ବାଲେଶ୍ୱର: ITI ପାଠ କାମରେ ଆସିଲା; ଅଦରକାରୀ ସ୍କୁଟର ଇଞ୍ଜିନ ଲଗେଇ ତିଆରି କଲେ ପାୱାର ଟିଲର

ନିଜସ୍ବ ଜ୍ଞାନ କୌଶଳ ଖଟାଇ ଭାସ୍କର ସମ୍ପୂର୍ଣ୍ଣ ଦେଶୀ ପ୍ରକ୍ରିୟାରେ ଏକ ପାୱାର ଟିଲର ତିଆରି କରିଛନ୍ତି । ଏହାର ଯନ୍ତ୍ରପାତି ତିଆରି କରିବାରେ ତାଙ୍କ ପୁଅ ତାଙ୍କୁ ସହଯୋଗ କରିଛନ୍ତି। ଏହି ପାୱାର ଟିଲରଟିକୁ ସମ୍ପୂର୍ଣ ଭାବେ ତିଆରି କରିବାକୁ ତାଙ୍କୁ ଦୁଇ ମାସ ସମୟ ଲାଗିଥିଲା ।

ବାଲେଶ୍ୱର: ITI ପାଠ କାମରେ ଆସିଲା; ଅଦରକାରୀ ସ୍କୁଟର ଇଞ୍ଜିନ ଲଗେଇ ତିଆରି କଲେ ପାୱାର ଟିଲର
ଉଦ୍ଭାବନ କରିଥିବା ପାୱାର ଟିଲର ସହ ଚାଷୀ ଭାସ୍କର ମହାରଣା
  • News18 Odia
  • Last Updated: August 10, 2020, 5:19 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ଵର: କରୋନା ମହାମାରୀ ଯୋଗୁଁ ଜାରି ହୋଇଥିବା ଲକଡାଉନ ସମୟରେ ଜଣେ ଚାଷୀ ଏକ ଅଭିନବ ପ୍ରୟାସ କରି ସଫଳ ହୋଇଛନ୍ତି । ନିଜ କୃଷି କାର୍ଯ୍ୟରେ ବ୍ୟବହାର କରିବା ପାଇଁ ଏକ ଅଦରକାରୀ ସ୍କୁଟର ଇଞ୍ଜିନରୁ ସେ ତିଆରି କରିଛନ୍ତି ଏକ ପାଓ୍ବାର ଟିଲର ।

ବାଲେଶ୍ୱର ଜିଲ୍ଲାର ଖଇରା ବ୍ଲକ ଅନ୍ତର୍ଗତ କଣ୍ଟିଗଡ଼ିଆ ଗ୍ରାମରେ ଭାସ୍କର ମହାରଣା ଘର। ବୃତ୍ତିରେ ଭାସ୍କର ଜଣେ ଚାଷୀ ହୋଇଥିବା ବେଳେ ତାଙ୍କର ଏକ କମାରଶାଳ ରହିଛି। ଲକଡାଉନ ଯୋଗୁଁ ଭାସ୍କର ଘରେ ବସି କିଛି ନୂଆ ଉଦ୍ଭାବନ ନେଇ ଚିନ୍ତା କରିଥିଲେ। ଲକ ଡାଉନ ସମୟରେ ତାଙ୍କ ସ୍ୱଳ୍ପ ଜମିକୁ ହଳ କରିବାକୁ ଟ୍ରାକ୍ଟର ବା ପାୱାରଟିଲର ଅରାଜି ହେବାରୁ ସେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ । ତେଣୁ ବହୁ ଚିନ୍ତା କରି ନିଜସ୍ୱ ଉଦ୍ୟମ ରେ ଏକ ଅଦରକାରୀ ସ୍କୁଟର ଇଞ୍ଜିନ ଓ ନିଜର କାରିଗରୀ ଜ୍ଞାନକୁ ଖଟାଇ ଭାସ୍କର ତିଆରି କଲେ ପାୱାର ଟିଲର।

ନିଜସ୍ବ ଜ୍ଞାନ କୌଶଳ ଖଟାଇ ଭାସ୍କର ସମ୍ପୂର୍ଣ୍ଣ ଦେଶୀ ପ୍ରକ୍ରିୟାରେ ଏକ ପାୱାର ଟିଲର ତିଆରି କରିଛନ୍ତି । ଏହାର ଯନ୍ତ୍ରପାତି ତିଆରି କରିବାରେ ତାଙ୍କ ପୁଅ ତାଙ୍କୁ ସହଯୋଗ କରିଛନ୍ତି। ଏହି ପାୱାର ଟିଲରଟିକୁ ସମ୍ପୂର୍ଣ ଭାବେ ତିଆରି କରିବାକୁ ତାଙ୍କୁ ଦୁଇ ମାସ ସମୟ ଲାଗିଥିଲା । ଏଥିରେ ସେ ରାଜଦୂତ ମଟର ସାଇକେଲ ହ୍ୟାଣ୍ଡେଲ, ମଟର ସାଇକେଲ ଚେନ୍, ବୋଲେର ଡିସ୍, କବାଡିଆ ଏଙ୍ଗଲ ଓ ଲଙ୍ଗଳ ୨ ଟିକୁ ବ୍ୟବହାର କରି ଏକ କାର୍ଯ୍ୟକ୍ଷମ ପାୱାର ଟିଲର ତିଆରି କରି ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି । ଏକ ପୁରୁଣା ସ୍କୁଟର ଇଞ୍ଜିନ ସହିତ ପ୍ରାୟ ୧୫ ହଜାର ଟଙ୍କାର ଅଵଶ୍ୟକୀୟ ସାମଗ୍ରୀ ବ୍ୟବହାର କରିଛନ୍ତି। ସେହିପରି ଏହା ପେଟ୍ରୋଲ ଓ ମୋବିଲ ଦ୍ୱାରା ଚାଲୁଥିବା ବେଳେ ଏକ ଲିଟର ପେଟ୍ରୋଲ ରେ ପ୍ରାୟ ୨୦ କିଲୋମିଟର ଚାଲି ପାରିବ। ସେହିପରି ଗୋଟିଏ ଲିଟର ପେଟ୍ରୋଲ ରେ ପ୍ରାୟ ୧୫ ଡ଼ିସମିଲ ଜମି ହଳ କରି ପାରିବ ଏହି ଇଞ୍ଜିନ।

ନିଜ କମାରଶାଳରେ କାର୍ଯ୍ୟରତ ଚାଷୀ ଭାସ୍କର ମହାରଣା 


୧୯୮୯ ମସିହାରେ ବାଲେଶ୍ୱର ସରକାରୀ ଆଇଟିଆଇ ରେ ପାଠ ପଢ଼ିଥିବା ଭାସ୍କର ନିଜର ଚାଷ କାମକୁ ସହଜ କରିବା ପାଇଁ ପ୍ରସ୍ତୁତ କରିଛନ୍ତି ଏଭଳି ଇଞ୍ଜିନ। ଏହି ପାୱାର ଟିଲର ଦ୍ବାରା ଖରା ଓ ବର୍ଷା ଦିନରେ ବିଲରେ ହଳ କରାଯାଇପାରୁଛି । ନିଜର ଚାଷ ଦ୍ୱାରା ନିଜର ତଥା ପରିବାରର ଆବଶ୍ୟକତା କୁ ପୂରଣ କରିପାରୁଛନ୍ତି। ଭାସ୍କରଙ୍କୁ ସରକାରୀ ସ୍ତରରେ ସହଯୋଗ ମିଳିଲେ ସେ ଆଗକୁ ଆହୁରି ଏମିତି ନୂଆ ନୂଆ ଉଦ୍ଭାବନ କରି ପାରିବେ ବୋଲି ଅଞ୍ଚଳବାସୀ ମତ ରଖିଛନ୍ତି।

‘‘ବାଲେଶ୍ୱର ସରକାରୀ ଆଇଟିଆଇ ରେ ପାଠ ପଢ଼ିବା ସମୟରେ ମୋତେ କିଛି ନୂଆକରି ତିଆରି କରିବା ପ୍ରେରଣା ମିଳିଥିଲା । ଲକଡାଉନ ସମୟରେ ଯେତେବେଳେ କେହି ମୋ ଜମିରେ ହଳ କରିବାକୁ ରାଜି ନହେଲେ ମୁଁ ଏଇ ନୂଆ ଯନ୍ତ୍ର ତିଆରି କରିବାକୁ ମନସ୍ତ କରିଥିଲି। ଆଗକୁ ଆହୁରି କିଛି ଏଥିରେ ପରିବର୍ତ୍ତନ କରିବାର ଯୋଜନା ମଧ୍ୟ କରୁଛି । ମୋ ପୁଅ ମଧ୍ୟ ଟେକନିକାଲ ପାଠ ପଢ଼ୁଛି ଆଶା ଅଛି ସେ ବି କିଛି ନୂଆ ଯନ୍ତ୍ର ତିଆରି କରିପାରିବ,’’ ଭାସ୍କର କହିଛନ୍ତି।

‘‘ସେ ଏଭଳି ପାୱାର ଟିଲର ତିଆରି କରି ଆଜିର ଯୁବ ପିଢୀଙ୍କ ପାଇଁ ଉଦାହରଣ ପାଲଟିଛି । ଆଗକୁ ସେ ଆହୁରି କିଛି ନୂଆ ଜିନିଷ ତିଆରି କରିବା ଆଶା ଅଛି । ସରକାରୀ ସ୍ତରରେ କିଛି ସାହାଯ୍ୟ ଓ ସୁଯୋଗ ଦେଲେ ସେ ଜିଲ୍ଲା ପାଇଁ ଗର୍ବ ହୋଇପାରିବ,’’ କହିଛନ୍ତି ଭାସ୍କରଙ୍କ ବନ୍ଧୁ ଶରତ ଚନ୍ଦ୍ର ଦାସ ।

ଅନାବଶ୍ୟକ ଉପାଦାନରୁ ଭାସ୍କର ଏବେ ଆଵଶ୍ୟକୀୟ ଉପକରଣ ତିଆରି କରି ସମସ୍ତଙ୍କ ପାଇଁ ପାଲଟିଛନ୍ତି ଏକ ଉଦାହରଣ ।
Published by: Jagdish Barik
First published: August 10, 2020, 4:15 PM IST
corona virus btn
corona virus btn
Loading