ଚାଲିଗଲେ ମଙ୍ଗୁ ଭାଇ: ବାଲେଶ୍ୱର ସଦର ବିଧାୟକ ମଦନମୋହନ ଦତ୍ତଙ୍କ ପରଲୋକ ହେଲା

୨୦୦୪ ପରେ ବାଲେଶ୍ୱର ସଦରରେ ଭଲ ପ୍ରଦର୍ଶନ କରିପାରୁ ନ ଥିବା ବିଜେପି ପାଇଁ ଦତ୍ତ ଆଣିଦେଇଥିଲେ ସଫଳତା । ୨୦୧୯ରେ ପ୍ରଥମ ଥର ବିଧାୟକ ଭାବରେ ବିଜୟୀ ହୋଇଥିଲେ ସେ । କାଲି ଅପରାହ୍ଣରେ ତାଙ୍କର ଅନ୍ତ୍ୟେଷ୍ଟି କ୍ରିୟା ହେବ ।

ମଦନ ମୋହନ ଦତ୍ତ

ମଦନ ମୋହନ ଦତ୍ତ

  • Share this:
News18 Odia Digital

ବାଲେଶ୍ଵର: ବିଜେପି ନେତା ଓ ବାଲେଶ୍ଵର ବିଧାୟକ ମଦନ ମୋହନ ଦତ୍ତ (Madan Mohan Dutta) ୬୨ ବର୍ଷ ବୟସରେ ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣତ୍ୟାଗ କରିଛନ୍ତି । ବାଲେଶ୍ୱରରେ ଘରେ ଘରେ ‘‘ମଙ୍ଗୁ ଭାଇ’’ ନାଁରେ ପରିଚିତ ଦତ୍ତ ଦୀର୍ଘ ଦିନ ଧରି ଲିଭର ଜନିତ ରୋଗରେ ପୀଡ଼ିତ ଥିଲେ ସେ ।

୨୦୧୯ ମସିହା ନିର୍ବାଚନରେ ଦତ୍ତ ବିପୁଳ ଭୋଟରେ ବାଲେଶ୍ୱର ସଦର (Balasore Sadar) ବିଧାୟକ ଭାବରେ ବିଜୟୀ ହୋଇଥିଲେ । ସେ ପୂର୍ବରୁ ରେମୁଣା ବ୍ଲକ ଚେୟାରମ୍ୟାନ ଓ ବାଲେଶ୍ୱର ଜିଲ୍ଲା ପରିଷଦର ଉପସଭାପତି ଭାବେ ବିଜୟୀ ହୋଇଥିଲେ ଓ ଦୁଇ ଥର ବିଜେପି ଜିଲ୍ଲା ସଭାପତି ଭାବରେ ଦାୟିତ୍ୱ ତୁଲାଇଥିଲେ ।

ଦତ୍ତଙ୍କ ଦେହାନ୍ତରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଶୋକ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ ଯୋଗେ ଶୋକ ବ୍ୟକ୍ତ କରିଛନ୍ତି ଓ ଦତ୍ତଙ୍କ ଆତ୍ମାର ସଦଗତି କାମନା କରିବା ସହିତ ପରିବାରକୁ ସମବେଦନା ମଧ୍ୟ ଜଣାଇଛନ୍ତି ।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୋକ ବ୍ୟକ୍ତ କରିବା ସହିତ ଦତ୍ତଙ୍କ ଏକ ମାତ୍ର ପୁତ୍ର ମାନସ ଦତ୍ତଙ୍କ ସହିତ କଥା ହୋଇଛନ୍ତି । ପରଲୋକଗତ ଦତ୍ତ ଜଣେ ଜନ ନେତା ଥିଲେ ଓ ସେ ତାଙ୍କୁ ଭାଇ ଭଳି ସ୍ନେହ କରୁଥିଲେ ବୋଲି କହି ତାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି । ‘‘ପ୍ରଭୁ ଜଗନ୍ନାଥ ତାଙ୍କ ପରିବାରକୁ ଅସୀମ ଧାର୍ଯ୍ୟ ଓ ସାହସ ଦିଅନ୍ତୁ,’’ ସେ କହିଛନ୍ତି ।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ମଦନ ମୋହନ ଦତ୍ତ


କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଦୁଃଖ ପ୍ରକାଶ କରି କହିଛନ୍ତି, ‘‘ଶ୍ରଦ୍ଧେୟ ମଙ୍ଗୁ ଭାଇଙ୍କ ଅକାଳ ବିୟୋଗ ବିନା ମେଘରେ ବଜ୍ରପାତ ଭଳି ଆମ ସମସ୍ତଙ୍କୁ ମର୍ମାହତ କରିଛି । ଗରିବ ଲୋକଙ୍କ ହକ ପାଇଁ ସେ ସର୍ବଦା ଅନ୍ଯାୟ, ଅନୀତି ଓ ଶୋଷଣ ବିରୁଦ୍ଧରେ ସାଲିସ୍ ବିହୀନ ସଙ୍ଘର୍ଷ ଜାରି ରଖିଥିଲେ ।’’ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ମଧ୍ୟ ଶୋକ ପ୍ରକାଶ କରିଛନ୍ତି ।

ଦତ୍ତଙ୍କ ପାର୍ଥିବ ଶରୀରକୁ ପ୍ରଥମେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ନିଆଯାଇଥିଲା । ସେଠାରେ ବହୁ ବରିଷ୍ଠ ବିଜେପି ନେତା ଶୋକ ପ୍ରକାଶ କରିଥିଲେ । ଏହା ପରେ ବିଧାନ ସଭାକୁ ନିଆଯାଇଥିଲା ଓ ସନ୍ଧ୍ୟାରେ ବାଲେଶ୍ୱର ବଣିଆ ମନ୍ଦିର ସ୍ଥିତ ତାଙ୍କ ବାସ ଭବନକୁ ଅଣାଯାଇଛି । ଆସନ୍ତାକାଲି ସକାଳ ୬ଟାରେ ବଣିଆ ମନ୍ଦିର ସ୍ଥିତ ଜନ୍ମସ୍ଥାନରୁ ବାହାରି ମୋତିଗଞ୍ଜ ବଜାର ଓ ସିନେମା ଛକ ଦେଇ ତାଙ୍କ କର୍ମସ୍ତ କାର୍ଯାଳୟକୁ ଅଣାଯିବ । ଜିଲ୍ଲା ସ୍କୁଲ ପଡ଼ିଆରେ କାର୍ଯ୍ଯକର୍ତ୍ତା ଓ ସାଧାରଣ ଜନତାଙ୍କ ଦ୍ୱାରା ଅନ୍ତିମ ଦର୍ଶନ ଓ ଶ୍ରଦ୍ଧାଞ୍ଜଳି ପାଇଁ ସକାଳ ୭ଟାରୁ ଦିବା ୧୨ଟା ପର୍ଯ୍ୟନ୍ତ ରଖାଯିବ । ତା’ପରେ ସେଠାରୁ ବାହାରି ବାଲିଘାଟ ସ୍ଥିତ ସ୍ୱର୍ଗଦ୍ୱାର ଅଭିମୁଖେ ଅନ୍ତିମ ଯାତ୍ରା ହେବ ବୋଲି ବିଜେପି ପକ୍ଷରୁ ପ୍ରକାଶ କରାଯାଇଛି ।

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମଦନ ମୋହନ ଦତ୍ତ


ମଙ୍ଗୁ ଭାଇ ରେମୁଣା ବ୍ଲକ ଚେୟାରମ୍ୟାନ ହେବା ସହିତ ବିଜେପି ଜିଲ୍ଲା ସଭାପତି ଭାବରେ ଦାୟିତ୍ବ ନିର୍ବାହ କରିଛନ୍ତି । ରେମୁଣାର ଜଣେ ଟାଣୁଆ ନେତା ଭାବେ ପରିଚିତ ମଙ୍ଗୁ ଭାଇ ପରବର୍ତ୍ତୀ ସମୟରେ ସଦର ନିର୍ବାଚନ ମଣ୍ଡଳୀ ଉପରେ ଫୋକସ୍‌ କରିଥିଲେ । ୨୦୦୯ରେ ବିଜେପି ବିଜେଡି ମେଣ୍ଟ ଭାଙ୍ଗିବା ପରେ ଜିଲ୍ଲାରେ ବିଜେପି ଦୁର୍ବଳ ହୋଇ ପଡିଥିବା ବେଳେ ୨୦୧୨ରେ ବାଲେଶ୍ୱର ସହରରେ ଏକ ବିଶାଳ ଶୋଭାଯାତ୍ରା କରି ପୁଣି ବିଜେପି ସଙ୍ଗଠନକୁ ମଜବୁତ କରିଥିଲେ ସେ। ଏହା ପରେ ଦୁଇ ଦୁଇ ଥର ଜିଲ୍ଲା ସଭାପତି ହେବ ସହିତ ନିଜେ ୨୦୧୪ରେ ପ୍ରାୟ ନଅ ହଜାର ଭୋଟରେ ପରାସ୍ତ ହୋଇଥିଲେ, ହେଲେ ୨୦୧୯ରେ ବିରୋଧୀଙ୍କୁ ଚକମା ଦେବା ସହିତ ବିଜେଡ଼ିର ଟାଣୁଆ ନେତା ଜୀବନ ପ୍ରଦୀପ ଦାଶ ଙ୍କୁ ୧୨ ହଜାରରୁ ଅଧିକ ଭୋଟରେ ପରାସ୍ତ କରି ବିଜୟୀ ହୋଇଥିଲେ ।

ବିଜେଡ଼ି ନେତା ତଥା ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ଶୋକ ବ୍ୟକ୍ତ କରି କହିଛନ୍ତି: ‘‘ତାଙ୍କ ସହିତ ମୁଁ ପ୍ରାୟ ୨୦ ବର୍ଷ ଧରି ଏକା ସାଙ୍ଗରେ କାର୍ଯ୍ୟ କରିଛି । ମୁଁ ପ୍ରଥମ ଥର ବିଧାୟକ ଜିତିବା ପଛରେ ମଙ୍ଗୁ ଭାଇଙ୍କର ମୁଖ୍ୟ ଭୂମିକା ଥିଲା । ମୁଁ ବାଲେଶ୍ବର ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ହେବା ପଛରେ ମଙ୍ଗୁ ଭାଇଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ତାଙ୍କର ସ୍ମୃତି ମୋ’ ମନରେ ସବୁ ଦିନ ପାଇଁ ରହିବ । ଏହି ଦୁଖଃ ସମୟରେ ଭଗବାନ ତାଙ୍କ ପରିବାରକୁ ଧୈର୍ଯ୍ୟ ଓ ଶକ୍ତି ଦିଅନ୍ତୁ । ତାଙ୍କର ଅମର ଆତ୍ମାର ସଦଗତି କାମନା କରୁଛି ।’’

ଏହା ବି ପଢ଼ନ୍ତୁ: 

ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେ

କାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍‌

ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେ

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: