ବାଲେଶ୍ୱର: ନଗ୍ମା ପରୱୀନ୍ ବନିଲେ ମାମୁନି ପାଣିଗ୍ରାହୀ; କଏଦୀ-ପ୍ରେମିକଙ୍କ ସହ ବିବାହ କଲେ
ମୁସଲିମ୍ ସମ୍ପ୍ରଦାୟରୁ ନିଜ ଧର୍ମ ପରିବର୍ତ୍ତନ କରି ହିନ୍ଦୁ ଧର୍ମ ଗ୍ରହଣ କରିଥିବା ମାମୁନୀ ପାଣିଗ୍ରାହୀ ନିଜ ପ୍ରେମିକ ଦେବୀପ୍ରସାଦ ମିଶ୍ରଙ୍କ ନାମରେ ଦୁଷ୍କର୍ମ ମାମଲା ଦାୟର କରିଥିଲେ । ଏବେ ଜେଲରେ ଥିବା ଦେବୀପ୍ରସାଦଙ୍କୁ ସେ ବୈଦିକ ରୀତିରେ ବିବାହ କରିଛନ୍ତି ।

ମାମୁନୀ ପାଣିଗ୍ରାହୀ ନିଜ ପ୍ରେମିକ ଦେବୀପ୍ରସାଦ ମିଶ୍ରଙ୍କ ବିବାହ ଉତ୍ସବର ଏକ ଦୃଶ୍ୟ
- News18 Odia
- Last Updated: February 22, 2021, 9:37 PM IST
ବାଲେଶ୍ୱର: ଜିଲ୍ଲା କାରାଗାରରେ ବିଚାରଧୀନ କଏଦୀ ଭାବେ ରହୁଥିବା ଜଣେ କଏଦୀଙ୍କର ନିଜ ପ୍ରେମିକାଙ୍କ ସହ ବୈଦିକ ରୀତିରେ ସ୍ଥାନୀୟ ରାଧାକୃଷ୍ଣ ମନ୍ଦିରରେ ହାତଗଣ୍ଠି ପଡ଼ିଛି । ୨୦୨୦ ମସିହା ସେପ୍ଟେମ୍ବର ମାସ ଠାରୁ ଏକ ଦୁଷ୍କର୍ମ ମାମଲାରେ ବିଚାରଧୀନ କଏଦୀ ଭାବେ ରହୁଥିବା କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ମନ୍ତାପଡ଼ା ଅଞ୍ଚଳର ଉପେନ୍ଦ୍ର ମିଶ୍ରଙ୍କ ପୁଅ ୩୨ ବର୍ଷୀୟ ଦେବୀପ୍ରସାଦ ମିଶ୍ର ସୋମବାର ଦିନ ନିଜ ପ୍ରେମିକାଙ୍କ ସହ ବିବାହ କରିଛନ୍ତି ।
ଅତିରିକ୍ତ ଜିଲ୍ଲା ଦୌରା ଜଜ୍ (୨) ସୁବାଷ କୁମାର ବେହେରାଙ୍କ କୋର୍ଟର ନିର୍ଦ୍ଦେଶ କ୍ରମେ ମୁସଲିମ୍ ସମ୍ପ୍ରଦାୟରୁ ନିଜ ଧର୍ମ ପରିବର୍ତ୍ତନ କରି ହିନ୍ଦୁ ଧର୍ମ ଗ୍ରହଣ କରିଥିବା ମାମୁନୀ ପାଣିଗ୍ରାହୀଙ୍କୁ ପୋଲିସ ଉପସ୍ଥିତିରେ ବୈଦିକ ରୀତିରେ ବିବାହ କରିଥିଲେ ଦେବୀପ୍ରସାଦ ମିଶ୍ର । ଏହି ବିବାହ ଉଭୟ ପକ୍ଷଙ୍କ ଉପସ୍ଥିତିରେ ହୋଇଥିଲା । ନବ ଦମ୍ପତିଙ୍କୁ ବିବାହ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରାଯାଇଛି ।
ଏହା ବି ପଢ଼ନ୍ତୁ | ମହିଳାଙ୍କୁ ୬ ଜଣ ରେପ୍ କରିଥିଲେ; ୨ ଜଣ ନାବାଳକ ଥିଲେ; Video ବିକିବା ବେଳେ ଧରା ପଡ଼ିଲେ

ଏହି ବିବାହ ବୈଦିକ ରୀତିରେ ଅନୁଷ୍ଠିତ ହୋଇଥିଲା ।
ପୋଲିସ ଓ କୋର୍ଟରେ ଏହି ମାମଲାର ପରିଚାଳନା କରୁଥିବା ଓକିଲମାନଙ୍କ ଅନୁସାରେ ଦେବୀପ୍ରସାଦ ବାଲେଶ୍ୱରରେ ଲୁମିନସ୍ ବ୍ୟାଟେରୀ କମ୍ପାନୀରେ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ । ବିଶେଷ କରି ସେ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଓ ଯାଜପୁର ଆଦି ସ୍ଥାନ ପାଇଁ ମ୍ୟାନେଜର ଭାବେ ନିଯୁକ୍ତ ହୋଇଥିଲେ । ସେ ଏହି କମ୍ପାନୀରେ ବ୍ୟାଟେରୀ ଓ ଇନଭୋଟର ଆଦି ସପ୍ଲାଏ କାର୍ଯ୍ୟ କରୁଥିଲେ । ସେହି କମ୍ପାନୀରେ ମୁସଲିମ୍ ସମ୍ପ୍ରଦାୟର ଜଣେ ଯୁବତୀ ନଗମା ପରୱୀନ (ଯିଏ ଏବେ ଧର୍ମ ପରିବର୍ତ୍ତନ କରି ହିନ୍ଦୁ ହୋଇଛନ୍ତି) ମଧ୍ୟ କାର୍ଯ୍ୟ କରୁଥିଲେ । ଯୁବତୀଙ୍କ ଘର ବସ୍ତା ଥାନା ଅର୍ନ୍ତଗତ ରୁପସା ଅଞ୍ଚଳରେ ।
ଏହା ବି ପଢ଼ନ୍ତୁ | ପ୍ରେମରୁ ହତ୍ୟା: ପୋଲିସ କନଷ୍ଟେବଲ୍ ସହକର୍ମୀ ଯୁବତୀ କନଷ୍ଟେବଲଙ୍କ ଛାତିକୁ ଗୁଳି ମାରି ହତ୍ୟା କଲେ
ଗୋଟିଏ କମ୍ପାନୀରେ ଏକାଠି କାର୍ଯ୍ୟ କରୁଥିବା ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା । କ୍ରମଶଃ ସେମାନଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ମଧ୍ୟ ସ୍ଥାପନ ହୋଇଥିଲା । ଦେବୀପ୍ରସାଦ ଶିଳ୍ପାଞ୍ଚଳ ଥାନା ଅର୍ନ୍ତଗତ ଅଙ୍ଗାରଗଡି଼ଆରେ ଏକ ଘର ଭଡ଼ା ନେଇ ରହୁଥିଲେ । ନଗମା ମଧ୍ୟ ଅଙ୍ଗାରଗଡି଼ଆରେ ଘର ଭଡ଼ା ନେଇ ରହୁଥିଲେ । ସେମାନଙ୍କ ପ୍ରେମ ସମ୍ପର୍କ ଦୀର୍ଘ ତିନି ବର୍ଷ ଧରି ଚାଲିଥିଲା । ହେଲେ ବିବାହ ପାଇଁ ନଗମା କହିବାରୁ ଦେବୀପ୍ରସାଦଙ୍କ ଭାଇ ଏହି ବାହାଘର ପାଇଁ ରାଜି ହୋଇ ନ ଥିଲେ । କାରଣ ଥିଲା ଯେ ଝିଅଟି ମୁସଲିମ ସମ୍ପ୍ରଦାୟର । ତାଙ୍କ ଭାଇ ଏହି ବାହାଘର କରାଇ ଦେଇ ନ ଥିଲେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ନିଜ କୁନି ଝିଅ 'ବାମିକା'ର ପ୍ରଥମ ଫଟୋ ଉପରେ ବିରାଟ କୋହଲି ଏକ ସୁନ୍ଦର ମନ୍ତବ୍ୟ ଦେଲେ
ନଗମା ବାରମ୍ବାର ଦେବୀପ୍ରସାଦଙ୍କୁ ବିବାହ ପାଇଁ କହିବା ସତ୍ତ୍ୱେ ସେ ତାଙ୍କୁ ବିବାହ ନ କରିବାରୁ ସେମାନଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖାଦେଇଥିଲା । ତା’ପରେ ନଗମା ଶିଳ୍ପାଞ୍ଚଳ ଥାନାରେ ଦେବୀପ୍ରସାଦ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ କରି ଏକ ମାମଲା ଦାୟର କରିଥିଲେ । ଏହି ଅଭିଯୋଗକୁ ଭିତ୍ତି କରି ପୋଲିସ ୧୧୯/୨୦ ନମ୍ବରରେ ଏକ ମାମଲା ରୁଜୁ କରି ୨୦୨୦ ସେପ୍ଟେମର ୨୦ ତାରିଖରେ ଦେବୀପ୍ରସାଦଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେବେ ଠାରୁ ସେ ଜେଲରେ ରହିଆସୁଥିଲେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଭୋକିଲା ବାଘ ପର୍ଯ୍ୟଟକମାନଙ୍କ କାର୍କୁ ପଛରୁ ଟାଣିଲା; ଲୋକେ ଭୟରେ ଥରିଲେ; ଦେଖନ୍ତୁ VIDEO
‘‘ସମ୍ପୃକ୍ତା ଯୁବତୀ ତଥା ଦେବୀପ୍ରସାଦଙ୍କ ପ୍ରେମିକା ନଗମା ନିଜ ଧର୍ମ ପରିବର୍ତ୍ତନ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ଧର୍ମ ପରିବର୍ତ୍ତନ କରିବା ପାଇଁ ମୋ’ ସହାୟତାରେ ସେ ଡିସେମ୍ବର ମାସରେ କୋର୍ଟରେ ଆଦେବନ କରିଥିଲେ । ଧର୍ମ ପରିବର୍ତ୍ତନ ପରେ ନଗମା ନିଜ ନାମକୁ ବଦଳାଇ ମାମୁନୀ ପାଣିଗ୍ରାହୀ ରଖିଛନ୍ତି । ତା’ ପରେ ଏହି ବିବାହ ଅନୁଷ୍ଠିତ ହୋଇଛି,’’ କହିଛନ୍ତି ଆଇନଜୀବୀ ପ୍ରଶାନ୍ତ ନନ୍ଦ ।
ଏହି ମାମଲାର ଶୁଣାଣି ଅତିରିକ୍ତ ଜିଲ୍ଲା ଦୌରା ଜଜ୍ (୨)ଙ୍କ କୋର୍ଟରେ ଚାଲିଥିଲା ବୋଲି ଶିଳ୍ପାଞ୍ଚଳ ଥାନା ଅଧିକାରୀ ଶ୍ରୀମତୀ ବିଶ୍ୱାଳ ସୂଚନା ଦେଇଛନ୍ତି । କୌଣସି ପ୍ରକାର ସେମାନଙ୍କୁ ଏକାଠି କରିବା ପାଇଁ ଓକିଲ ପ୍ରଶାନ୍ତ ନନ୍ଦ ଅଣ୍ଟା ଭିଡି଼ଥିଲେ ।