ମୋ ସ୍କୁଲ ଅଭିଯାନରେ ପୁଣି ରେକର୍ଡ଼ କଲା ବାଲେଶ୍ୱର; ଚତୁର୍ଦ୍ଦଶ ଥର ପାଇଁ ରହିଲା ଶୀର୍ଷରେ

ମୋ ସ୍କୁଲ ଅଭିଯାନରେ ପୁଣି ରେକର୍ଡ଼ କଲା ବାଲେଶ୍ୱର । ବାଲେଶ୍ୱର ଜିଲ୍ଲା କ୍ରମାଗତ ଭାବରେ ଚତୁର୍ଦ୍ଦଶ ଥର ପାଇଁ ଓଡ଼ିଶାରେ ଶୀର୍ଷରେ ରହିଛି।

ମୋ ସ୍କୁଲ ଅଭିଯାନରେ ପୁଣି ରେକର୍ଡ଼ କଲା ବାଲେଶ୍ୱର (ପ୍ରତୀକାତ୍ମକ ଛବି)

ମୋ ସ୍କୁଲ ଅଭିଯାନରେ ପୁଣି ରେକର୍ଡ଼ କଲା ବାଲେଶ୍ୱର (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ବାଲେଶ୍ୱର: ମୋ ସ୍କୁଲ ଅଭିଯାନରେ ପୁଣି ରେକର୍ଡ଼ କଲା ବାଲେଶ୍ୱର । ବାଲେଶ୍ୱର ଜିଲ୍ଲା କ୍ରମାଗତ ଭାବରେ ଚତୁର୍ଦ୍ଦଶ ଥର ପାଇଁ ଓଡ଼ିଶାରେ ଶୀର୍ଷରେ ରହିଛି।

ବାଲେଶ୍ୱର ଜିଲ୍ଲାର ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ବିଷ୍ଣୁ ଚରଣ ସୁତାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଧରଣୀଧର ପାତ୍ର, ଜିଲ୍ଲା ସଂଯୋଜକ, ମୋ ସ୍କୁଲ, ଡ଼ଃ ସନ୍ଦୀପ କୁମାର ଖଟୁଆ ଓ ଜିଲ୍ଲା ସ୍ତରୀୟ କମିଟିର ସମସ୍ତ ସଦସ୍ୟ, ସଦସ୍ୟାଙ୍କ ସଂଯୋଜନା କ୍ରମେ ସମଗ୍ର ଜିଲ୍ଲା ଅନ୍ତର୍ଗତ ବିଦ୍ୟାଳୟ ଗୁଡିକର ଆଲୁମନି ଓ ବଦାନ୍ୟ ବ୍ୟକ୍ତି ଙ୍କ ସହଯୋଗ କ୍ରମେ ସର୍ବମୋଟ ଅର୍ଥ ରାଶି ୧,୮୦,୯୫,୮୦୫ ଟଙ୍କା ସଂଗ୍ରହ କରାଯାଇଛି। ଗତ ସାତ ତାରିଖରେ ବାଲେଶ୍ୱର ଜିଲ୍ଲାର ଜିଲ୍ଲାପାଳ ଶ୍ରୀଯୁକ୍ତ କେ. ସୁଦର୍ଶନ ଚକ୍ରବର୍ତ୍ତୀ (IAS) ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିବା ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ୧୭୧ଟି ବିଦ୍ୟାଳୟରୁ ୩୪୨ଟି ପ୍ରକଳ୍ପ ଅନୁମୋଦିତ ହୋଇଛି। ଉକ୍ତ ବିଦ୍ୟାଳୟ ଗୁଡିକ ସହିତ ୧୧୫୫ ବଦାନ୍ୟ ବ୍ୟକ୍ତି ତଥା ୧୪୨୦୧ ଆଲୁମନି ଯୋଡିହୋଇଛନ୍ତି।

ସେହିପରି ୧୩ ତାରିଖ ୩୩ତମ ରାଜ୍ୟ କାର୍ଯ୍ୟ କାରିଣୀ ପରିଷଦରେ ସର୍ବମୋଟ ୩୪୨ ଟି ପ୍ରକଳ୍ପ ଅନୁମୋଦିତ ହୋଇ ରାଜ୍ୟ ସରକାରଙ୍କ ଠାରୁ ମ୍ୟାଚିଂ ଗ୍ରାଣ୍ଟ ବାବଦରେ ଅର୍ଥ ରାଶି ୩୬,୧୯,୧୬୧୦ ଟଙ୍କା ଆସିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଅଛି।

ଭୋଗରାଇ ବ୍ଲକ ସର୍ବାଧିକ ଅର୍ଥ ରାଶି ୫୦,୦୮,୯୯୯ ଟଙ୍କା ଯୋଗାଡ଼ କରିପାରିଥିବାରୁ ଏହାର ସମସ୍ତ ଶ୍ରେୟ ବିଇଓ, ଶ୍ରୀଯୁକ୍ତ ଭଗିରଥ ଗିରିଙ୍କୁ ଏବଂ ତାଙ୍କ ଟିମର ସମସ୍ତ ସଦସ୍ୟଙ୍କୁ ଦିଆଯାଇଛି। ଜିଲ୍ଲା ସ୍ତରରେ ସଫଳତା ନିମନ୍ତେ ଶ୍ରୀଯୁକ୍ତ ସୁତାର ଡ଼ଃ ଖଟୁଆ, ନରେନ୍ଦ୍ର କୁମାର ଅଗସ୍ତି, ଶାଶ୍ୱତ ମହାପାତ୍ର, କମଳ ଲୋଚନ ବିଶ୍ୱାଳ, ପ୍ରଭାତ କୁମାର ମଣ୍ଡଳ,ଶିବ ଶଙ୍କର ମିଶ୍ର, ଚକ୍ରଧର ମିଶ୍ର ତଥା ଜିଲ୍ଲା କାର୍ଯ୍ୟ କାରିଣୀ ପରିଷଦର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ଜିଲ୍ଲାପାଳ।
Published by:Soumya Das
First published: