ଆସନ୍ତାକାଲି ୧୨ ଘଣ୍ଟିଆ ବାଲେଶ୍ୱର ବନ୍ଦ; ବନ୍ଦକୁ ସମର୍ଥନ ଜଣାଇଲେ ଉଭୟ ବିଜେପି ଓ କଂଗ୍ରେସ

ଆସନ୍ତାକାଲି ୧୨ ଘଣ୍ଟିଆ ବାଲେଶ୍ୱର ବନ୍ଦ। ବନ୍ଦକୁ ସମର୍ଥନ ଜଣାଇଲେ ଉଭୟ ବିଜେପି ଓ କଂଗ୍ରେସ । ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରତିବାଦକୁ ନେଇ ଏହି ବନ୍ଦ ଡାକରା ଦିଆଯାଇଛି।

ଆସନ୍ତାକାଲି ୧୨ ଘଣ୍ଟିଆ ବାଲେଶ୍ୱର ବନ୍ଦ (ପ୍ରତୀକାତ୍ମକ ଛବି)

ଆସନ୍ତାକାଲି ୧୨ ଘଣ୍ଟିଆ ବାଲେଶ୍ୱର ବନ୍ଦ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ବାଲେଶ୍ଵର:  ଆସନ୍ତାକାଲି ୧୨ ଘଣ୍ଟିଆ ବାଲେଶ୍ୱର ବନ୍ଦ। ବନ୍ଦକୁ ସମର୍ଥନ ଜଣାଇଲେ ଉଭୟ ବିଜେପି ଓ କଂଗ୍ରେସ । ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରତିବାଦକୁ ନେଇ ଏହି ବନ୍ଦ ଡାକରା ଦିଆଯାଇଛି।

ସହର ତଥା ଆଖପାଖ ହାଟ ବଜାରରେ ଦିନକୁ ଦିନ ଛିନତାଇ, ରାହାଜାନି, ହତ୍ୟା ତଥା ଡ୍ରଗ୍ସ କାରବାର ଓ ନିଶା କାରବାର ବୃଦ୍ଧି ପାଇବାରେ ଲାଗିଛି । ମାତ୍ର ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ନିରବଦ୍ରଷ୍ଟା ସାଜି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ବିଭିନ୍ନ ମହଲରେ ଅଭିଯୋଗ ହୋଇଛି ।

ମାତ୍ରାଧିକ ଅପରାଧିକ ଘଟଣାକୁ ଦେଖି ବିଜେପି ପକ୍ଷରୁ ଆଇ.ଜି ଓ ଆରକ୍ଷୀ ଅଧୀକ୍ଷକଙ୍କୁ ଦାବିପତ୍ର ପ୍ରଦାନ କରିବାପରେ ମଧ୍ୟ ପୋଲିସର ନିଦ ଭାଙ୍ଗୁନି । ଏଥିପାଇଁ ଆସନ୍ତା ୧୬ ତାରିଖ ବାଲେଶ୍ଵର ବନ୍ଦରେ BJP ସମ୍ପୂର୍ଣ୍ଣ ଭାବେ ସହଯୋଗ କରିବା ସହ ବାଲେଶ୍ଵରରେ ଶାନ୍ତି ପ୍ରତିଷ୍ଠା ପାଇଁ ଦାବି କରିବ ।

"ମୁଖ୍ୟମନ୍ତ୍ରୀ ବାଲେଶ୍ବରର ଦାୟିତ୍ୱ ନେବା ପରଠୁ ୨୭ରୁ ଅଧିକ ହତ୍ୟାକାଣ୍ଡ, ମାତ୍ରାଧିକ ମୋବାଇଲ ଓ ସୁନା ଚେନ ଛିନତାଇ, ଏଟିଏମ ଲୁଟ ଆଦି ବଢ଼ି ଚାଲିଥିବା ବେଳେ ଅପରାଧୀଙ୍କୁ ପୋଲିସ ଧରି ନ ପାରିବା ଦୁର୍ଭାଗ୍ୟର ବିଷୟ,"କହିଛନ୍ତି ବିଜେପି ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ଶ୍ରୀ ମାନସ ଦତ୍ତ।

ଆସନ୍ତାକାଲି ହେବାକୁ ଥିବା ବନ୍ଦରେ  ବରିଷ୍ଠ ନାଗରିକ ମଞ୍ଚ, ସିଭିଲ୍ ସୋସାଇଟି, ବାଲେଶ୍ଵର ଓକିଲ ସଂଘ, ଭାରତୀୟ ଜାତୀୟ କଂଗ୍ରେସ, ସିପିଆଇ, ସିପିଏମ୍, ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍, ଏସ୍‌ୟୁସିଆଇ (କମ୍ୟୁନିଷ୍ଟ୍), ବାଲେଶ୍ଵର ଚାମ୍ବର ଅଫ୍‌ କମର୍ସ, ବାଲେଶ୍ଵର ବ୍ୟବସାୟୀ ସଂଘ, ବାଲେଶ୍ଵର ମୋଟର ପରିବହନ କର୍ମଚାରୀ ସଂଘ, ଫକୀରମୋହନ କଲେଜ ଆଲୁମ୍ ଆସୋସିଏସନ, ସାଧାରଣ ବୀମା କର୍ମଚାରୀ ସଂଘ, ପେଟ୍ରୋଲ୍ ପମ୍ପ୍ ଆବାହକ ,  ଓକିଲ ସଂଘ ଓ ସିଭିଲ୍ ସୋସାଇଟି, ମାଲିକ ସଂଘ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ, ବାଲେଶ୍ବର ପଥ ବିକ୍ରେତା ସଂଘ, ବାଲେଶ୍ବର ଟ୍ରେଡ୍‌ ୟୁନିୟନ ଆସୋସିଏସନ ସମନ୍ବୟ ସମିତି, ଏଆଇଟିୟୁସି, ସିଆଇଟିୟୁ, ଆଇଏନଟିୟୁସି, ଟିୟୁସିସି, ୟୁଟିୟୁସି ଲେନିନ୍ ସରଣୀ, ଓଡ଼ିଶା ସେଲ୍ସ ରିପ୍ରେଜେଣ୍ଟେଟିଭ ୟୁନିୟନ, ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେସନ, ଅଖିଳ ଭାରତ ଯୁବସଂଘ, ଚାଷୀ ଏକତା ମଂଚ, ଗଣତାନ୍ତ୍ରିକ ମହିଳା ସମିତି, ଉତ୍କଳ ମହିଳା ସମିତି, ବାଲେଶ୍ଵରସରକାରୀ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି, ଜିଲ୍ଲା ସ୍କୁଲ ଆଲୁମ୍‌ ଆସୋସିଏସନ, ପରି ଅନେକ ସଂଗଠନ ସମର୍ଥନ ଦେବା ସହିତ ବନ୍ଦ ପାଳନରେ ଭାଗ ନେବେ ବୋଲି କହିଛନ୍ତି।

ତେବେ ଏହି ବନ୍ଦକୁ ଏବେ ଦୁଇ ରାଜନୈତିକ ଦଳ କଂଗ୍ରେସ ଓ ବିଜେପି ମଧ୍ୟ ସମର୍ଥନ ଜଣାଇବା ସହିତ ନିଜକୁ ବନ୍ଦରେ ସାମିଲ କରିବା ନେଇ ଘଷଣା କରିଛନ୍ତି।

ବାଲେଶ୍ଵର ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି ଦିନ କୁ ଦିନ ହତ୍ୟା ଲୁଟତରାଜ ଓ ରାହାଜାନୀ ବୃଦ୍ଧି ପାଉଛି ସାଧାରଣ ଲୋକଙ୍କ ଅବସ୍ଥା ଦୟନୀୟ ହୋଇପଡିଛି। କେବଳ ସହର ନୁହେଁ ସମଗ୍ର ଜିଲ୍ଲାରେ ପରିସ୍ଥିତି ଅଣାୟତ୍ତ  ମାତ୍ର ପୋଲିସର ଭୂମିକା କିଛି ନାହିଁ। ତେଣୁ ଆସନ୍ତା ଜୁନ୍ ମାସ ୧୬ତାରିଖରେ ବାଲେଶ୍ଵର ସିଭିଲ ସୋସାଇଟ ଓ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଡ଼ାକରା ଦିଆଯାଇଥବା ବାଲେଶ୍ଵର ବନ୍ଦ କୁ କଂଗ୍ରେସ ପୁର୍ଣ୍ଣ ସମର୍ଥନ କରିବ ବୋଲି ଆଜି ଏକ ପ୍ରେସ୍ ବିବୃତିରେ ବାଲେଶ୍ଵର ଜିଲ୍ଲା କଂଗ୍ରେସ କମିଟିର ସଭାପତି ସଂଜୀବ ଗିରି ଜଣାଇଛନ୍ତି।
Published by:Soumya Das
First published: