ନିଜ ସ୍ତ୍ରୀକୁ ଜଣେ ୫୫-ବର୍ଷୀୟ ବ୍ୟକ୍ତିକୁ ବିକିଦେଲା ଯୁବକ; ସେହି ଟଙ୍କାରେ ମୋବାଇଲ୍ ଫୋନ୍ କିଣିଲା

Youth from Balangir in Odisha sells wife, buys mobile phone with money | ପୋଲିସ ଏହି ଯୁବକଠାରୁ ସବୁ ଘଟଣା ଜାଣିବା ପରେ ଯୁବତୀଙ୍କୁ ଉଦ୍ଧାର କରି ଫେରାଇ ଆଣିଛି । ଯୁବତୀଙ୍କ ନୂଆ ସ୍ୱାମୀ ତାଙ୍କୁ ଫେରାଇ ଦେବାକୁ ଚାହୁଁ ନ ଥିଲେ । ସେ ପୋଲିସକୁ କହିଥିଲେ ଯେ ସେ ତାଙ୍କୁ ଟଙ୍କା ଦେଇ କିଣିଛନ୍ତି, କେମିତି ଫେରାଇ ଦେବେ?

ଯୁବତୀଙ୍କୁ ଉଦ୍ଧାର କରି ଫେରାଇ ଆଣିଛି ପୋଲିସ । (ପ୍ରତୀକାତ୍ମକ ଛବି)

ଯୁବତୀଙ୍କୁ ଉଦ୍ଧାର କରି ଫେରାଇ ଆଣିଛି ପୋଲିସ । (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ମୋବାଇଲ୍‌ ଫୋନର ନିଶା ଯୁବ ପିଢ଼ିକୁ କେତେ ମାତ୍ରାରେ ଯେ ଆୟତ୍ତ କରିନେଇଛି ତା’ର ଏକ ନିନ୍ଦନୀୟ ଉଦାହରଣ ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲାର ଜଣେ ଯୁବକଙ୍କ କାର୍ଯ୍ୟରେ । ବିବାହ କରିବାର ପ୍ରାୟ ମାସକ ପରେ ସେ ରାଜସ୍ଥାନରେ ରହୁଥିବା ଜଣେ ୫୫-ବର୍ଷୀୟ ବ୍ୟକ୍ତିଙ୍କୁ ନିଜ ପତ୍ନୀଙ୍କୁ ବିକି ଦେଇଥିଲା ଓ ସେଥିରୁ ମିଳିଥିବା ଟଙ୍କାରେ ଗୋଟେ ଦାମୀ ମୋବାଇଲ୍‌ ଫୋନ୍‌ କିଣିଥିଲା ।

ଏହି କାର୍ଯ୍ୟ କରି ଗିରଫ ହୋଇଥିବା ଯୁବକର ଘର ବଲାଙ୍ଗିର ଜିଲ୍ଲାର ବେଲପଦା ଥାନା ଅଞ୍ଚଳରେ । ତା’ ବୟସ ମାତ୍ର ୧୭ ବର୍ଷ । ପୋଲିସର ତଦନ୍ତରୁ ଜଣାପଡ଼ିଛି ଯେ ସେ ୨୬-ବର୍ଷୀୟା ଜଣେ ଯୁବତୀଙ୍କୁ ନିଜ ଗାଁରେ ଜୁଲାଇ ମାସରେ ପ୍ରେମ ବିବାହ କରିଥିଲା । ହେଲେ ପ୍ରାୟ ମାସକ ପରେ ସେ ରାଜସ୍ଥାନକୁ କାମ କରିବାକୁ ଯାଇ ସେଠି ନିଜ ସ୍ତ୍ରୀକୁ ଜଣେ ୫୫-ବର୍ଷୀୟ ବ୍ୟକ୍ତିକୁ ବିକି ଦେଇଥିଲା । ତାଙ୍କଠାରୁ ପାଇଥିବା ଏକ ଲକ୍ଷ ୮୦ ହଜାର ଟଙ୍କାରେ ସେ ଗୋଟେ ଦାମୀ ସ୍ମାର୍ଟଫୋନ୍‌ କିଣିଥିଲା ବୋଲି ପୋଲିସକୁ କହିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ‘‘ମୋତେ କ୍ଷମା କରିଦିଅ’’: ଆତ୍ମହତ୍ୟା କରିବା ପୂର୍ବରୁ ଲେଖିଗଲେ ୨୫-ବର୍ଷୀୟା ଅଭିନେତ୍ରୀ ସୌଜନ୍ୟା

ସ୍ତ୍ରୀକୁ ବିକି ଦେବାର କିଛି ଦିନ ପରେ ଯୁବକ ନିଜ ଗାଁକୁ ଫେରିଆସିଥିଲା । ଯୁବତୀର ପରିବାର ଲୋକେ ତା’ ବିଷୟରେ ପଚାରିବାରୁ ସେ କହିଥିଲା ଯେ ତା’ ସ୍ତ୍ରୀ ତାକୁ ଛାଡ଼ି ଆଉ କାହା ସାଙ୍ଗରେ ଚାଲିଯାଇଛି । ଏହି ଉତ୍ତରକୁ ବିଶ୍ୱାସ ନ କରି ଯୁବତୀଙ୍କ ବାପା ଶଙ୍ଖଧର ରଣା ଅଗଷ୍ଟ ୫ ତାରିଖରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ପୋଲିସ ଏହି ଯୁବକଠାରୁ ସବୁ ଘଟଣା ଜାଣିବା ପରେ ରାଜସ୍ଥାନର ବାରଣ ଜିଲ୍ଲାକୁ ଯାଇ ସେଠାରୁ ଯୁବତୀଙ୍କୁ ଉଦ୍ଧାର କରି ଫେରାଇ ଆଣିଛି । ସେଠାକାର ଲୋକେ ଯୁବତୀଙ୍କୁ ଫେରାଇ ଦେବାକୁ ଚାହୁଁ ନ ଥିଲେ । ସେମାନେ ପୋଲିସକୁ କହିଥିଲେ ଯେ ତାଙ୍କ ନୂଆ ସ୍ୱାମୀ ଟଙ୍କା ଦେଇ ତାକୁ କିଣିଛନ୍ତି, ତେଣୁ କେମିତି ଫେରାଇ ଦେବେ?

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ରାନୁ ମଣ୍ଡଲ୍ ଗାଇଲେମାନିକେ ମାଗେ ହିଥେଗୀତ; ଖୁବ୍ ଭାଇରାଲ୍ ହେଉଛି VIDEO; ଦେଖନ୍ତୁ

‘‘ଏହି ଯୁବକ ରାଜସ୍ଥାନରେ ନିଜ ନବବିବାହିତା ସ୍ତ୍ରୀକୁ ଜଣେ ୫୫-ବର୍ଷୀୟ ବ୍ୟକ୍ତିଙ୍କୁ ବିକ୍ରି କରିଦେଇଥିଲା ଓ ସେଥିରୁ ପାଇଥିବା ଲକ୍ଷେ ୮୦ ହଜାର ଟଙ୍କାରେ ଖୁବ୍‌ ମଉଜ କରିଥିଲା ଓ ଗୋଟେ ଦାମୀ ମୋବାଇଲ୍‌ ଫୋନ୍‌ କିଣିଥିଲା । ତାକୁ ଆମେ ଜୁଭେନାଇଲ୍‌ କୋର୍ଟରେ ହାଜର କରାଇବା ପରେ ସୁଧାର ଗୃହକୁ ପଠେଇଦେଇଛୁ,’’ କହିଛନ୍ତି ବେଲପଦା ଥାନାର ଅଧିକାରୀ ବୁଲୁ ମୁଣ୍ଡା ।

ଏହା ବି ପଢ଼ନ୍ତୁ | କର୍ଣ୍ଣାଟକର ଏହି Sex ପାଗଳକୁ ମୃତ୍ୟୁ ଦଣ୍ଡ ମିଳିବ; ରେପ୍ କରି ୨୦ ଜଣ ମହିଳାଙ୍କୁ ହତ୍ୟା କରିଥିଲା

ତଦନ୍ତରୁ ଜଣା ପଡ଼ିଛି ଯେ ଯୁବକ ବିବାହ ପରେ ସ୍ତ୍ରୀକୁ ନେଇ ପ୍ରଥମେ ଛତ୍ତିଶଗଡ଼ ରାଜଧାନୀ ରାଇପୁର ଓ ସେଠାରୁ ମଧ୍ୟ ପ୍ରଦେଶର ଝାନସୀକୁ ଯାଇଥିଲା । ସେଠାରେ ଦୁହେଁ ଇଟା ଭାଟିରେ କାମ କରୁଥିଲେ । କିଛି ଦିନ ପରେ ସେ ସେହି ୫୫-ବର୍ଷୀୟ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲା ଓ ତାଙ୍କଠାରୁ ଟଙ୍କା ନେଇ ନିଜ ସ୍ତ୍ରୀକୁ ତାଙ୍କୁ ବିକ୍ରି କରିଦେଇଥିଲା ।
Published by:Anand S.T. Das
First published: