ବାଲେଶ୍ୱର: ମଦ୍ୟପ ପୁଅକୁ ହତ୍ୟା କରି ଲୁଣ ଦେଇ ଘରେ ପୋତି ଦେଇଥିଲା ମା’; ଗିରଫ ହେଲା

ହତ୍ୟାର ୧୧ ଦିନ ପର୍ଯ୍ୟନ୍ତ ଏହି ଜଘନ୍ୟ କାଣ୍ଡକୁ ସମସ୍ତଙ୍କ ଜ୍ଞାତରୁ ଲୁଚାଇ ରଖିଥିଲେ ମା’ ଓ ବଡ଼ ପୁଅ । ସାନ ପୁଅ କୁଆଡ଼େ ଚାଲି ଯାଇଛି ବୋଲି କହୁଥିଲେ ସେମାନେ । ଲୋକଙ୍କ ଠାରୁ ସତ୍ୟ ଲୁଚାଇ ତା’ର ସୁଦ୍ଧି କ୍ରିୟା ଆୟୋଜିତ କରିଥିଲେ ସେମାନେ ।

ବାଲେଶ୍ୱର: ମଦ୍ୟପ ପୁଅକୁ ହତ୍ୟା କରି ଲୁଣ ଦେଇ ଘରେ ପୋତି ଦେଇଥିଲା ମା’; ଗିରଫ ହେଲା
ପୋଲିସ ହାଜତରେ ଅଭିଯୁକ୍ତା ମା’ ଶୁକୁରୀ ଜେନା
  • News18 Odia
  • Last Updated: February 23, 2021, 5:02 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: ନିଜ ପୁଅକୁ ହତ୍ୟା କରି ଘର ଭିତରେ ପୋତିଦେଲା ମାଆ । ବିଶ୍ୱାସ ନ ହେଲେ ମଧ୍ୟ ଏମିତି ଘଟଣା ଘଟିଛି । ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଇଚ୍ଛାପୁର ପୋଖରୀ ଗାଁରେ ଘଟିଛି ଏହି ଘଟଣା । ଜନ୍ମକଲା ପୁଅକୁ ନିର୍ମମ ଭାବେ ନିଜ ବଡ଼ ପୁଅ ସହ ମିଶି ହତ୍ୟା କରି ଶୋଇବା ଘରେ ଲୁଣ ଦେଇ ପୋତି ଦେଇଥିଲା ମାଆ ।

ଏହି ଜଘନ୍ୟ ହତ୍ୟାକାଣ୍ଡ ସମ୍ପର୍କରେ ହତ୍ୟାର ୧୧ ଦିନ ପରେ ଜଣାପଡ଼ିଥିଲା । ବଡ଼ କଥା ହେଲା ସାନ ଭାଇର ପିଣ୍ଡ ଶ୍ରାଦ୍ଧ କରି ବଡ଼ ଭାଇ ଫେରିବା ପରେ ହିଁ ସାମ୍ନାକୁ ଆସିଥିଲା ସତ । ଏହି ହତ୍ୟାକାଣ୍ଡ ଘଟିଛି ବାହାନଗା ଜାତୀୟ ରାଜପଥ ନିକଟସ୍ଥ ଇଚ୍ଛାପୁର ପୋଖରୀ ନିକଟରେ । ୨୨ ବର୍ଷୀୟ ସାନ ପୁଅକୁ ମାରି ଘରେ ପୋତି ଦେଇଥିଲେ ଉଭୟ ମାଆ ଓ ବଡ଼ ପୁଅ ।

ଏହା ବି ପଢ଼ନ୍ତୁ | ନୂଆ ବର୍ଷ ଠାରୁ UPI, ଚେକ୍ ପେମେଣ୍ଟ, GST ବୀମା ସମ୍ବନ୍ଧୀୟ ଅନେକ ନିୟମ ବଦଳିଛି; ଜାଣନ୍ତୁ

ପୋଲିସ ସୂତ୍ରରୁ ପ୍ରକାଶ ଯେ ଫେବୃଆରୀ ୧୨ ତାରିଖ ରାତି ୧୧ଟାରେ ମଦ ପିଇ ସାନ ପୁଅ ବଳରାମ ଜେନା ଘରକୁ ଫେରିବା ପରେ କୌଣସି କଥାକୁ ନେଇ ମାଆ ଶୁକୁରୀ ଜେନା (୫୫ ବର୍ଷ) ଓ ବଡ଼ ଭାଇ ଜଗବନ୍ଧୁ ଜେନାଙ୍କ (୩୨ ବର୍ଷ) ମଧ୍ୟରେ ବଚସା ହୋଇଥିଲା । ଏହା ଉଗ୍ର ରୂପ ଧାରଣ କରିବା ପରେ ଶୁକୁରୀ ଓ ଜଗବନ୍ଧୁ ମିଶି ବଳରାମ ଜେନାଙ୍କୁ ଏକ ଶାବଳରେ ଆକ୍ରମଣ କରିଥିଲେ । ଫଳରେ ବଳରାମଙ୍କର ମୃତ୍ୟୁ ଘଟିଥିଲା ।

ଅଭିଯୁକ୍ତ ବଡ଼ ଭାଇ ଜଗବନ୍ଧୁ ଜେନା ବି ଗିରଫ ହୋଇଛି ।


ବଳରାମଙ୍କ ମୃତ ଦେହକୁ ଶୁକୁରୀ ଓ ଜଗବନ୍ଧୁ ଶୋଇବା ଘର ଭିତରେ ଏକ ଗାତ ଖୋଳି ଲୁଣ ଦେଇ ପୋତି ଦେଇଥିଲେ ବୋଲି ପୋଲିସ ଅନୁସନ୍ଧାନରୁ ଜଣାପଡ଼ିଛି । ହେଲେ ସେତେବେଳେ ଏହି ଘଟଣା ସମ୍ପର୍କରେ କାହାରିକୁ କିଛି ଜଣାପଡ଼ି ନ ଥିଲା । ଘଟଣା ଜଣାପଡ଼ିବା ପରେ ସୋର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ମାଆ ଓ ବଡ଼ ପୁଅକୁ ଗିରଫ କରିଛି ।

ଏହା ବି ପଢ଼ନ୍ତୁ | ପତି ଘରକୁ ଡେରିରେ ଫେରିଲେ ବୋଲି ପତ୍ନୀ ରାଗରେ ତାଙ୍କ ମୁହଁରେ ଗରମ ତେଲ ଢାଳିଦେଲେ

ହତ୍ୟାର ୧୧ ଦିନ ପର୍ଯ୍ୟନ୍ତ ଏହି ଘଟଣାକୁ ସମସ୍ତଙ୍କ ଜ୍ଞାତରୁ ଲୁଚାଇ ରଖିଥିଲେ ଶୁକୁରୀ ଓ ତାଙ୍କ ବଡ଼ ପୁଅ ଜଗବନ୍ଧୁ । ସାନ ପୁଅ କୁଆଡ଼େ ଚାଲି ଯାଇଛି ବୋଲି କହୁଥିଲେ ସେମାନେ । ଏପରିକି ଏହି ହତ୍ୟା ବିଷୟରେ ସେମାନେ ଘରର ମୁରବୀ ତଥା ମୃତକର ପିତା ବାଇଧର ଜେନାଙ୍କୁ ବି ଜଣାଇ ନ ଥିଲେ । ଲୋକଙ୍କୁ ଲୁଚାଇ ସୁଦ୍ଧି କ୍ରିୟା କରିଥିଲେ ପରିବାର ।

ଏହା ବି ପଢ଼ନ୍ତୁ | ସିଗାରେଟ୍ ଟାଣିବାର ଆଇନଗତ ବୟସ ବଢ଼ି ୨୧ ହେବ; ଖୋଲା ସିଗାରେଟ୍ ବିକ୍ରି ବ୍ୟାନ୍ ହେବ; ଫାଇନ୍ ବଢ଼ିବ

ଗଙ୍ଗା ନଦୀରେ ସାନ ଭାଇର ଅସ୍ଥି ବିସର୍ଜନ ପାଇଁ ଜଗବନ୍ଧୁ ଯାଇଥିଲା । ରବିବାର ଦିନ ସେ ଘରକୁ ଫେରିବା ପରେ ସାଙ୍ଗମାନଙ୍କ ସହିତ ମଦ୍ୟପାନ କରୁଥିବା ସମୟରେ ଏହି ହତ୍ୟା ସମ୍ପର୍କରେ କହିଦେଇଥିଲା, ଯାହା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା ।

ଏହା ବି ପଢ଼ନ୍ତୁ | ଯୁବତୀର ମୁଣ୍ଡକଟା ଉଲଗ୍ନ ଶବ ମିଳିଲା; ଗୁପ୍ତାଙ୍ଗରେ ଗଭୀର କ୍ଷତ; ପୋଲିସ ତଦନ୍ତ ଜାରି; ପୋଲିସ ପୁରସ୍କାର ଘୋଷଣା କଲା

‘‘ସେ (ସାନ ପୁଅ ବଳରାମ) ସବୁ ଦିନ ମଦ ପିଇ ଘରକୁ ଆସେ ଓ ମୋତେ ମାଡ଼ ମାରେ । ଅଶ୍ଳୀଳ ବ୍ୟବହାର ବି କରେ । ମଦ ନିଶାରେ ନିଜ ଜନ୍ମକଲା ମା’କୁ ବି ଅଶ୍ଳୀଳ ବ୍ୟବହାର କରିବାକୁ ସେ ଚେଷ୍ଟା କରୁଥିଲା । ମୁଁ ତାକୁ ଅଟକେଇବା ପାଇଁ ପାଖରେ ଏକ ଶାବଳ ଆଣି କାନ୍ଥକୁ ପିଟୁଥିଲି, ହେଲେ ଶାବଳଟି କାନ୍ଥ ବଦଳରେ ତା’ କାନ ମୂଳରେ ବାଜି ଯାଇଥିଲା । ତେଣୁ ସଙ୍ଗେ ସଙ୍ଗେ ତା’ର ମୃତ୍ୟୁ ହୋଇଯାଇଥିଲା,’’ କହିଛନ୍ତି ଅଭିଯୁକ୍ତା ମା’ ସୁକୁରି ଜେନା । ବଳରାମର ମଦ ନିଶାରେ ଏ ଭଳି ଆକ୍ରମଣ ଓ ଖରାପ ବ୍ୟବହାର ଯୋଗୁଁ ତା’ ସ୍ତ୍ରୀ ନିଜ ଛୋଟ ଝିଅ ସହ ବାପ ଘରେ ରହୁଛି ବୋଲି ସେ କହିଛନ୍ତି ।



ମୃତକର ଅଭିଯୁକ୍ତ ବଡ଼ ଭାଇ ଜଗବନ୍ଧୁ ଜେନା କହିଛି ଯେ ସେ ହତ୍ୟା କରିନାହାନ୍ତି । ‘‘ମୋ’ ମା’ ଏହି ହତ୍ୟା କରିଛି । ସବୁ ବେଳେ ସେ (ବଳରାମ) ମା’କୁ ଆକ୍ରମଣ କରେ । ସେ ଦିନ ମଧ୍ୟ ମାଡ଼ ମାରୁଥିଲା । ଏଇ ସମୟରେ ମା’ର ଆକ୍ରମଣରେ ତା’ର ମୃତ୍ୟୁ ହେଲା । ମା’କୁ କାଳେ ଜେଲ୍‌ ହୋଇଯିବ, ସେହି ଭୟରେ ଆମେ ଶବକୁ ପୋତିଦେଇଥିଲୁ,’’ କହିଛି ବଳରାମ ।
Published by: Anand Shankar Thankur Das
First published: February 23, 2021, 5:02 PM IST