ବାଲେଶ୍ୱର: ବିଦ୍ୟୁତ କଟିବାରୁ ତୁମୁଳକାଣ୍ଡ; ଦୁର୍ବୃତ୍ତଙ୍କ ଆକ୍ରମଣରେ ୭ଜଣ ବିଦ୍ୟୁତ ବିଭାଗ କର୍ମଚାରୀ ଗୁରୁତର ହେଲେ

'ଏହି ଘଟଣାରେ ୭ ଜଣ ବିଦ୍ୟୁତ କର୍ମଚାରୀ ଗୁରୁତର ହୋଇ ବାଲେଶ୍ୱର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଆକ୍ରମଣର ଶୀକାର ହୋଇଥିବା ଅଧିକାଂଶ କର୍ମଚାରୀଙ୍କ ମୁଣ୍ଡ ଓ ଛାତିରେ ଗଭୀର ଆଘାତ ଲାଗିଛି ।'

ବାଲେଶ୍ୱର: ବିଦ୍ୟୁତ କଟିବାରୁ ତୁମୁଳକାଣ୍ଡ; ଦୁର୍ବୃତ୍ତଙ୍କ ଆକ୍ରମଣରେ ୭ଜଣ ବିଦ୍ୟୁତ ବିଭାଗ କର୍ମଚାରୀ ଗୁରୁତର ହେଲେ
ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର ହୋଇଥିବା ବିଦ୍ୟୁତ କର୍ମଚାରୀ
  • News18 Odia
  • Last Updated: September 21, 2020, 4:01 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ବାଲେଶ୍ୱର: ମାତ୍ର ୨୦ ମିନିଟ ବିଦ୍ୟୁତ ସରବରାହ ବନ୍ଦକୁ ନେଇ ବିଦ୍ୟୁତ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା ଦେଖିବାକୁ ମିଳିଛି । ବିଦ୍ୟୁତ କାଟିବାକୁ ନେଇ କିଛି ଅସାମାଜିକ ଯୁବକ ବନ୍ଧୁକ ଦେଖାଇ ଧମକାଇବା ସହ ବାଉଁଶରେ ମାରି ବିଦ୍ୟୁତ କର୍ମଚାରୀଙ୍କୁ ଗୁରତର କରି ପକାଇଛନ୍ତି । ଏଭଳି କିଛି ଘଟଣା ଘଟିଛି ରବିବାର ରାତି ୭ଟା ରୁ ୮ଟା ସମୟରେ ।

ଖବର ଅନୁସାରେ ବାଲେଶ୍ୱର ସଦର ବ୍ଲକ ଫୁଲାଡ଼ି ନିକଟରେ ବିଦ୍ୟୁତ ମରାମତି କାମ ଚାଲୁଥିଲା ଫଳରେ କିଛି ସମୟ ପାଇଁ ସ୍ଥାନୀୟ ଅଞ୍ଚଳ ଓ ଏହାର ଆଖପାଖ ଅଞ୍ଚଳରେ ବିଦ୍ୟୁତ କାଟି ଦିଆଯାଇଥିଲା । ଯାହାକୁ ନେଇ କିଛି ଲୋକେ ନେସ୍କୋ ଅଫିସକୁ ଫୋନ କରିଥିଲେ କିନ୍ତୁ ବିଦ୍ୟୁତ ଆସିନଥିଲା ଯାହାକୁ ନେଇ ଗଣ୍ଡଗୋଳ ଆରମ୍ଭ ହୋଇଥିଲା ।

ଆହତ କର୍ମଚାରୀଙ୍କ କହିବା ଅନୁସାରେ ''ନେସ୍କୋ ବିଦ୍ୟୁତ ବିଭାଗର ଇଲେକ୍ଟ୍ରି ଷ୍ଟକ୍ଚରରେ କାମ ଚାଲୁଥିବାବେଳେ ପ୍ରାୟ ୧୫ରୁ ୨୦ ଜଣ ଦୁର୍ବୃତ୍ତ ଅଚାନକ ଅଫିସ ଭିତରକୁ ପଶି ଆସିଥିଲେ । ପ୍ରଥମେ କିଛି ଯୁବକ ଗାଳିଗୁଲଜ କରିଥିଲେ । ଏହାପରେ ଜଣେ ଗୋଲାପୀ ରଙ୍ଗର ସାର୍ଟ ପିନ୍ଧି ଯୁବକ ପଶି ଆସିବା ସହିତ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଧମକ ଦେଇଥିଲେ । ସେହିପରି ଆଉ କିଛି ଯୁବକ ହାତରେ ବାଉଁଶ ଫାଳ ଓ କିଛି ମାରଣାସ୍ତ୍ର ଧରି ଅଫିସ ଭିତରକୁ ଆସିଥିଲେ ଓ ବିଦ୍ୟୁତ ବିଭାଗର କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ । ଏଥିରେ ୭ ଜଣ କର୍ମଚାରୀ ଗୁରୁତର ହୋଇ ବାଲେଶ୍ୱର ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି । ଅଧିକାଂଶ ଆକ୍ରମଣର ଶୀକାର ହୋଇଥିବା କର୍ମଚାରୀଙ୍କ ମୁଣ୍ଡ ଓ ଛାତିରେ ଗଭୀର ଆଘାତ ଲାଗିଛି । ''

ଅକ୍ରମଣ କରିବାକୁ ଯିବା ସମୟରେ ଦୁର୍ବୃତ୍ତଙ୍କ ଫଟୋ


ଆହତ ହୋଇଥିବା କର୍ମଚାରୀ ହେଲେ ଲାଇନ ମେନ୍ ସଞ୍ଜୟ କୁମାର ବାରିକ, ସିନିୟର ଚାର୍ଜ ମେନ ମୁନେନ୍ଦ୍ର ଦାସ, ଲାଇନ ମେନ ରମାକାନ୍ତ ନାୟକ, ଲାଇନ ମେନ ବି ବ୍ରହ୍ମାନନ୍ଦ ସାହୁ, ବିଭୁତିଭୂଷଣ ପଢ଼ିଆରୀ ଜେଟି, ପ୍ରହଲ୍ଲାଦ ତରେଇ ଲାଇନମେନ ବି ଓ ରବୀନ୍ଦ୍ର ଦଳେଇ ଗ୍ରେଡ ଏ । ତେବେ ଅଫିସ ଭିତରେ ଆକ୍ରମଣର ଏକ ଭିଡ଼ିଓ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ଯୁବକ ନିଜ ଅଣ୍ଟାରେ ଏକ ବନ୍ଧୁକ ରଖି ଭିତରକୁ ପ୍ରବେଶ କରୁଥିବା ସ୍ପଷ୍ଟ ଜଣା ପଡିଛି ସେହିପରି ଆଉ ଜଣେ ଯୁବକ ବାଉଁଶ ଫାଳିଆ ଧରି ଆକ୍ରମଣ କରିବାକୁ ଆସୁଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ଆକ୍ରମଣ ନେଇ ନେସ୍କୋ କତ୍ତୃପକ୍ଷଙ୍କ ପକ୍ଷରୁ ସହଦେବ ଖୁଣ୍ଟା ଥାନାରେ ଏକ ମାମଲା ରୁଜୁ କରାଯାଇଛି । ତେବେ ଆକ୍ରମଣର ଶିକାର ହୋଇଥିବା କର୍ମଚାରୀଙ୍କ ଅଭିଯୋଗ ଅନୁସାରେ ଆକ୍ରମଣକାରୀ ନିକଟସ୍ତ କଣ୍ଟାବଣିଆ ଗ୍ରାମର । ଏହା ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

''ଆକ୍ରମଣ କରିଥିବା ଅସାମାଜିକ ଯୁବକ ମାନେ ହେଲେ ସହଦେବଖୁଣ୍ଟା ଥାନା କଣ୍ଟାବଣିଆ ଅଞ୍ଚଳର । ଏମାନେ ପୂର୍ବରୁ ମଧ୍ୟ ଲାଇନ କଟିଲେ ଫୋନ କରି ଅଶ୍ଲୀଳ ଭାଷାରେ ଗାଳି ଗୁଳଜ କରିଥାନ୍ତି । ଆଜି ମଧ୍ୟ ମରାମତି ପାଇଁ ଲାଇନ କାଟିବାର ମାତ୍ର ୨୦ ମିନିଟ ଭିତରେ ପ୍ରଥମେ ଫୋନ କରି ଗାଳିଗୁଲଜ କରିଥିଲେ । ଅଶ୍ଲୀଳ ଭାଷା କହିବା ସତ୍ୱେ ଆମେ ସେମାନଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିଲୁ । ହେଲେ ବୁଝିବା ପରିବର୍ତ୍ତେ ଆମକୁ ଆସି ଅଚାନକ ଆକ୍ରମଣ କରିଥିଲେ । ତେବେ ସେମାନଙ୍କ ମଧ୍ୟରୁ ଜଣେ ଯୁବକ ବନ୍ଧୁକ ଦେଖାଇ ମାରି ଦେବାକୁ ମଧ୍ୟ ଧମକ ଦେଇଥିଲେ । ଏନେଇ ଆମେ ଥାନାରେ ଅଭିଯୋଗ କରି ଜଣାଇଛୁ ବୋଲି କହିଛନ୍ତି, " ଆକ୍ରମଣ ରେ ଆହତ ହୋଇଥିବା କର୍ମଚାରୀ ବ୍ରହ୍ମାନନ୍ଦ ସାହୁ ।
Published by: Jagdish Barik
First published: September 21, 2020, 3:55 PM IST
corona virus btn
corona virus btn
Loading