ବାଲେଶ୍ୱର Bypoll: ୨ ରାଣୀଙ୍କ ପ୍ରଚାର ଓ ମର୍ସିଡେସ୍ କାର୍ ୮୦ ବର୍ଷୀୟ ସ୍ୱାଧୀନ ପ୍ରାର୍ଥୀଙ୍କୁ ଭୋଟ୍ ଦିଆଇବ?

ରାସ୍ତା କଡ଼ରେ ଗଛ ମୂଳରେ ବସି ଲୋକଙ୍କୁ ଖିଅର କରୁଥିବା ୮୦ ବର୍ଷୀୟ ବେଣୁଧର ବାରିକ ସ୍ୱାଧୀନ ପ୍ରାର୍ଥୀ ଭାବେ କେଟଲୀ ଚିହ୍ନରେ ଲଢ଼ୁଛନ୍ତି । ତାଙ୍କ ପାଇଁ ଅଭିନେତ୍ରୀ ରାଣୀ ପଣ୍ଡା, ରାଣୀ ପ୍ରିୟଦର୍ଶିନୀ ସାହୁ ଓ ଦାମ ପଣ୍ଡା ପ୍ରଚାର କରିଥିଲେ ।

ବାଲେଶ୍ୱର Bypoll: ୨ ରାଣୀଙ୍କ ପ୍ରଚାର ଓ ମର୍ସିଡେସ୍ କାର୍ ୮୦ ବର୍ଷୀୟ ସ୍ୱାଧୀନ ପ୍ରାର୍ଥୀଙ୍କୁ ଭୋଟ୍ ଦିଆଇବ?
ନିର୍ବାଚନ ପ୍ରଚାରରେ ବେଣୁଧରଙ୍କ ସହ ଅଭିନେତ୍ରୀ ରାଣୀ ପଣ୍ଡା; (ଡାହାଣ) ରାଣୀ ପ୍ରିୟଦର୍ଶିନୀ କେଟଲୀରେ ଲୋକଙ୍କୁ ଚାହା ପିଆଇ ଭୋଟ ମାଗୁଛନ୍ତି ।
  • News18 Odia
  • Last Updated: November 2, 2020, 5:20 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: ଜୀବନର ଅପରାହ୍ଣରେ ନିର୍ବାଚନୀ ରଣାଙ୍ଗନରେ ପଦାର୍ପଣ କରିଥିବା ବେଣୁଧର ବାରିକ ପ୍ରଚାର ସମୟରେ ‘‘ବେଣୁ ମଉସା’’ ଭାବେ ସବୁଠି ପରିଚିତ ଓ ଲୋକପ୍ରିୟ ହୋଇଗଲେ । ୮୦ ବର୍ଷ ବୟସରେ ସମାଜରେ ପରିବର୍ତ୍ତନ ଆଣିବାର ଅଦମ୍ୟ ନିଶା ନେଇ ବାଲେଶ୍ୱର ଉପନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରୁଛନ୍ତି ସେ । ତାଙ୍କ ପ୍ରଚାର ମୁଖ୍ୟ ଧାରାର ତିନି ପ୍ରମୁଖ ଦଳଙ୍କ ପରି ଜୋରଦାର୍‌ ହୋଇପାରି ନ ଥିଲେ ବି କିଛି କମ୍‌ ନ ଥିଲା । ଏବେ

ପେଶାରେ ବାରିକ ଥିବା ବାଲେଶ୍ୱର ଜିଲ୍ଲା ସୋଭାରମପୁରର ବେଣୁଧର ବାରିକ ଅତି ସାଧାରଣ ପରିବାରରୁ ଆସୁଛନ୍ତି । ଜୀବନ ସାରା ନିଜ ସ୍ୱଳ୍ପ ଆୟରୁ ଯାହା କିଛି ସଞ୍ଚୟ କରିଥିଲେ ତାହା ଖର୍ଚ୍ଚ କରିଦେଇଛନ୍ତି ନିର୍ବାଚନୀ ମଇଦାନରେ । ଉପନିର୍ବାଚନ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବରେ ନାମଙ୍କନ ଦାଖଲ କରି ଚୁପ ବସି ନ ଥିଲେ ସେ । ପ୍ରଥମେ ମାତ୍ର ତିନି ଜଣ ବନ୍ଧୁଙ୍କୁ ଧରି ଘର ଘର ବୁଲି ନିଜ ପାଇଁ ଭୋଟ ମାଗିବା ଆରମ୍ଭ କରିଦେଇଥିଲେ ସେ ।

ଏହି ବି ପଢ଼ନ୍ତୁ ଏଣିକି ଟ୍ରେନ୍ ଭିତରେ ଭିକ ମାଗିଲେ ଓ ସିଗାରେଟ୍ ଟାଣିଲେ ଜେଲ୍ ଦଣ୍ଡ ହେବ ନାହିଁ; ବଦଳୁଛି ନିୟମ

ଲୋକଙ୍କ ବାଳ କାଟି ରୋଜଗାର କରୁଥିବା ଜଣେ ୮୦ ବର୍ଷୀୟ ବ୍ୟକ୍ତି ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଠିଆ ହେବା କଥା ବ୍ୟାପିବା ପରେ ତାଙ୍କ ପ୍ରଚାର ପାଇଁ ଆଗେଇ ଆସିଥିଲେ କିଛି ପ୍ରତିଷ୍ଠିତ ବ୍ୟକ୍ତି । ବେଣୁଧରଙ୍କ ପାଇଁ ପ୍ରଚାର କରିଥିଲେ ଅଭିନେତ୍ରୀ ରାଣୀ ପଣ୍ଡା । ଦୁଇ ଦୁଇ ଥର ବାଲେଶ୍ୱର ଆସି ତାଙ୍କ ପାଇଁ ପ୍ରଚାର କରିଥିଲେ ରାଣୀ । ଏପରିକି ବେଣୁଙ୍କୁ ଏକ ରଥ ଭଳି ସଜାଯାଇଥିବା ଗାଡ଼ିରେ ବସାଇ ବୁଲି ବୁଲି ପ୍ରଚାର କରିଥିଲେ ରାଣୀ ପଣ୍ଡା ।

ମହାତ୍ମା ଗାନ୍ଧୀଙ୍କୁ ବେଣୁଧର ନିଜ ଜୀବନର ସର୍ବଶ୍ରେଷ୍ଠ ଆଦର୍ଶ ମାନନ୍ତି ।


ଯାତ୍ରା କଳାକାର ଦାମ ପଣ୍ଡା ଓ ଅଭିନେତ୍ରୀ ରାଣୀ ପ୍ରିୟଦର୍ଶିନୀ ସାହୁ ମଧ୍ୟ ବେଣୁଙ୍କ ପାଇଁ କରିଥିଲେ ପ୍ରଚାର।  ନାମଙ୍କନ ଦାଖଲ ପର ଠାରୁ ପାଦରେ ଚାଲି ଚାଲି ପ୍ରଚାର କରୁଥିବା ବେଣୁଧରଙ୍କ ପାଇଁ ରାଣୀ ଏକ ମରସିଡେସ୍‌ କାରରେ ପ୍ରଚାର କରିଥିଲେ । ସେଥିରେ ବେଣୁଧର ରୋଡ଼ ଶୋ’ କରିଥିଲେ । ଏପରିକି ଅଭିନେତ୍ରୀ ରାଣୀ ପ୍ରିୟଦର୍ଶିନୀ ବେଣୁଙ୍କ ନିର୍ବାଚନ ଚିହ୍ନ କେଟଲୀରେ ଲୋକଙ୍କୁ ଚାହା ପିଆଇଥିଲେ ଓ ଭୋଟ ଦେବାକୁ ନିବେଦନ କରିଥିଲେ ।

ଏହା ବି ପଢ଼ନ୍ତୁ କି ସାହସ! ରାସ୍ତାରେ ମୋବାଇଲ୍ ଛଡ଼ାଳିଙ୍କ ସହ ଲଢ଼ି ଝିଅଟି ଜଣକୁ ଧରିଲା; ଦେଖନ୍ତୁ VIDEO

ଗୋଟିଏ ପଟେ ହେବିଓଟ ନେତା ଓ ଷ୍ଟାର ପ୍ରଚାରକମାନେ ପ୍ରଚାର କରୁଥିବା ବେଳେ ବେଣୁଧର ପ୍ରଚାରରେ ସମସ୍ତଙ୍କ ଠାରୁ ରହିଥିଲେ ଆଗରେ । ବଡ଼ କଥା ହେଲା ଏହି ଦମଦାର୍‌ ପ୍ରଚାର ପାଇଁ ବେଣୁଙ୍କୁ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ କରିବାକୁ ପଡ଼ି ନ ଥିଲା ।

ବେଣୁଧର ବାରିକଙ୍କ ପାଇଁ ଅନେକ ପ୍ରତିଷ୍ଠିତ ବ୍ୟକ୍ତି ପ୍ରଚାର କରିଥିଲେ ।


‘‘ମୋ’ ପାଖରେ ଟଙ୍କାଟିଏ ବି ନାହିଁ । ମୁଁ ଲୋକଙ୍କୁ କୌଣସି ପ୍ରକାର ପ୍ରଲୋଭନ ମଧ୍ୟ ଦେଖାଇ ପାରିବି ନାହିଁ । ମୁଁ ଯଦି ଜିତିବି ତେବେ ମନଯୋଗ ସହିତ ଲୋକଙ୍କ ସମସ୍ୟା ନିବାରଣ ପାଇଁ କାମ କରିବି । ମୁଁ ଛିଡ଼ା ହେବା ବେଳେ ଭାବି ନ ଥିଲି ମୋ’ ପ୍ରଚାର ପାଇଁ ସାରା ରାଜ୍ୟରୁ ଏତେ ଲୋକ ମୋ’ ପାଖକୁ ଛୁଟି ଆସିବେ,’’ କହିଛନ୍ତି ଲୋକଙ୍କ ବାଳ କାଟି ପରିବାର ପୋଷଣ କରୁଥିବା ୮୦ ବର୍ଷୀୟ ବେଣୁଧର ବାରିକ ।

ଏହା ବି ପଢ଼ନ୍ତୁ କୁକୁରକୁ ରଙ୍ଗ ଲଗେଇ ବାଘ ବନେଇଦେଲେ; ‘ମିନି ଟାଇଗରକୁ ଦେଖି ପଶୁ ପ୍ରେମୀ ନାରାଜ ହେଲେ

ବେଣୁଧରଙ୍କର କୌଣସି ବଡ଼ ସେଲୁନ୍‌ କିମ୍ବା ପାର୍ଲର୍‌ ନାହିଁ । ସେ ରାସ୍ତା କଡ଼ରେ ଗଛ ମୂଳରେ ବସି ଖିଅର କରନ୍ତି ଲୋକଙ୍କୁ । ତାଙ୍କ ପରି ଲୋକ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦେଖି ଅନେକ ଲୋକଙ୍କ ମଧ୍ୟରେ ଆଶା ଓ ସାହସ ଜାଗିଛି । ଗଣତନ୍ତ୍ରରେ ଯେ ଯେ କେହି ବ୍ୟକ୍ତି ଜନପ୍ରତିନିଧି ହେବା ପାଇଁ ପ୍ରୟାସ କରିପାରେ ତାହା ଆହୁରି ସ୍ପଷ୍ଟ ହୋଇଛି ।

‘‘ମୁଁ ସ୍ୱଇଚ୍ଛାରେ ବେଣୁ ମଉସାଙ୍କ ପାଇଁ ପ୍ରଚାର କରିବାକୁ ଆସିଛି । ଜଣେ ସ୍ୱଚ୍ଛ ଓ ସ୍ୱାଭିମାନୀ ଲୋକ ହେଉଛନ୍ତି ବେଣୁଧର ବାରିକ । ଏଭଳି ଲୋକ ଜିତିବା ଆବଶ୍ୟକ,’’ ତାଙ୍କ ପାଇଁ ପ୍ରଚାର କରୁଥିବା ବେଳେ କହିଥିଲେ ଅଭିନେତ୍ରୀ ରାଣୀ ପ୍ରିୟଦର୍ଶିନୀ ।

ଏହା ବି ପଢ଼ନ୍ତୁ ମାବାପା ଅଫିସରେ; ଚାକରାଣୀ ଶିଶୁକୁ ଖୁବ୍ ମାଡ଼ ମାରୁଥିଲା; ଧରା ପଡ଼ିଲା; ଦେଖନ୍ତୁ VIDEO

ଏହି ଉପନିର୍ବାଚନରେ ବିଜେପିରୁ ମାନସ ଦତ୍ତ, ବିଜେଡିରୁ ସ୍ୱରୂପ ଦାସ ଓ କଂଗ୍ରେସରୁ ମମତା କୁଣ୍ଡୁ ପ୍ରତିଦ୍ୱନ୍ଦିତା କରୁଛନ୍ତି । ରବିବାର ସନ୍ଧ୍ୟାରେ ପ୍ରଚାର ଶେଷ ହେବା ପରେ ଏହି ତିନି ପ୍ରମୁଖ ଦଳର ଷ୍ଟାର କ୍ୟାମ୍ପେନରମାନେ ଘରକୁ ଫେରି ଯାଇଛନ୍ତି । ନିର୍ବାଚନ କମିଶନଙ୍କ ନିୟମ ଅନୁସାରେ ଏବେ ବାଲେଶ୍ୱରରେ କୌଣସି ବାହାର ନେତା ରହିପାରିବେ ନାହିଁ ।



ପୋଲିଂ ପାର୍ଟିଗୁଡ଼ିକ ବିଭିନ୍ନ ବୁଥରେ ମତଦାନ ପ୍ରକ୍ରିୟା ଚଳାଇବା ପାଇଁ ପହଞ୍ଚି ଯାଇଛନ୍ତି । ଏବେ ସମସ୍ତଙ୍କ ନଜର ୩ ତାରିଖ ମଙ୍ଗଳବାର ଦିନ ହେବାକୁ ଥିବା ମତଦାନ ଉପରେ ।  ବେଣୁଧର ବାରିକ ଜିତିବାର ଆଶା ଛାଡ଼ିନାହାନ୍ତି ।
Published by: Anand Shankar Thankur Das
First published: November 2, 2020, 5:20 PM IST
corona virus btn
corona virus btn
Loading