ବାଲେଶ୍ବର ନୀଳଗିରି ଗ୍ୟାରେଜରେ ଯୁବକଙ୍କ ମୃତ୍ୟୁ ମାମଲା; ହତ୍ୟା ରହସ୍ୟରୁ ଉଠିଲା ପର୍ଦ୍ଦା

ନୀଳଗିରି ଗ୍ୟାରେଜରେ ଯୁବକଙ୍କ ମୃତ୍ୟୁର ପରଦା ହଟିଲା । ଆତ୍ମହତ୍ୟା ନୁହେଁ ବରଂ ହତ୍ୟା କରାଯାଇଥିଲା ଦିପୁ ବେହେରାଙ୍କୁ । ତେବେ ମୃତ୍ୟୁ ପଛରେ ଥିଲା ଟଙ୍କା କାରବାର।

ବାଲେଶ୍ବର ନୀଳଗିରି ଗ୍ୟାରେଜରେ ଯୁବକଙ୍କ ମୃତ୍ୟୁ ମାମଲା

ବାଲେଶ୍ବର ନୀଳଗିରି ଗ୍ୟାରେଜରେ ଯୁବକଙ୍କ ମୃତ୍ୟୁ ମାମଲା

  • Share this:
News18 Odia Digital

ବାଲେଶ୍ବର: ଜିଲ୍ଲା, ନୀଳଗିରି ଥାନା ଅଧୀନ ମିତ୍ରପୁର ନିକଟ ମର୍ଦ୍ଦରାଜପୁର ଛକ ନିକଟରେ ଗତ ଶନିବାର ରେମୁଣା ଥାନା, ମାଧୁପୁର ଅଞ୍ଚଳର ରଞ୍ଜନ ବେହେରାଙ୍କ ମୋଟର ସାଇକଲ ଗ୍ୟାରେଜରେ ଗୁଳିକାଣ୍ଡ ଘଟିଥିଲା । ଏଥିରେ ସେହି ମର୍ଦ୍ଦରାଜପୁର ଗାଁର ମେକାନିକ ତଥା ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ପୁଅ ଦୀପୁ ଓରଫ ସୁକାନ୍ତଙ୍କ ମୃତ୍ୟୁ ଘଟିଥିଲା। ଘଟଣାରେ ନୀଳଗିରି ଥାନା ଏସଆଇ ବାସୁଦେବ ଜୟସିଂ ତଦନ୍ତ କରୁଥିବାବେଳେ ବାଲେଶ୍ଵର ଅତିରିକ୍ତ ଏସପି ଉଦୟଭାନୁ ମିଶ୍ର ଓ ନୀଳଗିରି ଏସଡ଼ିପିଓ ରୀତେଶ ମହାପାତ୍ର ହତ୍ୟାକାଣ୍ଡର ରହସ୍ୟ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଅତିରିକ୍ତ ଏସ୍ପି ଉଦୟଭାନୁ ମିଶ୍ର କହିଛନ୍ତି, ‘‘ମୃତ ଗ୍ୟାରେଜ ମେକାନିକ ଜଣକ ବିଭିନ୍ନ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କା ଧାର କରଜ କରି ଫେରସ୍ତ କରୁ ନ ଥିଲେ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବଚସା, ହାତାହାତି ହେବା ସହ ଶେଷରେ ଗୁଳି ଦ୍ବାରା ମେକାନିକଙ୍କୁ ହତ୍ୟା କରାଗଲା। ସମ୍ପୃକ୍ତ ମେକାନିକ ଜଣକ ଗ୍ୟାରେଜ ମାଲିକ ରଞ୍ଜନଙ୍କ ଠାରୁ ଦୀର୍ଘ ଦିନ ହେବ ଏକ ଲକ୍ଷ ଟଙ୍କା, ନୂଆପାଢ଼ୀ ଗାଁର ସୁବାସ ହାଲଦାରଙ୍କ ଠାରୁ ୭୦,୦୦୦ ଟଙ୍କା, ବାଲେଶ୍ଵର ହୁଣ୍ଡାଇ ପ୍ରିମିୟର ଶୋ ରୁମରେ କାମ କରୁଥିବା କେନ୍ଦ୍ରାପଡ଼ା ଅଞ୍ଚଳର ଅମୀୟକାନ୍ତ ରାଉତଙ୍କ ଠାରୁ ୩୦,୦୦୦ ଟଙ୍କା ଧାର ସୂତ୍ରରେ ନେଇ ପ୍ରତିବଦଳରେ ଗାଡ଼ି ପାର୍ଟସ ଦେବେ ବୋଲି କହିଥିଲେ । କିନ୍ତୁ ସମୟ ଗଡ଼ି ଚାଲିଥିଲେ ମଧ୍ୟ ମୃତକ ଜଣକ ସାମଗ୍ରୀ ଦେଉ ନ ଥିଲେ କିମ୍ବା ଧାର ଟଙ୍କା ସୁଝି ନ ଥିଲେ ଫଳରେ ଏହି ହତ୍ୟାକାଣ୍ଡ ଘଟିଛି ।’’

ପ୍ରକାଶ ଥାଉକି ଗ୍ୟାରେଜ ମାଲିକଙ୍କ ସମେତ ୩ ଅଭିଯୁକ୍ତ ଓ ଆଉ ଜଣେ ସହଯୋଗୀ ତଥା ବାଲେଶ୍ଵର ରାଣୀପାଟଣା ଅଞ୍ଚଳର ପାର୍ଥ ସାରଥୀ ଘୋଷ ଦିପୁ ମେକାନିକଙ୍କୁ ତାଙ୍କ ଘରୁ କାରରେ ଉଠାଇଆଣିବା ସହ ୧୧ ତାରିଖ ଗ୍ୟାରେଜରେ ପହଞ୍ଚି ଧାର ଟଙ୍କା ଦାବି କରିଥିଲେ। ଉଭୟ ପକ୍ଷ ମଧ୍ୟରେ ବଚସା ହେବା ପରେ ହାତାହାତି ମଧ୍ୟ ହୋଇଥିଲା । ଆଉ ଏତିକି ବେଳେ ଗୁଳି ଫୁଟି ଗ୍ୟାରେଜ ମେକାନିକଙ୍କ ମୃତ୍ୟୁ ଘଟିଥିଲା । ଖବର ପାଇ ନୀଳଗିରି ପୋଲିସ ହତ୍ୟାକାଣ୍ଡ ସ୍ଥଳରେ ପହଞ୍ଚି ମୃତ ଦେହ ଓ ମାଉଜରକୁ ଜବତ କରିଥିଲା । ପରେ ବାଲେଶ୍ବରରୁ ସାଇଣ୍ଟିଫିକ୍ ଦଳ ପହଞ୍ଚି ତଦନ୍ତ କରିଥିଲେ।

ନୀଳଗିରି ଗ୍ୟାରେଜରେ ଯୁବକଙ୍କ ମୃତ୍ୟୁର ପରଦା ହଟିଲା


ସେହିପରି ପୋଲିସ ଏହି ଘଟଣାରେ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ଗ୍ୟାରେଜ ମାଲିକ ରଞ୍ଜନଙ୍କ ସମେତ ଅମୀୟକାନ୍ତ ଓ ପାର୍ଥ ସାରଥୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ଅନ୍ୟତମ ଅଭିଯୁକ୍ତ ସୁବାସ ହାଲଦାରକୁ ଖୋଜାଖୋଜି ଜାରି ରଖିଛି ବୋଲି ନୀଳଗିରି ଏସପିଓ ରୀତେଶ ମହାପାତ୍ର କହିଛନ୍ତି ।
Published by:Lipina Das
First published:
)}