ଦିନରେ ବସନ୍ତ ରାତିରେ ବାସନ୍ତୀ; ସ୍ବାମୀଙ୍କ ବିରୋଧରେ ସ୍ତ୍ରୀର ସାଙ୍ଘାତିକ ଅଭିଯୋଗ

ସମଲିଙ୍ଗୀଙ୍କ ସହିତ ରଖୁଛନ୍ତି ସମ୍ପର୍କ। ଆଉ ସ୍ତ୍ରୀକୁ ମଧ୍ୟ ବାଧ୍ୟ କରୁଛନ୍ତି ରାକେଟରେ ସାମିଲ ହେବାକୁ ଏପରି ସାଙ୍ଘାତିକ ଅଭିଯୋଗ ଆଣି ଥାନାରେ ଦ୍ୱାରସ୍ତ ହୋଇଥିଲେ ମହିଳା। ଆଉ କାର୍ଯ୍ୟାନୁଷ୍ଠାନ ପୋଲିସର ଦାବି କରି ଶେଷରେ ଗତ ୯ ତାରିଖରେ ଏସପିଙ୍କୁ ଭେଟିଥିଲେ ମହିଳା।

ସ୍ବାମୀଙ୍କ ବିରୋଧରେ ସ୍ତ୍ରୀର ସାଙ୍ଘାତିକ ଅଭିଯୋଗ

ସ୍ବାମୀଙ୍କ ବିରୋଧରେ ସ୍ତ୍ରୀର ସାଙ୍ଘାତିକ ଅଭିଯୋଗ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ବାଲେଶ୍ବର: ଦିନରେ ବସନ୍ତ ରାତିରେ ବାସନ୍ତୀ। ଘରେ ତିନି ବର୍ଷର ଝିଅ ଥିଲେ ବି ବାପା ଚଳାଇଛି ସେକ୍ସ ରାକେଟ, ଆଉ ମାକୁ ମଧ୍ୟ ଏଥିରେ ସାମିଲ ହେବାକୁ ବାଧ୍ୟ କରୁଛି। ଏକଥା ହୁଏତ ଶୁଣିବାକୁ ଠିକ ଲାଗୁନି। ହେଲେ କଥାଟି ସମ୍ପୂର୍ଣ୍ଣ ସତ। କାରଣ ଘଟଣାକୁ ନେଇ ନିଜେ ସ୍ତ୍ରୀ ସ୍ୱାମୀ ବିରୋଧରେ ଅଭିଯୋଗ ଆଣିବା ସହିତ ଥାନାର ଦ୍ୱାରସ୍ତ ହୋଇଛନ୍ତି। ପୋଲିସ ଅଭିଯୋଗ ଅନୁଯାୟୀ ସ୍ୱାମୀକୁ ଗିରଫ ମଧ୍ୟ କରିଛି।

ସ୍ୱାମୀ ଚଳାଇଛନ୍ତି ସେକ୍ସ ରାକେଟ। ସମଲିଙ୍ଗୀଙ୍କ ସହିତ ରଖୁଛନ୍ତି ସମ୍ପର୍କ। ଆଉ ସ୍ତ୍ରୀକୁ ମଧ୍ୟ ବାଧ୍ୟ କରୁଛନ୍ତି ରାକେଟରେ ସାମିଲ ହେବାକୁ ଏପରି ସାଙ୍ଘାତିକ ଅଭିଯୋଗ ଆଣି ଥାନାରେ ଦ୍ୱାରସ୍ତ ହୋଇଥିଲେ ଜଣେ ମହିଳା। କାର୍ଯ୍ୟାନୁଷ୍ଠାନ ପୋଲିସର ଦାବି କରି ଶେଷରେ ଗତ ୯ ତାରିଖରେ ଏସପିଙ୍କୁ ଭେଟିଥିଲେ ମହିଳା।

ତେବେ ଅଭିଯୋଗ ପରେ ପୋଲିସ ସ୍ୱାମୀଙ୍କ ଗିରଫ କରିଛି। ଘଟଣା ଅନୁସାରେ ବାଲେଶ୍ୱର ଜିଲ୍ଲା ଖଇରା ଅଞ୍ଚଳର ଜଣେ ମହିଳା ୪ ବର୍ଷ ତଳେ ସୋର ମୂଲିସିଂ ଅଞ୍ଚଳର ଚିରଞ୍ଜୀବି ଖିଲାର ନାମକ ଜଣେ ବ୍ୟକ୍ତିଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ତେବେ ବିବାହ ପରେ ସେ ସ୍ୱାମୀଙ୍କ ସହିତ ସୁରଟରେ ରହୁଥିବା ବେଳେ ଜାଣିବାକୁ ପାଇଥିଲେ ସ୍ୱାମୀ ସେକ୍ସ ରାକେଟ ଚଳାଇଛନ୍ତି। ନିଜକୁ ମହିଳା ବେଶରେ ସଜାଇ ବିଭିନ୍ନ ପୁରୁଷ ସହିତ ସମ୍ପର୍କ ଓ ପୁଅ ବେଶରେ ଝିଅମାନଙ୍କ ସହିତ ଶାରୀରିକ ସମ୍ପର୍କ ରଖୁଥିବାର ମଧ୍ୟ ଜାଣିବାକୁ ପାଇଥିଲେ।

ଦିନରେ ବସନ୍ତ ରାତିରେ ବାସନ୍ତୀ


ତେବେ ଏନେଇ ସେ ପ୍ରତିବାଦ କରିବାରୁ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ତିକ୍ତତା ବଢ଼ିଥିଲା। ଏପରିକି ଏହାକୁ ନେଇ ସ୍ୱାମୀଙ୍କ ପରିବାର ଵର୍ଗ ମଧ୍ୟ ମହିଳାଙ୍କୁ ଅତ୍ୟାଚାର କରିଥିଲେ। ମହିଳାଙ୍କ ଗୋଟିଏ ତିନି ବର୍ଷର ଝିଅ ମଧ୍ୟ ଅଛି। ତେବେ ବାରମ୍ବାର ଏପରି କାର୍ଯ୍ୟ ସ୍ୱାମୀଙ୍କ ଦେଖି ଶେଷରେ ସେ ପୋଲିସର ଆଶ୍ରୟ ନେଇଛନ୍ତି। ସୋର ଥାନାରେ ସେ ଅଭିଯୋଗ କରିବା ସହିତ ଗତ ୯ ତାରିଖରେ ଏସପିଙ୍କୁ ଭେଟି ଏ ସମ୍ପର୍କରେ ଜଣାଇଥିଲେ। ଏଥି ସହିତ ଏସପି ଏନେଇ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଥିବା ମଧ୍ୟ ମହିଳା କହିଛନ୍ତି। ତେବେ ଅଭିଯୋଗ ପରେ ସୋର ପୋଲିସ ଉକ୍ତ ଯୁବକଙ୍କୁ ଗିରଫ କରିଛି।
Published by:Lipina Das
First published: