ବଲାଙ୍ଗିର: ଅବସର ନେବାର ୨୧ ବର୍ଷ ପରେ ପୁଣି ଅବସର ଦେଖାଇ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କଲେ! ୨ ଜଣ ନିଲମ୍ବିତ

ବ୍ଳକ ଶିକ୍ଷାଧିକାରୀ ରିଚପାଲ୍ ସାଗର ସରକାରୀ ଅର୍ଥ ତୋଷାରପାତ କରିବା ଓ ଅଣହିତାଧିକାରୀଙ୍କୁ ହିତାଧିକାରୀ ଦର୍ଶାଇ ସରକାରୀ ତହବିଲରୁ ଲକ୍ଷାଧିକ ଟଙ୍କା ହଡ଼ପ୍ କରିବା ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ।

ବଲାଙ୍ଗିର: ଅବସର ନେବାର ୨୧ ବର୍ଷ ପରେ ପୁଣି ଅବସର ଦେଖାଇ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କଲେ! ୨ ଜଣ ନିଲମ୍ବିତ
ରିଚପାଲ୍ ସାଗର (ବାମ) ଓ ପ୍ରମୋଦ ରଥ
  • News18 Odia
  • Last Updated: August 19, 2020, 8:37 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବଲାଙ୍ଗିର: ରାଜ୍ୟ ସରକାର ଦୁର୍ନୀତଖୋର ବାବୁଙ୍କ ବିରୁଦ୍ଧରେ ଶୂନ୍ୟ ସହିଷ୍ଣୁତା (ଜିରୋ ଟଲରାନ୍ସ) ନୀତି ଗ୍ରହଣ କରିଥିବା ଯୋଗୁଁ ଜଣେ ପରେ ଜଣେ ଦୁର୍ନୀତିଖୋର୍‌ ଅଧିକାରୀ ସାମନାକୁ ଆସୁଛନ୍ତି । ବଲାଙ୍ଗିର ଜିଲ୍ଲାରେ ଶିକ୍ଷା ବିଭାଗ କଳା କାରାନାମାର ଆଉ ଏକ ଫର୍ଦ୍ଦ ସାମାନାକୁ ଆସିଛି । ଜଣେ ସରକାରୀ ଅଧିକାରୀ ଅବସର ଗ୍ରହଣ କରିବାର ୨୧ ବର୍ଷ ପରେ ପୁଣି ଥରେ ଅବସର ନେଇଥିବା ଦର୍ଶାଇ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଥିବା ଘଟଣାରେ ସହଯୋଗ କରିଥିବା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ବଲାଙ୍ଗିର ସଦର ବ୍ଳକର ଶିକ୍ଷାଧିକାରୀ ରିଚପାଲ୍ ସାଗର ।

ଏହି ମାମଲାରେ ପୂର୍ବରୁ ବଲାଙ୍ଗିର ଜିଲ୍ଲା ଶିକ୍ଷା ବିଭାଗ କାର୍ଯ୍ୟାଳୟର କିରାଣୀ ପ୍ରମୋଦ ରଥଙ୍କୁ ବି ନିଲମ୍ବନ କରିଥିଲା ବିଭାଗ । ଏବେ ବଲାଙ୍ଗିର ବିଇଓଙ୍କୁ ନିଲମ୍ବନ କରିବା ସହ ସମସ୍ତ ଆଇନଗତ ଦିଗରେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ ହୋଇଛି ।

ବଲାଙ୍ଗିର ସଦର ବ୍ଳକ ଶିକ୍ଷାଧିକାରୀ ରିଚପାଲ୍ ସାଗର ସରକାରୀ ଅର୍ଥ ତୋଷାରପାତ କରିବା ଓ ଅଣହିତାଧିକାରୀଙ୍କୁ ହିତାଧିକାରୀ ଦର୍ଶାଇ ସରକାରୀ ତହବିଲରୁ ଲକ୍ଷାଧିକ ଟଙ୍କା ହଡ଼ପ୍ କରିବା ଘଟଣାରେ ସଂପୃକ୍ତ ଥିବା ଜାଣି ତାଙ୍କୁ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ସୋମବାର ଦିନ ନିଲମ୍ବିତ କରିଥିବା ଡି.ଇ.ଓ. ସୂଚନା ଦେଇଛନ୍ତି ।

ବଲାଙ୍ଗିର ବ୍ଲକ୍ ଶିକ୍ଷାଧିକାରୀଙ୍କ ଅଫିସ୍


ସୂଚନା ମୁତାବକ ପୁଇଁତଳା ବ୍ଳକରେ ଶିକ୍ଷକ ଭାବେ କାର୍ଯ୍ୟରତ କେଶବ ଚନ୍ଦ୍ର ରଥ ୧୯୯୨ ମସିହାରେ ସ୍ବେଚ୍ଛାକୃତ ଅବସର ଗ୍ରହଣ କରିଥିଲେ ଓ ତାଙ୍କ ସ୍ଥାନରେ ତାଙ୍କ ପୁଅ ପ୍ରମୋଦ ରଥ କିରାଣୀ ଭାବେ ଚାକିରୀ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ପ୍ରମୋଦ ରଥ ତାଙ୍କ ବାପା କେଶବ ଚନ୍ଦ୍ର ରଥ ୨୦୧୩ରେ ଅବସର ଗ୍ରହଣ କରିଥିବା ଦର୍ଶାଇ ତାଙ୍କର ଗ୍ରାଚ୍ୟୁଇଟି, ଅନ୍ୟୁଟିଲାଇଜଡ୍ ଲିଭ୍, ଏରିୟର ଓ ପ୍ରୋଭିଜିନାଲ୍ ପେନସନ୍ ହାତେଇଥିବା ଅଭିଯୋଗ ଆସିଥିଲା । ଜିଲ୍ଲା ଭିଜିଲାନ୍ସ ବିଭାଗ ତଦନ୍ତ ଆରମ୍ଭ କରିଥିଲା । ଏହା ପରେ ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବିଭାଗୀୟ ତଦନ୍ତ କରାଯାଇ ପ୍ରମୋଦ ରଥଙ୍କୁ ନିଲମ୍ବନ କରାଯାଇଥିଲା ।

‘‘କେଶବ ଚନ୍ଦ୍ର ରଥ ପୁଇଁତଳା ବ୍ଲକରେ ଥାଇ କାର୍ଯ୍ୟରୁ ଅବସର ନେଇଥିବା ବେଳେ ତାଙ୍କ ଅବସର ପୁଣି ଥରେ ୨୧ ବର୍ଷ ପରେ କିଭଳି ବଲାଙ୍ଗିର ବ୍ଳକରେ ଅବସର ନେଉଥିବା ଦର୍ଶାଗଲା ଆଉ ଲକ୍ଷାଧିକ ଟଙ୍କାର ଉଠାଣ ବେଳେ ବି.ଇ.ଓ. କିଭଳି ଜାଣି ପାରିଲେ ନାହିଁ? ଏଥିରେ କେବଳ ଏହି ଦୁଇ ଜଣ ନୁହଁନ୍ତି, ଏହା ପଛରେ ପୂରା ଏକ ରାକେଟ ରହିଛି । ତଦନ୍ତ ହୋଇ ସେହି ରାକେଟକୁ ସାମନାକୁ ଆଣିବା ଦରକାର ଓ ଦୋଷୀଙ୍କୁ ସଜା ମିଳିବା ଦଲକାର,’’ କହିଛନ୍ତି ଅବସରପ୍ରାପ୍ତ ବଲାଙ୍ଗିର ବିଇଓ ପ୍ରଶାନ୍ତ ଯୋଷୀ ।

ବଲାଙ୍ଗିର ଜିଲ୍ଲା ଶିକ୍ଷା ବିଭାଗରେ ପୂର୍ବରୁ ମଧ୍ୟ କୋଟି କୋଟି ଟଙ୍କା ଆତ୍ମସାତ୍ କରି ଜେଠୁ ସାହୁ ଓ ଡାକ୍ତର ସାହୁ ଜେଲ୍ ଯାଇ ସାରିଛନ୍ତି । ଏବେ ବଲାଙ୍ଗିର ସଦର ବ୍ଳକ ଶିକ୍ଷା ବିଭାଗରେ କାର୍ଯ୍ୟରତ ପ୍ରମୋଦ ରଥ କେବଳ ନିଜ ବାପାଙ୍କ ନାଁରେ ଚଞ୍ଚକତା କରି ଏଭଳି ସମାନ୍ତରାଳ ପେନସନ୍ ଆଦି ସରକାରୀ ତହବିଲରୁ ଉଠାଇ ନାହାନ୍ତି, ବରଂ ଅନେକ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଜାଲ୍ ସର୍ଭିସ୍ ବୁକ୍ ତିଆରି କରି କୋଟି କୋଟି ଟଙ୍କା ହାତେଇଥିବା ଅଭିଯୋଗ ଆସିଛି ।

ଏହା ବି ପଢ଼ନ୍ତୁ | ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ: ସୁପ୍ରିମ କୋର୍ଟ କହିଲେ CBI ତଦନ୍ତ କରିବ; ମୁମ୍ବାଇ ପୋଲିସକୁ ସହଯୋଗ ପାଇଁ ଆଦେଶ

ଏହା ବି ପଢ଼ନ୍ତୁ | କେରଳର ୧୦୩ ବର୍ଷ ବୟସ୍କ ବ୍ୟକ୍ତି ଦେଲେ କରୋନାକୁ ମାତ୍ ; ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ ବଡ଼ ସଫଳତା

‘‘ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ହେଲେ ଏକ ବଡ ଧରଣ ର ରାକେଟର ପର୍ଦ୍ଦାଫାସ୍ ହେବ । ଆମେ ଏହି ମାମଲାର ଆମୂଳଚୂଳ ତଦନ୍ତ ଦାବି କରୁଛୁ,’’ କହିଛନ୍ତି ଓଷ୍ଟାର ରାଜ୍ୟ ସଭାପତି ବିନୋଦ ପାଣିଗ୍ରାହୀ ।



ବଲାଙ୍ଗିର ସଦର ବ୍ଳକ ଶିକ୍ଷା ବିଭାଗରେ ହୋଇଥିବା ଦୁର୍ନୀତି ବିରୁଦ୍ଧରେ ସରକାରଙ୍କ ପଦକ୍ଷେପକୁ ସବୁ ମହଲରେ ସ୍ବାଗତ କରୁଥିଲେ ହେଁ ଦୁର୍ନୀତିଖୋର ବାବୁମାନଙ୍କ ବିରୁଦ୍ଧରେ କେବଳ ନିଲମ୍ବନରେ ସୀମିତ ନ ହୋଇ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନର ଦାବି ହେଉଛି ।
Published by: Anand Shankar Thankur Das
First published: August 19, 2020, 8:37 PM IST
corona virus btn
corona virus btn
Loading