News18 Odia Digital
ଭୁବନେଶ୍ୱର: ଗ୍ରାମାଞ୍ଚଳରେ କାର୍ଯ୍ୟ କରୁଥିବା ପୋଲିସ୍ ଅଧିକାରୀମାନେ ଅଧିକାଂଶ ସମୟରେ ଜନସାଧାରଣଙ୍କ ବିରୁଦ୍ଧରେ ଅତ୍ୟାଚାର କରି ଖସିଯାଆନ୍ତି, କିନ୍ତୁ ଏହି ନୂଆ ବର୍ଷ ଏକ ପରିବର୍ତ୍ତନ ସହିତ ଆରମ୍ଭ ହୋଇଛି । ଥାନାରେ ନୂଆ ବର୍ଷର ପୂର୍ବ ସନ୍ଧ୍ୟାରେ ଭୋଜି କରି ଜଣେ ଗ୍ରାମବାସୀଙ୍କ ଛେଳିକୁ ମାରି ରାନ୍ଧିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଜଣେ ପୋଲିସ୍ ଅଧିକାରୀଙ୍କୁ ଅବିଳମ୍ବେ ନିଲମ୍ବିତ କରାଯାଇଛି ।
ବଲାଙ୍ଗିର ଜିଲ୍ଲାରେ ଘଟିଥିବା ଏହି ଘଟଣା ରାଜ୍ୟ ପୋଲିସ୍ ଫୋର୍ସକୁ ଏକ କଡ଼ା ବାର୍ତ୍ତା ପଠାଇଛି । ଠିକ୍ ଦିନକ ପୂର୍ବରୁ ଓଡିଶା କ୍ୟାଡରର ୧୯୮୭ ବ୍ୟାଚ୍ ଆଇ.ପି.ଏସ୍. ଅଧିକାରୀ ସୁନୀଲ କୁମାର ବନସଲ୍ ରାଜ୍ୟର ନୂଆ ପୋଲିସ ମହାନିର୍ଦ୍ଦେଶକ (ଡି.ଜି.ପି.) ଦାୟିତ୍ୱ ଗ୍ରହଣ କରିଛନ୍ତି ।
ଏହା ବି ପଢ଼ନ୍ତୁ | English ଶିଖନ୍ତୁ [୧]: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ନ ଥାନ୍ତା,… If gangster Hyder…
ବଲାଙ୍ଗିର ଜିଲ୍ଲାର ସିନ୍ଧେକେଲା ଥାନାର କର୍ମଚାରୀମାନେ ଶୁକ୍ରବାର ସନ୍ଧ୍ୟାରେ ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ଏକ ଭୋଜିର ଯୋଜନା କରୁଥିବା ବେଳେ ଥାନା କ୍ୟାମ୍ପସରେ ପଶିଯାଇଥିବା ଏକ ଛେଳି ସେମାନଙ୍କ ଆଖିରେ ପଡ଼ିଥିଲା । ସେଇଟା ଥିଲା ନିକଟରେ ରହୁଥିବା ଜଣେ ଗରିବ ଗ୍ରାମବାସୀ ପାଳିଥିବା ଛେଳି । ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର (ଏ.ଏସ୍.ଆଇ.) ତଥା ଥାନା ଅଧିକାରୀ ସୁମନ ମଲ୍ଲିକଙ୍କ ନିର୍ଦ୍ଦେଶ ଅନୁଯାୟୀ ଛେଳିଟିକୁ କେତେକ କନେଷ୍ଟବଳ ଧରିପକାଇଥିଲେ । ତା’ ପରେ ତାକୁ ମାରି ତା’ ମାଂସ ରାନ୍ଧି ଥାନାର ସବୁ କର୍ମଚାରୀ ଖାଇଥିଲେ ।
ଏହା ବି ପଢ଼ନ୍ତୁ | CDS Bipin Rawat Death: ‘‘ବିପିନ ରାୱତ ବଞ୍ଚିଥିଲେ, ପାଣି ମାଗିଥିଲେ,’’ କହିଲେ ଜଣେ ପ୍ରତ୍ୟକ୍ଷଦର୍ଶୀ
ଛେଳିର ମାଲିକ ସଙ୍କୀର୍ତ୍ତନ ଗୁରୁ ଯେତେବେଳେ ଏ କଥା ଜାଣି ଥାନାକୁ ଆସି ଅଭିଯୋଗ କଲେ, ତାଙ୍କୁ ଗୋଟିଏ ପୋଲିସ ଜିପରେ ବସାଇ ପ୍ରଥମେ ନିକଟସ୍ଥ କୌଣସି ଏକ ସ୍ଥାନକୁ ନିଆଯାଇଥିଲା ଓ ତା’ ପରେ ଥାନାକୁ ଫେରାଇ ଆଣି ଲକ୍-ଅପରେ ରଖାଯାଇଥିଲା । ଏହା ଜାଣିବା ପରେ ଗ୍ରାମବାସୀମାନେ ଥାନା ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଛେଳି ତ ତୁଚ୍ଛ ପ୍ରାଣୀ ନୁହେଁ । ତାକୁ ପାଳୁଥିବା ଲୋକଙ୍କ ପାଇଁ ସେ ସମ୍ପତ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଲାଲ୍ ଶାଢ଼ୀ ପିନ୍ଧି ଉତ୍ତାପ ବଢ଼ାଇଦେଲେ ଏହି ଅଭିନେତ୍ରୀ; ତାଙ୍କ ସବୁ ପୋଜ୍ରେ ଫ୍ୟାନ୍ମାନେ ଦିୱାନା ହେଲେ
ଗ୍ରାମବାସୀମାନଙ୍କୁ ଶାନ୍ତ କରିବା ପାଇଁ ଏ.ଏସ୍.ଆଇ. ସୁମନ ମଲ୍ଲିକଙ୍କ ସବୁ ଉଦ୍ୟମ ବିଫଳ ହେବା ପରେ ଏହି ଘଟଣା ବଲାଙ୍ଗିର ଏସ୍.ପି. ନିତିନ କୁସାଲକରଙ୍କ ଦୃଷ୍ଟିକୁ ଆସିଥିଲା । କୁସାଲକର୍ ଏକ ତଦନ୍ତର ନିର୍ଦ୍ଦେଶ ଦେଇଥିଲେ । ତଦନ୍ତରୁ ଜଣାପଡି଼ଥିଲା ଯେ ସିନ୍ଧିକେଲା ଥାନାର ପୋଲିସ୍ କର୍ମଚାରୀମାନେ ପ୍ରକୃତରେ ତ୍ରୁଟି କରିଛନ୍ତି ।
ଏହା ବି ପଢ଼ନ୍ତୁ | ଭଉଣୀ ପ୍ରେମ ବିବାହ କଲା ବୋଲି ସାନ ଭାଇ ତା’ ମୁଣ୍ଡ କାଟିଦେଲା, କଟା ମୁଣ୍ଡ ସହ ସେଲ୍ଫି ନେଲା
‘‘ପୋଲିସ କର୍ମଚାରୀମାନେ ମୋ’ ଛେଳିକୁ ମାରି ଖାଇଗଲେ। ମୋ’ ଝିଅମାନେ ଛେଳିଟିକୁ ସେମାନେ ଧରିନେଉଥିବା ଓ ମାରୁଥିବା ଦେଖିଥିଲେ । ସେମାନେ କିଛି ଦୂରରୁ ଏହି ଘଟଣା ଦେଖି କାନ୍ଦିଥିଲେ। ମୁଁ ଅଭିଯୋଗ କରିବାକୁ ଥାନାକୁ ଆସିଲାରୁ ଥାନା ଅଧିକାରୀ ମୋତେ ଧମକ ଦେଇ ଲକ୍-ଅପରେ ରଖିଦେଲେ ସତେ ଯେମିତି ମୁଁ କିଛି ଅପରାଧ କରିଛି,’’ କହିଛନ୍ତି ଗରିବ ଚାଷୀ ସଙ୍କୀର୍ତ୍ତନ ଗୁରୁ । ସେ କିଛି ଆୟ ପାଇଁ କେତେକ ଛେଳି ପାଳିଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ନଗ୍ନ ଫଟୋ ଲିକ୍ ହେବା ପରେ ଅଭିନେତ୍ରୀ ଜେନିଫର୍ ଲରେନ୍ସଙ୍କୁ କଷ୍ଟ ହୋଇଥିଲା; କହିଲେ ‘‘ସେ ଆଘାତ ସବୁ ଦିନ ରହିବ’’
ଓଡିଶାରେ କିଲୋଗ୍ରାମ ପିଛା ₹୬୦୦ରୁ ₹୮୫୦ ମଧ୍ୟରେ ବିକ୍ରି ହେଉଥିବା ଛେଳି ମାଂସର ଚାହିଦା ଅଧିକ । ପ୍ରାୟତଃ ନୂଆ ବର୍ଷ ପାଇଁ ଆୟୋଜିତ ପାର୍ଟି ଓ ବାହାଘର ଭୋଜିରେ ଖାସି ମାଂସ ପସନ୍ଦଯୋଗ୍ୟ ବ୍ୟଞ୍ଜନ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ‘ଯୌତୁକ ମୃତ୍ୟୁ’ ଅଭିଯୋଗ ପରେ ଆସିଲା ଏହି VIDEO; ପତ୍ନୀ ସ୍ୱାମୀଙ୍କୁ ପିଟୁଥିବା ଦେଖାଗଲା
‘‘ଏ.ଏସ୍.ଆଇ. ସୁମନ ମଲ୍ଲିକ କେବଳ ଛେଳି ମାଲିକର ବିନା ଅନୁମତିରେ ଛେଳିଟିକୁ ମାରି ରାନ୍ଧିବାର ବଡ଼ ଭୁଲ୍ କରିନାହାଁନ୍ତି, ସେ ସେହି ଗ୍ରାମବାସୀଙ୍କୁ ଧମକ ଦେଇ ଲକ୍-ଅପରେ ରଖି ନିଜର କ୍ଷମତାର ଅପବ୍ୟବହାର ବି କରିଛନ୍ତି । ଏହି ଘଟଣାର ଅନୁସନ୍ଧାନ ରିପୋର୍ଟ ଆଧାରରେ ତାଙ୍କୁ ନିଲମ୍ବିତ କରାଯାଇଛି,’’ କହିଛନ୍ତି ଏସ୍.ପି.ଙ୍କ କାର୍ଯ୍ୟାଳୟରେ ଜଣେ ଅଧିକାରୀ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ନେହା କକ୍କଡ଼ ସ୍ୱାମୀ ରୋହନପ୍ରୀତଙ୍କୁ ଖୋଲାଖୋଲି KISS କଲେ; ଫଟୋ ସବୁ ଭାଇରାଲ୍ ହେଲା
ସୁମନ ମଲ୍ଲିକଙ୍କ ବିରୋଧରେ ଆସିଥିବା ଅଭିଯୋଗର କିଛି ଘଣ୍ଟା ମଧ୍ୟରେ ତାଙ୍କ ନିଲମ୍ବନ ଖବର ଓଡି଼ଶାରେ ପ୍ରସାରିତ ହେବା ପରେ ଲୋକେ ନିଲମ୍ବନକୁ ସ୍ୱାଗତ କରିଥିଲେ । କେତେକ ସମୀକ୍ଷକ ତ ଏହାକୁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫାଇଭ୍-ଟି (5T) ପଦକ୍ଷେପର ଏକ “ପ୍ରକୃତ ଉଦାହରଣ’’ ବୋଲି କହିଥିଲେ ।
ଏହା ବି ପଢ଼ନ୍ତୁ | କମ୍ ଟଙ୍କା ଲଗାଇ ଘରର ଛାତରେ ଏହି ବ୍ୟବସାୟ ଆରମ୍ଭ କରନ୍ତୁ, ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବେ
‘‘ଏହା (ପୋଲିସ ଅଧିକାରୀଙ୍କ ନିଲମ୍ବନ) ନିଶ୍ଚିତ ଭାବରେ ଏକ ଆଦର୍ଶ ଘଟଣା । ଯଦି ଭୁଲ୍ କାମ କରୁଥିବା ସବୁ ପୋଲିସ ଓ ପ୍ରାଶାସନିକ ଅଧିକାରୀମାନଙ୍କ ବିରୁଦ୍ଧରେ ତଦନ୍ତ ତ୍ୱରାନ୍ୱିତ କରାଯାଏ ଓ ଏମିତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ତେବେ ଓଡିଶାର ଲୋକେ ଖୁସି ହେବେ,’’ କହିଛନ୍ତି ରାଜନୈତିକ ପର୍ଯ୍ୟବେକ୍ଷକ ରବି ଦାସ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।