ବାଲେଶ୍ଵର ପୋଲିସର ବଡ଼ ସଫଳତା; ଗିରଫ ହେଲେ ୨ଟି ମର୍ଡ଼ର ଘଟଣାର ଅଭିଯୁକ୍ତ

ଦୀର୍ଘ ୨୦ ଦିନ ଭିତରେ ବାଲେଶ୍ଵରରେ ଘଟିଥିବା ଦୁଇ ଦୁଇଟି ମର୍ଡର ଘଟଣାରେ ପୂର୍ବରୁ ୭ ଜଣକୁ ଗିରଫ କରାଯାଇଥିବା ବେଳେ ଏବେ ୫ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ବାଲେଶ୍ଵର ପୋଲିସ।

୨ଟି ମର୍ଡର ଘଟଣା ଅଭିଯୁକ୍ତକୁ କଲା ବାଲେଶ୍ୱର ପୋଲିସ (ପ୍ରତୀକାତ୍ମକ ଛବି)

୨ଟି ମର୍ଡର ଘଟଣା ଅଭିଯୁକ୍ତକୁ କଲା ବାଲେଶ୍ୱର ପୋଲିସ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ବାଲେଶ୍ୱର: ଦୀର୍ଘ ୨୦ ଦିନ ଭିତରେ ବାଲେଶ୍ଵରରେ ଘଟିଥିବା ଦୁଇ ଦୁଇଟି ମର୍ଡର ଘଟଣାରେ ପୂର୍ବରୁ ୭ ଜଣକୁ ଗିରଫ କରାଯାଇଥିବା ବେଳେ ଏବେ  ୫ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ବାଲେଶ୍ଵର ପୋଲିସ।

ଚାନ୍ଦିପୁର ଥାନା ଅଧୀନରେ ଗତ ମେ ୩୦ ଓ ଜୁନ ୩ ତାରିଖରେ  ଘଟିଥିବା ଦୁଇ ଦୁଇଟି ମର୍ଡ଼ର ଘଟଣାରେ ପୂର୍ବରୁ ୭ ଜଣକୁ ବାଲେଶ୍ବର ପୋଲିସ ଗିରଫ କରିଥିବା ବେଳେ ବର୍ତ୍ତମାନ ୫ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ବାଲେଶ୍ଵର ପୋଲିସ । ବିଶେଷ କରି ଚାନ୍ଦିପୁର ତୁଳସୀପଦାରେ କେରଳ ନାଗରିକଙ୍କୁ ଆକ୍ରମଣ କରି ହତ୍ୟା ଓ ଲୁଟ ଘଟଣାକୁ ନେଇ ଦୁଇ ନାବାଳକ ସମେତ ୫ ଅଭିଯୁକ୍ତଙ୍କୁ ଧରିଛି ପୋଲିସ । ଗିରଫ ମାନେ ହେଲେ ପୁରୁଣା ବାଲେଶ୍ୱର ଅଞ୍ଚଳର ସୁଧି ରଞ୍ଜନ ମାଝୀ , ଅଭିଜିତ ସିଂ ସଦାଶିବ ବଢ଼େଇ ଓ ଦୁଇ ଜଣ CICL ଅଭିଯୁକ୍ତ ଅଛନ୍ତି । ପୂର୍ବରୁ ନାବାଳକ ଅପରାଧୀ କାର୍ଯ୍ୟକଳାପରେ ଲିପ୍ତ ନେଇ ଅଭିଯୋଗ ହେଉଥିବା ବେଳେ ଏଇ ଘଟଣାରେ ଦୁଇ ନାବାଳକ ଧରାପଡିବା ପରେ ଏହା ସ୍ପଷ୍ଟ ହୋଇଛି।

"ଅଭିଯୁକ୍ତମାନେ ମରଣାନ୍ତକ ଆକ୍ରମଣ କରିବା ସହିତ ୧୫ ହଜାର ଟଙ୍କା ଲୁଟ କରିଥିଲେ। ଆକ୍ରମଣ ଶିକାର କେରଳ ଯୁବକଙ୍କୁ ବିଭତ୍ସ ଅବସ୍ଥାରେ ଆଣି ଟାଉନ ଥାନା ପୋଲିସ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଦୁଇ ଦିନପରେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ଏନେଇ ପୋଲିସର ସ୍ୱତନ୍ତ୍ର ଟିମ ଗଠନ କରାଯାଇ ତଦନ୍ତ ହେଉଥିବା ବେଳେ ୫ ଜଣ ଧରାପଡ଼ିଛନ୍ତି,"କହିଛନ୍ତି ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ।

"ଗତ ୨୯ ତାରିଖ ଦିନ କେରଳର ଏନ୍ନାକୁଲମ ଜିଲ୍ଲାର ସିମିତ ଦେଭାଶି ନାମକ ବ୍ୟକ୍ତି ପ୍ରବୀଣ ମିସ୍ତ୍ରୀ ସହିତ ଟ୍ରେନ ଯୋଗେ ବାଲେଶ୍ୱର ପହଞ୍ଚି ଥିଲା।  ତେବେ ବାଲେଶ୍ୱର ବସ୍ ଷ୍ଟାଣ୍ଡ ନିକଟରେ ମହାରାଜା ନାମକ ଏକ ଲଜକରେ ଉଭୟ ରହିଥିବା ବେଳେ ୩୦ରେ ଚେକ ଆଉଟ କରି ନୂଆବଜାର ନିଜର କିଛି ବ୍ୟକ୍ତିଗତ କାରଣ ପାଇଁ ଯାଇଥିଲେ। ଏହି ସମୟରେ ଅଭିଯୁକ୍ତ ସୁଧି ରଞ୍ଜନ ସହିତ ଉଭୟଙ୍କ ଦେଖା ହୋଇଥିବା ବେଳେ ସୁଧୀରଞ୍ଜନ ସେମାନଙ୍କୁ ସୁନ୍ଦର ପିକନିକ ସ୍ଥାନ ଦେଖାଇବ କହି ଏକ ଅଟୋ ରେ ତୁଳସୀପଦା ଅଞ୍ଚଳକୁ ନେଇ ଆସିଥିଲା ପରେ ସେଠାରେ ସେମାନେ ଅନ୍ୟ ସାଥି ମାନଙ୍କ ସହିତ ମିଶି ଉଭୟଙ୍କୁ ଆକ୍ରମଣ କରିବା ଆରମ୍ଭ କରିଥିଲେ ତେବେ ପ୍ରବୀଣ ମିସ୍ତ୍ରୀ ପ୍ରାଣ ବଞ୍ଚାଇ ସେଠାରୁ ପଳାଇ ଆସିଥିବା ବେଳେ ସୀମିତ କୁ ଅଭିଯୁକ୍ତ ମାନେ ଧରି ଆକ୍ରମଣ କରିବା ସହିତ ଟଙ୍କା ଓ ମୋବାଇଲ ଛଡ଼ାଇ ନେଇଥିଲେ,"କହିଛନ୍ତି ଏସ୍ପି।
Published by:Soumya Das
First published: