ବାଲେଶ୍ୱରରେ ପୋଲିସର ଲାଞ୍ଚ ଘଟଣା: ଜେଲ୍‌ ଗଲେ ଟାଉନ୍ ଥାନାର ପୂର୍ବ IIC ସରୋଜିନୀ ନାୟକ

ଦୁଇ ଦୁଇଟି ଲାଞ୍ଚ ନେବା ସମ୍ବନ୍ଧୀୟ ମାମଲାରେ ଭିଜିଲାନ୍ସ ଦ୍ୱାରା ଅଭିଯୁକ୍ତ ହୋଇ ସାତ ଫେରାର୍ ରହିବା ପରେ ସରୋଜିନୀ ନାୟକ କୋର୍ଟରେ ଆତ୍ମସମର୍ପଣ କରି ଜାମିନ୍ ଆବେଦନ କରିଥିଲେ । କୋର୍ଟ ଦୁଇଟି ଯାକ ଆବେଦନକୁ ଖାରଜ କରି ଦେଇଥିଲେ ।

ବାଲେଶ୍ୱରରେ ପୋଲିସର ଲାଞ୍ଚ ଘଟଣା: ଜେଲ୍‌ ଗଲେ ଟାଉନ୍ ଥାନାର ପୂର୍ବ IIC ସରୋଜିନୀ ନାୟକ
କୋର୍ଟରେ ସରୋଜିନୀ ନାୟକ
  • News18 Odia
  • Last Updated: February 2, 2021, 10:52 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: ଏକ ଲାଞ୍ଚ ମାମଲାରେ ଅଭିଯୁକ୍ତ ହୋଇ ଗତ ସାତ ମାସ ଧରି ଫେରାର ଥିବା ବାଲେଶ୍ୱର ଟାଉନ ଥାନାର ପୂର୍ବତନ ଆଇଆଇସି ସରୋଜିନୀ ନାୟକ ମଙ୍ଗଳବାର ଦିନ ବାଲେଶ୍ୱର ଭିଜିଲାନ୍ସ କୋର୍ଟରେ ହାଜର ହେବା ପରେ କୋର୍ଟଙ୍କ ନିର୍ଦ୍ଦେଶରେ ତାଙ୍କୁ ଜେଲ୍‌ ପଠାଇ ଦିଆଯାଇଥିଲା ।

ହାଇ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସରୋଜିନୀ ନାୟକ ତଳ କୋର୍ଟରେ ଆତ୍ମସମର୍ପଣ କରି ଜାମିନ ପାଇଁ ଆବେଦନ କରିଥିଲେ । ହେଲେ ତାଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତ ଅର୍ଥାତ ଜେଲ୍‌ ପଠାଇ ଦିଆଯାଇଥିଲା । ସରୋଜିନୀ ବାଲେଶ୍ୱର ଟାଉନ ଥାନା ଦାୟିତ୍ୱରେ ଥିବା ବେଳେ ୨୦୨୦ ଜୁଲାଇ ୧ ତାରିଖରେ ଏକ ଜମିଜମା ମାମଲାର ସମାଧାନ ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ମାଗିବା ଘଟଣାରେ ଏସ୍‌.ଆଇ. ବିମଳ କର ଓ ମଧ୍ୟସ୍ଥି ସନ୍ତୋଷ ଦାସ ଭିଜିଲାନ୍ସ ହାତରେ ଗିରଫ ହୋଇଥିଲେ ।

ଏହା ବି ପଢ଼ନ୍ତୁ | ମହିଳାଙ୍କୁ ଜଣ ରେପ୍ କରିଥିଲେ; ଜଣ ନାବାଳକ ଥିଲେ; Video ବିକିବା ବେଳେ ଧରା ପଡ଼ିଲେ

ଏହି ଲାଞ୍ଚ ଘଟଣାରେ ସରୋଜିନୀ ସଂଲିପ୍ତ ଥିବା ଅଭିଯୋଗ ହୋଇଥିଲା । ଭିଜିଲାନ୍ସ ବିଭାଗ ଏକ କେସ୍‌ (ନମ୍ବର ୧୯/୨୦) ରୁଜୁ କରି ୧୬୪ ଦଫାରେ ଦୁଇ ଗିରଫ ବ୍ୟକ୍ତିଙ୍କ ବୟାନ ରେକର୍ଡ଼ କରିଥିଲା । ସେହି ସମୟରୁ ସରୋଜିନୀ ଫେରାର ଥିଲେ । ମଙ୍ଗଳବାର ସେ ଭିଜିଲାନ୍ସ କୋର୍ଟରେ ହାଜର ହୋଇ ନିଜ ସପକ୍ଷରେ ସମସ୍ତ କାଗଜପତ୍ର ଦାଖଲ କରି ବେଲ୍‌ ପାଇଁ ଆବେଦନ କରିଥିଲେ । କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଥିଲେ ।

ବାଲେଶ୍ୱର କୋର୍ଟ ଦୁଇଟି ଯାକ ବେଲ୍ ଆବେଦନ ଖାରଜ କରିଦେଇଥିଲେ ।


ଏହି ଘଟଣା ପୂର୍ବରୁ ବି ଆଉ ଏକ ଲାଞ୍ଚ ମାମଲାରେ ସରୋଜିନୀଙ୍କ ନାଁ ଆସଥିଲା । ୨୦୧୯ରେ ବାଲେଶ୍ୱର ଟାଉନ ଥାନାରେ କାର୍ଯ୍ୟରତ ଏ.ଏସ୍‌.ଆଇ. ନରହରି ମହାଳିକ ଏକ ହାଇ କୋର୍ଟ ମାମଲାରେ ଜଣେ ବ୍ୟକ୍ତିଙ୍କୁ ଜାମିନ ଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜାଲାନ୍ସ ଜାଲରେ ପଡ଼ିଥିଲେ । ସେହି ମାମଲାରେ ମଧ୍ୟ ଦଫା ୧୬୪ରେ ବୟାନ ରେକର୍ଡ଼ ବେଳେ ସେଠାକାର ତତ୍କାଳୀନ ଆଇଆସି ସରୋଜିନୀ ନାୟକଙ୍କ ନାଁ ଆସିଥିଲା ।

ଏହା ବି ପଢ଼ନ୍ତୁ | Budget 2021: ନିର୍ମଳା ସୀତାରମଣଙ୍କ ବଜେଟର ୧୪ଟି ମୁଖ୍ୟ କଥା ସହଜ ଭାଷାରେ ପଢ଼ନ୍ତୁ

ଏହି ଦୁଇଟି ମାମଲାରେ ଭିଜିଲାନ୍ସ କୋର୍ଟ ଶୁଣାଣି କରିବା ସହିତ ସରୋଜିନୀଙ୍କ ଓକିଲ ପକ୍ଷରୁ ଦାୟର ଦୁଇଟି ବେଲ୍‌ ପିଟିସନକୁ ଖାରଜ କରିଦେଇଥିଲେ । ପୂର୍ବ ଆଇଆଇସିଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହଜାତକୁ ପଠେଇଥିଲେ କୋର୍ଟ ।

ଏହା ବି ପଢ଼ନ୍ତୁ ଫଟୋ ଦେଖନ୍ତୁ | COVID ଟିକା ନେବା ପରେ Sex କରିବା କେତେ ସୁରକ୍ଷିତ? ‘କିଛି ସତର୍କତା ଜରୁରୀ,’ କହିଲେ ବିଶେଷଜ୍ଞ

‘‘ଆମେ ସରୋଜିନୀଙ୍କ ବେଲ୍‌ ପିଟିସନ ଖାରଜ କରିବା ପାଇଁ କୋର୍ଟଙ୍କୁ ଅନୁରୋଧ କରିଥିଲୁ । କୋର୍ଟ ସମ୍ପୂର୍ଣ୍ଣ ତଥ୍ୟ ଓ ପ୍ରମାଣ ଆଧାରରେ ଦୁଇଟି ୟାକ ବେଲ୍‌ ପିଟିସନ ଖାରଜ କରିଦେଇଛନ୍ତି । ଏବେ ୧୫ ତାରିଖ ପର୍ଯ୍ୟନ୍ତ ସେ ବିଚାର ବିଭାଗ ହାଜତରେ ରହିବେ । ଆସନ୍ତା ଦୁଇ ଦିନ ମଧ୍ୟରେ ଆମେ ତାଙ୍କ ରିମାଣ୍ଡ ପାଇଁ ପୁଣି କୋର୍ଟଙ୍କ ନିକଟରେ ଆବେଦନ କରିବୁ,’’ କହିଛନ୍ତି ଭିଜିଲାନ୍ସ ଓକିଲ ସେଖ୍‌ ହାଜରୁଦିନ ।



ଜେଲକୁ ଯିବା ବେଳେ ସରୋଜିନୀ ଗଣମାଧ୍ୟମକୁ ବୟାନ ଦେଇ ତାଙ୍କୁ ଫସାଇ ଦିଆଯାଇଛି ବୋଲି କହିଥିଲେ । ‘‘ସରୋଜିନୀଙ୍କ ବିରୋଧରେ ଥିବା ଅଭିଯୋଗର ସମ୍ପୂର୍ଣ୍ଣ ପ୍ରମାଣ ନାହିଁ । ତେଣୁ ଆମେ ବିଚାର ବିମର୍ଷ ପରେ ହାଇ କୋର୍ଟ ବା ଜିଲ୍ଲା କୋର୍ଟରେ ପୁଣି ଥରେ ବେଲ୍‌ ପାଇଁ ଆବେଦନ କରିବୁ,’’ କହିଛନ୍ତି ସରୋଜିନୀଙ୍କ ଓକିଲ ରଘୁନାଥ ପ୍ରଧାନ ।
Published by: Anand Shankar Thankur Das
First published: February 2, 2021, 10:52 PM IST