ବାଲେଶ୍ୱର ଓ ତିର୍ତ୍ତୋଲ Bypoll: ଭୋଟ୍ ଗଣତି ତ ଚାଲିଛି; ଜାଣନ୍ତୁ ଏହି ଦୁଇ ଆସନ ବିଷୟରେ ଜରୁରୀ ତଥ୍ୟ

ସନ୍ଧ୍ୟା ସୁଦ୍ଧା ଏହି ଉପନିର୍ବାଚନର ଫଳ ଆସିଯିବ । ଜଣାପଡ଼ିଯିବ ଭୋଟରମାନେ କାହାକୁ ନିଜ ପ୍ରତିନିଧି ବାଛିଛନ୍ତି । ହେଲେ ଏହି ସମୟରେ ଆପଣ ଏହି ଦୁଇଟି ଆସନ ବିଷୟରେ କେତେକ ରୋଚକ ତଥ୍ୟ ଏଇଠି ପଢ଼ି ଜାଣିପାରିବେ ।

ବାଲେଶ୍ୱର ଓ ତିର୍ତ୍ତୋଲ Bypoll: ଭୋଟ୍ ଗଣତି ତ ଚାଲିଛି; ଜାଣନ୍ତୁ ଏହି ଦୁଇ ଆସନ ବିଷୟରେ ଜରୁରୀ ତଥ୍ୟ
ଉଭୟ ଆସନ ପାଇଁ ଲଢ଼ିଥିବା ତିନି ପ୍ରମୁଖ ଦଳର ପ୍ରାର୍ଥୀ
  • News18 Odia
  • Last Updated: November 10, 2020, 4:03 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର/ତିର୍ତ୍ତୋଲ: ଉଭୟ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ଭୋଟ ଗଣତି ଚାଲିଛି । ଉଭୟ ଆସନରେ ଅପରାହ୍ଣ ୪ଟା ସୁଦ୍ଧା ରାଜ୍ୟର ଶାସକ ଦଳ ବିଜେଡିର ପ୍ରାର୍ଥୀମାନେ ଆଗୁଆ ଅଛନ୍ତି । ସନ୍ଧ୍ୟା ସୁଦ୍ଧା ଏହି ଉପନିର୍ବାଚନର ଫଳ ଆସିଯିବ । ହେଲେ ଏହି ସମୟରେ ଆପଣ ଏହି ଦୁଇଟି ଆସନ ବିଷୟରେ କେତେକ ରୋଚକ ତଥ୍ୟ ପଢ଼ି ଜାଣନ୍ତୁ ।

* ଉଭୟ ଆସନରେ ଏ ଥର ମୋ’ଟ ୧୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିଲେ । ବାଲେଶ୍ୱରରେ ଛଅ ଜଣ ପ୍ରାର୍ଥୀ ଥିବା ବେଳେ ତିର୍ତ୍ତୋଲରେ ଥିଲେ ନଅ ଜଣ ପ୍ରାର୍ଥୀ ।

* ଏହି ଉପନିର୍ବାଚନରେ ବାଲେଶ୍ୱରରେ ୭୦.୬୯ ପ୍ରତିଶତ ଓ  ତିର୍ତ୍ତୋଲରେ ୬୯.୬୬ ପ୍ରତିଶତ ଭୋଟିଂ ହୋଇଥିଲା ।

ଏହା ବି ପଢ଼ନ୍ତୁ Bihar Election Results: ଚତୁର୍ଥ ଥର ପାଇଁ ସିଏମ ହେବେ ନୀତୀଶ ନା ତେଜସ୍ୱୀକୁ ମିଳିବ କ୍ଷମତାର ଭାର; କାଉଣ୍ଟଡ଼ାଉନ ଆରମ୍ଭ

* ବାଲେଶ୍ବର ସଦର ଆସନ ପାଇଁ ଏ ଥର ଲଢ଼ିଥିବା ତିନି ପ୍ରମୁଖ ଦଳର ପ୍ରାର୍ଥୀ ହେଉଛନ୍ତି ସ୍ବରୂପ ଦାସ (ବିଜେଡି), ମାନସ ଦତ୍ତ (ବିଜେପି) ଓ ମମତା କୁଣ୍ଡୁ (କଂଗ୍ରେସ) ।

ବାଲେଶ୍ୱରରେ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁଙ୍କ ଏକ ପ୍ରଚାର ସଭାରେ ଭୋଟରମାନେ ।


* ୨୦୧୯ ବିଧାନସଭା ନିର୍ବାଚନରେ ବାଲେଶ୍ବର ସଦରର ବିଜେପି ପ୍ରାର୍ଥୀ ତଥା ମାନସ ଦତ୍ତଙ୍କ ବାପା ମଦନ ମୋହନ ଦତ୍ତ ମୋଟ ୭୪,୮୧୫ ଭୋଟ୍‌ ପାଇ ଜିତିଥିଲେ । ତାଙ୍କ ଅକାଳ ବିୟୋଗ ଯୋଗୁଁ ଏହି ଉପନିର୍ବାଚନ ହେଉଛି । ସେହି ନିର୍ବାଚନରେ ବିଜେଡି ପ୍ରାର୍ଥୀ ଜୀବନ ପ୍ରଦୀପ ଦାସ ମୋଟ ୬୧,୪୦୯ ଭୋଟ୍‌ ପାଇଥିଲେ । କଂଗ୍ରେସ ପ୍ରାର୍ଥୀ ମାନସ ଦାସ ପଟ୍ଟନାୟକ ମୋଟ ୧୯,୭୦୪ ଭୋଟ୍‌ ପାଇଥିଲେ । ବିଜେପିର ମଦନ ମୋହନ ୧୩,୪୦୬ ଭୋଟରେ ବିଜୟୀ ହୋଇଥିଲେ ।

ଏହା ବି ପଢ଼ନ୍ତୁ | ୧୦ ମାସର ଶିଶୁ ପୁତ୍ରକୁ ଧରି ଥାନାରେ କର୍ତ୍ତବ୍ୟ ପାଳନ କରୁଛନ୍ତି ମହିଳା କନଷ୍ଟେବଲ୍; ତାଙ୍କ ସ୍ୱାମୀ ସେନାରେ କାର୍ଯ୍ୟରତ

* ୨୦୧ ବିଧାନସଭା ନିର୍ବାଚନରେ ବାଲେଶ୍ବର ସଦରର ବିଜେଡି ପ୍ରାର୍ଥୀ ଜୀବନ ପ୍ରଦୀପ ଦାସ ମୋଟ ୪୭,୬୧୫ ଭୋଟ୍‌ ପାଇ ଜିତିଥିଲେ । ବିଜେପି ପ୍ରାର୍ଥୀ ମଦନ ମୋହନ ଦତ୍ତ ମୋଟ ୩୭,୮୨୪ ଭୋଟ୍‌ ପାଇଥିଲେ । କଂଗ୍ରେସର ଅରୁଣ ଦେ ମୋଟ ୨୮,୬୫୦ ଭୋଟ୍‌ ପାଇଥିଲେ । ବିଜେଡିର ଜୀବନ ପ୍ରଦୀପ ୯,୭୯୧ ଭୋଟରେ ବିଜୟୀ ହୋଇଥିଲେ ।

ତିର୍ତ୍ତୋଲରେ ମତଦାନ କରିବା ପରେ ଜଣେ ଭୋଟର


* ତିର୍ତ୍ତୋଲ ଆସନ ପାଇଁ ଏହି ଉପନିର୍ବାଚନରେ ଲଢ଼ିଥିବା ତିନି ପ୍ରମୁଖ ଦଳର ପ୍ରାର୍ଥୀ ହେଉଛନ୍ତି ବିଜେଡିର ବିଜୟ ଶଙ୍କର ଦାସ, ବିଜେପିର ରାଜକିଶୋର ବେହେରା ଓ କଂଗ୍ରେସର ହିମାଂଶୁ ଭୂଷଣ ମଲ୍ଲିକ । ବିଜୟ ଶଙ୍କର ଦାସ ହେଉଛନ୍ତି ପୂର୍ବ ମନ୍ତ୍ରୀ ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ପୁଅ । ବିଷ୍ଣୁ ଦାସଙ୍କ ବିୟୋଗ ଯୋଗୁଁ ଏହି ଉପନିର୍ବାଚନ ହେଉଛି ।

ଏହା ବି ପଢ଼ନ୍ତୁ | ‘‘ପାକିସ୍ତାନ ଚୀନ୍ ସହ କେଉଁ ଦିନ ଭାରତ ଯୁଦ୍ଧ କରିବ ତାହା ମୋଦୀ ଠିକ୍ କରିସାରିଛନ୍ତି,’’ କହିଲେ UP BJP ଅଧ୍ୟକ୍ଷ

* ୨୦୧ ବିଧାନସଭା ନିର୍ବାଚନରେ ତିର୍ତ୍ତୋଲର ବିଜେଡି ପ୍ରାର୍ଥୀ ବିଷ୍ଣୁ ଚରଣ ଦାସ ମୋଟ ୯୩,୯୬୭ ଭୋଟ ପାଇ ଜିତିଥିଲେ । ବିଜେପିର ରମାକାନ୍ତ ଭୋଇ ମୋଟ ୫୩,୫୮୧ ଭୋଟ୍‌ ପାଇଥିଲେ ଓ କଂଗ୍ରେସର ଦେବୀପ୍ରସାଦ ମଲ୍ଲିକ ମୋଟ ୨୩,୮୦୯ ଭୋଟ୍‌ ପାଇଥିଲେ । ବିଜେଡିର ବିଷ୍ଣୁ ଚରଣ ଦାସ ୪୦,୩୮୬ ଭୋଟରେ ବିଜୟୀ ହୋଇଥିଲେ ।

* ୨୦୧ ବିଧାନସଭା ନିର୍ବାଚନରେ ତିର୍ତ୍ତୋଲର ବିଜେଡି ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ ମୋଟ ୮୮,୯୫୩ ଭୋଟ ପାଇ ଜିତିଥିଲେ । କଂଗ୍ରେସ ପ୍ରାର୍ଥୀ ରାଜକିଶୋର ବେହେରା ମୋଟ ୫୩,୫୦୩ ଭୋଟ୍‌ ପାଇଥିଲେ ଓ ବିଜେପି ପ୍ରାର୍ଥୀ ରମାକାନ୍ତ ଭୋଇ ମୋଟ ୧୪,୫୧୬ ଭୋଟ୍‌ ପାଇଥିଲେ । ବିଜେଡିର ରାଜଶ୍ରୀ ମଲ୍ଲିକ ୩୫,୪୪୮ ଭୋଟରେ ବିଜୟୀ ହୋଇଥିଲେ ।



ଏ ଥର ଭୋଟରମାନେ କାହା ମୁଣ୍ଡରେ ସୁନା କଳସୀ ଢାଳୁଛନ୍ତି ତାହା ସନ୍ଧ୍ୟାରେ ଭୋଟ୍‌ ଗଣତି ସରିବା ପରେ ଜଣାପଡ଼ିବ ।
Published by: Anand Shankar Thankur Das
First published: November 10, 2020, 4:03 PM IST
corona virus btn
corona virus btn
Loading