୧୨ ଘଣ୍ଟିଆ ବାଲେଶ୍ୱର ବନ୍ଦ ଡାକରା; ସନ୍ଧ୍ୟା ୬ ଯାଏଁ ଖୋଲିବନି ଦୋକାନ ବଜାର

ବାଲେଶ୍ୱର ଜିଲ୍ଳାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ଜିଲ୍ଳାରେ ଭୁଶୁଡ଼ି ପଡ଼ିଥିବା ଆଇନ ଶୃଙ୍ଖଳାକୁ ସଜାଡ଼ିବା ତଥା ଏସ୍‍ପିଙ୍କ ବଦଳି ଦାବିରେ ଆଜି ବାଲେଶ୍ୱର ୧୨ ଘଣ୍ଟିଆ ବନ୍ଦ କରାଯାଇଛି ।

୧୨ ଘଣ୍ଟିଆ ବାଲେଶ୍ୱର ବନ୍ଦ (ପ୍ରତୀକାତ୍ମକ ଛବି)

୧୨ ଘଣ୍ଟିଆ ବାଲେଶ୍ୱର ବନ୍ଦ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ବାଲେଶ୍ୱର: ବାଲେଶ୍ୱର ଜିଲ୍ଳାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ହତ୍ୟା, ଲୁଟ, ଛିନ୍‍ତାଇ ଭଳି ଅପରାଧ ବୃଦ୍ଧି ପାଇବାରେ ଲାଗିଛି ।  ଅପରାଧକୁ ନିୟନ୍ତ୍ରଣ କରିବାରେ ପୋଲିସ ବିଫଳ ହେଉଛି । ଏଥିପାଇଁ ବାଲେଶ୍ୱର ଏସ୍‍ପି ସୁଧାଂଶୁ ଶେଖର ମିଶ୍ର ଦାୟୀ ବୋଲି ଦାବି ଉଠିଛି । ଜିଲ୍ଳାରେ ଭୁଶୁଡ଼ି ପଡ଼ିଥିବା ଆଇନ ଶୃଙ୍ଖଳାକୁ ସଜାଡ଼ିବା ତଥା ଏସ୍‍ପିଙ୍କ ବଦଳି ଦାବିରେ ଆଜି ବାଲେଶ୍ୱର ୧୨ ଘଣ୍ଟିଆ ବନ୍ଦ କରାଯାଇଛି ।

"ମୁଖ୍ୟମନ୍ତ୍ରୀ ବାଲେଶ୍ବରର ଦାୟିତ୍ୱ ନେବା ପରଠୁ ୨୭ରୁ ଅଧିକ ହତ୍ୟାକାଣ୍ଡ, ମାତ୍ରାଧିକ ମୋବାଇଲ ଓ ସୁନା ଚେନ ଛିନତାଇ, ଏଟିଏମ ଲୁଟ ଆଦି ବଢ଼ି ଚାଲିଥିବା ବେଳେ ଅପରାଧୀଙ୍କୁ ପୋଲିସ ଧରି ନ ପାରିବା ଦୁର୍ଭାଗ୍ୟର ବିଷୟ,"କହିଛନ୍ତି ବିଜେପି ରାଜ୍ୟ ଯୁବମୋର୍ଚ୍ଚା ଉପସଭାପତି ଶ୍ରୀ ମାନସ ଦତ୍ତ।

ଏହି ବନ୍ଦ ଡାକରା ବରିଷ୍ଠ ନାଗରିକ ମଞ୍ଚ, ସିଭିଲ୍ ସୋସାଇଟି, ବାଲେଶ୍ଵର ଓକିଲ ସଂଘ, ଭାରତୀୟ ଜାତୀୟ କଂଗ୍ରେସ, ସିପିଆଇ, ସିପିଏମ୍, ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍, ଏସ୍‌ୟୁସିଆଇ (କମ୍ୟୁନିଷ୍ଟ୍), ବାଲେଶ୍ଵର ଚାମ୍ବର ଅଫ୍‌ କମର୍ସ, ବାଲେଶ୍ଵର ବ୍ୟବସାୟୀ ସଂଘ, ବାଲେଶ୍ଵର ମୋଟର ପରିବହନ କର୍ମଚାରୀ ସଂଘ, ଫକୀରମୋହନ କଲେଜ ଆଲୁମ୍ ଆସୋସିଏସନ, ସାଧାରଣ ବୀମା କର୍ମଚାରୀ ସଂଘ, ପେଟ୍ରୋଲ୍ ପମ୍ପ୍ ଆବାହକ ,  ଓକିଲ ସଂଘ ଓ ସିଭିଲ୍ ସୋସାଇଟି, ମାଲିକ ସଂଘ, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ, ବାଲେଶ୍ବର ପଥ ବିକ୍ରେତା ସଂଘ, ବାଲେଶ୍ବର ଟ୍ରେଡ୍‌ ୟୁନିୟନ ଆସୋସିଏସନ ସମନ୍ବୟ ସମିତି, ଏଆଇଟିୟୁସି, ସିଆଇଟିୟୁ, ଆଇଏନଟିୟୁସି, ଟିୟୁସିସି, ୟୁଟିୟୁସି ଲେନିନ୍ ସରଣୀ, ଓଡ଼ିଶା ସେଲ୍ସ ରିପ୍ରେଜେଣ୍ଟେଟିଭ ୟୁନିୟନ, ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେସନ, ଅଖିଳ ଭାରତ ଯୁବସଂଘ, ଚାଷୀ ଏକତା ମଂଚ, ଗଣତାନ୍ତ୍ରିକ ମହିଳା ସମିତି, ଉତ୍କଳ ମହିଳା ସମିତି, ବାଲେଶ୍ଵରସରକାରୀ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି, ଜିଲ୍ଲା ସ୍କୁଲ ଆଲୁମ୍‌ ଆସୋସିଏସନ, ପରି ଅନେକ ସଂଗଠନ ସମର୍ଥନ ଦେବା ସହିତ ବନ୍ଦ ପାଳନରେ ଭାଗ ନେଇଛନ୍ତି।

ବାଲେଶ୍ୱର ବନ୍ଦ ଯୋଗୁଁ ସହରର ବସଷ୍ଟାଣ୍ଡ, ଫାଣ୍ଡିଛକ, ଆଜିମାବାଦ, ଗୋଳାପୋଖରୀ, ମଣ୍ଡଳ ବଜାର, ମୋତିଗଞ୍ଜ, ଫକୀରମୋହନ ଗୋଲେଇ, ଷ୍ଟେସନ ଛକ ପ୍ରଭୃତି ବିଭିନ୍ନ ଅଞ୍ଚଳର ଖାଁ ଖାଁ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି । ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ବକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।
Published by:Soumya Das
First published: