ବାଲେଶ୍ଵର ପୋଲିସର ବଡ଼ ରେକର୍ଡ; ଜବତ କଲା ୧୧କୋଟି ଟଙ୍କାର ବ୍ରାଉନସୁଗାର

୧୧ କୋଟି ଟଙ୍କାର ବ୍ରାଉନସୁଗାର ଜବତ କରି ରେକର୍ଡ କଲା ବାଲେଶ୍ୱର ଜିଲ୍ଲା ପୋଲିସ। ଏହି ମାମଲାରେ ପୋଲିସ ୬ ଜଣ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ।

ବାଲେଶ୍ଵର ପୋଲିସ (ପ୍ରତୀକାତ୍ମକ ଛବି)

ବାଲେଶ୍ଵର ପୋଲିସ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ବାଲେଶ୍ୱର: ବାଲେଶ୍ଵର ପୋଲିସ ସୃଷ୍ଟି କଲା ବଡ଼ ରେକର୍ଡ। ଅଭିଜ୍ଞ ଆଇଜିଙ୍କ ସହ ଏସ୍ପି ଓ ଅଫିସରଙ୍କ ଦ୍ଵାରା ସର୍ବାଧିକ ପରିମାଣରେ ଡ୍ରଗ୍ସ ଜବତ। ୧୧କୋଟି ଟଙ୍କାର ବ୍ରାଉନସୁଗାର ଜବତ କରି ରେକର୍ଡ କଲା ଜିଲ୍ଲା ପୋଲିସ।

ରେକର୍ଡ ପରିମାଣର ବ୍ରାଉନ ସୁଗାର ଜବତ କରି ସମସ୍ତଙ୍କୁ ଚକିତ କରିଛି ବାଲେଶ୍ଵର ପୋଲିସ। ବାଲେଶ୍ଵର ସହଦେବ ଖୁଣ୍ଟା ଥାନା ଅଧିକାରୀ ଶୁଭ୍ରାଂଶୁ ନାୟକଙ୍କ ତତ୍ତ୍ଵାବଧାନରେ ୧୧ କୋଟି ଟଙ୍କାର ବ୍ରାଉନ ସୁଗାର ଜବତ କରାଯାଇଛି । ଜବତ ବ୍ରାଉନସୁଗାରର ପରିମାଣ ୧୦ କେଜିରୁ ଅଧିକ ବୋଲି ପୋଲିସ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି।

ଏହି ମାମଲାରେ ପୋଲିସ୍ ୬ ଜଣ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି । ତେବେ ଗିରଫ ମାନଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ ମଧ୍ୟପ୍ରଦେଶର ଆୟୁବ ବୋଲି କହିଛି। ଅନ୍ୟ ସମସ୍ତ ଅଭିଯୁକ୍ତ ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅରଡ ବଜାରର ବୋଲି ପୋଲିସ କହିଛି। ଶୁକ୍ରବାର ଏନେଇ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ଓ ଏସପି ସୁଧାଂଶୁ ଶେଖର ମିଶ୍ର  ଜିଲ୍ଲା ପୋଲିସ୍ କାର୍ଯ୍ୟଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଜବତ ବ୍ରାଉନସୁଗାର ବ୍ରାଉନସୁଗର ଆସାମ-ପଶ୍ଚିମବଙ୍ଗ ବୋର୍ଡରରୁ ଆସୁଥିଲା ଯାହା ଓଡ଼ିଶାର ବିଭିନ୍ନ ସ୍ଥାନକୁ ଯାଇଥାନ୍ତା।

୬ ଜଣ ଅଭିଯୁକ୍ତ


ତେବେ ଏନେଇ ପୋଲିସ ନିଜର ବିଶେଷ ସୂତ୍ରରୁ ଖବର ପାଇଥିଲା ଆଉ ପୂର୍ବ ପ୍ରସ୍ତୁତି କ୍ରମେ ସହଦେଵଖୁଣ୍ଟା ଥାନା ପୋଲିସ ସହ ବାଲେଶ୍ଵର ପୋଲିସ ଜାତୀୟ ରାଜପଥର ଫୁଲାଡ଼ି ଠାରେ ଛକି ରହିଥିଲା ତେଣେ ସମସ୍ତ ୬ ଜଣ ଅଭିଯୁକ୍ତ ବ୍ରାଉନସୁଗାର ଧରି କଲିକତା ପଟରୁ ବାଲେଶ୍ଵର ଆସୁଥିବା ବେଳେ ମାଡ଼ି ବସିଥିଲା ପୋଲିସ। ଏହି ଘଟଣାରେ ଅଧିକ ଅଭିଯୁକ୍ତଙ୍କ ସମ୍ପୃକ୍ତି ଥିବା ଜଣାପଡିଥିବା ବେଳେ ପୋଲିସର ରେଡ ବେଳେ ଛତ୍ରଭଙ୍ଗ ଦେଇଥିଲେ। ସେହିଭଳି ଗିରଫ ଅଭିଯୁକ୍ତଙ୍କ ଠାରୁ ଦୁଇଟି ମିଟର ସାଇକେଲ ୬ ଟି ମୋବାଇଲ ଓ ୨୧ ହଜାର ଟଙ୍କା ନଗଦ ଜବତ ହୋଇଛି ବୋଲି ହିମାଂଶୁ ଲାଲ ପୂର୍ବାଞ୍ଚଳ ଆଇଜି କହିଛନ୍ତି।

ପୂର୍ବରୁ ମଧ୍ୟ ଆଇଜି ବାଲେଶ୍ଵରର ବଡ଼ ବଡ଼ ଘଟଣାରେ ଗଣମାଧ୍ୟମକୁ ଦେଇଥିବା ସମୟ ସୀମା ମଧ୍ୟରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇ ଚର୍ଚ୍ଚାରେ ରହିଛନ୍ତି। ଏପରିକି ବାଲେଶ୍ୱରରେ ଆଇନଶୃଙ୍ଖଳା ନେଇ ଯେତେବେଳେ ସମସ୍ତ ବର୍ଗର ଲୋକ ପୋଲିସ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ ସେତେବେଳେ ଆଇଜି ୭ ଦିନରେ ଅପରାଧୀଙ୍କୁ ଧରିବାର ପ୍ରତିଶ୍ରୁତି ଦେଇ ପୂରଣ କରିଥିଲେ। ଏଣୁ ହିମାଂଶୁ ଲାଲଙ୍କ ଅଭିଜ୍ଞତା ଦ୍ୱାରା ପୋଲିସ ରେକର୍ଡ କରିଥିବା କୁହାଯାଉଛି।

ଜବତ ହୋଇଥିବା ବ୍ରାଉନସୁଗାର


ସେହିପରି ଆଉ ଜଣେ ଅଫିସର ହେଉଛନ୍ତି ସହଦେଵଖୁଣ୍ଟା ଥାନା ଅଧିକାରୀ ଶୁଭ୍ରାଂଶୁ ନାୟକ। କିଛିଦିନ ତଲେ ବାଲେଶ୍ୱରର ଗଣଦୁଷ୍କର୍ମ କେସରେ ମାତ୍ର ଦୁଇ ଦିନରେ ସମସ୍ତ ଅପରାଧୀଙ୍କୁ ଧରିବାରେ ସଫଳ ହୋଇଥିବା ପୋଲିସର ନାୟକ ଥିଲେ ଶୁଭ୍ରାଂଶୁ । ଖାଲି ସେତିକି ନୁହେଁ ଜିଲ୍ଲାର ଯେ କୌଣସି ବଡ଼ ଘଟଣା ହେଲେ ବାହାର ଥାନାରେ ଥିଲେ ମଧ୍ୟ ତଦନ୍ତ ପାଇଁ ଶୁଭ୍ରାଂଶୁଙ୍କ ଉପରର ଭରସା କରିଥାନ୍ତି ଜିଲ୍ଲାର ଏସ୍ପି ଆଉ ସେ ମଧ୍ୟ ଏହାକୁ ସଫଳତା ସହିତ ପ୍ରତିପାଦନ କରିଛନ୍ତି । ଏଣୁ ଏଇ ବଡ଼ ସଫଳତା ପଛରେ ଶୁଭ୍ରାଂଶୁଙ୍କ କାର୍ଯ୍ୟ ଦକ୍ଷତା ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି।
Published by:Soumya Das
First published: