ବାଲେଶ୍ୱରରେ କଙ୍ଗାରୁ କୋର୍ଟ: ବିଧବାଙ୍କ ସହ ଜୋର୍ ଜବରଦସ୍ତ ବାହା କରେଇଲେ ଯୁବକଙ୍କୁ

ଗ୍ରାମବାସୀମାନେ ନିଷ୍ପତ୍ତି କରିଥିଲେ ଯେ ବିଧବା ମହିଳାଙ୍କ ସହ ‘‘ଅବୈଧ ସମ୍ପର୍କ’’ ରଖିଥିବା ଯୁବକ ତାଙ୍କୁ ଶଙ୍ଖା ଓ ସିନ୍ଦୂର ଦେଇ ବିବାହ କରିବ । କାଳିଆ ଯେ ପୂର୍ବରୁ ବିବାହିତ ଏହି ତଥ୍ୟ ସମସ୍ତଙ୍କୁ ଜଣାଥିଲେ ବି କେହି ସେ ବିଷୟରେ ଚିନ୍ତା ବ୍ୟକ୍ତ କରି ନ ଥିଲେ ।

ବାଲେଶ୍ୱରରେ କଙ୍ଗାରୁ କୋର୍ଟ: ବିଧବାଙ୍କ ସହ ଜୋର୍ ଜବରଦସ୍ତ ବାହା କରେଇଲେ ଯୁବକଙ୍କୁ
ବିଧବାଙ୍କ ମଥାରେ ସିନ୍ଦୂର ଭରୁଛି ଯୁବକ
  • News18 Odia
  • Last Updated: March 8, 2021, 10:32 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: ଜଣେ ବିଧବାଙ୍କ ସହ ଜଣେ ଯୁବକ ‘‘ଅବୈଧ ସମ୍ପର୍କ’’ ରଖୁଥିବା ଅଭିଯୋଗ କରି ନୀଳଗିରିରେ ସ୍ଥାନୀୟ ଲୋକେ ଏକ କଙ୍ଗାରୁ କୋର୍ଟ ବସାଇ ଜୋର୍‌ ଜବରଦସ୍ତ ସେହି ବିଧବାଙ୍କ ସହ ଯୁବକଙ୍କ ବିବାହ କରାଇଛନ୍ତି । ବିଶ୍ୱ ମହିଳା ଦିବସରେ ଘଟିଥିବା ଏହି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

ନୀଳଗିରି ଏନ୍‌.ଏ.ସି. ଅଧୀନ ୧୧ ନମ୍ବର ୱାର୍ଡ଼ର ଲଟାପଡ଼ା ଗାଁରେ ବସିଥିଲା ଏହି କଙ୍ଗାରୁ କୋର୍ଟ । ଏଥିରେ ଭାଗ ନେଇଥିବା ଲୋକଙ୍କ ନିଷ୍ପତ୍ତି କ୍ରମେ ବିଧବା ମହିଳାଙ୍କ ମଥାରେ ସିନ୍ଦୂର ପିନ୍ଧାଇ ତାଙ୍କୁ ଜୀବନସାଥି କରିବା ପାଇଁ ଯୁବକ ଜଣଙ୍କୁ ବାଧ୍ୟ କରାଯାଇଥିଲା ।

ଏହା ବି ପଢ଼ନ୍ତୁ | ମାସର ଝିଅ ସହ କୋଠାରୁ ତଳକୁ ଡେଇଁଲେ ୨୨-ବର୍ଷୀୟା ଯୁବତୀ; ତାଙ୍କର ମୃତ୍ୟୁ ହେଲା; ଶିଶୁ ଗୁରୁତର

ଲଟାପଡ଼ା ଗାଁରେ ରହୁଥିବା ଏହି ଅସହାୟା ବିଧବା ମହିଳାଙ୍କର ଗୋଟିଏ ଛୋଟ ଝିଅ ଓ ଗୋଟିଏ ପୁଅ ଅଛନ୍ତି । ଗତ କାଲି ନୀଳଗିରି ଚିମିନିଭାଟି ଗାଁର ବିଜୟ ମୁଖୀ ଓରଫ କାଳିଆ ଓ ବାଲେଶ୍ଵର କେଶରପୁର ଅଞ୍ଚଳର ଅନୁପ ସିଂ ମହିଳାଙ୍କ ପାଖକୁ ଆସିଥିଲେ । ଗାଁ ଲୋକେ ସେମାନଙ୍କୁ ଦେଖି ରାତିରେ କ’ଣ ପାଇଁ ସେମାନେ ତାଙ୍କ ଘରକୁ ଆସିଛନ୍ତି ବୋଲି ପଚାରି ସନ୍ଦେହ ପ୍ରକାଶ କରିଥିଲେ ।

ଏହା ବି ପଢ଼ନ୍ତୁ | ମାତ୍ର ୭୦ ଟଙ୍କାର କଣ୍ଡୋମ୍ କିଣିବାକୁ ଯାଇ ଏହି ବ୍ୟକ୍ତି ହରେଇଲେ ଲକ୍ଷ ଟଙ୍କାରୁ ଅଧିକ

ଗ୍ରାମବାସୀଙ୍କ କହିବା ଅନୁସାରେ ଆଜି ପୁଣି ଜଙ୍ଗଲରେ ଅନୁପ ଓ ବିଧବା ମହିଳାଙ୍କୁ ‘‘ଆପତ୍ତିଜନକ ଅବସ୍ଥାରେ’’ କେତେକ ଗ୍ରାମବାସୀ ଓ ତାଙ୍କ ସମ୍ପର୍କୀୟମାନେ ଦେଖିବାକୁ ପାଇଥିଲେ । ଏହା ପରେ ଆରମ୍ଭ ହୋଇଥିଲା ତୁମ୍ବି ତୋଫାନ। ପ୍ରଥମେ ସମ୍ପୃକ୍ତ ଯୁବକ କାଳିଆ ଓ ତାଙ୍କ ସାଥୀଙ୍କୁ ଧରି ବେଶ ଉତ୍ତମ ମଧ୍ୟମ ଦେଇଥିଲେ ଉପସ୍ଥିତ ଗ୍ରାମବାସୀମାନେ ।

ପ୍ରଥମେ ଯୁବକ ଦ୍ୱୟ ଘଟଣାକୁ ଖଣ୍ଡନ କରିଥିଲେ। ହେଲେ ଗ୍ରାମବାସୀମାନେ ସେମାନଙ୍କ ସଫେଇକୁ ଗ୍ରହଣ ନ କରି ଗାଁରେ କଙ୍ଗାରୁ କୋର୍ଟ ବସେଇଥିଲେ ଓ ବିଚାର ଆରମ୍ଭ କରିଥିଲେ । ବିଚାର ପରେ ନିଷ୍ପତ୍ତି କରିଥିଲେ ଯେ ବିଧବା ମହିଳାଙ୍କ ସହ ଅବୈଧ ସମ୍ପର୍କ ରଖିଥିବା ଯୁବକ କାଳିଆ ତାଙ୍କୁ ଶଙ୍ଖା ଓ ସିନ୍ଦୂର ଦେଇ ବିବାହ କରିବ । କାଳିଆ ଯେ ପୂର୍ବରୁ ବିବାହିତ ଏହି ତଥ୍ୟ ସମସ୍ତଙ୍କୁ ଜଣାଥିଲେ ବି କେହି ସେ ବିଷୟରେ ଚିନ୍ତା ବ୍ୟକ୍ତ କରି ନ ଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ପ୍ରେମିକର ବ୍ଲାକମେଲ୍ ଯୋଗୁଁ ୧୭ ବର୍ଷୀୟା ଛାତ୍ରୀ ପାଣି ଟାଙ୍କିରୁ ଡେଇଁ ଜୀବନ ଦେଲା; VIDEO ଭାଇରାଲ୍

ଘଟଣାକୁ ନେଇ ଗାଁରେ କିଛି ସମୟ ପାଇଁ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଥିଲା । ଶେଷରେ ଯୁବକ ମାଡ଼ ଭୟରେ ବିଧବା ମହିଳାଙ୍କ ମଥାରେ ସିନ୍ଦୁର ଓ ହାତରେ ଶଙ୍ଖା ପିନ୍ଧାଇ ତାଙ୍କୁ ଜୀବନସାଥୀ ବନାଇଥିଲେ। ପରେ ଦୁହେଁ ନୋଟାରି ପବ୍ଲିକରେ କାଗଜପତ୍ର ମଧ୍ୟ କରିବାକୁ ଯାଇଥିବା ଜଣାଯାଇଛି। ହେଲେ ଏହା ପରେ ଯୁବକଙ୍କ ସହ ଗ୍ରାମବାସୀମାନଙ୍କ କୌଣସି ସମ୍ପର୍କ ହୋଇପାରିନି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଈର୍ଷ୍ୟାରେ ବର ଫଟୋଗ୍ରାଫରଙ୍କୁ ବିଧା ମାରିବା ପରେ କନ୍ୟା ହସି ହସି ବେଦମ୍! ଦେଖନ୍ତୁ VIDEO

ପୂରା ଘଟଣା ପରେ ବିଧବା ମହିଳାଙ୍କୁ ଆଜି ଭଳି ବିଶ୍ୱ ମହିଳା ଦିବସରେ ସମ୍ମାନ ମିଳିଲା ନା ପରେ ତାଙ୍କ ପ୍ରତାରଣା ପାଇବା ପାଇଁ ରାସ୍ତା ପ୍ରଶସ୍ତ କରାଗଲା ତାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଯୁବକ ଜଣକ ବିବାହିତ ହୋଇ ଘର ସଂସାର କରିଥିବା ବେଳେ ବିଧବାଙ୍କୁ ବିବାହ କରିବା ପରେ ତାଙ୍କ ପରିବାରରେ କିଭଳି ପରିସ୍ଥିତି ଉପୁଜିବ ସେ ନେଇ ପ୍ରଶ୍ନ ଉଠିଛି ।

ଏହା ବି ପଢ଼ନ୍ତୁ | କଙ୍ଗନା ରାଣାୱତ ନିଜ ଭାଇଭଉଣୀଙ୍କୁ ଦେଲେ ୪ଟି ଫ୍ଲାଟ୍; ନିଜର ବି ଅଛି କୋଟି କୋଟି ଟଙ୍କାର ବଙ୍ଗଳା

‘‘ବିଧବା ମହିଳା ଓ ସମ୍ପୁକ୍ତ ଯୁବକ ପରସ୍ପର ମଧ୍ୟରେ ଥିବା ସବୁ ଘଟଣାକୁ ସ୍ୱୀକାର କରିଥିଲେ । ତେଣୁ ଗ୍ରାମବାସୀମାନେ ଏଭଳି କରିବା ଜରୁରୀ ଥିଲା । ଏଇଟା କଙ୍ଗାରୁ କୋର୍ଟ ନୁହେଁ, ବରଂ ଗାଁର ଆତ୍ମସମ୍ମାନର କଥା ପାଇଁ ଏକ ଆବଶ୍ୟକ ବୈଠକ ଥିଲା,’’ ନିଜ ପରିଚୟ ଲୁଚାଇରଖିବା ଅନୁରୋଧ କରି କହିଛନ୍ତି ଜଣେ ଗ୍ରାମବାସୀ ।



ସମାଜସେବୀ ଦିଗମ୍ବର ଦାସ କହିଛନ୍ତି, ‘‘ଗ୍ରାମବାସୀମାନେ ଏମିତି କରିବା ସମ୍ପୂର୍ଣ୍ଣ ବେଆଇନ । ଏଥି ପାଇଁ ଉଭୟ ମହିଳା ଓ ଯୁବକ ପୋଲିସର ସହାୟତା ନେବା ଆବଶ୍ୟକ । ଆନ୍ତର୍ଜାତିକ ମହିଳା ଦିବସରେ ନାରୀ ପ୍ରତି ଏହି ଅସମ୍ମାନ ଅତି ନିନ୍ଦନୀୟ । ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବାର ଆବଶ୍ୟକତା ରହିଛି ।’’
Published by: Anand Shankar Thankur Das
First published: March 8, 2021, 10:32 PM IST