୍ରଳୟ' ର ପ୍ରଥମ ଉଡାଣ ପରୀକ୍ଷଣ ସଫଳତାର ସହ କରିଥିଲା । ଏହି ମିଶନ ଏହକୁ ନେଇ ରଖାଯାଇଥିବା ସମସ୍ତ ଉଦ୍ଦେଶ୍ୟ ପୂରଣ କରିଛି । ନୂତନ କ୍ଷେପଣାସ୍ତ୍ର କ୍ୱାସି ବାଲିଷ୍ଟିକ୍ ପ୍ରକ୍ଷେପଣକୁ ଅନୁସରଣ କଲା ଏବଂ ନିୟନ୍ତ୍ରଣ, ମାର୍ଗଦର୍ଶନ ଏବଂ ମିଶନ୍ ଆଲଗୋରିଦମ ସହିତ ନିର୍ଭୁଲ ଭାବେ ର୍ନିଦ୍ଧାରିତ ଲକ୍ଷ୍ୟ ସ୍ଥଳ ଭେଦ କରିଛି" ।

"ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଏହି ପ୍ରଥମ ଉଡ଼ାଣ ପରୀକ୍ଷା ପାଇଁ ଡିଆରଡିଓ ଓ ସହଯୋଗୀ ଦଳମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଦ୍ରୁତ ବିକାଶ ଓ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହେଉଥିବା ଆଧୁନିକ କ୍ଷେପଣାସ୍ତ୍ରର ସଫଳ ଉତକ୍ଷେପଣ ପାଇଁ ସେ ଡିଆରଡିଓକୁ ପ୍ରଶଂସା କରିଥିଲେ"।
Published by:Soumya Das
First published: