ବାଲେଶ୍ୱର: ଡାହାଣୀ ସନ୍ଦେହରେ ତଡ଼ିଦେଲେ; ୪ ଦିନ ହେଲା ହୋମପାଇପ ଭିତରେ ରହିଲେ ୩ ପ୍ରାଣୀ

ଗ୍ରାମବାସୀମାନେ ମହିଳାଙ୍କୁ ମୟୂରଭଞ୍ଜର ଜଣେ ତାନ୍ତ୍ରିକଙ୍କ ପାଖକୁ ନେଇଥିଲେ । ତାନ୍ତ୍ରିକ ଜଣକ ପୂଜାପାଠ କରିବା ପରେ ରୁକ୍ମିଣୀ ଜଣେ ଡାହାଣୀ ବୋଲି ଗ୍ରାମବାସୀମାନଙ୍କୁ କହିଥିଲେ । ତା’ପରେ ଗ୍ରାମବାସୀମାନେ ପୂରା ପରିବାରକୁ ଗାଁରୁ ବାହାର କରିଦେଇଥିଲେ ।

ବାଲେଶ୍ୱର: ଡାହାଣୀ ସନ୍ଦେହରେ ତଡ଼ିଦେଲେ; ୪ ଦିନ ହେଲା ହୋମପାଇପ ଭିତରେ ରହିଲେ ୩ ପ୍ରାଣୀ
ହୋମପାଇପ ଭିତରେ ରହୁଛନ୍ତି ପରିବାର ।
  • News18 Odia
  • Last Updated: January 4, 2021, 10:56 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: ହୋମପାଇପ ତଳେ ଆଠ ବର୍ଷର କୁନି ବାଳକ ସହିତ ତା’ ପରିବାରକୁ ଦିନ ଓ ରାତି ବିତାଉଥିବା ଦେଖିଲେ ଆପଣ ଜାଣି ପାରିବେ ଆଜି ବି ମଣିଷ ମନରେ କେତେ ଅନ୍ଧବିଶ୍ବାସ ଓ କୁସଂସ୍କାର ଭରି ରହିଛି । ଜଣେ ବ୍ୟକ୍ତିଙ୍କ ପତ୍ନୀଙ୍କୁ ଡାହାଣୀ ବୋଲି ସନ୍ଦେହ କରି ଗ୍ରାମବାସୀମାନେ ତାଙ୍କୁ, ତାଙ୍କ ସ୍ୱାମୀଙ୍କୁ ଓ ଆଠ ବର୍ଷର ପୁଅକୁ ଗାଁରୁ ବାହାର କରିଦେବା ପରେ ସେମାନେ ଖୋଲା ଆକାଶ ତଳେ ଏକ ହୋମପାଇପ ଭିତରେ ଶୀତରେ ଦିନ ଓ ରାତି ବିତାଉଛନ୍ତି ।

ଏହି ଅମାନବୀୟ ଘଟଣଆ ଘଟିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଶ୍ରୀରାମପୁର ପଞ୍ଚାୟତର ମହିଷାମୁଣ୍ଡା ଗାଁରେ । ଆଜିକୁ ଚାରି ଦିନ ତଳେ ଲୁସ୍କୁ ଟୁଡୁଙ୍କ ପତ୍ନୀ ରୁକ୍ମଣୀ ଟୁଡୁଙ୍କୁ ଡାହାଣୀ ବୋଲି ସନ୍ଦେହ କରିବା ପରେ ଗ୍ରାମବାସୀମାନେ ସେ ଦୁଇ ଜଣଙ୍କ ସହ ତାଙ୍କ ପୁଅକୁ ନିସ୍ତୁକ ମାଡ଼ି ମାରି ଗାଁରୁ ତଡ଼ି ଦେଇଥିଲେ । ସେବେ ଠାରୁ ଏହି ପରିବାର ଅନ୍ୟ ଏକ ଗାଆଁ ରାସ୍ତା ତଳେ ବିଛାଯାଇଥିବା ହୋମପାଇପ ଭିତରେ ଭୋକ ଉପାସରେ ଆଶ୍ରୟ ନେଇଛନ୍ତି ।

ଏହା ବି ପଢ଼ନ୍ତୁ | ସଲମାନ୍ ଖାନଙ୍କ ଅଖତର ଚାଚା ଠେଲା ଲଗେଇ ଦରିଦ୍ର ଜୀବନ କାଟୁଛନ୍ତି; ମନରେ ଏହି ଆଶା ରହିଛି

କିଛି ମାସ ପୂର୍ବରୁ ଲୁସ୍କୁଙ୍କ ବଡ଼ ଭାଇଙ୍କ ଦୁଇ ଜଣ ପୁଅ ରୋଗରେ ପଡି ମୃତ୍ୟୁ ବରଣ କରିଥିଲେ । ସେମାନଙ୍କ ମୃତ୍ୟୁର କାରଣ  ଲୁସ୍କୁଙ୍କ ସ୍ତ୍ରୀ ରୁକ୍ମିଣୀ ବୋଲି ସନ୍ଦେହ କରିଥିଲେ ଲୁସ୍କୁର ବଡ଼ ଭାଇ । ସେ ଡାହାଣୀ ହୋଇ ଦୁଇ ପିଲାଙ୍କୁ ମାରି ଦେଇଛି ବୋଲି ଭାବି ନେଇଥିଲେ ସେ । ଏ କଥା ଲୁସ୍କୁର ବଡ଼ ଭାଇ ଗ୍ରାମବାସୀଙ୍କୁ ଜଣାଇବା ପରେ ଗ୍ରାମବାସୀମାନେ ଲୁସ୍କୁର ଘରେ ପହଞ୍ଚି ସେମାନଙ୍କୁ ମୟୂରଭଞ୍ଜର ଜନୈକ ତାନ୍ତ୍ରିକଙ୍କ ପାଖକୁ ନେଇଥିଲେ । ତାନ୍ତ୍ରିକ ଜଣକ ପୂଜାପାଠ କରିବା ପରେ ରୁକ୍ମିଣୀ ଜଣେ ଡାହାଣୀ ବୋଲି ଗ୍ରାମବାସୀମାନଙ୍କୁ କହିଥିଲେ । ଏହା ପରେ  ଗ୍ରାମବାସୀମାନେ ସ୍ବାମୀ ଓ ସ୍ତ୍ରୀଙ୍କୁ ପିଟାମରା କରିବା ପରେ ଜୋର ଜବରଦସ୍ତ ସାଦା କାଗଜରେ ଟିପ ଚିହ୍ନ ମରାଇ ନେଇଥିଲେ ।

ଗ୍ରାମବାସୀମାନେ ଏହି ତିନି ଜଣଙ୍କୁ ପିଟାମରା କରିବା ପରେ ଘରୁ ତଡ଼ିଦେଇଥିଲେ ।


ଗ୍ରାମବାସୀମାନେ ଧମକଚମକ ଦେଇ ସ୍ବାମୀ ଓ ସ୍ତ୍ରୀଙ୍କୁ ଗ୍ରାମରୁ ତଡ଼ି ଦେବା ବେଳେ ନିଜ ଘରୁ କୈାଣସି ଜିନିଷ ପତ୍ର ମଧ୍ୟ ସାଙ୍ଗରେ ନେବାକୁ ଦେଇ ନ ଥିଲେ । ଅନ୍ଯ ଏକ ଗ୍ରାମରେ ରାସ୍ତା ତଳେ ବିଛାଯାଇଥିବା ଏକ ହୋମପାଇପ ତଳେ ଗତ ଚାରି ଦିନ ହେବ ଏହି ପରିବାର ଆଶ୍ରୟ ନେଇଛନ୍ତି । ପାଖରେ ପଇସା ପତ୍ର କି ଲୁଗାପଟା କିଛି ନ ଥିବାରୁ ଭୋକ ଉପାସରେ ହାଡ଼ଭଙ୍ଗା ଶୀତ କାକରରେ ଅତି ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି ଏହି ପରିବାର । ଗ୍ରାମବସୀଙ୍କ ପକ୍ଷରୁ ଧମକ ମଧ୍ୟ ଦିଆଯାଇଛି ଯେ ଯେମିତି ପୋଲିସ କିମ୍ବା ଗଣମାଧ୍ଯମ ପାଖରେ ଏ ବାବଦରେ  ଅଭିଯୋଗ ସେମାନେ ନ କରନ୍ତି ।

ଫଟୋ ଦେଖନ୍ତୁ | ବିକିନି ଜାଗାରେ କେବଳ ଫୁଲ ଇଣ୍ଟରନେଟରେ ହଙ୍ଗାମା ମଚେଇଥିବା ଅଭିନେତ୍ରୀମାନଙ୍କର କେତେକ ଫଟୋ

‘‘ଆମେ ଚାରି ଦିନ ହେବ ଏଇ ହୋମପାଇପ ଭିତରେ ରହିଛୁ । ଆମକୁ ଗାଁ ଲୋକେ ଘରୁ ବାହାର କରିଦେଲେ । ଘରକୁ ଫେରିଲେ ବା ଏ ନେଇ କାହାକୁ କହିଲେ ଜୀବନରୁ ମାରିଦେବେ ବୋଲି ଧମକ ଦେଇଛନ୍ତି । ତେଣୁ ଏଇଠି ରହିବାକୁ ଆମେ ବାଧ୍ୟ । ପ୍ରଶାସନ ଆମକୁ ସୁରକ୍ଷା ଯୋଗାଇ ଦେଲେ ଆମେ ଘରକୁ ଫେରି ପାରନ୍ତୁ,’’ କହିଛନ୍ତି ଲୁସ୍କୁ ଟୁଡ଼ୁ ।

ଫଟୋ ଦେଖନ୍ତୁInside PHOTOS: କରୀନା, କଙ୍ଗନା, ମଲାଇକା... ଏମାନେ କେମିତି Christmas 2020 ପାଳନ କଲେ

ଏହି ଘଟଣା ସାମ୍ନାକୁ ଆସିବା ପରେ ବି ଚାରି ଦିନ ହେବ କିଭଳି ସ୍ଥାନୀୟ ଲୋକ ପ୍ରତିନିଧି ଏହି ପରିବାର ସମ୍ପର୍କରେ ଜାଣିପାରିଲେ ନାହିଁ ତାହାକୁ ନେଇ ସାମାଜିକ କର୍ମୀମାନେ ପ୍ରଶ୍ନ ଉଠାଇଛନ୍ତି । ତୁରନ୍ତ ଏହି ପରିବାରର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ଦାବି କରିଛନ୍ତି ମାନବଧିକାର କର୍ମୀମାନେ ।



ଏହି ଘଟଣା ବିଷୟରେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାରୁ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଏକ ସୁରକ୍ଷିତ ସ୍ଥାନରେ ରଖାଯାଇଥିବା ଜଣାପଡ଼ିଛି । ବାଲିଆପାଳ ତହସିଲଦାର ଦୀପକ କୁମାର ଦାସ କହିଛନ୍ତି, ‘‘ଏହି ପରିବାର ଏବେ ପ୍ରଶାସନ ହେପାଜତରେ ଅଛି । ସ୍ଥାନୀୟ ସରପଞ୍ଚଙ୍କୁ ଲୁସ୍କୁର ପରିବାର ପ୍ରତି ସୁରକ୍ଷା ଯୋଗାଇଦେବା ସହିତ ସହାୟତା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପରିବାର ଅଭିଯୋଗ କଲେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।’’
Published by: Anand Shankar Thankur Das
First published: January 4, 2021, 10:56 PM IST
corona virus btn
corona virus btn
Loading