ବାଲେଶ୍ୱର ଜିଲ୍ଲା ପାଲଟିଛି ରାଜ୍ୟର ବ୍ରାଉନ୍ ସୁଗାର ହବ୍; ବିଦେଶରୁ ଆସୁଛି ଏହି ଧଳା ଜହର

ପ୍ରଥମେ ଆଫଗାନିସ୍ତାନ ରୁ ପାକିସ୍ତାନକୁ ଆସିଥାଏ ଏହି ଧଳା ଜହର । ଏହାପରେ ବ୍ରାଉନ୍ ସୁଗାର ମାଫିଆ ମାନେ ପାକିସ୍ତାନ ରୁ ବାଂଲାଦେଶକୁ ଆଣିଥାନ୍ତି ଓ ଏହାପରେ ଓଡିଶା ଭିତରକୁ ପ୍ରବେଶ କରାଯାଏ ।

ବାଲେଶ୍ୱର ଜିଲ୍ଲା ପାଲଟିଛି ରାଜ୍ୟର ବ୍ରାଉନ୍ ସୁଗାର ହବ୍; ବିଦେଶରୁ ଆସୁଛି ଏହି ଧଳା ଜହର
ବ୍ରାଉନସୁଗାରର ପେଣ୍ଠସ୍ଥଳ ପାଲଟିଛି ବାଲେଶ୍ଵର !
  • News18 Odia
  • Last Updated: August 23, 2020, 3:25 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: ବ୍ରାଉନସୁଗାରର ପେଣ୍ଠସ୍ଥଳ ପାଲଟିଛି ବାଲେଶ୍ଵର ଜିଲ୍ଲା । ସାରା ରାଜ୍ୟର ବ୍ରାଉନସୁଗାର କାରବାର ବାଲେଶ୍ୱର ସହିତ ଲିଙ୍କ। କିନ୍ତୁ ଏବେ ବଡ଼ ପ୍ରଶ୍ନ ବ୍ରାଉନ ସୁଗାର ଆସୁଛି କେଉଁଠୁ? କିଏ ଏହାକୁ ଆଣୁଛନ୍ତି? କିଭଳି କୋଟି କୋଟି ଟଙ୍କାର ଜହର ବାଲେଶ୍ୱର ରେ ପହଞ୍ଚୁଛି । ଏ ସବୁର ଉତ୍ତର ଜାଣିବାକୁ ହେଲେ ଆପଣଙ୍କୁ ପ୍ରଥମେ ବୁଝିବାକୁ ପଡ଼ିବ ଏହି ମ୍ୟାପକୁ ।

ଆଫଗାନିସ୍ତାନ ରୁ ଧଳା ଜହର ଆସିଥାଏ ପାକିସ୍ତାନକୁ ଏହାପରେ ମାଫିଆ ମାନେ ପାକିସ୍ତାନ ରୁ ବାଂଲାଦେଶକୁ ଆଣିଥାନ୍ତି ଧଳା ଜହର । ଏହାପରେ ଓଡିଶା ଭିତରକୁ ପ୍ରବେଶ କରାଯାଇଥାଏ ବ୍ରାଉନସୁଗାର । କିଛି ଗରୀବ ଶ୍ରେଣୀର ଲୋକଙ୍କୁ ଟାର୍ଗେଟ କରି ସୀମାରେ ପ୍ରବେଶ କରାଯାଏ ବ୍ରାଉନ ସୁଗାର । ପ୍ରଥମେ ବାଂଲାଦେଶ ସୀମାର ନିକଟସ୍ତ ପଶ୍ଚିମବଙ୍ଗ ର ମୁର୍ସିଦାବାଦ ରେ ପହଞ୍ଚେ ଧଳା ଜହର । ଏହାପରେ କଲିକତା ଦେଇ ଖଡ଼ଗପୁର ଅଣାଯାଏ । ଖଡ଼ଗପୁର ହେଉଛି ବ୍ରାଉନସୁଗାର ର ହବ ଯେଉଁଠାରୁ  ଓଡିଶା ସପ୍ଲାଇ କାମ ଆରମ୍ଭ ହୁଏ। ଅତି ସହଜରେ ଟ୍ରେନ, ବସ ବା ବାଇକ ଯୋଗେ ଓଡିଶା ସୀମାକୁ ଡେଇଁ ଜଳେଶ୍ବରରେ ପହଞ୍ଚନ୍ତି ମାଫିଆ । ଏଥିପାଇଁ କାମ କରେ ବିରାଟ ଲିଙ୍କ ଯାହାର ମୂଳ ବିଦେଶରୁ ଦେଶକୁ ଲମ୍ବିଛି । ସବୁଠାରୁ ବଡ଼ କଥା ହେଲା ଅଧିକରୁ ଅଧିକ ଏହି ଚାଲାଣ ପାଇଁ ପବ୍ଲିକ ଟ୍ରାନ୍ସପୋର୍ଟକୁ ବ୍ୟବହାର କରାଯାଏ । ତେବେ ପଶ୍ଚିମବଙ୍ଗ ଓ ଓଡ଼ିଶାର ପୋଲିସ ମଧ୍ୟରେ ସମନ୍ୱୟ ନରହିବା ପାଇଁ ଏ କାରବାର ବୃଦ୍ଧି ହେଉଥିବା ଓ ଦେଶର ମୁଖ୍ୟ ମାଫିଆ ଖସି ଯାଉଥିବା ଅଭିଯୋଗ ଆଣିଛନ୍ତି ଅବସରପ୍ରାପ୍ତ ଏସ୍ପି । ପଶ୍ଚିମବଙ୍ଗ ପୋଲିସ ସଠିକ ଖବର ଦେଲେ ବା ମୁର୍ସିଦାବାଦରୁ ରାକେଟ ଧରିଲେ ଏହା ଉପରେ ରୋକ ଲାଗି ପାରିବ ଅନେକ ମତ ଦେଇଛନ୍ତି ।

ବ୍ରାଉନ୍ ସୁଗାର ଆଫଗାନିସ୍ତାନ ରୁ ବାଲେଶ୍ୱର ଆସିବାର ମ୍ୟାପ


ଅନ୍ୟପଟରେ ଜିଲ୍ଲାର ପୋଲିସ ଓ ମାଫିଆ ଲିଙ୍କ ମଧ୍ୟ ଏହି କାରବାର ବୃଦ୍ଧିର ଆଉ ଏକ ବଡ଼ କାରଣ ବୋଲି କୁହାଯାଉଛି । କିଛି ମାସ ତଳେ ସହଦେବଖୁଣ୍ଟା ଥାନାର ଦୁଇ କର୍ମଚାରୀ ଓ ଏବେ ଜଳେଶ୍ବର ଥାନାର ପୂର୍ବତନ ଆଇଆଇସି ଓ ବ୍ରାଉନ ସୁଗାର ମାଫିଆ ଲିଙ୍କ ସମ୍ନାକୁ ଆସିବା ପରେ ମାଫିଆ ପଛରେ ପୋଲିସ ହାତ ଥିବା ସନ୍ଦେହ କରାଯାଉଛି । ଭୁବନେଶ୍ୱରରୁ ଏସ୍ଟିଏଫ ବା କଟକରୁ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ବାଲେଶ୍ୱର ଆସି ବାରମ୍ବାର ବ୍ରାଉନ ସୁଗାର ବାଲେଶ୍ୱରରେ ଜବତ କରିଥିବା ବେଳେ ବାଲେଶ୍ୱର ପୋଲିସ କାହିଁକି ଟେର ପାଉନି ବୋଲି କିଛି ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି? ସେହିପରି ଯୁବ ପୀଢ଼ି ଏହି କାରବାରରେ ଯୋଡ଼ି ଯାଉଥିବାବେଳେ ଗୋଇନ୍ଦା ବିଭାଗ ସମ୍ପୂର୍ଣ୍ଣ ଫେଲ ମାରିଛି । ଅଭିଯୋଗ ହେଉଛି ରାଜ୍ୟ ବାହାରୁ ସୀମାକୁ ପ୍ରବେଶ କରୁଥିବା ଡ୍ରଗ୍ସ କୁ ନେଇ ବାଲେଶ୍ୱର ଗୋଇନ୍ଦା ବିଭାଗ ପାଖରେ ରହୁନି ସଠିକ ଖବର । ଯାହା ଫଳରେ ଏଇ ବଡ଼ ରାକେଟ ପୋଲିସ ଆଢୁଆଳରେ ଲମ୍ବାଇ ଚାଲିଛି ପରିସୀମା ।

ଆଫଗାନିସ୍ତାନରୁ ବାଂଲାଦେଶ ଓ ସେଠାରୁ ପଶ୍ଚିମବଙ୍ଗ ବ୍ରାଉନସୁଗାର ଆସୁଛି । ଖଡ଼ଗପୁର ନିକଟରେ ଏମାନଙ୍କର ଏକ ଡିପୋ ରହିଛି । ସେଠାରୁ ଜଳେଶ୍ୱର ଆଣୁଛନ୍ତି ଡ୍ରଗ୍ସ । ତେବେ ମାଫିଆ ମାନେ ଏହି କାମରେ ଗରିବ ଶ୍ରେଣୀର ଲୋକଙ୍କୁ ବ୍ୟବହାର କରୁଛନ୍ତି । ଅଳ୍ପ ପଇସା ପାଇଁ ଗରୀବ ବା ଛାତ୍ର ମାନେ ଏହି ବ୍ୟବସାୟ ରେ ଯୋଡ଼ି ଯାଉଛନ୍ତି । ଏହାକୁ ରୋକିବାକୁ ହେଲେ ନୂଆ ଷ୍ଟ୍ରାଟେଜି କରିବାକୁ ପଡ଼ିବ । ଓଡ଼ିଶା ଓ ପଶ୍ଚିମବଙ୍ଗ ପୋଲିସ ମିଳିତ ଭାବରେ କାମ କଲେ ସଫଳତା ମିଳିପାରିବ," କହିଛନ୍ତି ଅବସରପ୍ରାପ୍ତ SP ସନ୍ତୋଷ ନାୟକ ।

"ପୋଲିସ ଆଉ ଡ୍ରଗ୍ସ ମାଫିଆ ସମ୍ପର୍କ ଥିବା ସ୍ପଷ୍ଟ ହେଇ ସାରିଲାଣି । ଏବେ ପ୍ରଥମେ STF କୁ ଗୃହ ଶତ୍ରୁଙ୍କୁ ଖୋଜି ବାହାର କରିବା ଦରକାର। ଅନ୍ୟପଟରେ ଗୋଇନ୍ଦା ବିଭାଗ ନିଷ୍କ୍ରିୟ ହୋଇ ପଡିଛି । ଗୋଇନ୍ଦା ସକ୍ରିୟ ହେଲେ ମାଫିଆ ଧରାପଡିବେ," କହିଛନ୍ତି ଆଇନଜୀବୀ ବିଜୟ ପାଣିଗ୍ରାହୀ ।
Published by: Jagdish Barik
First published: August 23, 2020, 3:25 PM IST
corona virus btn
corona virus btn
Loading