ବାଲେଶ୍ବର ହତ୍ୟାକାଣ୍ଡ ମାମଲା: ଯାହା ପାଇଁ କାମ କରୁଥିଲେ ସେ ହିଁ ହତ୍ୟାର ଷଡ଼ଯନ୍ତ୍ରକାରୀ

ବାପୁନୁ ହତ୍ୟାକାଣ୍ଡର ମୂଳ କାରଣ ରହିଥିଲା ଟଙ୍କା। ବ୍ୟବସାୟିକ ଟଙ୍କା କାରବାର ଓ ଜମିଜମା ବିବାଦକୁ ନେଇ ହତ୍ୟା କରାଯାଇଥିବା ସୂଚନା ଦେଇଛନ୍ତି ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ।

ବାଲେଶ୍ବର ହତ୍ୟାକାଣ୍ଡ ମାମଲାର ଅଭିଯୁକ୍ତ ଗିରଫ

ବାଲେଶ୍ବର ହତ୍ୟାକାଣ୍ଡ ମାମଲାର ଅଭିଯୁକ୍ତ ଗିରଫ

  • Share this:
News18 Odia Digital

ବାଲେଶ୍ବର: ଯାହା ପାଇଁ କାମ କରୁଥିଲେ ସେହିଁ ହତ୍ୟାର ଷଡ଼ଯନ୍ତ୍ରକାରୀ। ମାଲିକକୁ ଠକିବାରୁ ବାପୁନୁଙ୍କୁ ହତ୍ୟା କରାଯାଇଥିଲା। ଚାନ୍ଦିପୁର ବିଭତ୍ସ ହତ୍ୟାକାଣ୍ଡର ଖୁଲାସା କଲା ପୋଲିସ। ହତ୍ୟା ପରେ ପୋଲିସ ଆଖିରେ ଧୂଳି ଦେବା ପାଇଁ ଫେରାର ନହୋଇ ଶବ ପାଖରେ ବସି କାନ୍ଦି ଥିଲେ ଅଭିଯୁକ୍ତ।

ପାଞ୍ଚ ଦିନ ଭିତରେ ସବୁ ଅପରାଧୀଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ। ମଙ୍ଗଳବାର କେନ୍ଦ୍ରାଞ୍ଚଳ ଆଇଜି ଚାନ୍ଦିପୁର ରୋଡ଼ ସତ୍ୟବ୍ରତ ଦାସ ଓରଫ ବାପୁନୁ ହତ୍ୟାକାଣ୍ଡର ଦୋଷୀଙ୍କୁ ଶୀଘ୍ର ଧରିବାର ପ୍ରତିଶୃତିର ମାତ୍ର ୨୪ ଘଣ୍ଟା ମଧ୍ୟରେ ସାତ ଅଭିଯୁକ୍ତଙ୍କୁ ଧରିଛି ପୋଲିସ।
ତେବେ ହତ୍ୟାକାଣ୍ଡର ମୂଳ କାରଣ ରହିଥିଲା ଟଙ୍କା। ବ୍ୟବସାୟିକ ଟଙ୍କା କାରବାର ଓ ଜମିଜମା ବିବାଦକୁ ନେଇ ହତ୍ୟା କରାଯାଇଥିବା ସୂଚନା ଦେଇଛନ୍ତି ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ। ଏନେଇ ପୂର୍ବାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଆଇଜି ଓ ଏସପି ସୁଧାଂଶୁ ଶେଖର ମିଶ୍ର ହତ୍ୟା ଘଟଣାର ପର୍ଦ୍ଦା ଫାସ କରିଥିଲେ।

‘‘ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ପଶ୍ଚିମବଙ୍ଗର ଆନ୍ନା ଥିବା ବେଳେ ଅନ୍ୟ ୬ ଅଭିଯୁକ୍ତ ବାଲେଶ୍ୱର ଓ ଭଦ୍ରକ ଅଞ୍ଚଳର ରହିଛନ୍ତି। ତେବେ ଏହି ଘଟଣାରେ ପୋଲିସକୁ ଚକମା ଦେବା ପାଇଁ ଅଭିଯୁକ୍ତମାନେ ଫିଲ୍ମ ଷ୍ଟାଇଲ ଅପେଣେଇ ଥିଲେ ହତ୍ୟା ପରେ ଅଭିଯୁକ୍ତ ଫେରାର ନହୋଇ ମୃତ ଶରୀର ପାଖରେ ରହି ସମବେଦନା ମଧ୍ୟ ଜଣାଉଥିଲେ। ଖାଲି ସେତିକି ନୁହେଁ କାନ୍ଦିବା ଅଭିନୟ ମଧ୍ୟ କରିଥିଲେ। ଗିରଫ ଅପରାଧୀ ହେଲେ ଗୋପି ଜି ଓରଫ ଆନ୍ନା, ଶିବ ପ୍ରସାଦ ଜେନା ଓରଫ ଶିବୁ, ପ୍ରେମାନନ୍ଦ ମଲ୍ଲିକ ଓରଫ ଅରୁ, ପ୍ରଶାନ୍ତ କୁମାର ଓରଫ ପୁଅ , ସୁଭାଶିସ ଦାସ ଓରଫ ବାବୁନା, ନବ ରାୟ ଓରଫ ନବ, ଭବାନୀ ଶଙ୍କର ସାହୁ ଓରଫ ଡନ,’’ କହିଛନ୍ତି ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ।

ତେବେ ଏ ସମସ୍ତେ ପୂର୍ବରୁ ଅପରାଧୀ। ହତ୍ୟାର କାରଣ ହେଉଛି ମୃତ ବାପୁନୁ ନବ ରୟ ନାମକ ବ୍ୟକ୍ତି ପାଖରେ କାର୍ଯ୍ୟ କରୁଥିଲେ। ନବର ବଳରାମଗଡ଼ି ମଦ ଦୋକାନ ବୁଝା ବୁଝି କରୁଥିଲା ବାପୁନୁ। ଏହି ସମୟରେ ଆନ୍ନା ନିକଟରୁ ନବ ୩ଟି ପ୍ଲଟ କିଣିଥିଲା। ଏନେଇ ୬୦ ଲକ୍ଷ ଟଙ୍କାର ଡିଲ ହୋଇଥିଲା। ତେବେ ରେଜିଷ୍ଟ୍ରେସନ ସମୟରେ ୭ ଲକ୍ଷ ୩୪ ହଜାର ନବ ଟଙ୍କା ଆନ୍ନାଙ୍କୁ ଦେଇଥିବା ବେଳେ ବାକି ଟଙ୍କା ପରେ ଦେବ ବୋଲି କହିଥିଲେ। ତେବେ ପରବର୍ତ୍ତୀ ସମୟରେ ବକେୟା ଟଙ୍କା ଆନ୍ନା ନବକୁ ମାଗିବାରୁ ସେ ବାକି ଟଙ୍କା ବାପୁନୁକୁ ଦେଇଥିବା କହିଥିଲା ଠିକ ସେହି ସମୟରେ ନବ ଜାଣିବାକୁ ପାଇଥିଲା ବାପୁନୁ ନବର ବଳରାମଗଡ଼ି ମଦ ଦୋକାନରେ ହେରଫେର କରୁଛି। ଏଥିପାଇଁ ଆନ୍ନା ଓ ନବ ମିଶି ବପୁନୁଙ୍କର ହତ୍ୟା ଯୋଜନା କରିଥିଲେ ଓ ଏଥିରେ ସହଯୋଗ କରିଥିଲେ ଅନ୍ୟ ୫ ଅଭିଯୁକ୍ତ ବୋଲି କହିଛନ୍ତି ଏସପି ସୁଧାଂଶୁ ଶେଖର ମିଶ୍ର।

ଆନ୍ନା, ନବ, ମୃତ ବାପୁନୁ ଓ ବାକି ସମସ୍ତ ଅଭିଯୁକ୍ତ ପୂର୍ବରୁ ଅନେକ ମାମଲାରେ ଭିତରକୁ ଯାଇଛନ୍ତି ଓ ବିଭିନ୍ନ ଥାନାରେ ଏମାନଙ୍କ ନାମରେ ଅନେକ ମାମଲା ରହିଛି। ନିଶା କାରବାର , ଜମି ଦଲାଲି, ଲୁଟ ଭଳି ସଙ୍ଗୀନ ମାମଲା ରହିଛି ଏମାନଙ୍କ ନାମରେ।
Published by:Lipina Das
First published: