ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ବାଲେଶ୍ୱରରେ ଗାଡ଼ି ପାର୍କିଂ ବିବାଦ ପରେ ପ୍ରଫେସର୍ ଗୁଳି ଚଳାଇଲେ; ତାଙ୍କ ପଡ଼ୋଶୀ ଗୁରୁତର ଆହତ

ବାଲେଶ୍ୱରରେ ଗାଡ଼ି ପାର୍କିଂ ବିବାଦ ପରେ ପ୍ରଫେସର୍ ଗୁଳି ଚଳାଇଲେ; ତାଙ୍କ ପଡ଼ୋଶୀ ଗୁରୁତର ଆହତ

ପ୍ରଫେସର୍ ଲକ୍ଷ୍ମଣ ବେହେରା ଯେଉଁ ବନ୍ଧୁକରୁ ଗୁଳି ଚଳାଇଥିଲେ ତାହା ତାଙ୍କ ନିଜସ୍ୱ ଲାଇସେନ୍ସପ୍ରାପ୍ତ ବନ୍ଧୁକ ବୋଲି ଜଣାପଡ଼ିଛି । ପୋଲିସ ଲକ୍ଷ୍ମଣଙ୍କ ଠାରୁ ସେହି ବନ୍ଧୁକ ଓ ପାଞ୍ଚ ରାଉଣ୍ଡ୍ ଗୁଳି ମଧ୍ୟ ଜବତ କରି ତାଙ୍କୁ ଗିରଫ କରିଛି ।

ବାଲେଶ୍ୱରରେ ଗାଡ଼ି ପାର୍କିଂ ବିବାଦ ପରେ ପ୍ରଫେସର୍ ଗୁଳି ଚଳାଇଲେ; ତାଙ୍କ ପଡ଼ୋଶୀ ଗୁରୁତର ଆହତ
ଅବସରପ୍ରାପ୍ତ ପ୍ରଫେସର ଲକ୍ଷ୍ମଣ ବେହେରା; (ଡାହାଣ) ଆହତ ଆନନ୍ଦ ସିଂ
  • News18 Odia
  • Last Updated: March 13, 2021, 11:52 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: ଆପାର୍ଟମେଣ୍ଟରେ ଗାଡ଼ି ପାର୍କିଂକୁ ନେଇ ଉପୁଜିଥିବା ବିବାଦରୁ ଶନିବାର ସନ୍ଧ୍ୟାରେ ଜଣେ ଅବସରପ୍ରାପ୍ତ ପ୍ରଫେସର ନିଜର ଜଣେ ପଡ଼ୋଶୀଙ୍କ ଉପରକୁ ଗୁଳି ଚଳାଇଛନ୍ତି । ଗୁଳିମାଡ଼ରେ ପଡ଼ୋଶୀ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ କଟକ ବଡ଼ ମେଡିକାଲକୁ ନିଆଯାଇଛି ।

ବାଲେଶ୍ଵର ସହରର ଗଡ଼ଗଡ଼ିଆ ଛକରେ ଥିବା ଏସ୍‌.ବି.ଆଇ. ବ୍ରାଞ୍ଚ୍‌ ନିକଟସ୍ଥ ଘରୋଇ ଆପାର୍ଟମେଣ୍ଟ୍‌ (ସଞ୍ଜୟ ହାଇଟ୍ସ ଆପାର୍ଟମ୍ଣ୍ଟ୍‌) ତଳେ ଏହି ଗୁଳିକାଣ୍ଡ ଘଟିଛି । ଗାଡ଼ି ପାର୍କିଂକୁ ନେଇ ବଚସା ଓ ପରେ ଗୁଳିକାଣ୍ଡ ଘଟିଥିବା ଜଣାପଡି଼ଛି । ଗୁଳିକାଣ୍ଡରେ ସଞ୍ଜୟ ହାଇଟ୍ସ ପାଖରେ ଥିବା ଏକ ଇଲୋକଟୋନିକ୍ସ ଦୋକାନର ମାଲିକ ଆନନ୍ଦ ସିଂ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ପଥମେ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା, ହେଲେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

ଏହା ବି ପଢ଼ନ୍ତୁ | IND Vs ENG: ଇଂଲଣ୍ଡ ଠାରୁ ଭାରତର ଲଜ୍ଜାଜନକ ପରାଜୟ; ୨୭ଟି ବଲ୍ ବାକି ଥିଲା; ଇଂଲଣ୍ଡ ଜିତିଗଲା

ଆନନ୍ଦଙ୍କ ଛାତିରେ ଗୋଟିଏ ଗୁଳି ଲାଗିଥିବା ଜଣାପଡ଼ିଛି । ଅତ୍ୟଧିକ ରକ୍ତସ୍ରାବ ହେବା ସହ ଗୁଳିଟି ତାଙ୍କ ଛାତି ଭିତରେ ପଶି ରହିଥିବାରୁ ତାଙ୍କ ଅବସ୍ଥା ଗୁରୁତର ଥିବା ଡାକ୍ତର କହିଛନ୍ତି । ଟାଉନ ଥାନା ପୋଲିସ ଏହି ଗୁଳିକାଣ୍ଡର ଅଭିଯୁକ୍ତ ଅବସରପ୍ରାପ୍ତ ପ୍ରଫେସର ଲକ୍ଷ୍ମଣ ବେହେରାଙ୍କୁ ଘଟଣା ସ୍ଥଳରେ ଗିରଫ କରିଛି ।

ପୋଲିସ ଅବସରପ୍ରାପ୍ତ ପ୍ରଫେସର ଲକ୍ଷ୍ମଣ ବେହେରାଙ୍କୁ ଥାନାକୁ ନେଇ ଅଟକ ରଖିଛି ।


ପ୍ରଫେସର୍‌ ଲକ୍ଷ୍ମଣ ବେହେରା ଯେଉଁ ବନ୍ଧୁକରୁ ଗୁଳି ଚଳାଇଥିଲେ ତାହା ତାଙ୍କ ନିଜସ୍ୱ ଲାଇସେନ୍ସପ୍ରାପ୍ତ ବନ୍ଧୁକ ବୋଲି ପୋଲିସ ତଦନ୍ତରୁ ଜଣାପଡ଼ିଛି । ପୋଲିସ ଲକ୍ଷ୍ମଣଙ୍କ ଠାରୁ ସେହି ବନ୍ଧୁକ ଓ ପାଞ୍ଚ ରାଉଣ୍ଡ୍‌ ଗୁଳି ମଧ୍ୟ ଜବତ କରିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ୩୦ ବର୍ଷର ହେଲେ ପୁନମ୍ ପାଣ୍ଡେ, ସେହି ଅଭିନେତ୍ରୀ ଯିଏ ଟିମ୍ ଇଣ୍ଡିଆର ବିଜୟ ବିଷୟରେ କହିଥିଲେ

ମିଳିଥିବା ସୂଚନା ଅନୁସାରେ ଗଡ଼ଗଡ଼ିଆ ଛକ ନିକଟରେ ଥିବା ସଞ୍ଜୟ ହାଇଟ୍ସ ଆପାର୍ଟମେଣ୍ଟରେ ପ୍ରଫେସର୍‌ ଲକ୍ଷ୍ମଣ ବେହେରା ଦୀର୍ଘ ଦିନ ହେବ ରହି ଆସୁଥିଲେ । କିଛି ଦିନ ହେବ ସେଠାରେ ଆଉ ଏକ ଫ୍ଲାଟରେ ବ୍ୟବସାୟୀ ଆନନ୍ଦ ସିଂ ରହିବା ଆରମ୍ଭ କରିଥିଲେ । ସେହି ଆପାର୍ଟମେଣ୍ଟ୍‌ ନିକଟରେ ଆନନ୍ଦଙ୍କର ଏକ ଇଲକ୍ଟ୍ରୋନିକ୍ସ ଦୋକାନ ଅଛି । ପ୍ରଫେସର ଲକ୍ଷ୍ମଣଙ୍କୁ ମିଳିଥିବା ପାର୍କିଂ ନିକଟରେ ଆନନ୍ଦଙ୍କୁ ପାର୍କିଂ ପାଇଁ ଫ୍ଲାଟ୍‌ ମାଲିକ ଜାଗା ଦେଇଥିଲେ ବି ଲକ୍ଷ୍ମଣ ତାହାକୁ ନାପସନ୍ଦ କରି ଆସୁଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପୂର୍ବରୁ ବଚସା ହୋଇଥିଲା ।

ଏହା ବି ପଢ଼ନ୍ତୁ | Bengal Polls: ମମତା ବାନାର୍ଜୀଙ୍କ ଉପରେ ଆକ୍ରମଣ ହେଲା; ଗୋଡ଼ ଛାତିରେ ଆଘାତ ଲାଗିଥିବା କହିଲେ

ଶନିବାର ସନ୍ଧ୍ୟାରେ ଆନନ୍ଦଙ୍କ ଏକ ଗାଡି଼ ସେହି ପାର୍କିଂ ସ୍ଥଳରେ ଥିବା ଦେଖି ଲକ୍ଷ୍ମଣ ସିକୁରିଟି ଗାର୍ଡ଼କୁ ଡାକି ଗାଡ଼ି ବାହାର କରିବା ପାଇଁ କହିଥିଲେ । ସିକୁରିଟି ଗାର୍ଡ଼ ଏ ନେଇ ଆନନ୍ଦଙ୍କୁ ଖବର ଦେବାରୁ ସେ ଆସି ଲକ୍ଷ୍ମଣଙ୍କ ସହିତ କଥାବାର୍ତ୍ତା ଆରମ୍ଭ କରିଥିଲେ । ତେବେ କଥାବାର୍ତ୍ତା ହେଉ ହେଉ ହଠାତ ଆନନ୍ଦଙ୍କ ଉପରକୁ ଲକ୍ଷ୍ମଣ ଗୁଳି ଚଳାଇଥିଲେ ।

ଏହା ବି ପଢ଼ନ୍ତୁ | ଖାଦ୍ୟ ଡେରିରେ ଆଣିଲା Zomato ଡେଲିଭରି ମ୍ୟାନ୍, ଯୁବତୀଙ୍କୁ ଆକ୍ରମଣ କରି ରକ୍ତାକ୍ତ କଲା

‘‘ଦୁହେଁ ପାର୍କିଂକୁ ନେଇ କଥାବାର୍ତ୍ତା ହେଉଥିଲେ । ହଠାତ୍‌ ଜୋରରେ ଏକ ଶବ୍ଦ ଶୁଭିଥିଲା । ମୁଁ କିଛି ଦେଖିବା ପୂର୍ବରୁ ଆନନ୍ଦ ଦୌଡ଼ି ଦୌଡ଼ି ଆସି ମୋତେ ‘ଲକ୍ଷ୍ମଣ ଗୁଳି କରିଦେଲା’ ବୋଲି କହି ପଡ଼ିଯାଇଥିଲେ । ଏହା ପରେ ମୁଁ ସଙ୍ଗେ ସଙ୍ଗେ ତାଙ୍କୁ ହସପିଟାଲ୍‌ ନେଇଯାଇଥିଲି । ପରେ ପୋଲିସ ଆସି ପ୍ରଫେସର ଲକ୍ଷ୍ମଣଙ୍କୁ ନେଇଯାଇଛି,’’ କହିଛନ୍ତି ଆପାର୍ଟମେଣ୍ଟରେ ଡ୍ୟୁଟିରେ ଥିବା ସିକୁରିଟି ଗାର୍ଡ଼ ଶିବ ପ୍ରସାଦ ବାରିକ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ନା କୋଚିଂ ନା ଟେଷ୍ଟ୍ ସିରିଜ୍; କେବଳ ଇଣ୍ଟରନେଟ୍ ବ୍ୟବହାର କରି IAS ହେଲେ ଏହି ଯୁବତୀ

ଟାଉନ ଥାନା ଅଧିକାରୀ ଶୁଭ୍ରାଂଶୁ ନାୟକ କହିଛନ୍ତି, ‘‘ଖବର ପାଇବା କ୍ଷଣି ପ୍ରଥମେ ଏକ ପିସିଆର୍‌ ଭ୍ୟାନ୍‌ ସେଠାରେ ପହଞ୍ଚିଥିଲା । ତା’ ପରେ ମୁଁ ମଧ୍ୟ ପହଞ୍ଚିଥିଲି । ଘଟଣା ସମ୍ପର୍କରେ ଜାଣିବା ପରେ ଆମେ ଲକ୍ଷ୍ମଣଙ୍କୁ ତାଙ୍କ ଫ୍ଲାଟରୁ ଥାନାକୁ ଆଣିଛୁ । ବ୍ୟବହୃତ ବନ୍ଧୁକ ଓ ଅଫୁଟା ଗୁଳି ମଧ୍ୟ ତାଙ୍କ ନିକଟରୁ ଜବତ କରିଛୁ ।’’



ଗୁରୁତର ଆନନ୍ଦଙ୍କ ଅବସ୍ଥା କଟକ ବଡ଼ ମେଡିକାଲରେ ଏବେ ବି ସଙ୍କଟାପନ୍ନ ଥିବା ଜଣାପଡ଼ିଛି । ପ୍ରାଥମିକ ତଦନ୍ତରୁ ପାର୍କିଂ ବିବାଦ ଯୋଗୁଁ ଗୁଳିକାଣ୍ଡ ହୋଇଥିବା ଜଣା ପଡୁଥିବା ବେଳେ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା କହିଛି ।
Published by: Anand Shankar Thankur Das
First published: March 13, 2021, 11:52 PM IST