ବାଲେଶ୍ୱର: ବରଫ କଳରୁ ଲିକ୍ ହେଲା ବିଷାକ୍ତ ଗ୍ୟାସ୍; ଲୋକେ ଅସୁସ୍ଥ; ନ ଥିଲା ସେଫଟି ବ୍ୟବସ୍ଥା

ବିଷାକ୍ତ ଗ୍ୟାସ୍ ସଂସ୍ପର୍ଶରେ ଆସି ଜଣେ ୧୦ ବର୍ଷର ବାଳକ ଗୁରୁତର ଅସୁସ୍ଥ ହେବାରୁ ତାକୁ ତୁରନ୍ତ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ବରଫ କଳ ସାମନାରେ ଥିବା ସ୍କୁଲର ସବୁ ଛାତ୍ରଛାତ୍ରୀମାନଙ୍କୁ ଘରକୁ ପଠାଇ ଦିଆଯାଇଥିଲା ।

ବାଲେଶ୍ୱର: ବରଫ କଳରୁ ଲିକ୍ ହେଲା ବିଷାକ୍ତ ଗ୍ୟାସ୍; ଲୋକେ ଅସୁସ୍ଥ; ନ ଥିଲା ସେଫଟି ବ୍ୟବସ୍ଥା
ଅସୁସ୍ଥ ବାଳକ ଓ ତା’ ମା’
  • News18 Odia
  • Last Updated: February 26, 2021, 11:05 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: ଟାଉନ ଥାନା ଅର୍ନ୍ତଗତ ତାରିଣୀ ଛକ ଠାରେ ଥିବା ଏକ ବରଫ କଳରେ ଆଜି ମଧ୍ୟାହ୍ନରେ ଏକ ଅଘଟଣ ଘଟିଛି । ବରଫ କଳରୁ ବିଷାକ୍ତ ଆମୋନିଆ ଗ୍ୟାସ୍‌ ଲିକ୍‌ ହୋଇଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ଗ୍ୟାସ୍‌ ଲିକକୁ ଆୟତ୍ତ କରିଥିଲା । ସୁରକ୍ଷା ଦୃଷ୍ଟିରୁ ବରଫ କଳ ସାମନାରେ ଥିବା ସ୍କୁଲର ସବୁ ଛାତ୍ରଛାତ୍ରୀମାନଙ୍କୁ ଘରକୁ ପଠାଇ ଦିଆଯାଇଥିଲା (Balasore ice factory gas leak)।

ପୋଲିସ ସ୍ଥାନୀୟ ଅଞ୍ଚଳକୁ ଜଗି ରହିଥିବା ବେଳେ ଘଟଣା ସ୍ଥଳରେ ସଦର ତହସିଲଦାର ପହଞ୍ଚି ତଦନ୍ତ କରୁଛନ୍ତି । ଏହି ବିଷାକ୍ତ ଆମୋନିଆ ଗ୍ୟାସ ସଂସ୍ପର୍ଶରେ ଆସି ଜଣେ ୧୦ବର୍ଷର ବାଳକ ଗୁରୁତର ଅସୁସ୍ଥ ଅନୁଭବ କରିବାରୁ ତାକୁ ତୁରନ୍ତ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଗୁରୁତର ଅସୁସ୍ଥ ହୋଇଥିବା ବାଳକ ଜଣଙ୍କ ହେଉଛନ୍ତି ମେଣ୍ଢାଶୋଳ ଅଞ୍ଚଳର ଦୁର୍ବତୀ ବାରିକଙ୍କ ପୁଅ ତପନ ବାରିକ ।

ଏହା ବି ପଢ଼ନ୍ତୁ | IND VS ENG: ଇଂଲଣ୍ଡକୁ ହରାଇଲା ଟିମ୍ ଇଣ୍ଟିଆ; କୋହଲି କହିଲେ ପିଚରେ କିଛି ଅସୁବିଧା ନାହିଁ

ସୂଚନା ଅନୁସାରେ ତାରିଣୀ ଛକ ଠାରେ ଥିବା ମେଗନମ ଫୁଡ୍ସ ନାମକ ଏହି ବରଫ କଳ ପ୍ରାୟ ୧୨ ବର୍ଷ ହେବ ମାତ୍ର ଦୁଇ ଜଣ କର୍ମଚାରୀଙ୍କୁ ନେଇ ଚାଲୁ ରହିଛି । ଏଠାରେ କେବଳ ବରଫ ପ୍ରସ୍ତୁତ କରାଯାଇଥାଏ । ଏହାର ମାଲିକ ଶିବାନୀ ଶଙ୍କର ପଣ୍ଡାଙ୍କ ଘର ସୁନ୍ଦରୀ ଅଞ୍ଚଳରେ । ଶୁକ୍ରବାର ଦିନ ପ୍ରାୟ ୧୧ଟାରୁ ୧୧ଟା ୩୦ ମଧ୍ୟରେ ବରଫ କଳରେ ବରଫ ପ୍ରସ୍ତୁତ ହେବା ପାଇଁ ବ୍ୟବହାର କରାଯାଉଥିବା ଶହେ କେଜି ବିଶିଷ୍ଟ ଆମୋନିଆ ଗ୍ୟାସ ସିଲିଣ୍ଡରରୁ ହଠାତ ଗ୍ୟାସ ଲିକ ହୋଇଯାଇଥିଲା । ଫଳରେ ବିଷାକ୍ତ ଗ୍ୟାସ୍‌ ସ୍ଥାନୀୟ ଅଞ୍ଚଳର ଶହେ ମିଟର ପର୍ଯ୍ୟନ୍ତ ଖେଳିଯାଇଥିଲା ।

ବରଫ କଳ ସାମନାରେ ଥିବା ସ୍କୁଲର ସବୁ ଛାତ୍ରଛାତ୍ରୀମାନଙ୍କୁ ଘରକୁ ପଠାଇ ଦିଆଯାଇଥିଲା ।


ଏହି ଗ୍ୟାସ ସଂସ୍ପର୍ଶରେ ଆସି ପାଖାପାଖି ଘର ଗୁଡିକରେ ରହୁଥିବା ଲୋକମାନେ ଅସ୍ତବ୍ୟସ୍ତ ହୋଇପଡ଼ିବା ସହ ଘରୁ ବାହାରକୁ ବାହାରି ଆସିଥିଲେ । ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ବରଫ କଳ ମଧ୍ୟରେ ପଶି ଗ୍ୟାସ୍‌‌ସିଲିଣ୍ଡରର ଭାଲ୍ବକୁ ବନ୍ଦ କରିବା ସହ ସିଲିଣ୍ଡରକୁ ବାହାରକୁ କାଢ଼ି ଦେଇଥିଲେ । ଫଳରେ ଗ୍ୟାସ୍‌ ଦୃତ ଗତିରେ ଅନ୍ୟ ଆଡକୁ ବ୍ୟାପି ନ ଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ପ୍ରେମିକର ବ୍ଲାକମେଲ୍ ଯୋଗୁଁ ୧୭ ବର୍ଷୀୟା ଛାତ୍ରୀ ପାଣି ଟାଙ୍କିରୁ ଡେଇଁ ଜୀବନ ଦେଲା; VIDEO ଭାଇରାଲ୍

‘‘ବରଫ କଳରେ କୌଣସି ପ୍ରକାର ସେଫଟି ନ ଥିଲା । ସେଠାରେ କୌଣସି ପ୍ରକାର ସେଫଟି ସାମଗ୍ରୀ ମଧ୍ୟ ନ ଥିଲା । ଏହି ଗ୍ୟାସ ସଂସ୍ପର୍ଶରେ ଆସିଥିବା ଲୋକେ ସାଧାରଣତଃ ଦୃଷ୍ଟି ହରାଇବା ସହ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରନ୍ତି । ଏମିତି ବରଫ କଳ ଜନ ବସତି ତଥା ସ୍କୁଲ କିମ୍ବା ମନ୍ଦିର ନିକଟରେ ରହିବା ଉଚିତ ନୁହେଁ । ଆମେ ପ୍ରାଥମିକ ସ୍ତରରେ ଏହି ଗ୍ୟାସକୁ ଆୟତ୍ତ କରିବା ସହ ଏହା ଉପରେ ନଜର ରଖିଛୁ,’’ କହିଛନ୍ତି ଆସିଷ୍ଟାଣ୍ଟ ଫାୟାର ଅଧିକାରୀ ପରନ ସୋରେନ ।

ଏହା ବି ପଢ଼ନ୍ତୁ | କ୍ରିକେଟର୍ ମନୋଜ ତିୱାରୀ TMCରେ ଯୋଗଦେବେ; କହିଲେ ‘‘ଦିଦିଙ୍କୁ ଏକୁଟିଆ ଛାଡ଼ି ହେବ ନାହିଁ’’

ଏହି ବରଫ କଳ ସମ୍ମୁଖରେ ଥିବା ନୟନା କୁମାରୀ ସ୍କୁଲରେ ପଢ଼ୁଥିବା ପିଲାମାନଙ୍କୁ ତୁରନ୍ତ ସେଠାରୁ ଖାଲି କରାଯାଇଥିଲା । ବରଫ କଳରେ ଗ୍ୟାସ ଲିକ୍‌ ପ୍ରଥମ ଥର ହୋଇ ନ ଥିଲା । ପୂର୍ବରୁ ମଧ୍ୟ ତିନି ଥର ମଧ୍ୟ ଏଭଳି ହୋଇସାରିଛି ବୋଲି କହିଛନ୍ତି ସ୍ଥାନୀୟ ଲୋକେ । ସେମାନେ ଏ ନେଇ ବହୁ ବାର ଅଭିଯୋଗ ମଧ୍ୟ କରିଛନ୍ତି ।

‘‘ଆମେ ଘରେ ଥିବା ବେଳେ ହଠାତ ଏହି ଗ୍ୟାସ ସଂସ୍ପର୍ଶରେ ଆସିଥିଲୁ । ଆମକୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥିଲା । ତୁରନ୍ତ ଆମେ ଘରୁ ବାହାରକୁ ବାହାରି ଆସିଥିଲୁ । ଏଠାରେ ବରଫ କଳ ନ କରିବା ପାଇଁ ଆମେ ପୂର୍ବରୁ ଜିଲ୍ଲାପାଳଙ୍କୁ କହିଛି । ଏପରିକି ଫୁଡ ସେଫଟି ବିଭାଗ ପକ୍ଷରୁ ୨୦୨୦ ଅକ୍ଟୋବର ୧ ତାରିଖରେ ଏହି ବରଫ କଳକୁ ବନ୍ଦ କରିବା ପାଇଁ ମଧ୍ୟ କୁହାଯାଇଛି । ହେଲେ ଏହି ବରଫ କଳ ବନ୍ଦ ହେବା ପରିବର୍ତ୍ତେ ଚାଲୁ ରହିଛି,’’ କହିଛନ୍ତି ଗ୍ୟାସ୍‌ ସଂସ୍ପର୍ଶରେ ଆସିଥିବା ସ୍ଥାନୀୟ ବାସିନ୍ଦା ସଚିନ୍ଦ୍ରନାଥ ବାରିକ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ସନ୍ନି ଲିଓନି ନିଜ ସ୍ୱାମୀଙ୍କ ସହ PHOTOS ଶେୟାର୍ କଲେ; ଇଣ୍ଟରନେଟ୍ ଗରମ ହୋଇଉଠିଲା!

ତୁରନ୍ତ ଏହି ବରଫ କଳକୁ ବନ୍ଦ କରିବା ପାଇଁ ଲୋକେ ଦାବି କରିଛନ୍ତି । ଖବର ପାଇ ଟାଉନ୍‌ ଥାନା ଅଧିକାରୀ ଶୁଭ୍ରାଂଶୁ ନାୟକ ଘଟଣା ସ୍ଥଳରେ ପହଞ୍ଚି ସେହି ରାସ୍ତାକୁ ସିଲ କରିଥିଲେ । ସେହି ରାସ୍ତା ଦେଇ ଯାଉଥିବା ଜଣେ ୧୦ ବର୍ଷର ବାଳକ ଗୁରୁତର ଅସୁସ୍ଥ ହୋଇଥିବା ଜଣାପଡ଼ିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଜୁମ୍ କଲ୍ ମିଟିଂ ବେଳେ ମହିଳା ନିଜ ସ୍ୱାମୀଙ୍କୁ ଚୁମା ଦେବାକୁ ଚେଷ୍ଟା କଲେ; VIDEO ଭାଇରାଲ୍ ହେଲା

‘‘ମୋ’ ପୁଅ ତପନ ସ୍ଥାନୀୟ ଏକ ମେସକୁ ଭାତ ଆଣିବା ପାଇଁ ଆସିଥିଲା । ଭାତ ଆଣି ଘରକୁ ଫେରୁଥିବା ବେଳେ ସେ ଗ୍ୟାସ୍‌ ସଂସ୍ପର୍ଶରେ ଆସିଥିଲା । ତା’ ନାକ ପୋଡି଼ବା ସହ ଆଖି କୋହଳିଥିଲା । କିଛି ସମୟ ପାଇଁ ତାକୁ କିଛି ଦେଖାଯାଇ ନ ଥିଲା । ସେ ବାନ୍ତି କରି ଘରକୁ ଫେରିଥିଲା । ଘରେ ବି ସେ ଆହୁରି ବାନ୍ତି କରିଥିଲା,’’ କହିଛନ୍ତି ବାଳକର ମା’ ଦୁର୍ବତୀ’



ଘଟଣା ସ୍ଥଳରେ ପହଞ୍ଚିଥିବା ସଦର ତହସିଲଦାର ଅନାମିକା ସିଂ କହିଛନ୍ତି, ‘‘ମୋତେ ଏହି ଘଟଣା ବିଷୟରେ ଫାୟାର୍‌ ଅଧିକାରୀ ଅଭିଯୋଗ କରିଥିଲେ । ଏହି ଘଣାର ତଦନ୍ତ କରିବା ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଗ୍ୟାସ୍‌ ସଂସ୍ପର୍ଶରେ ଆସି ଅସୁସ୍ଥ ହୋଇଥିବା ବାଳକକୁ ତୁରନ୍ତ ହସ୍ପିଟାଲ ପଠାଇ ତା’ ଚିକିତ୍ସା କରାଯାଉଛି ।’’
Published by: Anand Shankar Thankur Das
First published: February 26, 2021, 11:05 PM IST