• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ଚର୍ଚ୍ଚାରେ ବାଲେଶ୍ବର SP ସୁଧାଂଶୁ ଶେଖର ମିଶ୍ରଙ୍କ ଚିଠି; ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେବାକୁ ମନା କଲେ

ଚର୍ଚ୍ଚାରେ ବାଲେଶ୍ବର SP ସୁଧାଂଶୁ ଶେଖର ମିଶ୍ରଙ୍କ ଚିଠି; ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେବାକୁ ମନା କଲେ

ବିନା ଅନୁମତିରେ କୌଣସି ଗଣମାଧ୍ୟମର ପ୍ରତିନିଧିଙ୍କୁ କିଛି ବି ସୂଚନା କିମ୍ବାବାଇଟ୍ ଦିଆଯାଇପାରିବ ନାହିଁ ବୋଲି ଏକ ଚିଠିରେ ଲେଖିଛନ୍ତି ଏସପି ସୁଧାଂଶୁ ଶେଖର ମିଶ୍ର ।

ଚର୍ଚ୍ଚାରେ ବାଲେଶ୍ବର ACP ସୁଧାଂଶୁ ଶେଖର ମିଶ୍ରଙ୍କ ଚିଠି

ଚର୍ଚ୍ଚାରେ ବାଲେଶ୍ବର ACP ସୁଧାଂଶୁ ଶେଖର ମିଶ୍ରଙ୍କ ଚିଠି

  • Share this:
News18 Odia Digital

ବାଲେଶ୍ବର: ବାଲେଶ୍ୱର ଏସପି ସୁଧାଂଶୁ ଶେଖର ମିଶ୍ରଙ୍କ ଏକ ଚିଠିକୁ ନେଇ ଏବେ ସାମ୍ବାଦିକ ଓ ପୋଲିସ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି। ବିନା ଅନୁମତିରେ କୌଣସି କାରଣରୁ କୌଣସି ଗଣମାଧ୍ୟମର ପ୍ରତିନିଧିଙ୍କୁ କିଛି ବି ସୂଚନା କିମ୍ବା ବାଇଟ୍ ଦିଆଯାଇପାରିବ ନାହିଁ। ଏ ନେଇ ଗତ ସପ୍ତାହରେ ସମସ୍ତ ଏପିଓ, ଡିଏସ୍‌ପି, ଆଇଆଇସି ତଥା ଓଆଇସିମାନଙ୍କୁ ଏଭଳି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ବାଲେଶ୍ବର ଏସପି ସୁଧାଂଶୁ ମିଶ୍ର । ତାଙ୍କର ଏହି ନିର୍ଦ୍ଦେଶ ପରେ ବିଭିନ୍ନ ଥାନାର ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପୋଲିସ ବରିଷ୍ଠ ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତେ କୌଣସି ସୂଚନା କିମ୍ବା ତଥ୍ୟ ଦେବା ତ ଦୂରର କଥା ସେମାନେ ଗଣମାଧ୍ୟମ ପ୍ରତିନିଧିଙ୍କ ଫୋନ୍ ମଧ୍ୟ ଉଠାଇବେ ନାହିଁ ।

ତେବେ ଗଣମାଧ୍ୟମ ପ୍ରତି ଏସପିଙ୍କର ଏଭଳି କଡ଼ା ଆଭିମୁଖ୍ୟକୁ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯିବା ସହ ତୀବ୍ର ଅସନ୍ତୋଷ ପ୍ରକାଶ କରାଯାଇଛି।

ବାଲେଶ୍ବର ଜିଲ୍ଲା ଏକ ଘଟଣା ବହୁଳ ଜିଲ୍ଲା ହୋଇଥିବା ବେଳେ ପ୍ରତି ଥାନା ଅଞ୍ଚଳରେ ପ୍ରତିଦିନ କିଛିନା କିଛି ଘଟଣା ଦୁର୍ଘଟଣା ଘଟିଥାଏ। ତେବେ ଘଟୁଥିବା ଘଟଣା ସମ୍ପର୍କରେ ବା କୌଣସି ଲୋକର ଅଭିଯୋଗ ସମ୍ପର୍କରେ ତଦନ୍ତ କରୁଥିବା ଥାନା ନିକଟରୁ ସବିଶେଷ ତଥ୍ୟ ମିଳିଥାଏ ଆଉ ସେହି ଆଧାରରେ ଖବର ପରିବେଷଣ ହୋଇଥାଏ । ତେବେ କୌଣସି ଏକ ଘଟଣାରେ କ୍ଷେତ୍ରରେ ରହୁଥିବା ଆଇ.ଆଇ.ସି. କିମ୍ବା ଡି.ଏସ୍‌.ପି.ମାନେ ଯଦି କିଛି ତଥ୍ୟ କିମ୍ବା ସୂଚନା ଦେଇପାରିବେ ନାହିଁ ତାହେଲେ ଏସପି ମିଶ୍ର ସବୁ ଘଟଣାରେ ଫୋନ୍ ଉଠାଉ ନଥିବା ବେଳେ ଗଣମାଧ୍ୟମକୁ କିପରି ସୂଚନା ମିଳିବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ବାଲେଶ୍ବର ACP ସୁଧାଂଶୁ ଶେଖର ମିଶ୍ରଙ୍କ ଚିଠି


ଏପରି ହେଲେ ଥାନାଗୁଡ଼ିକରେ ପ୍ରତିଦିନ ହେଉଥିବା ମାମଲା ସମ୍ପର୍କରେ ଯଦି ପୋଲିସ ତରଫରୁ ଆବଶ୍ୟକ ସହଯୋଗ ନ ରହିବ, ତା ହେଲେ ସେ ସମ୍ପର୍କରେ ଯାହା ଖବର ପ୍ରକାଶ ପାଇବ ତାହା ହୁଏତ ଭିତ୍ତିହୀନ ବୋଲି ପ୍ରମାଣିତ ହେବ । ଏସପି ଦେଇଥିବା ଏହି ଆଦେଶ ପ୍ରତ୍ୟାହାର ନ ହେଲେ ଗଣମାଧ୍ୟମ ପ୍ରତିନିଧିଙ୍କ ତରଫରୁ ପ୍ରତିବାଦ କରାଯିବା ସହ ଆଇ.ଜି.ଙ୍କୁ ଭେଟି ଅଭିଯୋଗ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ଏ ନେଇ ସାମ୍ବାଦିକ ମାନଙ୍କ ପକ୍ଷରୁ ନିନ୍ଦା କରାଯିବା ସହିତ ବିଭିନ୍ନ ସାମ୍ବାଦିକ ସଙ୍ଗଠନ ପକ୍ଷରୁ ଏହାକୁ ତୁରନ୍ତ ପ୍ରତ୍ୟାହାର ପାଇଁ ଦାବି ହୋଇଛି । ସେହିପରି ଜିଲ୍ଲାର ବୁଦ୍ଧିଜୀବୀ ଓ ଆଇନଜୀବୀମାନେ ମଧ୍ୟ ଏସପିଙ୍କ ଏପରି ଚିଠିକୁ ନେଇ ନିନ୍ଦା କରିଛନ୍ତି।
ଏହି ମାମଲାରେ ପ୍ରତିକ୍ରିୟା ରଖି ଆଇନଜୀବୀ ବିଜୟ ରାଉତ କହିଛନ୍ତି, "ଜଣେ ସାମ୍ବାଦିକ ଦ୍ୱାରା ପ୍ରକାଶ ଖବର ଦ୍ୱାରା ଆମେ ଆମ ଜିଲ୍ଲାର ଘଟୁଥିବା ଘଟଣା ସମ୍ପର୍କରେ ଜାଣିପାରୁ। ତେବେ ସାମ୍ବାଦିକ ଯଦି ସଠିକ ଖବର ଟିଏ ନପାଇବ ସେ କିପରି ପ୍ରକାଶ କରିବ ଓ ଖବରର ବିଶ୍ୱାସନ୍ୟତା ଉପରେ ସମ୍ପସ୍ତଙ୍କର ପ୍ରଶ୍ନ ମନକୁ ଆସିବ। ଏଣୁ ଏସପି ଏପରି ଚିଠି ଲେଖିବା ଅନୁଚିତ।"

"କୌଣସି ଘଟଣାର ଗ୍ରାଉଣ୍ଡରୁ ରିପୋର୍ଟ କରିଥାନ୍ତି ସାମ୍ବାଦିକ। ଅନେକ ସମୟରେ ବଡ଼ ଘଟଣାରେ ପୋଲିସ ସାମ୍ବାଦିକର ସହାୟତା ନେଇ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି । ସାମ୍ବାଦିକଙ୍କୁ ଖବର ଟିଏ ମିଳିବନି ଅର୍ଥାତ ସାଧାରଣ ଲୋକ ଠାରୁ ପୋଲିସ ବ୍ୟବସ୍ଥା ଦୂରେଇ ଯିବା । ଏପରି ସ୍ଥିତିରେ ପୂର୍ବାଞ୍ଚଳ ଆଇ.ଜି, ପୋଲିସ ଡ଼ିଜି ଏହାକୁ ଗୁରୁତର ସହିତ ନେବା ଦରକାର,’’ କହିଛନ୍ତି ବୁଦ୍ଧିଜୀବୀ ହିମାଂଶୁ ଦେବ।

ଏ ନେଇ ବାରମ୍ବାର ବାଲେଶ୍ଵର ଏସପି ସୁଧାଂଶୁ ଶେଖର ମିଶ୍ରଙ୍କୁ ଆମେ ଫୋନ କରିଥିଲେ ମଧ୍ୟ ସେ ଫୋନ ଉଠାଉନାହାଁନ୍ତି ବା କୌଣସି ଉତ୍ତର ରଖି ନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି ସମସ୍ତେ ।
Published by:Lipina Das
First published: