ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ବାଲେଶ୍ୱର: ବାଂଲାଦେଶୀ ନାଗରିକ ନିକଟରୁ ୪୪.୫ ଗ୍ରାମ ବ୍ରାଉନ ସୁଗାର ଜବତ ହେଲା; ଯୁବକ ଗିରଫ

ବାଲେଶ୍ୱର: ବାଂଲାଦେଶୀ ନାଗରିକ ନିକଟରୁ ୪୪.୫ ଗ୍ରାମ ବ୍ରାଉନ ସୁଗାର ଜବତ ହେଲା; ଯୁବକ ଗିରଫ

ବାଲେଶ୍ବର ସ୍ପେଶାଲ ସ୍କ୍ୱାର୍ଡ଼ ଓ ସହଦେବ ଖୁଣ୍ଟା ଥାନା ପୋଲିସ ମିଳିତ ଭାବେ ଚଢ଼ାଉ କରି ଜଣେ ବାଂଲାଦେଶୀ ନାଗରିକକୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ହୋଇଥିବା ବ୍ୟକ୍ତି ବାବୁ ଖାଁ ପୂର୍ବରୁ ବ୍ରାଉନ ସୁଗାର ଚୋରା ଚାଲାଣ କାରବାରରେ ସମ୍ପୃକ୍ତ ଥିବା ଜଣାପଡିଛି ।

ବାଲେଶ୍ୱର: ବାଂଲାଦେଶୀ ନାଗରିକ ନିକଟରୁ ୪୪.୫ ଗ୍ରାମ ବ୍ରାଉନ ସୁଗାର ଜବତ ହେଲା; ଯୁବକ ଗିରଫ
ବ୍ରାଉନସୁଗାରର ପେଣ୍ଠସ୍ଥଳ ପାଲଟିଛି ବାଲେଶ୍ଵର !
  • News18 Odia
  • Last Updated: December 14, 2020, 12:46 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ବାଲେଶ୍ୱର: ସରକାରଙ୍କ ଅଅନେକ କଠୋର ନିୟମ ସତ୍ତ୍ୱେ ରାଜ୍ୟରେ ଥମୁନି ଧଳା ଜହର କାରବାର । ରବିବାର ବାଲେଶ୍ୱରରେ ପୁଣି ବ୍ରାଉନ ସୁଗାର ଜବତ ହୋଇଛି । ଏଥର ବ୍ରାଉନସୁଗାର ବ୍ୟବସାୟ ଜେଲ ପରିସର ନିକଟରୁ ଧରାପଡିଛି । ଆଶ୍ଚର୍ଯ୍ୟର କଥା ଏହିକି ଯେ ଧରାପଡିଥିବା ଯୁବକ ଭାରତୀୟ ନୁହେଁ ବରଂ ଜଣେ ବାଂଲାଦେଶୀ ନାଗରିକ । କେବଳ ଏତିକି ନୁହେଁ ଏହି ବ୍ରାଉନସୁଗାର ବ୍ୟବସାୟୀ ବାଲେଶ୍ୱର ମୁଖ୍ୟ କାରାଗାର ପରିସର ନିକଟରେ ଥିବା ବାରାକରେ ଶରଣାର୍ଥୀ ଭାବରେ ରହି ନିଶା କାରବାର ନେଟୱର୍କ ଚଳାଇଥିବାର ଜଣାପଡିଛି ।

ତେବେ ଗିରଫ ବାଂଲାଦେଶୀ ନାଗରିକ ନିକଟରୁ ୪୪.୫ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି । ସୂଚନା ଅନୁଯାୟୀ ରବିବାର ଦିନ ବାଲେଶ୍ଵର ପୋଲିସ ରାତି ପ୍ରାୟ ୮ ଟା ସମୟରେ ବାଲେଶ୍ଵର କାରାଗାର ଗେଟ୍ ନିକଟରୁ ଜଣେ ବ୍ରାଉନସୁଗର ବେପାରୀକୁ ଗିରଫ କରିଥିଲା । ତେବେ ଗିରଫ ବ୍ରାଉନସୁଗର ଜଣକ ବାଂଲାଦେଶୀ ହୋଇଥିବା ବେଳେ ତାର ନାମ ବାବୁ ଖାଁ ବୋଲି ଜଣା ପଡ଼ିଛି । ବାବୁ ଖାଁ ଅନ୍ୟ ଜଣେ ଛୋଟ ବେପାରୀକୁ ବ୍ରାଉନସୁଗର ଯୋଗାଇବ ବୋଲି ପୁଲିସ ନିକଟରେ ବିଶେଷ ସୂତ୍ରରୁ ଖବର ପହଞ୍ଚିଥିଲା ।ଫଳରେ ପୋଲିସ ବାବୁକୁ ଧରିବା ପାଇଁ ଜାଲ ବିଛାଇ ଥିଲା । ସୂତ୍ରରୁ ଖବର ଆଧାରରେ ଆଜି ପୁଲିସ ଅଚାନକ ଚଢ଼ାଉ କରି ଏହି ସଫଳତା ପାଇପାରିଛି ।

ଗିରଫ ହୋଇଥିବା ବାଂଲାଦେଶୀ ନାଗରିକ ବାବୁ ଖାଁ


ବାଲେଶ୍ବର ସ୍ପେଶାଲ ସ୍କ୍ୱାର୍ଡ଼ ଓ ସହଦେବ ଖୁଣ୍ଟା ଥାନା ପୋଲିସ ମିଳିତ ଭାବେ ଚଢ଼ାଉ କରି ଜଣେ ବାଂଲାଦେଶୀ ନାଗରିକକୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ହୋଇଥିବା ବ୍ୟକ୍ତି ବାବୁ ଖାଁ ବ୍ରାଉନ ସୁଗାର ଚୋରା ଚାଲାଣ କାରବାରରେ ପୂର୍ବରୁ ସମ୍ପୃକ୍ତ ଥିବାର ଜଣାପଡିଛି । ସେ ଚୌଦ୍ଵାର ଜେଲରୁ ଦୀର୍ଘ ଦିନ ହେଲା ମୁକ୍ତ ହେଲା ପରେ ବାଲେଶ୍ଵର ଜେଲ ବାରକରେ ରହୁଥିଲା । ସେହିପରି ବାବୁ ଖାଁ ନିକଟରୁ ୨୪ ହଜାର ୧୦ ଟଙ୍କା ଜବତ ସହ ୪୪.୫ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଥିବା ବେଳେ ଜବତ ବ୍ରାଉନ ସୁଗାରର ଦାମ୍ ୪ ଲକ୍ଷ୍ୟ ୪୫ ହାଜର ଟଙ୍କା ହେବ ବୋଲି ଜଣାପଡିଛି ।

ବାବୁ ନାମରେ ପୂର୍ବରୁ ୧୦ଟି ମାମଲା ରହିଛି । ସେହିପରି ବାବୁ ସୋର, ଭଦ୍ରକ, ସିମୁଳିଆ, ବାହାନଗା ଆଦି ଅଞ୍ଚଳର ଛୋଟ ଛୋଟ ବେପାରୀଙ୍କୁ ପାଇକାରୀ ଓ ସେବନ କରୁଥିବା ନିଶାଡି ମାନଙ୍କୁ ଖୁଚୁରାରେ ବ୍ରାଉନସୁଗର ଯୋଗାଉଥିବାର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଅନ୍ୟପଟରେ ଅନ୍ୟାନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ଅପରାଧିକ ମାମଲା ମଧ୍ୟ ବାବୁ ନାଁରେ ରହିଥିବା ପୋଲିସ ସୂତ୍ରରୁ ଜଣା ପଡ଼ିଛି ।
Published by: Jagdish Barik
First published: December 14, 2020, 12:35 PM IST