ବାଲେଶ୍ୱରରେ ମିଛ ଲୋନ୍ ସ୍କାମ୍: ଭିନ୍ନକ୍ଷମଙ୍କ ନାଁରେ ଲୋନ୍ ନେଇଗଲା ଦଲାଲ; ଶୁଝି ଶୁଝି ଜୀବନ ଯିବ
ଠିକ୍ ଭାବେ ଚାଲିବୁଲି ନ ପାରି ସର୍ବଦା ସରକାରୀ ସହାୟତାକୁ ଅନେଇଥିବା ୨୦ ଜଣ ଲୋକଙ୍କ ନାଁରେ ତାଙ୍କ ଅଜ୍ଞାତରେ ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କାର ଋଣ ଉଠାଇଛି ଜଣେ ଦଲାଲ୍ । ବ୍ୟାଙ୍କରୁ ନୋଟିସ ପାଇ କେତେକ ଭିନ୍ନକ୍ଷମ ମିଛ ଲୋନ୍ ଶୁଝିବା ଆରମ୍ଭ ବି କରିଛନ୍ତି ।

ନୀଳଗରି ବ୍ଲକର ଆଦିବାସୀମାନେ ଏହି ସ୍କାମର ଶିକାର ହୋଇଛନ୍ତି ।
- News18 Odia
- Last Updated: February 5, 2021, 11:58 PM IST
ବାଲେଶ୍ୱର: ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଉତ୍ଥାନ ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟରେ ଚଳାଇଥିବା ବିଭିନ୍ନ ଯୋଜନାରେ ଦଲାଲମାନେ ଏହି ଅସହାୟ ଲୋକମାନଙ୍କୁ କେମିତି ଠକୁଛନ୍ତି ତା’ର ଏକ ସଦ୍ୟ ଉଦାହରଣ ନଜରକୁ ଆସିଛି ବାଲେଶ୍ୱର ଜିଲ୍ଲାରେ । ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ଠକି ବ୍ୟାଙ୍କରୁ ସେମାନଙ୍କ ନାମରେ ବଡ଼ ଧରଣର ଋଣ ନିଆଯାଇଛି । ଭିନ୍ନକ୍ଷମ ବ୍ୟକ୍ତିମାନେ କୌଣସି ଋଣ ନେଇ ନ ଥିଲେ ବି ବ୍ୟାଙ୍କରୁ ନୋଟିସ ପାଇବା ପରେ ସେମାନଙ୍କ ମଧ୍ୟରୁ କେତେକ ବାଧ୍ୟ ହୋଇ ଋଣ ଶୁଝିଚାଲିଛନ୍ତି ।
ନୀଳଗରି ବ୍ଲକ୍ ଅର୍ନ୍ତଗତ ପିଠାହତା ଓ କେସିପୁର ଗ୍ରାମରେ ରହୁଥିବା ଆଦିବାସୀ ସମ୍ପ୍ରଦାୟର ଅତ୍ୟନ୍ତ ଗରିବ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ମାଧ୍ୟମ କରି କେତେକ ଦଲାଲ ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କାର ଋଣ ଉଠାଇ ନେଇଛନ୍ତି । ଏବେ ବାଧ୍ୟ ହୋଇ ସେହି ଭିନ୍ନକ୍ଷମ ଲୋକଙ୍କ ମଧ୍ୟରୁ କେତେକ ଧାର ଉଧାର କରି ବ୍ୟାଙ୍କ୍ ଲୋନ ଶୁଝିବା ଆରମ୍ଭ କରିଛନ୍ତି । ନିଜେ ଠିକ୍ ଭାବେ ଚାଲିବୁଲି ନ ପାରି ସର୍ବଦା ସରକାରୀ ସହାୟତାକୁ ଅନେଇ ରହିଥିବା ଲୋକେ ଏହି ଠକ ଲୋନ୍ ଶୁଝି ଶୁଝି ତଳିତଳାନ୍ତ ହେବେ ବୋଲି ଜାଣି ଜିଲ୍ଲାପାଳଙ୍କ ପାଖରେ ଏହା ବିଷୟରେ ଅଭିଯୋଗ କରିଛନ୍ତି । ମିଛ ଋଣ ଶୁଝିବାରୁ ମୁକ୍ତି ପାଇଁ ସରକାର ପଦକ୍ଷେପ ନିଅନ୍ତୁ ବୋଲି ସେମାନେ ଅନୁରୋଧ କରିଛନ୍ତି ।
ଏହା ବି ପଢ଼ନ୍ତୁ | Budget 2021: ନିର୍ମଳା ସୀତାରମଣଙ୍କ ବଜେଟର ୧୪ଟି ମୁଖ୍ୟ କଥା ସହଜ ଭାଷାରେ ପଢ଼ନ୍ତୁ

ଠକେଇର ଶିକାର ଭିନ୍ନକ୍ଷମ ଲୋକେ ଜିଲ୍ଲାପାଳଙ୍କୁ ଭେଟିବାକୁ ଆସିଥିଲେ ।
‘‘ମୋ’ ନାମରେ ୧୯ ହଜାର ୩୯୮ ଟଙ୍କାର ଲୋନ୍ ହୋଇଛି । ମୁଁ ଏହି ଲୋନ୍ ପାଇଁ କେବେ ବ୍ୟାଙ୍କକୁ ଯାଇନି କି ଏଥିରୁ ପଇସାଟିଏ ବି ପାଇନି । ଏବେ ସେଥିରେ ସୁଧ ୧୫ ହଜାର ୪୦୨ ଟଙ୍କା ହୋଇଛି । ବ୍ୟାଙ୍କ ପକ୍ଷରୁ ସୁଧ ଓ ମୂଳ ମିଶାଇ ମୋ’ଟ ୩୪ ହଜାର ୮ ଶହ ଟଙ୍କା ଶୁଝିବା ପାଇଁ ମୋତେ ନୋଟିସ୍ ମିଳିଛି,’’ କହିଛନ୍ତି ଜନ୍ମରୁ ବିକଳାଙ୍ଗ ମହିଳା ସୀତାମଣି କିସ୍କୁ ।
ଏହା ବି ପଢ଼ନ୍ତୁ | Budget 2021: ଶସ୍ତା ହେବ ସୁନା; ମହଙ୍ଗା ହେବ ପେଟ୍ରୋଲ୍ ଓ ଡିଜେଲ୍; ମଦ ବି ମହଙ୍ଗା ହେବ
ସେହିପରି ଇନ୍ଦୁମଣୀ ସିଂଙ୍କ ନାମରେ ୧୬ ହଜାର ୭୭୨ ଟଙ୍କାର ଲୋନ ହୋଇଥିବା ବେଳେ ସୁଧ ଟଙ୍କା ଭାବେ ୧୩ ହଜାର ୩୨୩ ଟଙ୍କା ହୋଇଛି । ସୁଧ ଓ ମୂଳ ମିଶାଇ ୩୦ ହଜାର ୯୫ ଟଙ୍କା ଶୁଝିବାକୁ ତାଙ୍କୁ ବି ବ୍ୟାଙ୍କରୁ ନୋଟିସ୍ ଆସିଛି । ଠିକ୍ ସେମିତି ଗୁରା ସିଂଙ୍କ ନାମରେ ୧୦ ହଜାର ୩୧୭ ଟଙ୍କାର ଲୋନ୍ ହୋଇଛି । ଦାରିଦ୍ର୍ୟ ଭିତରେ ଜୀବନ ବିତାଉଥିବା ଏହି ଲୋକଙ୍କ ପାଇଁ ଋଣ ଶୁଝିବା କାଠିକାର ପାଠ ହେଉଛି ।
ଏହା ବି ପଢ଼ନ୍ତୁ ଓ ଫଟୋ ଦେଖନ୍ତୁ | COVID ଟିକା ନେବା ପରେ Sex କରିବା କେତେ ସୁରକ୍ଷିତ? ଜାଣନ୍ତୁ କ’ଣ କହୁଛନ୍ତି ବିଶେଷଜ୍ଞ
ଶୁକ ସିଂଙ୍କ ନାମରେ ମୋଟ ୯ ହଜାର ୨୯୮ ଟଙ୍କାର ଲୋନ୍ ହୋଇଥିବା ବେଳେ ସେ କୌଣସି ଟଙ୍କା ନ ନେଇ ବି ଦୁଇଟି କିସ୍ତିରେ ମୂଳ ଟଙ୍କାକୁ ଶୁଝିଛନ୍ତି । ତେଣୁ ଏବେ ତାଙ୍କ ପାଇଁ ସୁଧ ଟଙ୍କା ଛାଡ କରିଛି ବ୍ୟାଙ୍କ୍ । ସେ ପ୍ରଥମେ ୨୦୧୯ ମସିହା ନଭେମ୍ବର ୨୯ ତାରିଖରେ ପ୍ରଥମ କିସ୍ତିରେ ବ୍ୟାଙ୍କରେ ୪ ହଜାର ଟଙ୍କା ଜମା କରିଥିବା ଓ ୨୦୨୦ ମସିହା ଜାନୁଆରୀ ୨୮ ତାରିଖରେ ଦ୍ୱିତୀୟ କିସ୍ତିରେ ୫ ହଜାର ୨୯୮ ଟଙ୍କା ଜମା କରିଥିବା କାଗଜପତ୍ର ଦେଖାଉଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଭୋକିଲା ବାଘ ପର୍ଯ୍ୟଟକମାନଙ୍କ କାର୍କୁ ପଛରୁ ଟାଣିଲା; ଲୋକେ ଭୟରେ ଥରିଲେ; ଦେଖନ୍ତୁ VIDEO
ବ୍ୟାଙ୍କରେ ବାକିଥିବା ଏହି ମିଛ ଋଣର ଟଙ୍କା ନ ଶୁଝିଲେ ଏହି ଭିନ୍ନକ୍ଷମ ଲୋକଙ୍କୁ କୌଣସି ସରକାରୀ ସହାୟତା ମିଳିବ ନାହିଁ ଓ ଇନ୍ଦିରା ଆବାସ ଯୋଜନାରେ ବି ସେମାନଙ୍କୁ ଘର ବି ମିଳିବ ନାହିଁ ବୋଲି ଦଲାଲ ଜଣକ ସେମାନଙ୍କୁ କହୁଥିବା ଅଭିଯୋଗ କରିଛନ୍ତି ସେମାନେ । ଗ୍ରାମର ଆହୁରି ଅନେକ ଲୋକଙ୍କ ନାମରେ ଏଭଳି ବ୍ୟାଙ୍କରୁ ଲୋନ୍ କରି ଲକ୍ଷାଧିକ ଟଙ୍କା ଦଲାଲ ଜଣକ ଉଠାଇ ନେଇଥିବା ସେମାନେ ଅଭିଯୋଗ କରିଛନ୍ତି ।
ଏହା ବି ପଢ଼ନ୍ତୁ | BJP ଆଗରେ ମୁଣ୍ଡ ନୁଆଁଇବା ଅପେକ୍ଷା ମୁଁ ନିଜ ଗଳା କାଟିବାକୁ ପସନ୍ଦ କରିବି: ମମତା ବାନାର୍ଜୀ
‘‘ଏହି କଥିତ ଠକେଇ ବିଷୟରେ ଅଭିଯୋଗ ପାଇବା ପରେ ବ୍ୟାଙ୍କ କର୍ମଚାରୀମାନଙ୍କୁ ଡକାଇ ସେମାନଙ୍କ ଠାରୁ ଏହା ବିଷୟରେ ତଥ୍ୟ ମଗାଯାଇଛି । ରିପୋର୍ଟ ମିଳିବା ପରେ ଦୋଷୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥି ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଅଳ୍ପ ସମୟ ମଧ୍ୟରେ ତଦନ୍ତ ରିପୋର୍ଟ ପ୍ରଦାନ କରିବା ପାଇଁ କୁହାଯାଇଛି,’’ କହିଛନ୍ତି ବାଲେଶ୍ୱର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ।
ବର୍ତ୍ତମାନ ସୁଦ୍ଧା ୨୦ଟି ପରିବାର ଏହି ଋଣ ଠକେଇର ଶିକାର ହୋଇଥିବା ଜଣାପଡ଼ିଥିଲେ ବି ସେମାନଙ୍କ ସଂଖ୍ୟା ଅଧିକ ହେବ ବୋଲି କହୁଛନ୍ତି ଏ ମାମଲା ବିଷୟରେ ଜାଣିଥିବା ଲୋକେ । ଭିନ୍ନକ୍ଷମ ବ୍ୟକ୍ତିମାନେ ବ୍ୟାଙ୍କରୁ ନୋଟିସ୍ ପାଇ ଭୟଭୀତ ହୋଇଛନ୍ତି ଓ ନେଇ ନ ଥିବା ଋଣ ପରିଶୋଧ କରିବା ସେମାନଙ୍କ ପାଇଁ କଷ୍ଟକର ବୋଲି ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଛନ୍ତି ।