ବାଲେଶ୍ୱର: ନୀଳଗିରି BJP MLA ସୁକାନ୍ତ ନାୟକ ଯନ୍ତ୍ରୀଙ୍କୁ ଗାଳି ଗୁଲଜ କଲେ; ଅଡ଼ିଓ ଭାଇରାଲ୍‌ ହେଲା

ନୀଳଗିରି MLA ଅଶ୍ଲୀଳ ଭାଷାରେ ଗାଳି ଗୁଳଜ କରନ୍ତି ଓ ନିଜ ଲୋକଙ୍କୁ କାମ ଦେବା ପାଇଁ ବି ବାଧ୍ୟ କରିଥାନ୍ତି ବୋଲି ଯନ୍ତ୍ରୀ କହିଛନ୍ତି । ବେଆଇନ ଭାବରେ କାମ କରାଇବା ପାଇଁ ବାଧ୍ୟ କରୁଥିବା ବେଳେ ମନା କରିବାରୁ ସେ ଗାଳି ଗୁଳଜ କରିଥିବା ଅଭିଯୋଗ ହୋଇଛି ।

ବାଲେଶ୍ୱର: ନୀଳଗିରି BJP MLA ସୁକାନ୍ତ ନାୟକ ଯନ୍ତ୍ରୀଙ୍କୁ ଗାଳି ଗୁଲଜ କଲେ; ଅଡ଼ିଓ ଭାଇରାଲ୍‌ ହେଲା
ନୀଳଗିରି ବିଧାୟକ ସୁକାନ୍ତ ନାୟକ
  • News18 Odia
  • Last Updated: September 7, 2020, 10:44 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: ନୀଳଗିରି ବିଧାୟକ ସୁକାନ୍ତ ନାୟକ ଓ ନୀଳଗିରି ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୀଲ କୁମାର ପଣ୍ଡାଙ୍କ ମଧ୍ୟରେ ହୋଇଥିବା ଫୋନ୍‌ ବାର୍ତ୍ତାଳାପ ଏବେ ବେଶ ଚର୍ଚ୍ଚାର ବିଷୟ ହୋଇଛି । କୁହାଯାଉଛି ଯେ ୭ ଲକ୍ଷ ୩୨ ହଜାର ଟଙ୍କାର ୨୦/୨୦ ମିଟରର ଏକ ଖଳା ନିର୍ମାଣକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ବିଧାୟକ ଖଳା ନିର୍ମାଣ ପାଇଁ ବାଧ୍ୟ କରୁଥିବା ବେଳେ ଚିହ୍ନିତ ସ୍ଥାନରେ ଖଳା ଜାଗା ଅଭାବରୁ ହୋଇପାରିବ ନାହିଁ ବୋଲି କହିଥିଲେ ଯନ୍ତ୍ରୀ, ଯାହାକୁ ନେଇ ବିଧାୟକ ରାଗି ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳି ଗୁଳଜ କରିଥିବା ଅଭିଯୋଗ ହୋଇଛି ।

ଏହି ବାର୍ତ୍ତାଳାପର ଅଡ଼ିଓ ଭାଇରାଲ ହେବା ପରେ ସହକାରୀ ନିର୍ବାହୀ ଯନ୍ତ୍ରୀ ନିଜ ପ୍ରତିକ୍ରିୟାରେ ଅଡ଼ିଓରେ ଥିବା କଣ୍ଠ ତାଙ୍କର ବୋଲି କହିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ବିଧାୟକ ବାରମ୍ବାର ଏଭଳି ବ୍ୟବହାର କନିଷ୍ଠ ଯନ୍ତ୍ରୀମାନଙ୍କ ସହିତ କରିଥାନ୍ତି । ବିଧାୟକ ଅଶ୍ଲୀଳ ଭାଷାରେ ଗାଳି ଗୁଳଜ କରନ୍ତି ଓ ନିଜ ଲୋକଙ୍କୁ କାମ ଦେବା ପାଇଁ ବି ବାଧ୍ୟ କରିଥାନ୍ତି ବୋଲି ସେ କହିଛନ୍ତି । ଏବେ ସହକାରୀ ଯନ୍ତ୍ରୀଙ୍କୁ ବେଆଇନ ଭାବରେ କାମ କରାଇବା ପାଇଁ ବାଧ୍ୟ କରୁଥିବା ବେଳେ ମନା କରିବାରୁ ସେ ଗାଳି ଗୁଳଜ କରିଥିବା ଅଭିଯୋଗ ହୋଇଛି ।

‘‘ଏହା ପ୍ରଥମ ଥର ନୁହେଁ । ପୂର୍ବରୁ ମଧ୍ୟ କନିଷ୍ଠ ଯନ୍ତ୍ରୀମାନଙ୍କୁ ଏଭଳି ଭାବରେ ଅଶ୍ଳୀଳ ଭାଷା ଓ ଖରାପ ବ୍ୟବହାର କରିଥାନ୍ତି ବିଧାୟକ । ଏବେ ପ୍ରଥମ ଥର ମୋତେ ଏଭଳି ବ୍ୟବହାର କରିଛନ୍ତି । ଜଣେ ଲୋକ ପ୍ରତିନିଧି ଭାବରେ ଆମେ ତାଙ୍କ ପ୍ରତି ଯଥେଷ୍ଟ ସମାନ ରଖିଛୁ, ହେଲେ ବିଧାୟକଙ୍କ ଏଭଳି ବ୍ୟବହାର ଶୋଭନୀୟ ନୁହେଁ,’’ କହିଛନ୍ତି ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୀଲ କୁମାର ପଣ୍ଡା ।

ନୀଳଗିରି ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୀଲ କୁମାର ପଣ୍ଡା


ବିଧାୟକଙ୍କର ଏଭଳି ବିବାଦ ନୂଆ ନୁହେଁ । ଆଜକୁ ଠିକ ୧୧ ମାସ ତଳେ ଅର୍ଥାତ ୨୦୧୯ ଅକ୍ଟୋବର ମାସରେ ତତ୍କାଳୀନ ନୀଳଗିରିର ତହସିଲଦାର ସୁଶ୍ରୀତା ଟୁଡୁ ଓ ବିଧାୟକଙ୍କ ମଧ୍ୟରେ ପାଟିତୁଣ୍ଡ ଭାଇରାଲ ହୋଇଥିଲା । ଏହାକୁ ନେଇ ତହସିଲଦାର ଓ ବିଧାୟକ ଉଭୟ ଉଭୟଙ୍କ ଉପରେ ଖରାପ ବ୍ୟବହାରର ଆରୋପ ଲଗାଇଥିଲେ । ତେବେ ସହକାରୀ ଯନ୍ତ୍ରୀଙ୍କ ସହିତ ପାଟିତୁଣ୍ଡ ଓ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କୁ ନେଇ ବିଧାୟକ ପ୍ରତିକ୍ରିୟା ରଖିବା ସହିତ ଅଡ଼ିଓ ତାଙ୍କର ବୋଲି ସ୍ୱୀକାର କରିଛନ୍ତି ।

‘‘ଏଥିରେ ଥିବା କଥିତ ଅଶ୍ଲୀଳ ଭାଷା ମୁଁ ସହକାରୀ ଯନ୍ତ୍ରୀଙ୍କୁ ନୁହେଁ ବରଂ ନିଜେ ନିଜକୁ କହୁଥିଲି । ମୋ’ର ଯନ୍ତ୍ରୀଙ୍କ ଉପରେ ବିରକ୍ତ ହେବା ପଛରେ କାରଣ ରହିଛି । ମୁଁ ଜଣେ ବିଧାୟକ । ମୁଁ ଯାହା ବି କରେ ସେଥିରେ ଲୋକଙ୍କ ସ୍ୱାର୍ଥ ଥାଏ । ଏହି ମାମଲାର ଭୁଲ୍‌ ବ୍ୟାଖ୍ୟା ହେବା ଉଚିତ ନୁହେଁ,’’ ସଫେଇ ଦେଇଛନ୍ତି ବିଧାୟକ ସୁକାନ୍ତ ନାୟକ ।

ଏହା ବି ପଢ଼ନ୍ତୁ | Viral: ଏହି ବ୍ୟକ୍ତି ମାଛିକୁ ମାରିବାକୁ ଯାଇ ନିଜ ଘରକୁ ବି ପୋଡ଼ି ଦେଲେ

ଏହା ବି ପଢ଼ନ୍ତୁ | ଭାରତକୁ ମିଳିଲା ଆମେରିକା ସମେତ ୪ଟି ବଡ଼ ଦେଶର ସମର୍ଥନ; ଚୀନରୁ ଭାରତ ଆସିଲା Apple ର ୮ଟି କାରଖାନା

ସେ ଆହୁରି କହିଛନ୍ତି, ‘‘ମୁଁ ବିରୋଧୀ ଦଳର ବିଧାୟକ ହୋଇଥିବାରୁ ମୋତେ ଜାଣିଶୁଣି ଏମିତି ହଇରାଣ କରାଯାଉଛି । ଏହା ପଛରେ ଏକ ବିରାଟ ରାଜନୈତିକ ଷଡ଼ଯନ୍ତ୍ର ରହିଛି ।’’



ଜଣେ ଲୋକ ପ୍ରତିନିଧିଙ୍କ ଏଭଳି ଆଚରଣ ଓ ଭାଷାକୁ ନାପସନ୍ଦ କରିଛନ୍ତି ବାଲେଶ୍ୱରର ବୁଦ୍ଧିଜୀବୀମାନେ । କିଛି ଦିନ ତଳେ ବାରିପଦା ବିଧାୟକ ଜଣେ ଯନ୍ତ୍ରୀଙ୍କୁ କଥିତ ରୂପେ ଆକ୍ରମଣ କରିବା ଯୋଗୁଁ FIRର ସାମନା କରିଥିବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ  ପାଲଟିଥିଲା । ଏବେ ନୀଳଗିରି ବିଧାୟକଙ୍କ ଅଡ଼ିଓ ଭାଇରାଲ ହେବା ପରେ ଜନ ପ୍ରତିନିଧିମାନଙ୍କ ଆଚରଣ ଓ ଉଚ୍ଚାରଣ ଉପରେ ଅନେକ ପ୍ରଶ୍ନ ଉଠିଛି ।
Published by: Anand Shankar Thankur Das
First published: September 7, 2020, 10:44 PM IST
corona virus btn
corona virus btn
Loading