ବାଲେଶ୍ବର ସଦର Bypoll: ତାରିଖ ଘୋଷଣା ଶୀଘ୍ର; ରାଜନୈତିକ ଦଳମାନଙ୍କର ପ୍ରସ୍ତୁତି ତେଜିଲା

୨୦୧୯ ନିର୍ବାଚନରେ ବିଜେପି ପ୍ରାର୍ଥୀ ସ୍ବର୍ଗତ ମୋଦନ ମୋହନ ଦତ୍ତ ୭୪ହଜାର ୮୧୫ ଭୋଟ ପାଇ ବିଜୟୀ ହୋଇଥିବାବେଳେ ବିଜେଡି ପ୍ରାର୍ଥୀ ଜୀବନ ପ୍ରଦୀପ ଦାଶ ପାଇଥିଲେ ୬୧ ହଜାର ୪୦୯ ଖଣ୍ଡ ଭୋଟ କଂଗ୍ରେସ ମାତ୍ର ୧୯ ହଜାର ୭୦୪ ଖଣ୍ଡ ଭୋଟ ହାତେଇବାରେ ସଫଳ ହୋଇଥିଲା ।

ବାଲେଶ୍ବର ସଦର Bypoll: ତାରିଖ ଘୋଷଣା ଶୀଘ୍ର; ରାଜନୈତିକ ଦଳମାନଙ୍କର ପ୍ରସ୍ତୁତି ତେଜିଲା
ଖୁବ ଶୀଘ୍ର ଘୋଷଣା ହେବାକୁ ଯାଉଛି ବାଲେଶ୍ୱର ସଦର ଉପ ନିର୍ବାଚନର ତାରିଖ
  • News18 Odia
  • Last Updated: September 3, 2020, 11:32 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ବାଲେଶ୍ୱର: ୨୦୧୯ ସାଧାରଣ ନିର୍ବାଚନ ସରିବାର ମାତ୍ର ଏକ ବର୍ଷ ପରେ ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀ ଭୋଟରମାନେ ପୁନର୍ବାର ଆଉ ଏକ ନିର୍ବାଚନକୁ ସାମ୍ନା କରିବାକୁ ଯାଉଛନ୍ତି । ସ୍ବର୍ଗତ ବିଧାୟକ ମୋଦନ ମୋହନ ଦତ୍ତଙ୍କ ଗତ ମାସ ୧୭ ତାରିଖରେ ଦେହାନ୍ତ ପରେ ଏବେ ଏହି ଆସନ ଖାଲି ପଡ଼ିଛି । ନିୟମ ମୁତାବକ ବିଧାନ ସଭା ଆସନ ଖାଲି ପଡ଼ିବାର ୬ ମାସ ମଧ୍ୟରେ ଆଉ ଥରେ ନିର୍ବାଚନ କରାଇବା ସହ ଫଳାଫଳ ଘୋଷଣା କରା ଯାଇଥାଏ । ତେବେ ପୁନର୍ବାର ନିର୍ବାଚନକୁ ନେଇ କିଏ କରିବ ବାଜିମାତ କରିବ ତାହାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି । ନିଜ ଦଳ ଉପରେ ଭୋଟର ପ୍ରଲୋଭିତ କରିବାକୁ ନେଇ ରାଜନୈତିକ ଦଳ ନିର୍ବାଚନକୁ ଆଖିଆଗରେ ନିଜର ସଜବାଜ ଆରମ୍ଭ କରିଛନ୍ତି ।

ଗତ ନିର୍ବାଚନରେ ଏକଦା ବିଜେଡ଼ି ଗଡ଼ ଥିବା ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀରେ ୩ ଥରର ବିଧାୟକ ଜୀବନ ପ୍ରଦୀପ ଦାଶଙ୍କୁ ମାତ ଦେଇ ବିଜେପି ବିଜୟଲାଭ କରିବାରେ ସଫଳ ହୋଇଥିଲା । ବିଜେପିର ଟାଣୁଆ ନେତା ମୋଦନ ମୋହନ ଦତ୍ତ ୧୩ ହଜାରରୁ ଅଧିକ ଭୋଟରେ ଜୀବନ ପ୍ରଦୀପ ଦାଶଙ୍କୁ ପରାସ୍ତ କରି ସଦର ମହକୁମାରେ ବିଜୟ ହୋଇଥିଲେ ।

ବିଗତ ୩ ଥର ନିର୍ବାଚନକୁ ଦେଖିଲେ ବିଜେଡି ଅଧିକ ଶକ୍ତିଶାଳୀ ଥିବା ଜଣା ପଡୁଥିବାବେଳେ ଗତ ନିର୍ବାଚନରେ ବିଜେପି ମଧ୍ୟ ନିଜର ଦମ ଦେଖାଇଥିଲା । ଗତ ୨୦୧୯ ନିର୍ବାଚନରେ ବିଜେପି ପ୍ରାର୍ଥୀ ସ୍ବର୍ଗତ ମୋଦନ ମୋହନ ଦତ୍ତ ୭୪ ହଜାର ୮୧୫ ଭୋଟ ପାଇ ବିଜୟୀ ହୋଇଥିବାବେଳେ ବିଜେଡି ପ୍ରାର୍ଥୀ ଜୀବନ ପ୍ରଦୀପ ଦାଶ ପାଇଥିଲେ ୬୧ ହଜାର ୪୦୯ ଖଣ୍ଡ ଭୋଟ କଂଗ୍ରେସ ମାତ୍ର ୧୯ ହଜାର ୭୦୪ ଖଣ୍ଡ ଭୋଟ ହାତେଇବାରେ ସଫଳ ହୋଇଥିଲା । ସେହିଭଳି ଭୋଟ ପ୍ରତିଶତ ଦେଖିଲେ ବିଜେପି ୪୭.୨୬% ବିଜେଡି ୩୮.୭୯% ଓ କଂଗ୍ରେସ ୧୨.୪୫% ଭୋଟ ପାଇଥିଲେ ।

୨୦୧୪ ଓ ୨୦୦୯ ରେ ବିଜେଡି ସଦର ଆସନରେ ବିଜୟୀ ହୋଇଥିବାବେଳେ ୨୦୧୪ରେ ବିଜେଡି ପ୍ରାର୍ଥୀ ଜୀବନ ପ୍ରଦୀପ ଦାଶ ଙ୍କୁ ୪୭ହଜାର ୬୧୫ ଖଣ୍ଡ ଭୋଟ ବିଜେପି ର ମୋଦନ ମୋହନ ଦତ୍ତଙ୍କୁ ୩୭,୮୨୪ ଖଣ୍ଡ ଓ କଂଗ୍ରେସ ପ୍ରାର୍ଥୀ ଅରୁଣ ଦେ ୨୮,୬୫୦ ଖଣ୍ଡ ଭୋଟ ପାଇଥିଲେ । ପ୍ରତିଶତ ଦେଖିଲେ ବିଜେଡି ୩୨.୮୨ ବିଜେପି ୨୬.୦୭% ଓ କଂଗ୍ରେସ ୧୯.୭୫ ପ୍ରତିଶତ ଭୋଟ ପାଇଥିଲେ । ୨୦୦୯ ମସିହାରେ ଜୀବନ ପ୍ରଦୀପ ଦାଶ ୫୫ ହଜାର ୭୧୦ ଖଣ୍ଡ ଭୋଟ ପାଇଁ ବିଜୟୀ ହୋଇଥିବା ବେଳେ କଂଗ୍ରେସକୁ ମାତ୍ର ୧୧ ହଜାର ୨୮୨ ଖଣ୍ଡ ଭୋଟ ମିଳିଥିଲା ବିଜେପି ପ୍ରାର୍ଥୀ ସଞ୍ଜୟ ପାତ୍ର ମାତ୍ର ୭,୪୨୪ ଭୋଟ ପାଇଥିଲେ । ତେବେ ଗତ ୩ ଥର ନିର୍ବାଚନକୁ ଦେଖିଲେ ବିଜେଡି ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଗତ ନିର୍ବାଚନ ଠାରୁ ବିଜେପି ମଧ୍ୟ ସଂଗଠନ ସୁଦୃଢ଼ କରିଛି ଏନେଇ ଦୁଇ ଦଳ ମଧ୍ୟରେ କଡା ଟକ୍କର ନେଇ ଚର୍ଚ୍ଚା ହେଉଛି । ସଦର ନିର୍ବାଚନ ମଣ୍ଡଳୀ ରେ ମୋଟ ଭୋଟର ୨,୨୬,୫୮୨ ଜଣ ରହିଥିବାବେଳେ ପୁରୁଷ ୧,୧୬,୮୮୩, ମହିଳା ୧,୦୯,୬୯୦ ଓ ଅନ୍ୟାନ୍ୟ ୯ ଜଣ ରହିଛନ୍ତି । ସେହିପରି ସହରରେ ୯୮ ହଜାର ୬୭୫ ଜଣ ଭୋଟର ଥିବାବେଳେ ଗ୍ରାମାଞ୍ଚଳ ର ଭୋଟର ସଂଖ୍ୟା ୧,୨୭,୯୦୭ । ସେହିଭଳି ଗତ ଥର ୭୦.୮୮ ପ୍ରତିଶତ ଭୋଟିଂ ସଦର ନିର୍ବାଚନ ମଣ୍ଡଳୀ ରେ ହୋଇଥିଲା ।

ପୁର୍ନବାର ନିର୍ବାଚନ ଆସୁଥିବା ବେଳେ ଏବେ ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ସମସ୍ତଙ୍କର ଏବେ ନିର୍ବାଚନ ତାରିଖ ଘୋଷଣାକୁ ଅପେକ୍ଷା ।
"ଆମର ସଦର ନିର୍ବାଚନ ମଣ୍ଡଳୀର ୧୯୮ ଟି ବୁଥ ରହିଥାଏ । ହେଲେ ଚଳିତ ଥର କୋଭିଡ଼ କଟକଣା ଥିବାରୁ ଏହାର ସଂଖ୍ୟା ବୃଦ୍ଧି କରାଯାଇପାରେ । ପ୍ରଶାସନ ନିର୍ବାଚନ ପାଇଁ ପ୍ରସ୍ତୁତ ରହିଛି । ନିର୍ବାଚନ କମିଶନ ଙ୍କର ଯାହା ନିର୍ଦ୍ଧେଶ ରହିବ ସେହିଭଳି କାମ ହେବ," କହିଛନ୍ତି ଜିଲ୍ଲା ନିର୍ବାଚନ ଅଧିକାରୀ ମନୋଜ ସେନାପତି ।
Published by: Jagdish Barik
First published: September 3, 2020, 11:32 AM IST
corona virus btn
corona virus btn
Loading