ବଲାଙ୍ଗୀରର କୁଖ୍ୟାତ ଅପରାଧୀଙ୍କ ଆଡ୍ଡାସ୍ଥଳୀରେ ବୁଲଡୋଜର ଚଢ଼ାଇଲା ପୋଲିସ

Balangir police: ବଲାଙ୍ଗୀର ପୋଲିସ ଆଉ ଜଣେ କୁଖ୍ୟାତ ଅପରାଧୀ ଚିତ୍ତ ମହାନ୍ତିଙ୍କ ଅପରାଧିକ ଆଡ୍ଡାସ୍ଥଳୀକୁ ଆଜି ବୁଲଡୋଜର ଲଗାଇ ଧୂଳିସାତ୍ କରିବାର ପ୍ରକ୍ରିୟା ଆରମ୍ଭ କରିଛି।

ବଲାଙ୍ଗୀରର କୁଖ୍ୟାତ ଅପରାଧୀଙ୍କ ଆଡ୍ଡାସ୍ଥଳୀରେ ବୁଲଡୋଜର ଚଢ଼ାଇଲା ପୋଲିସ

ବଲାଙ୍ଗୀରର କୁଖ୍ୟାତ ଅପରାଧୀଙ୍କ ଆଡ୍ଡାସ୍ଥଳୀରେ ବୁଲଡୋଜର ଚଢ଼ାଇଲା ପୋଲିସ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ବଲାଙ୍ଗୀର: ବଲାଙ୍ଗୀର ପୋଲିସ (Balangir Police) ଆଉ ଜଣେ କୁଖ୍ୟାତ ଅପରାଧୀ (Criminal) ଚିତ୍ତ ମହାନ୍ତିଙ୍କ ଅପରାଧିକ ଆଡ୍ଡାସ୍ଥଳୀକୁ ଆଜି ବୁଲଡୋଜର ଲଗାଇ ଧୂଳିସାତ୍ କରିବାର ପ୍ରକ୍ରିୟା ଆରମ୍ଭ କରିଛି।

କୁଖ୍ୟାତ ଅପରାଧୀ ଚିତ୍ତ ମହାନ୍ତିଙ୍କ ଅପରାଧିକ ଆଡ୍ଡାସ୍ଥଳୀ


ଚିତ୍ତ ମହାନ୍ତି ଗତ ବର୍ଷ ମେ ୨୩ରେ ପୋଲିସ ଦ୍ୱାରା ଗିରଫ ହୋଇ ଏବେ ବଲାଙ୍ଗୀର ଜେଲରେ ବିଚାରଧୀନ କଏଦୀ ଭାବେ ରହୁଛି। ଗତବର୍ଷ ମେ ୨୧ରେ ବଲାଙ୍ଗୀର ସହର ଆର୍.ଟି.ଓ ଛକରେ ଏକ ସିରିଜ୍ ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିଲା। ପୂର୍ବରୁ ଟେଣ୍ଡର ଫିକ୍ସିଂ, ଜମି ମାଫିଆ ଭାବେ ପୋଲିସ ନିକଟରେ ଅଭିଯୋଗ ଥିଲେ ହିଁ ପ୍ରମାଣ ଅଭାବରୁ ଖସି ଯାଉଥିଲେ ଚିତ୍ତ ମହାନ୍ତି।

ବଲାଙ୍ଗୀରର କୁଖ୍ୟାତ ଅପରାଧୀଙ୍କ ଆଡ୍ଡାସ୍ଥଳୀରେ ବୁଲଡୋଜର ଚଢ଼ାଇଲା ପୋଲିସ


ଗତ ବର୍ଷ ଗିରଫଦାରି ପରେ ବଲାଙ୍ଗୀର-ଟିଟିଲାଗଡ ଜାତୀୟ ରାଜପଥ କଡରେ ଇଡକୋ ଠାରୁ ସିମେଣ୍ଟର ବିଭିନ୍ନ ସାମଗ୍ରୀ ନିର୍ମାଣ ପାଇଁ ନେଇଥିବା ଜମିକୁ ଏକ ବେଆଇନ୍ ଭାବେ ବିବାହ ମଣ୍ଡପ ନିର୍ମାଣ କରି ବ୍ୟବସାୟ କରୁଥିଲେ ସେ। ଖାଲି ସେତିକି ନୁହେଁ ଏ ଜମିକୁ ଲାଗି କରି ଥିବା ସରକାରୀ ଜମିକୁ ମଧ୍ୟ କବଜା କରି ନିଜ ଅପରାଧିକ କାର୍ଯ୍ୟକଳାପର ବ୍ଳୁ-ପ୍ରିଣ୍ଟ ଏଠୁ ପ୍ରସ୍ତୁତ କରୁଥିଲା ବୋଲି ପୋଲିସ ତଦନ୍ତ ବେଳେ ଜାଣିପଡ଼ିଥିଲା। ଆଜି ଜିଲ୍ଲା ପୋଲିସ ପ୍ରଶାସନ ଏ ଜମିକୁ ଜବରଦଖଲ ମୁକ୍ତ କରିବାର କାର୍ଯ୍ୟକ୍ରମ ରହିଛି।
Published by:Lipina Das
First published: