ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»କୁରୁଡ଼ା ଛକ ଗୁଳିମାଡ଼ ସହିତ ମୁଣ୍ଡ ହାଣି ହତ୍ୟା ଘଟଣା; ସପ୍ତାହ ପରେ ଧରାପଡ଼ିଲେ ୧୧ ଜଣ ଅଭିଯୁକ୍ତ

କୁରୁଡ଼ା ଛକ ଗୁଳିମାଡ଼ ସହିତ ମୁଣ୍ଡ ହାଣି ହତ୍ୟା ଘଟଣା; ସପ୍ତାହ ପରେ ଧରାପଡ଼ିଲେ ୧୧ ଜଣ ଅଭିଯୁକ୍ତ

ବାଲେଶ୍ବେର ହତ୍ୟାକାଣ୍ଡରେ ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ଠାରୁ ୨ଟି ତେଲେଙ୍ଗା କଟୁରି, ଗୋଟିଏ ଛୁରୀ, ୬ଟି ମୋବାଇଲ, ଗୋଟିଏ ଟିଭିଏସ୍ ଗୋର୍ଟସ ବାଇକ୍ ଜବତ କରାଯାଇଥିଲା।

କୁରୁଡ଼ା ଛକ ଗୁଳିମାଡ଼ ସହିତ ମୁଣ୍ଡ ହାଣି ହତ୍ୟା ଘଟଣା; ସପ୍ତାହ ପରେ ଧରାପଡ଼ିଲେ ୧୧ ଜଣ ଅଭିଯୁକ୍ତ
କୁରୁଡ଼ା ଛକ ଗୁଳିମାଡ଼ ସହିତ ମୁଣ୍ଡ ହାଣି ହତ୍ୟା ଘଟଣା
  • News18 Odia
  • Last Updated: November 8, 2021, 2:28 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ବର:  ସହର ଉପକଣ୍ଠ କୁରୁଡ଼ା ଛକରେ ଗତ ରବିବାର ସକାଳେ ଜଗନ୍ନାଥ ପାଟଣା ଗ୍ରାମର ବିନୁ ଓରଫ୍ ବିନୋଦ ବିହାରୀ ଦାସଙ୍କୁ ସଂଘବଦ୍ଧ ହତ୍ୟା ଘଟଣାରେ ବର୍ତ୍ତମାନ ସୁଦ୍ଧା ୧୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତମାନେ ହେଲେ ସହଦେବଖୁଣ୍ଟା ଥାନା ଅଧୀନ ତେଲେଙ୍ଗା ସାହି ଅଞ୍ଚଳର କେ. ଶେଖର ରାଓ ଓ ନିଖିଲ କୁମାର ବେହେରା, ଫୁଲାଡ଼ି ଅଞ୍ଚଳର ସୁଜିତ କୁମାର ସିଂ, ଗୁଡ଼ିପଦା ଅଞ୍ଚଳର ରାମବାବୁ ଦୋରା, ଭାସ୍କରଗଞ୍ଜ ଅଞ୍ଚଳର ଜୟନ୍ତ ସିଂ ଓ ସଦର ଥାନା କୁରୁଡ଼ା ଅଞ୍ଚଳର ଜୟନ୍ତ ସିଂ।

୬ ଜଣଙ୍କୁ ଗିରଫ ବେଳେ ସେମାନଙ୍କଠାରୁ ୧୫, ୮୫୦ ଟଙ୍କା ଓ ଗୋଟିଏ ଦେଶୀବନ୍ଧୁକ, ୬ଟି ଜୀବନ୍ତ ଗୁଳି, ଦୁଇଟି ତେଲେଙ୍ଗା କୁଟୁରି, ଗୋଟିଏ ଚପର୍, ଗୋଟିଏ ହକି ବାଡ଼ି ସହିତ ୨ଟି ମୋବାଇଲ ଫୋନ୍ ଜବତ ହୋଇଥିବା ଜଣାଯାଇଛି। ଏହା ପୂର୍ବରୁ ଗତ ଦୁଇ ତାରିଖରେ ପାଞ୍ଚ ଜଣଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କ ମଧ୍ୟରେ ୩୨ ବର୍ଷୀୟା ମହିଳାଙ୍କ ସମେତ ୫ ଜଣ ଯୁବକ ଗିରଫ ହୋଇଥିଲେ । ସେମାନେ ହେଲେ ସଦର ଥାନା କୁରୁଡ଼ା ଗ୍ରାମର ସଞ୍ଜୟ ଓରଫ୍ ଗୁଣ୍ଡୁରୁ ସେଠୀଙ୍କ ପତ୍ନୀ ତଥା ଦୀପକ ନାଥଙ୍କ ଝିଅ ଗେଲ୍ଲୀ ଓରଫ୍ ଇଯୁବାଳା ସେଠୀ, ଖାନ୍ନଗର ଅଞ୍ଚଳର ପ୍ରଭାକର ନାୟକଙ୍କ ପୁଅ ଅଜୟ ନାୟକ, ବାଙ୍କତୀରା ଗ୍ରାମର ଅମୂଲ୍ୟ ଦାସଙ୍କ ପୁଅ ସପନ ଦାସ, ସହଦେବଖୁଣ୍ଟା ଥାନା ତେଲେଙ୍ଗା ସାହିର ଅଶୋକକୁମାର ଭାରତୀଙ୍କ ପୁଅ ବାବୁଆ ଓରଫ୍ ଯୁଗଳ କିଶୋର ଭାରତୀ ଓ ଶିବାନନ୍ଦ ଦେଙ୍କ ପୁଅ କାଳିଆ ଓରଫ୍ ସରୋଜ କୁମାର ଦେ।

ଗିରଫ ବେଳେ ଅଭିଯୁକ୍ତମାନଙ୍କ ଠାରୁ ୨ଟି ତେଲେଙ୍ଗା କଟୁରି, ଗୋଟିଏ ଛୁରୀ, ୬ଟି ମୋବାଇଲ, ଗୋଟିଏ ଟିଭିଏସ୍ ଗୋର୍ଟସ ବାଇକ୍ ଜବତ କରାଯାଇଥିଲା।

ସଦର ଥାନାରେ କେସ୍ ନମ୍ବର ୩୫୪/୨୧ରେ ଏ ନେଇ ମାମଲା ରୁଜୁ କରାଯାଇଛି । ସୂଚନା ଅନୁସାରେ ଏହି ବୀଭତ୍ସ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଏ ପର୍ଯ୍ୟନ୍ତ ଫେରାର ଥିବା ଜଣାଯାଇଛି। ଏଥି ସହ ଆହୁରି ଏକାଧିକ ଅଭିଯୁକ୍ତ ମଧ୍ୟଏଥିରେ ସମ୍ପୃକ୍ତ ଅଛନ୍ତି। ତେଣୁ ତଦନ୍ତ ଜାରି ରହିଥିବା ପୋଲିସ ପକ୍ଷରୁ କୁହାଯାଇଛି ।

ଗତ ରବିବାର ସକାଳ ୯ଟା ବେଳେ ଜଗନ୍ନାଥପାଟଣା ଗ୍ରାମର ରବୀନ୍ଦ୍ରମୋହନ ଦାସଙ୍କ ପୁଅ ବିନୋଦ ସେହି ଗ୍ରାମର ହାପି ନାମକ ଜଣେ ଯୁବକଙ୍କ ସହିତ କୁରୁଡ଼ା ଛକକୁ ଔଷଧ ନେବା ପାଇଁ ବାଇକରେ ଆସିଥିଲେ । ବିନୋଦ ଦୋକାନରୁ ଔଷଧ କିଣି ବାଇକରେ ବସିବା ସମୟରେ ହଠାତ୍ କିଛି ଯୁବକ ୨/୩ଟି ବାଇକରେ ଆସି ତାଙ୍କ ଉପରକୁ ଗୁଳିଚାଳନା କରିଥିଲେ। ବିନୋଦ ହେଲମେଟ୍ ପିନ୍ଧି ଥିବାରୁ ଗୁଳି ମୁଣ୍ଡରେ ହାଲ୍‌କା ବାଜି ବାହାରକୁ ପଳାଇଥିଲା। ତେବେ ଭାରସାମ୍ୟ ହରାଇ ବିନୋଦ ତଳେ ପଡ଼ିଯିବାରୁ ଦୁର୍ବୃତ୍ତମାନଙ୍କ ମଧ୍ୟରୁ ୨ ଜଣ ଭୁଜାଲି ଓ ଅନ୍ୟ ମାରଣାସ୍ତ୍ରରେ ତାଙ୍କ ବେକକୁଏକାଧିକ ଚୋଟ ପକାଇଥିଲେ।
ବଜାରରେ ଲୋକେ ଏସବୁ ଦେଖୁଥିଲେ ମଧ୍ୟ କେହି ପ୍ରତିବାଦ କରିବାକୁ ସାହସ ଜୁଟାଇ ପାରିନଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ବିନୋଦ ସେଠାରେ ଛଟପଟ ହେଉଥିବାବେଳେ ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇ ଯାଇଥିଲେ। ଏହା ପରେ ଗୁରୁତର ଅବସ୍ଥାରେ ବିନୋଦଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କ ମୃତ୍ୟୁ ଘୋଷଣା କରିଥିଲେ ।

ଏ ନେଇ ସଦର ଏସପିଓ କହିଛନ୍ତି ଏହି ହତ୍ୟାକାଣ୍ଡ ପଛରେ ଥିବା ରହସ୍ୟ ପୋଲିସ ହାତରେ ଲାଗିଛି। ଟ୍ରେନରେ ଫେରି କାରବାର, ତତ୍କାଳ ଟିକେଟ କଳା ବେପାରୀ ଓ ଗତ ଡିସେମ୍ବର ମାସ ୧୪ ତାରିଖରେ ଏହାକୁ କେନ୍ଦ୍ର କରି ବାଲେଶ୍ଵର ରେଲୱେ କଲୋନି ପରିସରରେ ହୋଇଥିବା ହଣାକଟା ଘଟଣାର ଏହା ପ୍ରତିଶୋଧ ଥିଲା ବୋଲି ପୋଲିସର ଜେରା ବେଳେ ଅଭିଯୁକ୍ତମାନେ ପ୍ରକାଶ କରିଥିବା ଜଣାପଡ଼ିଛି ।

ତଦନ୍ତ କରୁଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଥିଲେ ଯେ ବାଲେଶ୍ଵର ରେଲୱେ କଲୋନି ପରିସରରେ ତେଲେଙ୍ଗା ସାହିର ସାନକାଳିଆ ଓରଫ୍ ଦିବ୍ୟଜିତ ପାତ୍ର ନାମକ ଯୁବକ ଘରକୁ ଫେରୁଥିବା ବେଳେ ୭/୮ ଜଣ ଯୁବକଙ୍କ ଦ୍ଵାରା ମରଣାନ୍ତକ ଆକ୍ରମଣର ଶିକାର ହୋଇଥିଲା । ଖଣ୍ଡା, ତେଲେଙ୍ଗା କଟୁରି ଓ ଭୁଜାଲି ଆଦିରେ ସାନକାଳିଆକୁ ଦୁର୍ବୃତ୍ତମାନେ ଅତି ନିର୍ମମ ଭାବେ ଆକ୍ରମଣ କରି ସେଠାରେ ଫେରାର ହୋଇଯାଇଥିଲେ। ଆକ୍ରମଣରେ କାଳିଆ ମୁଣ୍ଡ, ମୁହଁ, ହାତ ଓ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା । ତେବେ ଉକ୍ତ ଘଟଣାର ୬ ଦିନ ପରେ ସହଦେବଖୁଣ୍ଟା ପୋଲିସ ୪ ଜଣଙ୍କୁ ଗିରଫ କରିଥିଲା। ସେହି ଗିରଫ ୪ ଜଣଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ଭାବେ ରବିବାର ସକାଳେ କୁରୁଡ଼ା ଛକରେ ହତ୍ୟାକାଣ୍ଡର ଶିକାର ହୋଇଥିବା ବିନୋଦ ବିହାରୀ ଦାସ ଗିରଫ ହୋଇଥିଲେ।

ଆଇନଜୀବୀ ଦୀପକ ପଟ୍ଟନାୟକ ନିକଟରେ କହିଥିଲେ, ‘‘ପୋଲିସ ହତ୍ୟାର ବହୁତ ଶୀଘ୍ର ପର୍ଦ୍ଦାଫାସ କରିଛି ଏଣୁ ପୋଲିସର କାର୍ଯ୍ୟ ଉଚ୍ଚ ପ୍ରଶଂସିତ । ହେଲେ ଏବେ ବି ଘଟଣାର ସମସ୍ତ ଅଭିଯୁକ୍ତ ଧରା ପଡ଼ିନଥିବାରୁ ସମସ୍ତଙ୍କୁ କେବେ ପୋଲିସ କାବୁ କରିପାରୁଛି ତାକୁ ଦେଖିବା ବାକି ରହିଲା । ଅନ୍ୟପକ୍ଷରେ ରେଲୱେ କଲୋନୀ ଆକ୍ରମଣ ପରେ ସମସ୍ତେ ଏଭଳି କିଛି ଘଟିବା ନେଇ ଆଶଙ୍କାରେ ଥିଲେ ତେବେ ସେହି ଘଟଣା ପରଠାରୁ ପୋଲିସ ଗୋଇନ୍ଦା ବିଭାଗ ହତ୍ୟା ଯୋଜନାକାରୀଙ୍କ ଉପରେ ନଜର ରଖି ଆବଶ୍ୟକତା ଥିଲା।"
Published by: Lipina Das
First published: November 8, 2021, 2:23 PM IST