ବାଲେଶ୍ୱର: ଫାଇଲ୍ ତଳେ ପଡ଼ି ରହିଛି ୫୦ କୋଟି ଟଙ୍କାର ପ୍ରକଳ୍ପ; CM ଶିଳାନ୍ୟାସ କରିଥିଲେ
ଶିଳାନ୍ୟାସକୁ ଦୁଇ ବର୍ଷ ବିତିବାକୁ ବସିଥିଲେ ବି ଇଟା ଖଣ୍ଡିଏ ବି ପଡି଼ନାହିଁ ଚାନ୍ଦିପୁର ଫିସେରି ହବ୍ ପ୍ରକଳ୍ପ ପାଇଁ ଚିହ୍ନଟ ହୋଇଥିବା ସ୍ଥାନରେ । ମତ୍ସ୍ୟଜୀବୀମାନେ ଏଥି ପାଇଁ ବିଭାଗୀୟ ଅବହେଳା ଓ ସରକାରଙ୍କ ଇଚ୍ଛା ଶକ୍ତିର ଅଭାବକୁ ଦାୟୀ କରିଛନ୍ତି ।

ବଳରାମଗଡ଼ି ହେଉଛି ଦେଶର ଏକ ପ୍ରମୁଖ ମତ୍ସ ଉତ୍ପାଦନ କେନ୍ଦ୍ର ।
- News18 Odia
- Last Updated: February 3, 2021, 10:41 PM IST
ବାଲେଶ୍ୱର: ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ୱେବସାଇଟରେ ଯେଉଁ ପ୍ରକଳ୍ପ ବାବଦରେ ସମସ୍ତ ତଥ୍ୟ ଦେଇଛନ୍ତି ସରକାର ସେହି ପ୍ରକଳ୍ପ ପାଇଁ ଦୁଇ ବର୍ଷ ତଳେ ପାଖାପାଖି ୫୦ କୋଟି ଟଙ୍କା ମଞ୍ଜୁର ହୋଇଥିଲେ ବି ଏ ପର୍ଯ୍ୟନ୍ତ ପ୍ରକଳ୍ପର କୌଣସି କାର୍ଯ୍ୟ ଆରମ୍ଭ ହୋଇନାହିଁ । ଏହା ଜିଲ୍ଲାବାସୀଙ୍କୁ ଯେତିକି ଚକିତ କରିଛି ସେତିକି ଚିନ୍ତିତ ବି କରିଛି ।
୬ ଅଗଷ୍ଟ ୨୦୧୮ରେ ଚାନ୍ଦିପୁର ଫିସରି ହବ୍ ପାଇଁ ରାଜ୍ୟ ସରକାର ୪୯ କୋଟି ୯୪ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ । ୨୧ ମାସ ମଧ୍ୟରେ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ମଧ୍ୟ ସ୍ଥିର ହୋଇଥିଲା । ଫେବୃଆରୀ ୧୩, ୨୦୧୯ରେ ନିଜେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିଥିଲେ । ହେଲେ ଶିଳାନ୍ୟାସକୁ ଦୁଇ ବର୍ଷ ବିତିବାକୁ ବସିଥିଲେ ବି ଇଟା ଖଣ୍ଡିଏ ବି ପଡି଼ନାହିଁ ଏହି ପ୍ରକଳ୍ପ ପାଇଁ ଚିହ୍ନଟ ହୋଇଥିବା ସ୍ଥାନରେ ।
ଏହା ବି ପଢ଼ନ୍ତୁ ଓ ଫଟୋ ଦେଖନ୍ତୁ | COVID ଟିକା ନେବା ପରେ Sex କରିବା କେତେ ସୁରକ୍ଷିତ? ‘କିଛି ସତର୍କତା ଜରୁରୀ,’ କହିଲେ ବିଶେଷଜ୍ଞ

ସରକାରଙ୍କ ୱେବସାଇଟରେ ଚାନ୍ଦିପୁର ଫିସରି ହବ୍ ବିଷୟରେତଥ୍ୟ ଦିଆଯାଇଛି ।
ଏ ସବୁ ସୁବିଧା ହେଲେ ଦ୍ୱାରା ମାଛ ଧରା କ୍ଷେତ୍ରରେ କେବଳ ବାଲେଶ୍ୱର ନୁହେଁ ଆଖପାଖ ଅଞ୍ଚଳର ମତ୍ସ୍ୟଜୀବୀ ଉପକୃତ ହୁଅନ୍ତେ । ବାଲେଶ୍ୱରର ତିନୋଟି ମତ୍ସ୍ୟ ଉତ୍ପାଦନ ମୁହାଣ ପାଇଁ ଆଉ ପଶ୍ଚିମ ବଙ୍ଗର ଦୀଘା ମାଛ ବିକ୍ରି କେନ୍ଦ୍ର ଉପରେ ନିର୍ଭର କରିବାକୁ ପଡିନ୍ତା ନାହିଁ । କାମ ଆରମ୍ଭ ହେବାରେ ବିଳମ୍ବ ନେଇ ବିଭାଗୀୟ ଅବହେଳା ଓ ସରକାରଙ୍କ ଇଚ୍ଛା ଶକ୍ତିର ଅଭାବ ଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ମତ୍ସ୍ୟ ବ୍ୟବସାୟୀମାନେ ।
ଏହା ବି ପଢ଼ନ୍ତୁ | Budget 2021: ନିର୍ମଳା ସୀତାରମଣଙ୍କ ବଜେଟର ୧୪ଟି ମୁଖ୍ୟ କଥା ସହଜ ଭାଷାରେ ପଢ଼ନ୍ତୁ
୨୦୧୦ରୁ ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଯୋଜନା କରିଥିବା ବେଳେ ରାଜ୍ୟ ସରକାରଙ୍କ ନିବେଦନରେ ଏକ ବିଶେଷଜ୍ଞ ଦଳ ଆସି ବଳରାମଗଡ଼ି ଅଞ୍ଚଳ ପରିଦର୍ଶନ କରି ଏକ ରିପୋର୍ଟ ଦେବା ପରେ ରାଜ୍ୟ ସରକାର ଏକ ଡିପିଆର୍ ତିଆରି କରି କେନ୍ଦ୍ର ସରକାରଙ୍କୁ ଦେଇଥିଲେ । ଏହା ପରେ ଟଙ୍କା ମଞ୍ଜୁର ହୋଇ ଆସିବାକୁ ଲାଗିଯାଇଥିଲା ପାଞ୍ଚ ବର୍ଷ । ତା’ ପରେ ପ୍ରଜେକ୍ଟ ଏଷ୍ଟିମେଟ୍ ବଢି଼ଯିବାରୁ ଟେଣ୍ଡରରେ କେହି ଭାଗ ନେଇ ନ ଥିଲେ । ଏହାକୁ ନଜରରେ ରଖି ପୁଣି ସାନି ଏଷ୍ଟିମେଟ୍ କେନ୍ଦ୍ର ସରକାରଙ୍କ ପାଖକୁ ପଠାଯିବା ପରେ କେନ୍ଦ୍ର ସରକାରଙ୍କ ସାଗାରମାଳା ଯୋଜନାର ପ୍ରଥମ ପର୍ଯ୍ୟାୟରେ ୨୦ କୋଟି ଟଙ୍କା ଅନୁଦାନ ଆସି ପଡ଼ି ରହିଛି ।
ଏହା ବି ପଢ଼ନ୍ତୁ | ରାଜସ୍ୱ ବଢ଼ିଲା, ହେଲେ Tech Mahindra ୫,୦୦୦ BPO ଷ୍ଟାଫଙ୍କୁ ବାହାର କରିଦେବ; ଜାଣନ୍ତୁ କାରଣ
ପ୍ରକଳ୍ପ ପାଇଁ ୫୧ ଏକର ଜମି ମତ୍ସ୍ୟ ବିଭାଗକୁ ହସ୍ତାନ୍ତର ମଧ୍ୟ ସରିଛି । ହେଲେ ସବୁ ଅଟକି ରହିଛି ପରିବେଶ ବିଭାଗର ଏନଭାଇରନମେଣ୍ଟ୍ କ୍ଲିୟରାନ୍ସ ଏ ଯାବତ୍ ମିଳିପାରି ନ ଥିବା କାରଣରୁ । ଏ ନେଇ ବିଭାଗୀୟ ଅଧିକାରୀ ଏହି ପ୍ରକଳ୍ପ ପାଇଁ ପରିବେଶ ବିଭାଗର ମଞ୍ଜୁରୀ ନ ଥିବାରୁ କାମ ଅଟକି ଥିବା ସ୍ୱୀକାର କରିଛନ୍ତି ।

କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ
‘‘ଏହି ପ୍ରକଳ୍ପ ପରିବେଶ ବିଭାଗର ଅନୁମତି କାରଣରୁ ଅଟକି ରହିଛି । ପ୍ରଥମ ପର୍ଯ୍ୟାୟରେ ୨୦ କୋଟି ଟଙ୍କା କେନ୍ଦ୍ର ସରକାରଙ୍କ ସାଗରମାଳା ଯୋଜନାରେ ଆସିଛି । ଆମେ ଚେଷ୍ଟା କରୁଛୁ ଆଗାମୀ ତିନି ମାସ ମଧ୍ୟରେ ପରିବେଶ ବିଭାଗର ମଞ୍ଜୁରୀ ଆଣି ଶୀଘ୍ର ଏହାର କାର୍ଯ୍ୟ ଆରମ୍ଭ କରାଇବୁ,’’ କହିଛନ୍ତି କେନ୍ଦ୍ର ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ରାଷ୍ଟ୍ର ମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଭୋକିଲା ବାଘ ପର୍ଯ୍ୟଟକମାନଙ୍କ କାର୍କୁ ପଛରୁ ଟାଣିଲା; ଲୋକେ ଭୟରେ ଥରିଲେ; ଦେଖନ୍ତୁ VIDEO
ସାମୁଦ୍ରିକ ମତ୍ସ୍ୟ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଚିତ୍ତରଞ୍ଜନ ସାହୁ କହିଛନ୍ତି, ‘‘ମାଛଧରା ପ୍ରକଳ୍ପ ପାଇଁ ଟଙ୍କା ଆସିଛି, ହେଲେ ପରିବେଶ ବିଭାଗ ନିକଟରେ ଫାଇଲ୍ ପଡ଼ିରହିଛି । ସେହି ବିଭାଗର ମଞ୍ଜୁରୀ ମିଳିଲେ ହିଁ କାମ ଆରମ୍ଭ ହୋଇପାରିବ । ଏ ନେଇ ଆମେ ଚିଠି ଲେଖି ଜଣାଇଛୁ । ପରିବେଶ ବିଭାଗ ଯେତେ ଶୀଘ୍ର ଗ୍ରୀନ୍ ସିଗ୍ନାଲ୍ ଦେବ ସେତେ ଶୀଘ୍ର ଏହାର କାମ ଆରମ୍ଭ ହେବ ।’’
‘‘ଚାନ୍ଦିପୁର ଫିସେରି ହବ୍ ଦ୍ୱାରା ଏକ ଲକ୍ଷରୁ ଅଧିକ ଲୋକଙ୍କ ଲାଭ ହେବ । ମାଛ ଉତ୍ପାଦନ କ୍ଷେତ୍ରରେ ଅଗ୍ରଣୀ ସ୍ଥାନ ନେଇଥିବା ବଳରାମଗଡ଼ିରେ ମାଛ ଧରା ବନ୍ଦର ହେଲେ ଦୀଘା ଉପରେ ଆମକୁ ଆଉ ନିର୍ଭର କରିବାକୁ ପଡ଼ିବ ନାହିଁ । ହେଲେ ଏହି ପ୍ରକଳ୍ପକୁ ମୁଖ୍ୟ ମନ୍ତ୍ରୀ ଶିଳାନ୍ୟାସ କରିବା ପରେ ବି କାମ ଆରମ୍ଭ ନ ହୋଇ ଦୁଇ ବର୍ଷ ବିତିବାକୁ ବସିଥିବାରୁ ଆମେ ବିଭାଗୀୟ ଅବହେଳାକୁ ହିଁ ଏତି ପାଇଁ ଦାୟୀ କରୁଛୁ,’’ କହିଛନ୍ତି ବଳରାମଗଡ଼ିର ମତ୍ସ୍ୟ ବ୍ୟବସାୟୀ ଶିଶିର କୁମାର ଲେଙ୍କା ।